ଶୀତଦିନେ ମର୍ଣ୍ଣିଂୱାକ୍‌ ପାଇଁ ସତର୍କତା…

The Sakala Picture
Published On

ଫିଟ୍‌ ରହିବାକୁ ଲୋକେ ନିୟମିତ ବ୍ୟାୟାମ କରନ୍ତି। ବ୍ୟାୟାମ ଯୋଗୁଁ ଲୋକେ କେବଳ ରୋଗମୁକ୍ତ ରୁହନ୍ତି ତାହା ନୁହେଁ, ଏହା ଚାପସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରେ। ତେଣୁ ଶୀତ ହେଉ କି ଗ୍ରୀଷ୍ମ ଅଧିକାଂଶ ସକାଳୁ ସକାଳୁ ଚାଲିବା ଅଭ୍ୟାସ ରଖନ୍ତି। ହେଲେ ଶୀତଦିନେ ସକାଳୁ ଚାଲିବା ସମୟରେ କିଛି ତ୍ରୁଟି ସ୍ବାସ୍ଥ୍ୟ ପାଇଁ ବିପଦକୁ ଟାଣିଆଣେ। ଏହାକୁ ଅଣଦେଖା କରିବା ଅନୁଚିତ। ଜାଣିବା ସେ ବିଷୟରେ…. ଅଧିକାଂଶ ଶୀତଦିନେ, ମର୍ଣ୍ଣିଂୱାକ୍‌ ଯିବା ସମୟରେ କମ୍‌ […]

ଫିଟ୍‌ ରହିବାକୁ ଲୋକେ ନିୟମିତ ବ୍ୟାୟାମ କରନ୍ତି। ବ୍ୟାୟାମ ଯୋଗୁଁ ଲୋକେ କେବଳ ରୋଗମୁକ୍ତ ରୁହନ୍ତି ତାହା ନୁହେଁ, ଏହା ଚାପସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରେ। ତେଣୁ ଶୀତ ହେଉ କି ଗ୍ରୀଷ୍ମ ଅଧିକାଂଶ ସକାଳୁ ସକାଳୁ ଚାଲିବା ଅଭ୍ୟାସ ରଖନ୍ତି। ହେଲେ ଶୀତଦିନେ ସକାଳୁ ଚାଲିବା ସମୟରେ କିଛି ତ୍ରୁଟି ସ୍ବାସ୍ଥ୍ୟ ପାଇଁ ବିପଦକୁ ଟାଣିଆଣେ। ଏହାକୁ ଅଣଦେଖା କରିବା ଅନୁଚିତ। ଜାଣିବା ସେ ବିଷୟରେ….

ଆହୁରି ପଢ଼ନ୍ତୁ: କ'ଣ ଜୁମ୍ବା ପ୍ରକୃତରେ ଏକ ଫୁଲ୍-ବଡି ୱାର୍କଆଉଟ୍ ହୋଇପାରେ? ଜାଣନ୍ତୁ ଫିଟନେସ୍ ବିଶେଷଜ୍ଞଙ୍କ ମତ

ଅଧିକାଂଶ ଶୀତଦିନେ, ମର୍ଣ୍ଣିଂୱାକ୍‌ ଯିବା ସମୟରେ କମ୍‌ ଓ ପତଳା ଟି-ଶାର୍ଟ ପିନ୍ଧି ଯାଆନ୍ତି। ହେଲେ ପରିଶ୍ରମ କରିବା ଦ୍ବାରା ଶରୀର ଗରମ ଲାଗୁଥିଲେ ମଧ୍ୟ ଶୀତଦିନେ ଚାଲିବା ସମୟରେ ଗରମ ପୋଷାକ ପିନ୍ଧିବା ଜରୁରି। ନଚେତ୍‌ ଶୀତଦିନେ ଥଣ୍ଡା ବାୟୁ ତ୍ବଚାରୁ ନମନୀୟତା କମାଇ ଶୁଷ୍କ କରିଦିଏ। ଥଣ୍ଡା, କାଶ, ସର୍ଦ୍ଦି ହେବାର ଆଶଙ୍କା ଅଧÒକ ରହିଥାଏ।

ଆହୁରି ପଢ଼ନ୍ତୁ: ଅତିରିକ୍ତ ଚିନ୍ତା ବା ଓଭରଥିଙ୍କିଙ୍ଗ୍‌ରୁ କେମିତି ପାଇବେ ମୁକ୍ତି? ଜାଣନ୍ତୁ ମନୋବିଜ୍ଞାନୀଙ୍କ ସ୍ୱତନ୍ତ୍ର ଟିପ୍ସ

ଶରୀରରୁ ହାଇଡ୍ରେଟ ରଖନ୍ତୁ: ସାଧାରଣତଃ ଶୀତଦିନେ ଥଣ୍ଡା ପାଗ ଯୋଗୁଁ କମ୍‌ ଶୋଷ ଲାଗିଥାଏ। ଲୋକେ କମ୍‌ ପାଣି ପିଇଥାନ୍ତି। ଏହାଦ୍ବାରା ଶରୀର ଡିହାଇଡ୍ରେଟ୍‌ ହୋଇଯାଏ। ଚର୍ମ ରୁକ୍ଷ ହୋଇଯାଏ, ଶରୀରରୁ ବିଷାକ୍ତ ବର୍ଜ୍ୟ ପଦାର୍ଥ ବାହାରିପାରେ ନାହିଁ। ତେଣୁ ଶୀତଦିନେ ମର୍ଣ୍ଣିଂୱାକ୍‌ କରିବା ପୂର୍ବରୁ ଶରୀରରୁ ହାଇଡ୍ରେଟ୍‌ ରଖିବା ଜରୁରି। ସକାଳୁ ଉଠିବା ପରେ ୧ ଗ୍ଲାସ ପାଣି ପିଇବାକୁ ଭୁଲନ୍ତୁନି। ଶୀତଦିନେ ୮ରୁ ୧୦ ଗ୍ଲାସ ପାଣି ପିଇବା ଉଚିତ। ପ୍ରତିଦିନ ୧୦ରୁ ୧୫ ମିନିଟ୍‌ ସୂର୍ଯ୍ୟକିରଣରେ ବସିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ।

ଆହୁରି ପଢ଼ନ୍ତୁ: ଆର୍ଟିଫିସିଆଲ୍ ସ୍ୱିଟନର୍‌ର ବ୍ୟବହାର: ଡାଇବେଟିସ ରୋଗୀଙ୍କ ପାଇଁ ଭଲ ନା ଖରାପ?

ମାସ୍କ ପିନ୍ଧିବାକୁ ଭୁଲନ୍ତୁନି: ଶୀତଦିନେ ଭୋରୁ ମର୍ଣ୍ଣିଂୱାକ୍‌ରେ ଯିବା ସମୟରେ ମାସ୍କ ପିନ୍ଧିବାକୁ ଭୁଲନ୍ତୁନି। ଏହାଦ୍ବାରା ସଂକ୍ରମଣ ହେବାର ଭୟ କମ୍‌ ରହିଥାଏ। ଅଧିକ କୁହୁଡ଼ି ପଡ଼ିଥିଲେ, ମର୍ଣ୍ଣିଂୱାକ୍‌ ସମୟ ବଦଳାଇପାରିବେ। ଏହାଦ୍ବାରା ଶରୀର ସୁସ୍ଥ ରହିଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp