୧୦୦ ଟଙ୍କାର ପିଜୁଳି ନା ୨୦୦୦ ଟଙ୍କାର ବ୍ଲୁବେରି: ପେଟ ପାଇଁ କେଉଁଟି ଅଧିକ ଲାଭଦାୟକ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

Suryakanta Picture
Published On

ଆଜିକାଲି ସୁପରଫୁଡ୍ ଖାଇବାର କ୍ରେଜ୍ ଲୋକଙ୍କ ମଧ୍ୟରେ ଖୁବ୍ ବଢିବାରେ ଲାଗିଛି। ଅନେକ ଲୋକ ଭାବନ୍ତି ଯେ ବିଦେଶୀ ଏବଂ ଦାମୀ ଫଳ ଶରୀର ପାଇଁ ଅଧିକ ଲାଭଦାୟକ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବଜାରରେ ମିଳୁଥିବା ଶସ୍ତା ପିଜୁଳି, ଦାମୀ ବ୍ଲୁବେରି ଠାରୁ ଢେର ଗୁଣ ଅଧିକ ପୁଷ୍ଟିକର ହୋଇପାରେ। ଏନେଇ ମୁମ୍ବାଇର ଜଣେ ବିଶିଷ୍ଟ ଡାକ୍ତର ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିଛନ୍ତି।

ଆହୁରି ପଢ଼ନ୍ତୁ: ଆଖି କୁଣ୍ଡାଇ ହେଲେ କିମ୍ବା ପୋଡ଼ିଲେ କ'ଣ କରିବେ? ପାଣିରେ ଧୋଇବେ ନା ଆଇ ଡ୍ରପ୍ ବ୍ୟବହାର କରିବେ?

ଦାମରେ ଆକାଶ ପାତାଳ ଫରକ, କିନ୍ତୁ ଗୁଣରେ କିଏ ଆଗରେ?

ବଜାରରେ ବ୍ଲୁବେରିର ଦାମ କିଲୋ ପ୍ରତି ପ୍ରାୟ ୨୦୦୦ ଟଙ୍କା ରହିଥିବା ବେଳେ ପିଜୁଳି ମାତ୍ର ୮୦ ରୁ ୧୦୦ ଟଙ୍କାରେ ମିଳିଥାଏ। ତେବେ ପୋଷକ ତତ୍ତ୍ୱ ଦୃଷ୍ଟିରୁ ଦେଖିଲେ, ଆମ ଦେଶୀ ପିଜୁଳି ବିଦେଶୀ ବ୍ଲୁବେରି ଉପରେ ଭାରି ପଡିଥାଏ। ଡାକ୍ତରଙ୍କ ଅନୁଯାୟୀ, ପିଜୁଳିରେ ବ୍ଲୁବେରି ତୁଳନାରେ ଅଧିକ ମାତ୍ରାରେ ଭିଟାମିନ୍ ସି ଏବଂ ଫାଇବର ରହିଛି, ଯାହା ପେଟ ରୋଗ ପାଇଁ ରାମବାଣ ସଦୃଶ।

ଆହୁରି ପଢ଼ନ୍ତୁ: ମହିଳାଙ୍କଠାରେ ଅଷ୍ଟିଓପୋରୋସିସ୍: କ୍ୟାଲସିୟମ୍ ଏବଂ ଭିଟାମିନ୍-ଡି କେତେ ଆବଶ୍ୟକ? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

ପିଜୁଳିରେ ରହିଛି ପ୍ରଚୁର ଭିଟାମିନ୍ ସି

ରିପୋର୍ଟ ଅନୁଯାୟୀ, ୧୦୦ ଗ୍ରାମ ବ୍ଲୁବେରିରେ ମାତ୍ର ୯.୭ ମିଲିଗ୍ରାମ ଭିଟାମିନ୍ ସି ଥିବାବେଳେ ସମାନ ପରିମାଣର ପିଜୁଳିରେ ପ୍ରାୟ ୨୧୨ ମିଲିଗ୍ରାମ ଭିଟାମିନ୍ ସି ରହିଥାଏ। ଅର୍ଥାତ୍ ବ୍ଲୁବେରି ତୁଳନାରେ ପିଜୁଳିରେ ୨୦ ଗୁଣରୁ ଅଧିକ ଭିଟାମିନ୍ ସି ମିଳିଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ।

ଆହୁରି ପଢ଼ନ୍ତୁ: ସ୍ମଗ୍ ଯୋଗୁଁ ଆଖି ଉପରେ ପଡୁଛି ଖରାପ ପ୍ରଭାବ: ଡାକ୍ତରଙ୍କ ପରାମର୍ଶ, ଜାଣନ୍ତୁ କିପରି କରିବେ ଯତ୍ନ

ପେଟ ସ୍ୱାସ୍ଥ୍ୟ ପାଇଁ କେଉଁଟି ଭଲ?

ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ପାଇଁ ଶରୀରକୁ ଫାଇବରର ଆବଶ୍ୟକତା ରହିଥାଏ। ପିଜୁଳିରେ ଥିବା ଉଚ୍ଚ ଫାଇବର ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର କରେ। ଡାକ୍ତର ପରାମର୍ଶ ଦେଇଛନ୍ତି ଯେ, କେବଳ ଦାମୀ ହୋଇଥିବା କାରଣରୁ ବିଦେଶୀ ଫଳ ପଛରେ ନ ଗୋଡାଇ, ଋତୁକାଳୀନ ଦେଶୀ ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଅଧିକ ହିତକର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp