ମନୋରଞ୍ଜନ
ଓଡ଼ିଶା
ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ ପଣସ ମଞ୍ଜି, ରହିଛି ଅନେକ ପ୍ରକାର ପୋଷକତତ୍ତ୍ବ….
ପଣସ କଠା ଓ ପାଚିଲା ପଣସ ଭଳି ପଣସ ମଞ୍ଜିରେ ଅନେକ ପ୍ରକାର ପୋଷକତତ୍ତ୍ବ ଥାଏ। ତେଣୁ ପଣସମଞ୍ଜିକୁ ଫୋପାଡ଼ିବାର ଭୁଲ୍ କରନ୍ତୁ ନାହିଁ। ଏହାକୁ ତରକାରୀ କରି ଖାଇପାରିବେ। ତେବେ ଆସନ୍ତୁ ଜାଣିବା ପଣସମଞ୍ଜି ଦ୍ବାରା କ’ଣ ସବୁ ସ୍ବାସ୍ଥ୍ୟଲାଭ ମିଳିପାରିବ। –ପଣସ ମଞ୍ଜିରେ ଭରପୂର ମାତ୍ରାରେ ଫାଇବର୍ ଥାଏ। ତେଣୁ ଏହା ହଜମ ଶକ୍ତିକୁ ଦୃଢ଼ କରିଥାଏ। –ତ୍ବଚା ଓ କେଶ ପାଇଁ ଏହା ଲାଭଦାୟକ। –ପଣସ ମଞ୍ଜିରେ ଭିଟାମିନ୍ ବି ରହିଥାଏ। ଏହାକୁ […]
ପଣସ କଠା ଓ ପାଚିଲା ପଣସ ଭଳି ପଣସ ମଞ୍ଜିରେ ଅନେକ ପ୍ରକାର ପୋଷକତତ୍ତ୍ବ ଥାଏ। ତେଣୁ ପଣସମଞ୍ଜିକୁ ଫୋପାଡ଼ିବାର ଭୁଲ୍ କରନ୍ତୁ ନାହିଁ। ଏହାକୁ ତରକାରୀ କରି ଖାଇପାରିବେ। ତେବେ ଆସନ୍ତୁ ଜାଣିବା ପଣସମଞ୍ଜି ଦ୍ବାରା କ’ଣ ସବୁ ସ୍ବାସ୍ଥ୍ୟଲାଭ ମିଳିପାରିବ।
ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା
–ପଣସ ମଞ୍ଜିରେ ଭରପୂର ମାତ୍ରାରେ ଫାଇବର୍ ଥାଏ। ତେଣୁ ଏହା ହଜମ ଶକ୍ତିକୁ ଦୃଢ଼ କରିଥାଏ।
–ତ୍ବଚା ଓ କେଶ ପାଇଁ ଏହା ଲାଭଦାୟକ।
–ପଣସ ମଞ୍ଜିରେ ଭିଟାମିନ୍ ବି ରହିଥାଏ। ଏହାକୁ ଖାଇବା ଦ୍ବାରା ଶରୀରର ଶକ୍ତି ସହିତ କୋଷଗୁଡ଼ିକ ବିକାଶ ହୋଇଥାଏ। ମସ୍ତିଷ୍କର କାର୍ଯ୍ୟ ପ୍ରଣାଳୀ ମଧ୍ୟ ପ୍ରଭାବିତ ହୋଇଥାଏ।
–ପଣସ ମଞ୍ଜିରେ ଥିବା ଆଇରନ୍ ରକ୍ତରେ ହିମୋଗ୍ଲୋବିନ୍ ସ୍ତରକୁ ବଢ଼ାଇଥାଏ, ଯାହାଦ୍ବାରା ରକ୍ତହୀନତା ଦୂର ହୁଏ।
–ପ୍ରୋଟିନ୍ରେ ଭରପୂର ପଣସ ମଞ୍ଜି ଖାଇବା ଦ୍ବାରା ଭୋକ ନିୟନ୍ତ୍ରଣ ହୋଇଥାଏ।
–ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ପାଇଁ ପଣସ ମଞ୍ଜି ଖାଆନ୍ତୁ।






