୧୦୦ ଟଙ୍କାର ପିଜୁଳି ନା ୨୦୦୦ ଟଙ୍କାର ବ୍ଲୁବେରି: ପେଟ ପାଇଁ କେଉଁଟି ଅଧିକ ଲାଭଦାୟକ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

Suryakanta Picture
Published On

ଆଜିକାଲି ସୁପରଫୁଡ୍ ଖାଇବାର କ୍ରେଜ୍ ଲୋକଙ୍କ ମଧ୍ୟରେ ଖୁବ୍ ବଢିବାରେ ଲାଗିଛି। ଅନେକ ଲୋକ ଭାବନ୍ତି ଯେ ବିଦେଶୀ ଏବଂ ଦାମୀ ଫଳ ଶରୀର ପାଇଁ ଅଧିକ ଲାଭଦାୟକ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବଜାରରେ ମିଳୁଥିବା ଶସ୍ତା ପିଜୁଳି, ଦାମୀ ବ୍ଲୁବେରି ଠାରୁ ଢେର ଗୁଣ ଅଧିକ ପୁଷ୍ଟିକର ହୋଇପାରେ। ଏନେଇ ମୁମ୍ବାଇର ଜଣେ ବିଶିଷ୍ଟ ଡାକ୍ତର ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିଛନ୍ତି।

ଆହୁରି ପଢ଼ନ୍ତୁ: ମାତ୍ର ୪୫୦ ଟଙ୍କାରେ ଓଜନ ହ୍ରାସ! ଭାରତରେ ଶସ୍ତା ହେଲା ସେମାଗ୍ଲୁଟାଇଡ୍, କିନ୍ତୁ ବଢ଼ିଲା ଡାକ୍ତରଙ୍କ ଚିନ୍ତା

ଦାମରେ ଆକାଶ ପାତାଳ ଫରକ, କିନ୍ତୁ ଗୁଣରେ କିଏ ଆଗରେ?

ବଜାରରେ ବ୍ଲୁବେରିର ଦାମ କିଲୋ ପ୍ରତି ପ୍ରାୟ ୨୦୦୦ ଟଙ୍କା ରହିଥିବା ବେଳେ ପିଜୁଳି ମାତ୍ର ୮୦ ରୁ ୧୦୦ ଟଙ୍କାରେ ମିଳିଥାଏ। ତେବେ ପୋଷକ ତତ୍ତ୍ୱ ଦୃଷ୍ଟିରୁ ଦେଖିଲେ, ଆମ ଦେଶୀ ପିଜୁଳି ବିଦେଶୀ ବ୍ଲୁବେରି ଉପରେ ଭାରି ପଡିଥାଏ। ଡାକ୍ତରଙ୍କ ଅନୁଯାୟୀ, ପିଜୁଳିରେ ବ୍ଲୁବେରି ତୁଳନାରେ ଅଧିକ ମାତ୍ରାରେ ଭିଟାମିନ୍ ସି ଏବଂ ଫାଇବର ରହିଛି, ଯାହା ପେଟ ରୋଗ ପାଇଁ ରାମବାଣ ସଦୃଶ।

ଆହୁରି ପଢ଼ନ୍ତୁ: ବିନା ଚାଖି କେମିତି ଜାଣିବେ ଦହି ଖରାପ ହୋଇଯାଇଛି କି ନାହିଁ? ଅନୁସରଣ କରନ୍ତୁ ଏହି ୫ଟି ସହଜ ଟିପ୍ସ

ପିଜୁଳିରେ ରହିଛି ପ୍ରଚୁର ଭିଟାମିନ୍ ସି

ରିପୋର୍ଟ ଅନୁଯାୟୀ, ୧୦୦ ଗ୍ରାମ ବ୍ଲୁବେରିରେ ମାତ୍ର ୯.୭ ମିଲିଗ୍ରାମ ଭିଟାମିନ୍ ସି ଥିବାବେଳେ ସମାନ ପରିମାଣର ପିଜୁଳିରେ ପ୍ରାୟ ୨୧୨ ମିଲିଗ୍ରାମ ଭିଟାମିନ୍ ସି ରହିଥାଏ। ଅର୍ଥାତ୍ ବ୍ଲୁବେରି ତୁଳନାରେ ପିଜୁଳିରେ ୨୦ ଗୁଣରୁ ଅଧିକ ଭିଟାମିନ୍ ସି ମିଳିଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ।

ଆହୁରି ପଢ଼ନ୍ତୁ: ବାରମ୍ବାର ମିଠା କିମ୍ବା ଲୁଣିଆ ଖାଇବାକୁ ଇଚ୍ଛା ହେଉଛି କି? ଜାଣନ୍ତୁ ଖାଦ୍ୟ କ୍ରେଭିଙ୍ଗ୍ସର କାରଣ ଏବଂ ନିୟନ୍ତ୍ରଣ ଉପାୟ

ପେଟ ସ୍ୱାସ୍ଥ୍ୟ ପାଇଁ କେଉଁଟି ଭଲ?

ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ପାଇଁ ଶରୀରକୁ ଫାଇବରର ଆବଶ୍ୟକତା ରହିଥାଏ। ପିଜୁଳିରେ ଥିବା ଉଚ୍ଚ ଫାଇବର ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର କରେ। ଡାକ୍ତର ପରାମର୍ଶ ଦେଇଛନ୍ତି ଯେ, କେବଳ ଦାମୀ ହୋଇଥିବା କାରଣରୁ ବିଦେଶୀ ଫଳ ପଛରେ ନ ଗୋଡାଇ, ଋତୁକାଳୀନ ଦେଶୀ ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଅଧିକ ହିତକର।

09 Feb 2026 By Suryakanta

୧୦୦ ଟଙ୍କାର ପିଜୁଳି ନା ୨୦୦୦ ଟଙ୍କାର ବ୍ଲୁବେରି: ପେଟ ପାଇଁ କେଉଁଟି ଅଧିକ ଲାଭଦାୟକ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ଆଜିକାଲି ସୁପରଫୁଡ୍ ଖାଇବାର କ୍ରେଜ୍ ଲୋକଙ୍କ ମଧ୍ୟରେ ଖୁବ୍ ବଢିବାରେ ଲାଗିଛି। ଅନେକ ଲୋକ ଭାବନ୍ତି ଯେ ବିଦେଶୀ ଏବଂ ଦାମୀ ଫଳ ଶରୀର ପାଇଁ ଅଧିକ ଲାଭଦାୟକ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବଜାରରେ ମିଳୁଥିବା ଶସ୍ତା ପିଜୁଳି, ଦାମୀ ବ୍ଲୁବେରି ଠାରୁ ଢେର ଗୁଣ ଅଧିକ ପୁଷ୍ଟିକର ହୋଇପାରେ। ଏନେଇ ମୁମ୍ବାଇର ଜଣେ ବିଶିଷ୍ଟ ଡାକ୍ତର ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିଛନ୍ତି।

ଦାମରେ ଆକାଶ ପାତାଳ ଫରକ, କିନ୍ତୁ ଗୁଣରେ କିଏ ଆଗରେ?

ବଜାରରେ ବ୍ଲୁବେରିର ଦାମ କିଲୋ ପ୍ରତି ପ୍ରାୟ ୨୦୦୦ ଟଙ୍କା ରହିଥିବା ବେଳେ ପିଜୁଳି ମାତ୍ର ୮୦ ରୁ ୧୦୦ ଟଙ୍କାରେ ମିଳିଥାଏ। ତେବେ ପୋଷକ ତତ୍ତ୍ୱ ଦୃଷ୍ଟିରୁ ଦେଖିଲେ, ଆମ ଦେଶୀ ପିଜୁଳି ବିଦେଶୀ ବ୍ଲୁବେରି ଉପରେ ଭାରି ପଡିଥାଏ। ଡାକ୍ତରଙ୍କ ଅନୁଯାୟୀ, ପିଜୁଳିରେ ବ୍ଲୁବେରି ତୁଳନାରେ ଅଧିକ ମାତ୍ରାରେ ଭିଟାମିନ୍ ସି ଏବଂ ଫାଇବର ରହିଛି, ଯାହା ପେଟ ରୋଗ ପାଇଁ ରାମବାଣ ସଦୃଶ।

ପିଜୁଳିରେ ରହିଛି ପ୍ରଚୁର ଭିଟାମିନ୍ ସି

ରିପୋର୍ଟ ଅନୁଯାୟୀ, ୧୦୦ ଗ୍ରାମ ବ୍ଲୁବେରିରେ ମାତ୍ର ୯.୭ ମିଲିଗ୍ରାମ ଭିଟାମିନ୍ ସି ଥିବାବେଳେ ସମାନ ପରିମାଣର ପିଜୁଳିରେ ପ୍ରାୟ ୨୧୨ ମିଲିଗ୍ରାମ ଭିଟାମିନ୍ ସି ରହିଥାଏ। ଅର୍ଥାତ୍ ବ୍ଲୁବେରି ତୁଳନାରେ ପିଜୁଳିରେ ୨୦ ଗୁଣରୁ ଅଧିକ ଭିଟାମିନ୍ ସି ମିଳିଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ।

ପେଟ ସ୍ୱାସ୍ଥ୍ୟ ପାଇଁ କେଉଁଟି ଭଲ?

ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ପାଇଁ ଶରୀରକୁ ଫାଇବରର ଆବଶ୍ୟକତା ରହିଥାଏ। ପିଜୁଳିରେ ଥିବା ଉଚ୍ଚ ଫାଇବର ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର କରେ। ଡାକ୍ତର ପରାମର୍ଶ ଦେଇଛନ୍ତି ଯେ, କେବଳ ଦାମୀ ହୋଇଥିବା କାରଣରୁ ବିଦେଶୀ ଫଳ ପଛରେ ନ ଗୋଡାଇ, ଋତୁକାଳୀନ ଦେଶୀ ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଅଧିକ ହିତକର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp