ରୋଗ ଗୋଟିଏ ଉପଚାର ଅନେକ: ଲଗାତାର ଛିଙ୍କରୁ କିପରି ପାଇବେ ଉପଷମ, ଜାଣନ୍ତୁ ଉପଚାର

The Sakala Picture
Published On

ସାଧାରଣତଃ ସର୍ଦି ହେଲେ ବା କୌଣସି ଆଲର୍ଜି ଥିଲେ ଛିଙ୍କ ହୋଇଥାଏ । କିନ୍ତୁ ଅନେକ ଥର ସକାଳ କିମ୍ବା ସନ୍ଧ୍ୟା ସମୟରେ ଲଗାତାର ଛିଙ୍କ ହୁଏ । ଗୋଟିଏ ଥରରେ ୨୦ରୁ ୩୦ଥର ଛିଙ୍କ ଏହାକୁ ଅଣାଦେଖା କରନ୍ତି । କିନ୍ତୁ ଏଭଳି କରିବା ଆଦୌ ଉଚିତ ନୁହେଁ। ଯଥାଶୀଘ୍ର ଏହାର ଉପଚାର କରାଇନେବା ଆବଶ୍ୟକ। ହୋମିଓପାଥି: ବର୍ତ୍ତମାନ ବର୍ଷା ଯୋଗୁଁ ଅଧିକାଂଶ ଲୋକଙ୍କୁ କୋଲ୍ଡ ଆଲର୍ଜି ହୋଇ ବାରମ୍ବାର ଛିଙ୍କ ହୋଇଥାଏ । କିନ୍ତୁ […]

ସାଧାରଣତଃ ସର୍ଦି ହେଲେ ବା କୌଣସି ଆଲର୍ଜି ଥିଲେ ଛିଙ୍କ ହୋଇଥାଏ । କିନ୍ତୁ ଅନେକ ଥର ସକାଳ କିମ୍ବା ସନ୍ଧ୍ୟା ସମୟରେ ଲଗାତାର ଛିଙ୍କ ହୁଏ । ଗୋଟିଏ ଥରରେ ୨୦ରୁ ୩୦ଥର ଛିଙ୍କ ଏହାକୁ ଅଣାଦେଖା କରନ୍ତି । କିନ୍ତୁ ଏଭଳି କରିବା ଆଦୌ ଉଚିତ ନୁହେଁ। ଯଥାଶୀଘ୍ର ଏହାର ଉପଚାର କରାଇନେବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: ୩ ମାସରେ କମିବ ଓଜନ: ଜାଣନ୍ତୁ କେମିତି ସାହାଯ୍ୟ କରିବ ଲାଉ, କ’ଣ ରହିଛି ଡାଏଟ୍ ପ୍ଲାନ୍

ହୋମିଓପାଥି:

ଆହୁରି ପଢ଼ନ୍ତୁ: ଡାଇବେଟିସ୍, ଫ୍ୟାଟି ଲିଭର୍ ଓ ହୃଦରୋଗର ମୂଳ କାରଣ ସାଜୁଛି ‘ସାଇଲେଣ୍ଟ୍ ଇନଫ୍ଲାମେସନ୍’, ଜାଣନ୍ତୁ କିପରି ରହିବେ ସୁସ୍ଥ

ବର୍ତ୍ତମାନ ବର୍ଷା ଯୋଗୁଁ ଅଧିକାଂଶ ଲୋକଙ୍କୁ କୋଲ୍ଡ ଆଲର୍ଜି ହୋଇ ବାରମ୍ବାର ଛିଙ୍କ ହୋଇଥାଏ । କିନ୍ତୁ ଏହା ବ୍ୟତୀତ ଅନେକ ସ୍ୱାସ୍ଥ୍ୟଗତ କାରଣ ପାଇଁ ବାରମ୍ବାର ଛିଙ୍କ ହୁଏ। ଛିଙ୍କର ଲକ୍ଷଣ ମଧ୍ୟ ଭିନ୍ନ ଭିନ୍ନ । ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଲକ୍ଷଣ ସମାନ ନଥାଏ | ତେଣୁ ଛିଙ୍କର ଲକ୍ଷଣକୁ ଅନୁଧ୍ୟାନ କରି ରୋଗୀଠାରୁ ଆବଶ୍ୟକୀୟ ତଥ୍ୟକୁ ଭଲ ଭାବେ ଜାଣିବା ପରେ ହିଁ ଔଷଧ ଦିଅ ଯାଏ । ଏଲୋପାଥି ଭଳି ହୋମିଓପାଥରେ କୌଣସି ଆଣ୍ଟି ଆଲର୍ଜି ବା ଆଣ୍ଟି କୋଲ୍ଡ ଔଷଧ ନାହିଁ | କାରଣ ହୋମିଓପାଥ୍ ଔଷଧ ହେଉଛି ସରଳ ଔଷଧ ଲକ୍ଷଣ ଅନୁଯାୟୀ ଔଷଧ ଦିଆଯାଉଥିବାରୁ ଔଷଧ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ବିଶେଷ ଭାବେ ଥଣ୍ଡା ଓ ଛିଙ୍କ ହେଉଛି ସଂକ୍ରମଣଜନିତ ରୋଗ। ତେଣୁ ଯାହାକୁ ଛିଙ୍କ ହେଉଛି, ସେମାନେ ଶିଶୁ ଓ ଅନ୍ୟ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଏ |

ଏଲୋପାଥି

ଔଷଧ ଖାଇବା ପୂର୍ବରୁ ସତର୍କତା ଭଲ। ଛିଙ୍କ କ୍ଷେତ୍ରରେ ମଧ୍ୟ ଏହା ଲାଗୁ ହୋଇଥାଏ। କେବଳ କରୋନା ପାଇଁ ନୁହେଁ, ସର୍ଦ୍ଦି କିମ୍ବା ଛିଙ୍କ ହେଉଥିଲେ ମଧ୍ୟ ମାସ୍କ ପିନ୍ଧିବା ନିହାତି ଜରୁରୀ । କାରଣ ଛିଙ୍କରେ ଆସୁଥିବା ରୋଗ ଜୀବାଣୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସଂକ୍ରମିତ କରିଥାଏ। ଏହା ବ୍ୟତୀତ ବର୍ଷାରେ ବାହାରକୁ ଯିବା ଉଚିତ ନୁହେଁ । ପ୍ରତିଦିନ କିଛି ଅଦା ଓ ତୁଳସୀ ପତ୍ର ଖାଆନ୍ତୁ। ଏହା ଦ୍ବାରା ଥଣ୍ଡା କିମ୍ବା ଛିଙ୍କ ହୋଇନଥାଏ। ଯଦି ସର୍ଦ୍ଦି ନହୋଇ ବାରମ୍ବାର ଲଗାତାର ଛିଙ୍କ ହେଉଛି, ତେବେ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ। କାରଣ ଅନେକ ପ୍ରକାର ଆଲର୍ଜି ଦ୍ବାରା ଛିଙ୍କ ହୋଇଥାଏ । ସାଧାରଣତଃ ଅନେକ ଲୋକଙ୍କୁ ଡଷ୍ଟ ଆଲର୍ଜି ଥାଏ। ତେଣୁ ସେମାନେ ନିହାତି ଭାବେ ମାସ୍କ ବ୍ୟବହାର କରିବା ଦ୍ବାରା ଛିଙ୍କ ସମସ୍ୟାରୁ ମୁକ୍ତି ପାଇପାରିବେ। ବାହାରକୁ ଯିବା ସମୟରେ ଶିଶୁଙ୍କୁ ନିଶ୍ଚିତ ମାସ୍କ ପିନ୍ଧାନ୍ତୁ ।

ଆୟୁର୍ବେଦ

ବାରମ୍ବାର ହେଉଥିବା ଛିଙ୍କକୁ ଏକ ନିର୍ଦ୍ଦିଷ୍ଟ ରୋଗ ନ କହି ରୋଗର ଗୋଟିଏ ଲକ୍ଷଣ ବୋଲି କହିପାରିବା । ଏହାର ପ୍ରମୁଖ୍ୟ କାରଣ ହେଉଛି ଅନିନ୍ଦ୍ୟତା ବା ଆଲର୍ଜି । ଆୟୁର୍ବେଦ ଅନୁସାରେ ଶରୀରରେ ଥିବା ରୋଗ ସୃଷ୍ଟିକାରୀ ଦୋଷ, ପ୍ରକୃତି ଓ ପରିବେଶଗତ ପରିବର୍ତ୍ତନ, ଅନିୟମିତ ଆହାର ତଥା ବିହାର (ଦିନଚର୍ଯ୍ୟା) ପାଇଁ ଆଲର୍ଜି ସୃଷ୍ଟି ହୁଏ । ଅଖାଦ୍ୟ ବା ଶରୀରକୁ ନ ସୁହାଉଥିବା ଭଳି ଖାଦ୍ୟ ଖାଇଲେ, ଶରୀରରେ ଥିବା ବାତ, ପିତ୍ତ ଓ କଫର ମୌଳିକତାରେ ଅସନ୍ତୁଳନ ସୃଷ୍ଟି ହୋଇ ଶରୀରଗତ ଦୋଷ ଦେଖାଦିଏ । ଏହି ଦୋଷ ଶରୀରର ବିଭିନ୍ନ ଅଂଶକୁ ସଂକ୍ରମିତ କରେ। ଯଥା ଗଳା, ନାସିକା ବା ତତ୍ ସଂଲଗ୍ନ ଅଙ୍ଗ । ତେବେ ଯଦି ନାସିକ ନଳୀରେ କୌଣସି କାରଣରୁ ଉକ୍ତ ଦୋଷର ସଂଚାର ହୁଏ, ତେବେ ତାହାର ପରିଣାମ ସ୍ବରୂପ ବାରମ୍ବାର ଛିଙ୍କ ହୋଇଥାଏ । ବହାର ବା
ଦିନଚର୍ଯ୍ୟା କ୍ଷେତ୍ରରେ ଥିବା କିଛି ନିୟମର ପାଳନ କରିବା, ଧୂଳି, ଧୂଆଁ ସଂକ୍ରମିତ ବ୍ୟକ୍ତିଠାରୁ ଦୂରେଇ ରହିବା ସହିତ ରୋଗପ୍ରତିରୋଧକର ଶକ୍ତି ବଢ଼ାଇବା ଦିଗରେ ଅଧିକରୁ ଅଧିକ ଧ୍ୟାନ ଦେବା ଆବଶ୍ୟକ।

17 Sep 2021 By The Sakala

https://www.thesakala.in/health/how-to-treatment-sneezing/article-5458
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp