ସ୍ବର ମାଧ୍ୟମରେ ଚିହ୍ନଟ ହେବ ରୋଗ

The Sakala Picture
Published On

କୌଣସି ରୋଗ ଚିହ୍ନଟ କରିବାପାଇଁ ରକ୍ତ ପରୀକ୍ଷା, ସିଟିସ୍କାନ୍‌, ଇସିଜି ଓ ଅଲ୍‌ଟ୍ରାସାଉଣ୍ଡ୍‌ ଭଳି ଅତ୍ୟାଧୁନିକ ମେସିନ୍‌ର ବ୍ୟବହାର ହେଉଛି। କିନ୍ତୁ ଆଗାମୀ ଦିନରେ ସ୍ବର ମାଧ୍ୟମରେ ରୋଗ ଚିହ୍ନଟ ହୋଇପାରିବ ବୋଲି ସ୍ବାସ୍ଥ୍ୟ ବିଜ୍ଞାନୀମାନେ ସୂଚନା ଦେଇଛନ୍ତି। ଆମେରିକାର ଫ୍ଲୋରିଡା ବିଶ୍ବବିଦ୍ୟାଳୟର ‘ହେଲ୍‌ଥ ଭଏସ୍‌ ସେଣ୍ଟର୍‌’ ପକ୍ଷରୁ ନିକଟ ଅତୀତରେ ଏ ସମ୍ପର୍କିତ ଏକ ନୂତନ ଗବେଷଣା କରାଯାଇଥିଲା। ଏହି ଗବେଷଣାରେ ପ୍ରାୟ ୩୦ ହଜାର ପ୍ରକାରର ସ୍ବରକୁ ନେଇ ଏକ ତଥ୍ୟଭିତ୍ତିକ ବିଶ୍ଳେଷଣ ପ୍ରସ୍ତୁତ […]

କୌଣସି ରୋଗ ଚିହ୍ନଟ କରିବାପାଇଁ ରକ୍ତ ପରୀକ୍ଷା, ସିଟିସ୍କାନ୍‌, ଇସିଜି ଓ ଅଲ୍‌ଟ୍ରାସାଉଣ୍ଡ୍‌ ଭଳି ଅତ୍ୟାଧୁନିକ ମେସିନ୍‌ର ବ୍ୟବହାର ହେଉଛି। କିନ୍ତୁ ଆଗାମୀ ଦିନରେ ସ୍ବର ମାଧ୍ୟମରେ ରୋଗ ଚିହ୍ନଟ ହୋଇପାରିବ ବୋଲି ସ୍ବାସ୍ଥ୍ୟ ବିଜ୍ଞାନୀମାନେ ସୂଚନା ଦେଇଛନ୍ତି। ଆମେରିକାର ଫ୍ଲୋରିଡା ବିଶ୍ବବିଦ୍ୟାଳୟର ‘ହେଲ୍‌ଥ ଭଏସ୍‌ ସେଣ୍ଟର୍‌’ ପକ୍ଷରୁ ନିକଟ ଅତୀତରେ ଏ ସମ୍ପର୍କିତ ଏକ ନୂତନ ଗବେଷଣା କରାଯାଇଥିଲା। ଏହି ଗବେଷଣାରେ ପ୍ରାୟ ୩୦ ହଜାର ପ୍ରକାରର ସ୍ବରକୁ ନେଇ ଏକ ତଥ୍ୟଭିତ୍ତିକ ବିଶ୍ଳେଷଣ ପ୍ରସ୍ତୁତ କରାଯାଇଛି। ଆର୍ଟିଫିସିଆଲ୍‌ ଇଣ୍ଟେଲିେଜନ୍ସ ଦ୍ବାରା ପରିଚାଳିତ ଏହି ନୂତନ ପଦ୍ଧତିର ବ୍ୟବହାର ଦ୍ବାରା ପାରାଲିସିସ୍‌, ଆଲ୍‌ଜାଇମର୍‌ ଓ କ୍ୟାନ୍ସର୍‌ର ଭଳି ଜଟିଳ ରୋଗର ଆଗୁଆ ସୂଚନା ମିଳିପାରିବ। ବ୍ୟକ୍ତିର ସ୍ବର କେଉଁଭଳି ବାହାରୁଛି, ତାହା କେଉଁ କାରଣ ପାଇଁ ହେଉଛି, ପରୀକ୍ଷା କରାଯିବ। ପରୀକ୍ଷା ଅନୁସାରେ କୌଣସି ରୋଗର ଆଗୁଆ ସୂଚନା ମିଳିପାରିବ।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

ଏହି ନୂତନ ଗବେଷଣାରେ ଜଣାପଡ଼ିଛି ଯେ, ଯେଉଁମାନଙ୍କ ସ୍ବର ଧୀର କିମ୍ବା ପିଚ୍‌ ଟୋନ୍‌ ନିମ୍ନରେ ଥାଏ, ସେମାନେ ଭବିଷ୍ୟତରେ ପାର୍କିସନ୍‌ ରୋଗରେ ପୀଡ଼ିତ ହେବାରେ ଆଶଙ୍କା ଥାଏ। ସ୍ବରରେ ପରିବର୍ତ୍ତନ ହୋଇ ଭାରୀ ଲାଗୁଥÒଲେ, ଆଗାମୀ ଦିନରେ ଷ୍ଟ୍ରୋକ୍‌ ଏବଂ ରହି ରହି ସ୍ବର ବାହାରୁଥିଲେ କିମ୍ବା କଥା ହେଉଥିଲେ ପାରାଲିସିସ୍‌ ହେବାର ଆଶଙ୍କା ରହିଛି। ଗବେଷକମାନେ ୫ଟି ସ୍ତରରେ ସ୍ବରର ସାମ୍ପଲ୍‌କୁ ଏକତ୍ର କରିଛନ୍ତି। ସେଥି ମଧ୍ୟରୁ ତନ୍ତ୍ରିକା ସମ୍ବନ୍ଧୀୟ, ସ୍ବର ସମ୍ବନ୍ଧୀୟ, ମନୋଦଶା ସମ୍ବନ୍ଧୀୟ, ଶ୍ବସନ ସମ୍ବନ୍ଧୀୟ, ଆତ୍ମକୈନ୍ଦ୍ରିକ, ଶିଶୁଙ୍କ ସ୍ବର ଓ କଥା କହିବାରେ ଲାଜୁଆ ପ୍ରବୃତ୍ତି ଭିତ୍ତିକ ସ୍ବରକୁ ମଧ୍ୟ ରେକର୍ଡ କରାଯାଇ, ତାହାର ତର୍ଜମା କରାଯାଇଛି ଏବଂ କେଉଁ ସ୍ବାସ୍ଥ୍ୟ ସମସ୍ୟା ପାଇଁ ଏହି ସ୍ବର ଆସୁଛି, ତାହାକୁ ପରୀକ୍ଷା କରାଯାଇଛି। ଏହିଭଳି ଅନ୍ୟ କେତେକ ସ୍ବର ଅନୁସାରେ ଭିନ୍ନ ଭିନ୍ନ ରୋଗ ଜାଣିହେବ। ଏହି ପଦ୍ଧତିକୁ ଅତ୍ୟାଧୁନିକ ହସ୍ପିଟାଲ୍‌ରେ କାର୍ଯ୍ୟକ୍ଷମ କରିବା ପାଇଁ ବଡ଼ ବଡ଼ କମ୍ପାନୀ ପକ୍ଷରୁ ଭଏସ୍‌ ଆସିଷ୍ଟାନ୍ସ ପ୍ରସ୍ତୁତ କରିବାର ଯୋଜନା ରଖାଯାଇଛି। ଏହି ପଦ୍ଧତି ସଫଳତାର ସହ କାର୍ଯ୍ୟକ୍ଷମ ହେବା ପରେ ବହୁତ ଜଟିଳ ରୋଗର ଚିକିତ୍ସା ବହୁ ପୂର୍ବରୁ ହୋଇପାରିବ ଏବଂ ରୋଗୀଙ୍କ ଜୀବନ ବଞ୍ଚିପାରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp