ଚିପ୍ସ, କୋଲ୍ଡଡ୍ରିଙ୍କ୍ସ, କୁକିଜ୍‌ ଆଦି ଖାଉଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ… ସ୍ମରଣଶକ୍ତି ଉପରେ ପଡିପାରେ କୁପ୍ରଭାବ

The Sakala Picture
Published On

ଆଜିକାଲି ସମସ୍ତେ ଚିପ୍ସ,କୋଲ୍ଡଡ୍ରିଙ୍କ୍ସ,କୁକିଜ୍‌ ଆଦି ପ୍ରୋସେସ୍‌ଡ୍‌ ଫୁଡ୍‌ ଖାଇବାକୁ ଭଲପାଉଛନ୍ତି। ମାତ୍ର ଏହାର ପ୍ରଭାବ କେବଳ ସ୍ବାସ୍ଥ୍ୟ ନୁହେଁ, ମସ୍ତିଷ୍କ ଉପରେ ମଧ୍ୟ ପଡ଼ୁଛି। ବିଶେଷକରି ସ୍ମରଣଶକ୍ତି ଉପରେ ଏହା କୁପ୍ରଭାବ ପକାଉଥିବା ଏକ ନୂତନ ଗବେଷଣାରୁ ଜଣାପଡ଼ିଛି। ଆଉ ଏ କଥା ଜର୍ଣ୍ଣାଲ ନ୍ୟୁରୋଲୋଜିରେ ପ୍ରକାଶ ପାଇଛି। ଚିପ୍ସ, କୋଲ୍ଡ ଡ୍ରିଙ୍କ୍ସ, କୁକିଜ୍‌ ଆଦି ଖାଦ୍ୟ ଖାଇବା ଦ୍ବାରା ସ୍ମୃତିଶକ୍ତି ହ୍ରାସ ପାଏ। ତା’ସହ ଡିମେନ୍‌ସିଆ ହେବା ଆଶଙ୍କା ବି ବୃଦ୍ଧିପାଏ। ପ୍ରୋସେସଡ୍ ଖାଦ୍ୟରେ ଲୁଣ, […]

ଆଜିକାଲି ସମସ୍ତେ ଚିପ୍ସ,କୋଲ୍ଡଡ୍ରିଙ୍କ୍ସ,କୁକିଜ୍‌ ଆଦି ପ୍ରୋସେସ୍‌ଡ୍‌ ଫୁଡ୍‌ ଖାଇବାକୁ ଭଲପାଉଛନ୍ତି। ମାତ୍ର ଏହାର ପ୍ରଭାବ କେବଳ ସ୍ବାସ୍ଥ୍ୟ ନୁହେଁ, ମସ୍ତିଷ୍କ ଉପରେ ମଧ୍ୟ ପଡ଼ୁଛି। ବିଶେଷକରି ସ୍ମରଣଶକ୍ତି ଉପରେ ଏହା କୁପ୍ରଭାବ ପକାଉଥିବା ଏକ ନୂତନ ଗବେଷଣାରୁ ଜଣାପଡ଼ିଛି। ଆଉ ଏ କଥା ଜର୍ଣ୍ଣାଲ ନ୍ୟୁରୋଲୋଜିରେ ପ୍ରକାଶ ପାଇଛି। ଚିପ୍ସ, କୋଲ୍ଡ ଡ୍ରିଙ୍କ୍ସ, କୁକିଜ୍‌ ଆଦି ଖାଦ୍ୟ ଖାଇବା ଦ୍ବାରା ସ୍ମୃତିଶକ୍ତି ହ୍ରାସ ପାଏ। ତା’ସହ ଡିମେନ୍‌ସିଆ ହେବା ଆଶଙ୍କା ବି ବୃଦ୍ଧିପାଏ। ପ୍ରୋସେସଡ୍ ଖାଦ୍ୟରେ ଲୁଣ, ଚିନି ଓ ଫ୍ୟାଟ୍‌ର ପରିମାଣ ଅଧିକ ଥିବାବେଳେ ପ୍ରୋଟିନ୍ ଓ ଫାଇବର୍‌ ପରିମାଣ କମ୍ ଥାଏ। ଏହାସହ ଏଥିରେ ସାମିଲ ଅଛି ସଫ୍ଟ ଡ୍ରିଙ୍କ୍ସ, ଆଇସ୍‌କ୍ରିମ୍‌, ଲୁଣି ଓ ମିଠାଯୁକ୍ତ ସ୍ନାକ୍ସ, ଚିକେନ୍, ଦହି ଆଦି ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ।

ଆହୁରି ପଢ଼ନ୍ତୁ: ୩ ମାସରେ କମିବ ଓଜନ: ଜାଣନ୍ତୁ କେମିତି ସାହାଯ୍ୟ କରିବ ଲାଉ, କ’ଣ ରହିଛି ଡାଏଟ୍ ପ୍ଲାନ୍

ତେେବ ବ୍ରିଟେନ୍‌ର ୭୨,୦୮୩ ଜଣଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା। ଅଧ୍ୟୟନରେ ଅଂଶ ଗ୍ରହଣ କରିଥିବା ଲୋକମାନଙ୍କର ବୟସ ୫୫ ବର୍ଷ ଥିଲା ଏବଂ ସେମାନଙ୍କଠାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଡିମେନ୍‌ସିଆର କୌଣସି ଲକ୍ଷଣ ନ ଥିବା ଦେଖାଯାଇଥିଲା। ସେହିପରି ସ୍ବଳ୍ପରୁ ଆରମ୍ଭ କରି ଅଧିକ ଅଲଟ୍ରା-ପ୍ରୋସେସଡ୍ ଫୁଡ୍‌ ଖାଉଥିବା ପ୍ରତିଯୋଗୀଙ୍କୁ ଚାରିଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିଲା। ପ୍ରାୟ ୧୦ ବର୍ଷ ଧରି ସେମାନଙ୍କ ଉପରେ ନଜର ରଖାଯାଇଥିଲା। ଗବେଷଣା ଶେଷରେ ତନ୍ମଧ୍ୟରୁ ୫୧୮ଜଣ ଡିମେନ୍‌ସିଆରେ ପୀଡ଼ିତ ଥିବାର ଦେଖାଯାଇଥିଲା। କେବଳ ଅଲଟ୍ରା ପ୍ରୋସେସ୍‌ଡ୍‌ ଫୁଡ୍‌କୁ ଡିମେନ୍‌ସିଆ ବୃଦ୍ଧିର କାରଣ ସହ ଯୋଡ଼ା ଯାଇନାହିଁ, ଏହା ପ୍ରତିବଦଳରେ ପୁଷ୍ଟିକର ଖାଦ୍ୟାଭାସ ଦ୍ବାରା ଡିମେନ୍‌ସିଆ ଆଶଙ୍କାକୁ କମ୍ କରାଯାଇପାରିବ ବୋଲି ଗବେଷକମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଡାଇବେଟିସ୍, ଫ୍ୟାଟି ଲିଭର୍ ଓ ହୃଦରୋଗର ମୂଳ କାରଣ ସାଜୁଛି ‘ସାଇଲେଣ୍ଟ୍ ଇନଫ୍ଲାମେସନ୍’, ଜାଣନ୍ତୁ କିପରି ରହିବେ ସୁସ୍ଥ

26 Aug 2022 By The Sakala

ଚିପ୍ସ, କୋଲ୍ଡଡ୍ରିଙ୍କ୍ସ, କୁକିଜ୍‌ ଆଦି ଖାଉଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ… ସ୍ମରଣଶକ୍ତି ଉପରେ ପଡିପାରେ କୁପ୍ରଭାବ

ଆଜିକାଲି ସମସ୍ତେ ଚିପ୍ସ,କୋଲ୍ଡଡ୍ରିଙ୍କ୍ସ,କୁକିଜ୍‌ ଆଦି ପ୍ରୋସେସ୍‌ଡ୍‌ ଫୁଡ୍‌ ଖାଇବାକୁ ଭଲପାଉଛନ୍ତି। ମାତ୍ର ଏହାର ପ୍ରଭାବ କେବଳ ସ୍ବାସ୍ଥ୍ୟ ନୁହେଁ, ମସ୍ତିଷ୍କ ଉପରେ ମଧ୍ୟ ପଡ଼ୁଛି। ବିଶେଷକରି ସ୍ମରଣଶକ୍ତି ଉପରେ ଏହା କୁପ୍ରଭାବ ପକାଉଥିବା ଏକ ନୂତନ ଗବେଷଣାରୁ ଜଣାପଡ଼ିଛି। ଆଉ ଏ କଥା ଜର୍ଣ୍ଣାଲ ନ୍ୟୁରୋଲୋଜିରେ ପ୍ରକାଶ ପାଇଛି। ଚିପ୍ସ, କୋଲ୍ଡ ଡ୍ରିଙ୍କ୍ସ, କୁକିଜ୍‌ ଆଦି ଖାଦ୍ୟ ଖାଇବା ଦ୍ବାରା ସ୍ମୃତିଶକ୍ତି ହ୍ରାସ ପାଏ। ତା’ସହ ଡିମେନ୍‌ସିଆ ହେବା ଆଶଙ୍କା ବି ବୃଦ୍ଧିପାଏ। ପ୍ରୋସେସଡ୍ ଖାଦ୍ୟରେ ଲୁଣ, ଚିନି ଓ ଫ୍ୟାଟ୍‌ର ପରିମାଣ ଅଧିକ ଥିବାବେଳେ ପ୍ରୋଟିନ୍ ଓ ଫାଇବର୍‌ ପରିମାଣ କମ୍ ଥାଏ। ଏହାସହ ଏଥିରେ ସାମିଲ ଅଛି ସଫ୍ଟ ଡ୍ରିଙ୍କ୍ସ, ଆଇସ୍‌କ୍ରିମ୍‌, ଲୁଣି ଓ ମିଠାଯୁକ୍ତ ସ୍ନାକ୍ସ, ଚିକେନ୍, ଦହି ଆଦି ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ।

ତେେବ ବ୍ରିଟେନ୍‌ର ୭୨,୦୮୩ ଜଣଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା। ଅଧ୍ୟୟନରେ ଅଂଶ ଗ୍ରହଣ କରିଥିବା ଲୋକମାନଙ୍କର ବୟସ ୫୫ ବର୍ଷ ଥିଲା ଏବଂ ସେମାନଙ୍କଠାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଡିମେନ୍‌ସିଆର କୌଣସି ଲକ୍ଷଣ ନ ଥିବା ଦେଖାଯାଇଥିଲା। ସେହିପରି ସ୍ବଳ୍ପରୁ ଆରମ୍ଭ କରି ଅଧିକ ଅଲଟ୍ରା-ପ୍ରୋସେସଡ୍ ଫୁଡ୍‌ ଖାଉଥିବା ପ୍ରତିଯୋଗୀଙ୍କୁ ଚାରିଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିଲା। ପ୍ରାୟ ୧୦ ବର୍ଷ ଧରି ସେମାନଙ୍କ ଉପରେ ନଜର ରଖାଯାଇଥିଲା। ଗବେଷଣା ଶେଷରେ ତନ୍ମଧ୍ୟରୁ ୫୧୮ଜଣ ଡିମେନ୍‌ସିଆରେ ପୀଡ଼ିତ ଥିବାର ଦେଖାଯାଇଥିଲା। କେବଳ ଅଲଟ୍ରା ପ୍ରୋସେସ୍‌ଡ୍‌ ଫୁଡ୍‌କୁ ଡିମେନ୍‌ସିଆ ବୃଦ୍ଧିର କାରଣ ସହ ଯୋଡ଼ା ଯାଇନାହିଁ, ଏହା ପ୍ରତିବଦଳରେ ପୁଷ୍ଟିକର ଖାଦ୍ୟାଭାସ ଦ୍ବାରା ଡିମେନ୍‌ସିଆ ଆଶଙ୍କାକୁ କମ୍ କରାଯାଇପାରିବ ବୋଲି ଗବେଷକମାନେ କହିଛନ୍ତି।

https://www.thesakala.in/health/be-careful-if-you-are-eating-chips-cold-drinks-cookies/article-14448
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp