ଆଖିରୁ ଜାଣିହେବ ହୃଦ୍‌ରୋଗର ପ୍ରାଥମିକ ଲକ୍ଷଣ….

The Sakala Picture
Published On

ଯେ କୌଣସି ସ୍ବାସ୍ଥ୍ୟ ସମସ୍ୟା ହେଉ ନା କାହିଁକି, ଡାକ୍ତର ପ୍ରଥମେ ଆଖି ପରିକ୍ଷା କରିଥାନ୍ତି। କାରଣ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାର ଲକ୍ଷଣ ଆଖିରୁ ଜଣାପଡ଼େ। ହୃଦ୍‌ରୋଗ ବା କାର୍ଡିଓ ଭାସ୍କୁଲାର୍‌ ରୋଗର ଲକ୍ଷଣ ମଧ୍ୟ ଆଖିରୁ ଜଣାପଡ଼ିଥାଏ। ହୃତ୍‌ପିଣ୍ଡ ସମ୍ପର୍କିତ କିଛି ରୋଗ ପାଇଁ ଦୃଷ୍ଟିଶକ୍ତି ମଧ୍ୟ ଚାଲିଯାଇପାରେ। ତେଣୁ ଆଖି ସହିତ କିଭଳି ଭାବେ ହୃଦ୍‌ରୋଗର ସମ୍ପର୍କ ରହିଛି, ଏ ବିଷୟରେ କିଛି ତଥ୍ୟ ଜାଣି ରଖିବା ଉଚିତ। ଉଚ୍ଚ ରକ୍ତଚାପ ଉଚ୍ଚ […]

ଯେ କୌଣସି ସ୍ବାସ୍ଥ୍ୟ ସମସ୍ୟା ହେଉ ନା କାହିଁକି, ଡାକ୍ତର ପ୍ରଥମେ ଆଖି ପରିକ୍ଷା କରିଥାନ୍ତି। କାରଣ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାର ଲକ୍ଷଣ ଆଖିରୁ ଜଣାପଡ଼େ। ହୃଦ୍‌ରୋଗ ବା କାର୍ଡିଓ ଭାସ୍କୁଲାର୍‌ ରୋଗର ଲକ୍ଷଣ ମଧ୍ୟ ଆଖିରୁ ଜଣାପଡ଼ିଥାଏ। ହୃତ୍‌ପିଣ୍ଡ ସମ୍ପର୍କିତ କିଛି ରୋଗ ପାଇଁ ଦୃଷ୍ଟିଶକ୍ତି ମଧ୍ୟ ଚାଲିଯାଇପାରେ। ତେଣୁ ଆଖି ସହିତ କିଭଳି ଭାବେ ହୃଦ୍‌ରୋଗର ସମ୍ପର୍କ ରହିଛି, ଏ ବିଷୟରେ କିଛି ତଥ୍ୟ ଜାଣି ରଖିବା ଉଚିତ।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

ଉଚ୍ଚ ରକ୍ତଚାପ
ଉଚ୍ଚ ରକ୍ତଚାପର ସମସ୍ୟା ବୃଦ୍ଧି ପାଇଲେ ଆଖିରେ ବିଭିନ୍ନ ରୋଗ ହୋଇଥାଏ। ଏହି ରୋଗରେ ଆଖିର ସ୍ନାୟୁଗୁଡ଼ିକରୁ ରକ୍ତ ବାହାରିଥାଏ। ଆଖପାଖ ସ୍ଥାନ ଫୁଲିଯାଏ। ରକ୍ତ ଜମାଟ ବାନ୍ଧିବା ଭଳି ଦେଖାଯାଏ। ଅନେକ ସମୟରେ ଉଚ୍ଚ ରକ୍ତଚାପ ସମସ୍ୟା ଅଧÒକ ହେଲେ, ଆଖÒର ସ୍ନାୟୁ କ୍ଷତିଗ୍ରସ୍ତ ହୋଇ ଦୃଷ୍ଟିଶକ୍ତି ଚାଲିଯିବାର ଆଶଙ୍କା ମଧ୍ୟ ଥାଏ।

ରେଟିନାର ସଙ୍କୋଚନ
ଯେତେବେଳେ ଏଥେରୋସ୍କେଲେରୋଟିକ୍‌ ନାମକ ହୃଦ୍‌ରୋଗ ହୋଇଥାଏ, ସେତେେବଳେ ଆଖିର ମାଂସପେଶୀ ଉପରେ ପ୍ରଭାବ ପଡ଼େ। ଏହି ରୋଗରେ ରେଟିନା ସଙ୍କୋଚନ ହୋଇ ଶୁଖିଯାଇଥାଏ। ତେଣୁ ଦୃଷ୍ଟି ଶକ୍ତି ଚାଲିଯିବାର ଆଶଙ୍କା ଥାଏ।

ମୋତିଆବିନ୍ଦୁ
ସ୍ବାସ୍ଥ୍ୟ ଗବେଷକମାନେ କହୁଛନ୍ତି ଯେ, ମୋତିଆବିନ୍ଦୁ ସହିତ ହୃଦ୍‌ରୋଗର ଗଭୀର ସମ୍ପର୍କ ଅଛି। ହୃତ୍‌ପିଣ୍ଡରେ କୌଣସି ସମସ୍ୟା ଦେଖାଗଲେ, ଏହାର ପ୍ରାଥମିକ ଲକ୍ଷଣ ଭାବେ ଆଖିରେ ମୋତିଆବିନ୍ଦୁ ହୋଇଥାଏ। ଏହାର ଅପରେସନ୍‌ ସମ୍ଭବ ହେଲେ ମଧ୍ୟ ହୃଦ୍‌ରୋଗରେ ଅନେକ ଲୋକ ମୃତ୍ୟୁମୁଖରେ ପଡ଼ିଥାନ୍ତି।

ଆଖି ପାଖରେ ଧଳା ଦାଗ
ଯେତେେବଳେ ରକ୍ତରେ କ୍ଷତିକାରକ କୋଲେଷ୍ଟ୍ରଲ୍‌ ଜମା ହୁଏ, ସେତେେବଳେ ଏହାର ଲକ୍ଷଣ ଭାବେ ଆଖିପତା ଉପରେ ବା ଆଖି ପାଖରେ ବ୍ଲଡ୍‌ ଭେସଲ୍ସ ଦ୍ବାରା ଚର୍ବି ଜମା ହୋଇଯାଏ। ଏହି ଚର୍ବି ଯୋଗୁଁ ଧଳା ଦାଗ ଦେଖାଯାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp