ଦୁଇ ରାତିର ସମ୍ପୂର୍ଣ୍ଣ ନିଦ ଦ୍ୱାରା ଆମ ଭାଷାରେ ଯୋଡ଼ି ହେଉଛି ଆଉ ଏକ ନୂତନ ଶବ୍ଦ: ୟୁନିଭର୍ସିଟି ଅଫ୍‌ ୟାର୍କ

The Sakala Picture
Published On

ଏକ ନୂତନ ଗବେଷଣାରୁ ଜଣାପଡ଼ିଛି ଯେ, ନିଦ ଓ ସ୍ବପ୍ନର ସିଧା ସମ୍ପର୍କ ଭାଷା ସହିତ ରହିଛି। ଭଲ ନିଦ ଭାଷାକୁ ମାର୍ଜିତ ତଥା ଉନ୍ନତ କରିଥାଏ। ୟୁନିଭର୍ସିଟି ଅଫ୍‌ ୟାର୍କ ପକ୍ଷରୁ ହୋଇଥିବା ଏକ ପରୀକ୍ଷଣରୁ ଜଣାପଡ଼ିଛି ଯେ, ଦୁଇ ରାତିର ସମ୍ପୂର୍ଣ୍ଣ ନିଦ ଦ୍ବାରା ଆମ ଭାଷାରେ ଆଉ ଏକ ନୂତନ ଶବ୍ଦ ଯୋଡ଼ି ହେଉଛି। ଏହି ପ୍ରକ୍ରିୟା ସାରା ଜୀବନ ଚାଲିଥାଏ। ନିଦ ଦ୍ବାରା ଆମର ଭାଷା ଅପ୍‌ଡେଟ୍‌ ହୋଇଥାଏ। ଅବଚେତନ ମସ୍ତିଷ୍କ […]

ଏକ ନୂତନ ଗବେଷଣାରୁ ଜଣାପଡ଼ିଛି ଯେ, ନିଦ ଓ ସ୍ବପ୍ନର ସିଧା ସମ୍ପର୍କ ଭାଷା ସହିତ ରହିଛି। ଭଲ ନିଦ ଭାଷାକୁ ମାର୍ଜିତ ତଥା ଉନ୍ନତ କରିଥାଏ। ୟୁନିଭର୍ସିଟି ଅଫ୍‌ ୟାର୍କ ପକ୍ଷରୁ ହୋଇଥିବା ଏକ ପରୀକ୍ଷଣରୁ ଜଣାପଡ଼ିଛି ଯେ, ଦୁଇ ରାତିର ସମ୍ପୂର୍ଣ୍ଣ ନିଦ ଦ୍ବାରା ଆମ ଭାଷାରେ ଆଉ ଏକ ନୂତନ ଶବ୍ଦ ଯୋଡ଼ି ହେଉଛି। ଏହି ପ୍ରକ୍ରିୟା ସାରା ଜୀବନ ଚାଲିଥାଏ। ନିଦ ଦ୍ବାରା ଆମର ଭାଷା ଅପ୍‌ଡେଟ୍‌ ହୋଇଥାଏ। ଅବଚେତନ ମସ୍ତିଷ୍କ ଶବ୍ଦ ପ୍ରତି ଆକର୍ଷିତ ହୋଇଥାଏ। ୧୦ ବର୍ଷ ବୟସ ପର୍ଯ୍ୟନ୍ତ ଏହି ପ୍ରତିକ୍ରିୟା ଅଧିକ ତୀବ୍ରଗତିରେ ହୋଇଥାଏ। ତେଣୁ ଭାଷାର ବିକାଶ ପାଇଁ ପିଲାଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ନିଦ ଆବଶ୍ୟକ ବୋଲି ଗବେଷକମାନେ କହୁଛନ୍ତି।

ଆହୁରି ପଢ଼ନ୍ତୁ: ଗର୍ଭାବସ୍ଥାରେ ଶରୀରରେ ଆସିଥାଏ ଅନେକ ପରିବର୍ତ୍ତନ: ନିଦ୍ରାହୀନତା ଠାରୁ ହୃଦସ୍ପନ୍ଦନ ବୃଦ୍ଧି, ଜାଣନ୍ତୁ ସବିଶେଷ ତଥ୍ୟ

ଏହି ଗବେଷଣାର ପ୍ରମୁଖ ମନୋବୈଜ୍ଞାନିକ ପ୍ରଫେସର୍‌ ଗେରେଥ୍‌ ଗେସ୍‌କେଲ୍‌ କହିଛନ୍ତି ଯେ, ନିଦରେ ବିଭିନ୍ନ ପ୍ରକାର ଧ୍ବନି ଶୁଣିବାକୁ ମିଳିଥାଏ, ଯାହାକି ଅନେକ ଭାଷାରେ ଆସିଥାଏ। ସ୍ବପ୍ନରେ ଅନେକଥର କେତେଜଣ ଏମିତି କିଛି ଭାଷା ଶବ୍ଦର ପ୍ରୟୋଗ କରନ୍ତି, ଯାହାକି ସେମାନେ ଭଲ ଭାବେ ଜାଣିନାହାନ୍ତି। କିନ୍ତୁ ସ୍ବପ୍ନରେ ତାହା ସମ୍ପୂର୍ଣ୍ଣ ଠିକ୍‌ ହୋଇଥାଏ। ଉଦାହରଣ ସ୍ବରୂପ, ଇଂରାଜୀ କିମ୍ବା ହିନ୍ଦୀ ଭାଷାକୁ ଆମେ ବାସ୍ତବରେ ଭଲ ଭାବେ ନ କହିପାରିଲେ ମଧ୍ୟ ସ୍ବପ୍ନରେ ତାହାକୁ ସମ୍ପୂର୍ଣ୍ଣ ନିର୍ଭୁଲ୍‌ ଭାବେ କହିବାର କ୍ଷମତା ବୃଦ୍ଧି ପାଏ। କାରଣ ସ୍ବପ୍ନ ଦେଖିବା ସମୟରେ ମସ୍ତିଷ୍କ ଅବଚେତନ ଅବସ୍ଥାରେ ଥାଏ ଏବଂ ଏହି ଅବସ୍ଥାରେ ଅନେକ ଶବ୍ଦ ଲୁକ୍କାୟିତ ହୋଇ ରହିଥାଏ। ଏମିତି ବି କିଛି ଭାଷା ଅଛି, ଯାହାକି ଆମେ କେବେ କହିନାହାନ୍ତି, କିନ୍ତୁ ଆଖପାଖରୁ ଶୁଣିଛନ୍ତି। ସେହି ଭାଷା ଶବ୍ଦଗୁଡ଼ିକ ମସ୍ତିଷ୍କ ଭିତରେ ସଂରକ୍ଷିତ ହୋଇ ରହିଥାଏ କିମ୍ବା ମସ୍ତିଷ୍କ ସେହିସବୁ ଭାଷାଗୁଡ଼ିକ ସହ ପରିଚିତ। ତେଣୁ ଅନେକ ଥର ଅନ୍ୟ ଭାଷାଭାଷୀ ସ୍ବପ୍ନ ମଧ୍ୟ ଆସିଥାଏ। ଉକ୍ତ ବ୍ୟକ୍ତି ସେହି ଭାଷାରେ ବାର୍ତ୍ତାଳାପ କରିବାେର ସକ୍ଷମ ହୁଏ।

ଆହୁରି ପଢ଼ନ୍ତୁ: ମଧୁମେହ ରୋଗୀଙ୍କ ପାଇଁ କେଉଁ ଜଳଖିଆ ଠିକ୍? ସକାଳେ ଏହି ୩ଟି ଖାଦ୍ୟ ଖାଆନ୍ତୁ ଏବଂ ୩ଟିରୁ ଦୂରେଇ ରୁହନ୍ତୁ

ଅଧ୍ୟୟନରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଯେଉଁମାନେ କହିପାରନ୍ତି ନାହିଁ କିମ୍ବା ଶୁଣିପାରନ୍ତି ନାହିଁ, ସେମାନେ ମଧ୍ୟ ସ୍ବପ୍ନରେ ନିଜ ମାତୃଭାଷା ସହିତ ଅନ୍ୟ ଭାଷାରେ କଥା ହୋଇପାରନ୍ତି। ଯେତେବେଳେ ଆମେ କୌଣସି ନୂତନ ଶବ୍ଦ ଶିଖିଥାଉ, ସେତେେବଳେ ତାହାକୁ ମସ୍ତିଷ୍କ ଗ୍ରହଣ କରିନିଏ। ନିଦରେ ସେହିସବୁ ଶବ୍ଦଗୁଡ଼ିକ ପୁଣିଥରେ ମନକୁ ଆସେ। ଏଥିପାଇଁ ମସ୍ତିଷ୍କ ଶାନ୍ତ ରହିବ ଉଚିତ। ଗଭୀର ନିଦ ହିଁ ମସ୍ତିଷ୍କକୁ ଶାନ୍ତ ରଖିଥାଏ ଏବଂ ନୂତନ ଶବ୍ଦ ସହିତ ତାଳମେଳ ରହେ। ଏହି ଅଧ୍ୟୟନ ପାଇଁ କେତେଜଣ ଲୋକଙ୍କୁ ମାତୃଭାଷା ସହିତ ନୂତନ ଭାଷାର କିଛି ଶବ୍ଦ ଶୁଣାଇ ଦିଆଗଲା। ଏହାପରେ ସେମାନେ ଗଭୀର ନିଦରେ ଥିବା ସମୟରେ ଇଇଜି ଦ୍ବାରା ସେମାନଙ୍କର ମସ୍ତିଷ୍କକୁ ସ୍କାନ୍‌ କରାଗଲା। ଦେଖିବାକୁ ମିଳିଲା ଯେ, କୋଡ୍‌ ଭାବେ ସେହି ସବୁ ଶବ୍ଦ ପୁଣିଥରେ ସେମାନଙ୍କର ମସ୍ତିଷ୍କ ଭିତରକୁ ଆସିଯାଇଥିଲା।

ଆହୁରି ପଢ଼ନ୍ତୁ: ୩୦ ପରେ ବି କେମିତି ରହିବେ ସୁପର ଫିଟ୍? ଜାଣନ୍ତୁ ଏକ୍ସପର୍ଟ ମାନଙ୍କ ଏହି ଖାସ୍ ଟିପ୍ସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର