ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ପ୍ୟାକେଟ୍‌ ଫଳରସ

The Sakala Picture
Published On

ଆଜିକାଲି ରେଡି ଟୁ ଇଟ୍ ଓ ରେଡି ଟୁ ଡ୍ରିଙ୍କ୍‌ର ପ୍ରଚଳନ ବଢ଼ିଚାଲିଛି। ସକାଳ ଜଳଖିଆରୁ ଆରମ୍ଭ କରି ରାତ୍ରିଭୋଜନ ପର୍ଯ୍ୟନ୍ତ ସବୁ ଖାଦ୍ୟ ପ୍ୟାକେଟ୍‌ ଭିତରେ ଆସୁଛି। ବ୍ୟସ୍ତ ଜୀବନଶୈଳୀରେ ଏହି ଖାଦ୍ୟ ସମୟ ସଞ୍ଚୟ କରୁଥିବାବେଳେ ସ୍ବାସ୍ଥ୍ୟ ଉପରେ ହାନିକାରକ ପ୍ରଭାବ ପକାଇଥାଏ। ତେବେ ପ୍ୟାକେଟ୍‌ ହୋଇଥିବା ଫ୍ରୁଟ୍‌ ଜୁସ୍‌ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରେ। ପ୍ରତିଦିନ ଏହାକୁ ପିଇବା ଉଚିତ ନୁହେଁ। ପ୍ୟାକେଟ୍‌ ଫ୍ରୁଟ୍‌ଜୁସ୍‌କୁ ଅଧିକ ସମୟ ପର୍ଯ୍ୟନ୍ତ ସୁରକ୍ଷିତ କରି […]

ଆଜିକାଲି ରେଡି ଟୁ ଇଟ୍ ଓ ରେଡି ଟୁ ଡ୍ରିଙ୍କ୍‌ର ପ୍ରଚଳନ ବଢ଼ିଚାଲିଛି। ସକାଳ ଜଳଖିଆରୁ ଆରମ୍ଭ କରି ରାତ୍ରିଭୋଜନ ପର୍ଯ୍ୟନ୍ତ ସବୁ ଖାଦ୍ୟ ପ୍ୟାକେଟ୍‌ ଭିତରେ ଆସୁଛି। ବ୍ୟସ୍ତ ଜୀବନଶୈଳୀରେ ଏହି ଖାଦ୍ୟ ସମୟ ସଞ୍ଚୟ କରୁଥିବାବେଳେ ସ୍ବାସ୍ଥ୍ୟ ଉପରେ ହାନିକାରକ ପ୍ରଭାବ ପକାଇଥାଏ। ତେବେ ପ୍ୟାକେଟ୍‌ ହୋଇଥିବା ଫ୍ରୁଟ୍‌ ଜୁସ୍‌ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରେ। ପ୍ରତିଦିନ ଏହାକୁ ପିଇବା ଉଚିତ ନୁହେଁ। ପ୍ୟାକେଟ୍‌ ଫ୍ରୁଟ୍‌ଜୁସ୍‌କୁ ଅଧିକ ସମୟ ପର୍ଯ୍ୟନ୍ତ ସୁରକ୍ଷିତ କରି ରଖିବା ପାଇଁ ସେଥିରେ ଅନେକ ପ୍ରକାର ରାସାୟନିକ ଦ୍ରବ୍ୟ ମିଶା ଯାଇଥାଏ। ଏହା ଶିଶୁଙ୍କ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହାଦ୍ବାରା ଫୁଡ୍‌ ଆଲର୍ଜି ବା ତ୍ବଚା ଆଲର୍ଜି ଦେଖାଦିଏ।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

-ସବୁଦିନେ ପ୍ୟାକେଟ୍‌ ଜୁସ୍‌ ପିଇବା ଦ୍ବାରା ଡାଇରିଆ, କୋଷ୍ଠକାଠିନ୍ୟ, ହଜମଜନିତ ସମସ୍ୟା ସୃଷ୍ଟି ହୋଇଥାଏ। କାରଣ ଏଥିରେ ଫାଇବର୍‌ର ମାତ୍ରା କମ୍ ଥାଏ।

-ପ୍ୟାକେଟ୍‌ ଜୁସ୍‌ ପ୍ରସ୍ତୁତ କରିବା ସମୟରେ, ସେଥିରେ କାର୍ବନିକସ୍‌, କେଡ୍‌ମିୟମ୍‌ ଓ ମର୍‌କରି ଭଳି ରାସାୟନିକ ମିଶିଥାଏ, ଯାହାକି ମସ୍ତିଷ୍କର କାର୍ଯ୍ୟପ୍ରଣାଳୀ ଓ କ୍ଷମତା ଉପରେ କୁପ୍ରଭାବ ପକାଏ।

-ଲଗାତାର ଫ୍ରୁଟ୍‌ଜୁସ୍‌ ପିଇବା ଦ୍ବାରା ମେଦବହୁଳତା ଦେଖାଯାଏ। ଏଥିରେ ଶର୍କରାର ମାତ୍ରା ଅଧିକ ଥିବାରୁ ଏହା ଶରୀର ଓଜନ ବୃଦ୍ଧି କରିଥାଏ।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp