ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ ବାଇଗଣୀ ରଙ୍ଗର ଫଳ ଓ ପନିପରିବା….

The Sakala Picture
Published On

ଆଜିକାଲିର ଅନିୟମିତ ଜୀବନଶୈଳୀ ଓ ଅସ୍ବାସ୍ଥ୍ୟକର ଖାଦ୍ୟ ଯୋଗୁଁ ଅନେକ ପ୍ରକାର ରୋଗ ସୃଷ୍ଟି ହୋଇଥାଏ। ତେଣୁ ସୁସ୍ଥ ରହିବା ପାଇଁ ସମସ୍ତେ ଅନେକ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। ଖାଦ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ ଜୀବନଶୈଳୀରେ ସୁଧାର ଆଣିବା ସହିତ କିଛି ବାଇଗଣୀ ରଙ୍ଗର ଫଳ ଓ ପନିପରିବାକୁ ଖାଦ୍ୟ ତାଲିକାରେ ସାମିଲ କରିବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇ ବିଭିନ୍ନ ପ୍ରକାର ସଂକ୍ରମଣ ଦୂର ହୋଇପାରିବ। – ବାଇଗଣୀ ରଙ୍ଗର ପରିବା […]

ଆଜିକାଲିର ଅନିୟମିତ ଜୀବନଶୈଳୀ ଓ ଅସ୍ବାସ୍ଥ୍ୟକର ଖାଦ୍ୟ ଯୋଗୁଁ ଅନେକ ପ୍ରକାର ରୋଗ ସୃଷ୍ଟି ହୋଇଥାଏ। ତେଣୁ ସୁସ୍ଥ ରହିବା ପାଇଁ ସମସ୍ତେ ଅନେକ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। ଖାଦ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ ଜୀବନଶୈଳୀରେ ସୁଧାର ଆଣିବା ସହିତ କିଛି ବାଇଗଣୀ ରଙ୍ଗର ଫଳ ଓ ପନିପରିବାକୁ ଖାଦ୍ୟ ତାଲିକାରେ ସାମିଲ କରିବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇ ବିଭିନ୍ନ ପ୍ରକାର ସଂକ୍ରମଣ ଦୂର ହୋଇପାରିବ।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

– ବାଇଗଣୀ ରଙ୍ଗର ପରିବା ତାଲିକାରେ ସର୍ବପ୍ରଥମେ ଆସୁଛି ବିଟ୍‌, ଯେଉଁଥିରେ ଭିଟାମିନ୍‌, ମିନେରାଲ୍ସ ଓ ଆଣ୍ଟିଅକ୍ସିଡାଣ୍ଟ୍‌ ପ୍ରଚୁର ମାତ୍ରାରେ ମିଳିଥାଏ। ଏହାକୁ ଖାଇବା ଦ୍ବାରା କିମ୍ବା ଏହାର ଜୁସ୍‌ ପିଇବା ଦ୍ବାରା ରକ୍ତରେ ହିମୋଗ୍ଲୋବିନ୍‌ ପରିମାଣ ବଢ଼ିଥାଏ ଏବଂ ବିଭିନ୍ନ ପ୍ରକାର ରୋଗ ସଂକ୍ରମଣର ଆଶଙ୍କା ଦୂର ହୁଏ। ଏହାକୁ ସାଲାଡ୍‌ ଭାବେ ଖାଇବା ଆହୁରି ଉତ୍ତମ ହୋଇଥାଏ।

-ବାଇଗଣୀ ରଙ୍ଗର ପତ୍ରକୋବି ମଧ୍ୟ ବେଶ୍‌ ସ୍ବାସ୍ଥ୍ୟପ୍ରଦ। ଶରୀରର କୌଣସି ଅଂଶରେ ଫୁଲି ଯାଇଥÒଲେ କିମ୍ବା ଦରଜ ହେଉଥÒଲେ, ବାଇଗଣୀ ରଙ୍ଗର ପତ୍ରକୋବିକୁ ଖାଇବା ଆବଶ୍ୟକ। ଏହାକୁ ରାନ୍ଧି କିମ୍ବା ସାଲାଡ୍‌ ଭାବେ ଖାଇପାରିବେ।

-ବାଇଗଣୀ ରଙ୍ଗର ଅଙ୍ଗୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

-ବାଇଗଣୀ ରଙ୍ଗର ବାଇଗଣ ମଧ୍ୟ ସ୍ବାସ୍ଥ୍ୟ ପକ୍ଷେ ଲାଭଦାୟକ। ଏଥିରେ ଥିବା ମାଙ୍ଗାନିଜ୍‌, ଥାମାଇନ୍‌, ବି-୬ ଏବଂ କପର୍‌ ଶରୀରର ମେଟାବୋଲିଜିମ୍‌ ସ୍ତରକୁ ନିୟନ୍ତ୍ରଣରେ ରଖିବା ସହିତ ହାଡ଼କୁ ମଜ୍‌ବୁତ୍‌ କରିଥାଏ।

-ବାଇଗଣୀ ରଙ୍ଗର କନ୍ଦମୂଳ ସ୍ବାସ୍ଥ୍ୟ ପାଇଁ ବେଶ୍‌ ହିତକର। ୧୦୦ ଗ୍ରାମ୍‌ କନ୍ଦମୂଳରେ ୧୧୮ କ୍ୟାଲୋରି ଥାଏ। ଭିଟାମିନ୍‌ ବି କମ୍ପପ୍ଲେକ୍ସର ବଡ଼ ସ୍ରୋତ କନ୍ଦମୂଳ ଖାଇବା ଦ୍ବାରା ହଜମଜନିତ ଅନେକ ସମସ୍ୟା ଦୂର ହୁଏ।

-ବାଇଗଣୀ ରଙ୍ଗର ଫଳ ଓ ପନିପରିବାରେ ଆଣ୍ଟି ଏଜିଙ୍ଗ୍‌ ଗୁଣ ଥିବାରୁ ଏହା ତ୍ବଚାଜନିତ ଅନେକ ସମସ୍ୟାର ସମାଧାନ କରିଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp