ଅନିଦ୍ରା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଜାଣନ୍ତୁ ଉପଚାର

The Sakala Picture
Published On

ଅନିଦ୍ରାକୁ ଡାକ୍ତରୀ ଭାଷାରେ ଇନ୍‌ସୋମନିଆ କୁହାଯାଏ। ଲକ୍ଷଣ ଓ ନିଦର ସମୟ ଅନୁଯାୟୀ ଅନିଦ୍ରା ବିଭିନ୍ନ ପ୍ରକାର ହୋଇଥାଏ। ମୁଖ୍ୟତଃ କୌଣସି କାରଣ ପାଇଁ ଅତ୍ୟଧିକ ଚାପଗ୍ରସ୍ତ ହେଲେ ବା ଚିନ୍ତା କରିବା ଦ୍ବାରା ଅନିଦ୍ରା ସମସ୍ୟା ଦେଖାଯାଏ। ଏହା ବ୍ୟତୀତ ସନ୍ଧ୍ୟା ସମୟରେ ଅଧିକ ଭୋଜନ, ଅନିୟମିତ ସମୟରେ ଶୋଇବା, ମାନସିକ ବିକାର, ଅତ୍ୟଧିକ ଔଷଧର ସେବନ ଓ ଅତ୍ୟଧିକ ଚାହା କିମ୍ବା କଫି ପିଇବାର ଅଭ୍ୟାସ ଥିଲେ ଅନିଦ୍ରା ସମସ୍ୟା ସୃଷ୍ଟି ହୁଏ। ଖୁବ୍ […]

ଅନିଦ୍ରାକୁ ଡାକ୍ତରୀ ଭାଷାରେ ଇନ୍‌ସୋମନିଆ କୁହାଯାଏ। ଲକ୍ଷଣ ଓ ନିଦର ସମୟ ଅନୁଯାୟୀ ଅନିଦ୍ରା ବିଭିନ୍ନ ପ୍ରକାର ହୋଇଥାଏ। ମୁଖ୍ୟତଃ କୌଣସି କାରଣ ପାଇଁ ଅତ୍ୟଧିକ ଚାପଗ୍ରସ୍ତ ହେଲେ ବା ଚିନ୍ତା କରିବା ଦ୍ବାରା ଅନିଦ୍ରା ସମସ୍ୟା ଦେଖାଯାଏ। ଏହା ବ୍ୟତୀତ ସନ୍ଧ୍ୟା ସମୟରେ ଅଧିକ ଭୋଜନ, ଅନିୟମିତ ସମୟରେ ଶୋଇବା, ମାନସିକ ବିକାର, ଅତ୍ୟଧିକ ଔଷଧର ସେବନ ଓ ଅତ୍ୟଧିକ ଚାହା କିମ୍ବା କଫି ପିଇବାର ଅଭ୍ୟାସ ଥିଲେ ଅନିଦ୍ରା ସମସ୍ୟା ସୃଷ୍ଟି ହୁଏ। ଖୁବ୍ ଶୀଘ୍ର ଏହାର ଉପଚାର କରାଇନେବା ଜରୁରୀ। ଅନ୍ୟଥା ଅନିଦ୍ରା ଯୋଗୁଁ ଆହୁରି ଅନେକ ପ୍ରକାରର ରୋଗ ମାଡ଼ିବସେ। ତେବେ ଅନିଦ୍ରା ଦୂର କରିବାର କିଛି ଉପାୟ ହେଉଛି –

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

ଏଲୋପାଥି
ପ୍ରଥମ ପର୍ଯ୍ୟାୟରେ ହିଁ ଅନିଦ୍ରାର ଉପଚାର କରାଇନେବା ଉଚିତ। ନଚେତ୍ ଏହା କ୍ରୋନିକ୍ ଡିଜିଜ୍‌ରେ ପରିଣତ ହୋଇଥାଏ। ଡାକ୍ତରଙ୍କ ସହ ପରାମର୍ଶ କରି ସ୍ବାସ୍ଥ୍ୟ ପରୀକ୍ଷା କରାଇନେବା ଉଚିତ। ଡାକ୍ତରୀ ରିପୋର୍ଟ ଆସିବା ପରେ ଔଷଧ ସେବନ କରିବା ଆବଶ୍ୟକ। ଅନିଦ୍ରା ପାଇଁ ଏଲୋପାଥିରେ ଆଲ୍‌ପ୍ରାଜୋଲାମ୍‌, ଡାଇଜେପାମ୍, ଜୋଲ୍‌ପିଡେମ୍‌, ପ୍ରୋମେଥାଜାଇନ୍, ଇଷ୍ଟାଜୋଲମ୍ ଓ ଡାଇଫେନ୍‌ହାଇଡ୍ରାମାଇନ୍ ଭଳି ଔଷଧ ରହିଛି। କିନ୍ତୁ ଏସବୁ ଔଷଧ ଡାକ୍ତରଙ୍କ ବିନା ପରାମର୍ଶରେ ଖାଇବା ଉଚିତ ନୁହେଁ। କାରଣ ଏସବୁ ଔଷଧ ରୋଗୀର ଲକ୍ଷଣ ଅନୁଯାୟୀ ଦିଆଯାଏ। ଔଷଧ ବ୍ୟତୀତ ସକାଳେ ଓ ସନ୍ଧ୍ୟାରେ ପ୍ରାୟ ୧ ଘଣ୍ଟା ଚାଲିବା କିମ୍ବା କିଛି ବ୍ୟାୟାମ କରିବା ଉଚିତ। କାରଣ ଶାରୀରିକ ପରିଶ୍ରମ ଯୋଗୁଁ ସ୍ବାସ୍ଥ୍ୟ ଠିକ୍ ରହେ ଏବଂ ନିଦ ଭଲ ହୋଇଥାଏ।

ହୋମିଓପାଥି
ଅନିଦ୍ରା ଦୂର କରିବା ପାଇଁ ନାକ୍ସଭୋମିକା, ଆର୍ସେନିକ୍ ଆଲବମ୍, ଷ୍ଟାଫି ସାଗ୍ରିଆ, କୋଫିଆ କ୍ରୁଡ଼ା, ପାସି ଫ୍ଲୋରା, କାଲିଫୋସ୍, ଅକୋନାଇଟ୍ ଓ ସାଲିସିଆ ଭଳି ଆହୁରି ଅନେକ ପ୍ରକାର ଔଷଧ ରହିଛି। କିନ୍ତୁ ପ୍ରତ୍ୟେକ ଔଷଧ ରୋଗୀର ଲକ୍ଷଣ ଦେଖି ଦିଆଯାଏ। କାରଣ ଅନିଦ୍ରାର ମଧ୍ୟ ଭିନ୍ନ ଭିନ୍ନ ଓ ବିଶେଷ ଲକ୍ଷଣ ରହିଛି। ତେଣୁ ଦକ୍ଷ ହୋମିଓପାଥି ଡାକ୍ତରଙ୍କ ସହ ସାକ୍ଷାତ କରି ପରାମର୍ଶ ନେବା ପରେ ହିଁ କୌଣସି ହୋମିଓପାଥି ଔଷଧ ଗ୍ରହଣ କରନ୍ତୁ। ଅନେକ ପ୍ରକାର ଔଷଧ ରହିଛି।

ଯୋଗ ଓ ପ୍ରାଣାୟାମ
ସୁସ୍ଥ ମନ ଓ ନିରୋଗ ସ୍ବାସ୍ଥ୍ୟ ପାଇଁ ଯୋଗ ଓ ପ୍ରାଣାୟାମର ଉପଯୋଗୀତା ସବୁଠାରୁ ଶ୍ରେୟସ୍କର। ଯୋଗରେ ୭ଟି ପ୍ରାଣାୟାମ ରହିଛି। ସେସବୁ ମଧ୍ୟରୁ ଅନିଦ୍ରା ରୋଗ ଭୋଗୁଥÒବା ବ୍ୟକ୍ତି ମାତ୍ର ଦୁଇଟି ପ୍ରାଣାୟାମ କରିବା ଉଚିତ। ଯଥା, ଅନୁଲୋମ-ବିଲୋମ ଓ ଭ୍ରମରି। ଏହାଦ୍ବାରା ସେମାନେ ବିଶେଷ ସୁଫଳ ଲାଭ କରିଥାନ୍ତି। ଭୋରୁ ଉଠିବା ପରେ ଏହି ପ୍ରାଣାୟାମ କରିବା ଦ୍ବାରା ଅଧÒକ ଲାଭ ମିଳିଥାଏ। ଏହା ବ୍ୟତୀତ ଯୋଗର ଅନ୍ୟ ଅଙ୍ଗ ହେଉଛି ଆସନ। ତେବେ ଅନିଦ୍ରା ଦୂର କରିବା ପାଇଁ ଶବାସନ ସବୁଠାରୁ ଫଳପ୍ରଦ। ପ୍ରାଣାୟାମ ଓ ଶବାସନ ଦ୍ବାରା ମାନସିକ ଶାନ୍ତି ମିଳିଥାଏ, ମସ୍ତିଷ୍କ ଶାନ୍ତ ହେବା ଦ୍ବାରା ଅନିଦ୍ରା ଦୂର ହୁଏ। ଅନିଦ୍ରା ଜନିତ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ଦୂର କରିବା କ୍ଷେତ୍ରରେ ମଧ୍ୟ ଏହା ସହାୟକ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp