ଫ୍ୟାଟି ଲିଭର ଗ୍ରେଡ୍‌ ୩ କ’ଣ.., ଜାଣନ୍ତୁ ଏହା କେତେ ବିପଦ ଜନକ…

The Sakala Picture
Published On

ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ, କର୍ମଚାପ, ମଦ୍ୟପାନ, ଓଜନବୃଦ୍ଧି ଆଦି ଯୋଗୁଁ ଯକୃତରେ ଚର୍ବି ଜମା ହୋଇଥାଏ। ଏହା ଏକ ଗମ୍ଭୀର ସମସ୍ୟା। ସେହିପରି ମଧୁମେହ, ଉଚ୍ଚ ରକ୍ତଚାପ, ବଂଶାନୁଗତ ଆଦି ଏହି ରୋଗ ହେବାର ପ୍ରମୁଖ କାରଣ। ରୋଗର ଲକ୍ଷଣକୁ ଅଣଦେଖା କଲେ ଏହା ଫ୍ୟାଟି ଲିଭର ଗ୍ରେଡ୍‌ ୩ରେ ପହଞ୍ଚିଯାଏ। ତେଣୁ ରୋଗର ଲକ୍ଷଣ ଅନୁସାରେ ଚିକିତ୍ସା କରିବା ଜରୁରି। ଫ୍ୟାଟି ଲିଭର ଗ୍ରେଡ୍‌ ୩ ହେଲେ, ଯକୃତ୍‌ରେ ପାଖାପାଖି ୬୬%ରୁ ଅଧିକ ଚର୍ବି […]

ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ, କର୍ମଚାପ, ମଦ୍ୟପାନ, ଓଜନବୃଦ୍ଧି ଆଦି ଯୋଗୁଁ ଯକୃତରେ ଚର୍ବି ଜମା ହୋଇଥାଏ। ଏହା ଏକ ଗମ୍ଭୀର ସମସ୍ୟା। ସେହିପରି ମଧୁମେହ, ଉଚ୍ଚ ରକ୍ତଚାପ, ବଂଶାନୁଗତ ଆଦି ଏହି ରୋଗ ହେବାର ପ୍ରମୁଖ କାରଣ। ରୋଗର ଲକ୍ଷଣକୁ ଅଣଦେଖା କଲେ ଏହା ଫ୍ୟାଟି ଲିଭର ଗ୍ରେଡ୍‌ ୩ରେ ପହଞ୍ଚିଯାଏ। ତେଣୁ ରୋଗର ଲକ୍ଷଣ ଅନୁସାରେ ଚିକିତ୍ସା କରିବା ଜରୁରି।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟ ପାଇଁ ବରଦାନ 'ବେଲ ପତ୍ର', ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ଔଷଧୀୟ ଗୁଣ

ଫ୍ୟାଟି ଲିଭର ଗ୍ରେଡ୍‌ ୩ ହେଲେ, ଯକୃତ୍‌ରେ ପାଖାପାଖି ୬୬%ରୁ ଅଧିକ ଚର୍ବି ଜମା ହୋଇଯାଇଥାଏ। ଏହା ଏକ ଗମ୍ଭୀର ସ୍ଥିତି। ଯକୃତ୍‌ ସଠିକ ଭାବେ କାର୍ଯ୍ୟ ନ କରିପାରିବାରୁ ଏହି ସ୍ଥିତି ଜୀବନ ପାଇଁ ଘାତକ ସାଜିପାରେ। ଫ୍ୟାଟି ଲିଭର ଗ୍ରେଡ୍‌ ୩ରେ ଥକ୍କାପଣ, ଦୁର୍ବଳ ଅନୁଭବ, ପେଟ ଯନ୍ତ୍ରଣା, ବିଚଳିତ ଲାଗିବା, ପେଟ ଫୁଲିବା, ଭୋକ ନ ଲାଗିବା ଆଦି ଲକ୍ଷଣ ଦେଖାଯାଏ। ସେହିପରି ଓଜନ କମ୍‌ ହେବା, ପାଦ ଫୁଲିବା, ଆଖି ଓ ତ୍ବଚା ହଳଦିଆ ପଡ଼ିବା, ବାନ୍ତି ଲାଗିବା ପରି ଅନୁଭବ ଆଦି ଲକ୍ଷଣ ଦେଖାଯାଏ।

ଆହୁରି ପଢ଼ନ୍ତୁ: ଡାଇବେଟିସ୍, ଫ୍ୟାଟି ଲିଭର୍ ଓ ହୃଦରୋଗର ମୂଳ କାରଣ ସାଜୁଛି ‘ସାଇଲେଣ୍ଟ୍ ଇନଫ୍ଲାମେସନ୍’, ଜାଣନ୍ତୁ କିପରି ରହିବେ ସୁସ୍ଥ

ତେଣୁ ଉପରୋକ୍ତ ଲକ୍ଷଣ ଅନୁଭବ କଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରିବା ଆବଶ୍ୟକ। ଏହାବାଦ୍‌ ଜୀବନଶୈଳୀରେ ପରିବର୍ତ୍ତନ, ସନ୍ତୁଳିତ ଖାଦ୍ୟ ଗ୍ରହଣ, ମଦ୍ୟପାନ ଅଭ୍ୟାସକୁ ବନ୍ଦ କରିବା, ଓଜନ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରି। ଏହି ରୋଗର ପ୍ରାରମ୍ଭିକ ଅବସ୍ଥାରୁ ଲକ୍ଷଣକୁ ଚିହ୍ନି ଚିକିତ୍ସା କରିବା ସବୁଠୁ ଭଲ ଉପାୟ।

ଆହୁରି ପଢ଼ନ୍ତୁ: ୩ ମାସରେ କମିବ ଓଜନ: ଜାଣନ୍ତୁ କେମିତି ସାହାଯ୍ୟ କରିବ ଲାଉ, କ’ଣ ରହିଛି ଡାଏଟ୍ ପ୍ଲାନ୍

12 Jun 2025 By The Sakala

ଫ୍ୟାଟି ଲିଭର ଗ୍ରେଡ୍‌ ୩ କ’ଣ.., ଜାଣନ୍ତୁ ଏହା କେତେ ବିପଦ ଜନକ…

ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ, କର୍ମଚାପ, ମଦ୍ୟପାନ, ଓଜନବୃଦ୍ଧି ଆଦି ଯୋଗୁଁ ଯକୃତରେ ଚର୍ବି ଜମା ହୋଇଥାଏ। ଏହା ଏକ ଗମ୍ଭୀର ସମସ୍ୟା। ସେହିପରି ମଧୁମେହ, ଉଚ୍ଚ ରକ୍ତଚାପ, ବଂଶାନୁଗତ ଆଦି ଏହି ରୋଗ ହେବାର ପ୍ରମୁଖ କାରଣ। ରୋଗର ଲକ୍ଷଣକୁ ଅଣଦେଖା କଲେ ଏହା ଫ୍ୟାଟି ଲିଭର ଗ୍ରେଡ୍‌ ୩ରେ ପହଞ୍ଚିଯାଏ। ତେଣୁ ରୋଗର ଲକ୍ଷଣ ଅନୁସାରେ ଚିକିତ୍ସା କରିବା ଜରୁରି।

ଫ୍ୟାଟି ଲିଭର ଗ୍ରେଡ୍‌ ୩ ହେଲେ, ଯକୃତ୍‌ରେ ପାଖାପାଖି ୬୬%ରୁ ଅଧିକ ଚର୍ବି ଜମା ହୋଇଯାଇଥାଏ। ଏହା ଏକ ଗମ୍ଭୀର ସ୍ଥିତି। ଯକୃତ୍‌ ସଠିକ ଭାବେ କାର୍ଯ୍ୟ ନ କରିପାରିବାରୁ ଏହି ସ୍ଥିତି ଜୀବନ ପାଇଁ ଘାତକ ସାଜିପାରେ। ଫ୍ୟାଟି ଲିଭର ଗ୍ରେଡ୍‌ ୩ରେ ଥକ୍କାପଣ, ଦୁର୍ବଳ ଅନୁଭବ, ପେଟ ଯନ୍ତ୍ରଣା, ବିଚଳିତ ଲାଗିବା, ପେଟ ଫୁଲିବା, ଭୋକ ନ ଲାଗିବା ଆଦି ଲକ୍ଷଣ ଦେଖାଯାଏ। ସେହିପରି ଓଜନ କମ୍‌ ହେବା, ପାଦ ଫୁଲିବା, ଆଖି ଓ ତ୍ବଚା ହଳଦିଆ ପଡ଼ିବା, ବାନ୍ତି ଲାଗିବା ପରି ଅନୁଭବ ଆଦି ଲକ୍ଷଣ ଦେଖାଯାଏ।

ତେଣୁ ଉପରୋକ୍ତ ଲକ୍ଷଣ ଅନୁଭବ କଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରିବା ଆବଶ୍ୟକ। ଏହାବାଦ୍‌ ଜୀବନଶୈଳୀରେ ପରିବର୍ତ୍ତନ, ସନ୍ତୁଳିତ ଖାଦ୍ୟ ଗ୍ରହଣ, ମଦ୍ୟପାନ ଅଭ୍ୟାସକୁ ବନ୍ଦ କରିବା, ଓଜନ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରି। ଏହି ରୋଗର ପ୍ରାରମ୍ଭିକ ଅବସ୍ଥାରୁ ଲକ୍ଷଣକୁ ଚିହ୍ନି ଚିକିତ୍ସା କରିବା ସବୁଠୁ ଭଲ ଉପାୟ।

https://www.thesakala.in/health/health-care-fatty-liver-grade-3-symptoms-causes-treatments/article-41114
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp