ଟଙ୍କାକରେ ମିଳିବ ଗଣ୍ଠିବାତ ଚିକିତ୍ସା

The Sakala Picture
Published On

ଭୁବନେଶ୍ବର : ସ୍ଥାନୀୟ ସହିଦନଗରରେ ‘ଓଡ଼ିଶା ଅର୍ଥ୍ରାଇଟିସ୍ ଓ ରୁମାଟୋଲୋଜି ସେଣ୍ଟର’ ପକ୍ଷରୁ ବିଶ୍ବ ଗଣ୍ଠିବାତ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଣ୍ଠିବାତ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ‘ଏ ୱାକ୍ ଫର୍ ଆର୍ଥ୍ରାଇଟିସ୍’ ରାଲି ଆୟୋଜିତ ହୋଇଥିଲା। ରୋଗୀଙ୍କୁ ସୁବିଧାରେ ଚିକିତ୍ସା ଯୋଗାଇଦେବା ପାଇଁ ଓଡ଼ିଶା ଅର୍ଥ୍ରାଇଟିସ୍ ଓ ରୁମାଟୋଲୋଜି ଫାଉଣ୍ଡେସନ ଓ ଟ୍ରଷ୍ଟ ପକ୍ଷରୁ ପ୍ରତିମାସର ପ୍ରଥମ ଗୁରୁବାର ‘୧ଟଙ୍କା ଦେୟ ଗଣ୍ଠିବାତ ଚିକିତ୍ସା ଆରମ୍ଭ ପାଇଁ ଯୋଜନା ରହିଛି। […]

ଭୁବନେଶ୍ବର : ସ୍ଥାନୀୟ ସହିଦନଗରରେ ‘ଓଡ଼ିଶା ଅର୍ଥ୍ରାଇଟିସ୍ ଓ ରୁମାଟୋଲୋଜି ସେଣ୍ଟର’ ପକ୍ଷରୁ ବିଶ୍ବ ଗଣ୍ଠିବାତ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଣ୍ଠିବାତ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ‘ଏ ୱାକ୍ ଫର୍ ଆର୍ଥ୍ରାଇଟିସ୍’ ରାଲି ଆୟୋଜିତ ହୋଇଥିଲା। ରୋଗୀଙ୍କୁ ସୁବିଧାରେ ଚିକିତ୍ସା ଯୋଗାଇଦେବା ପାଇଁ ଓଡ଼ିଶା ଅର୍ଥ୍ରାଇଟିସ୍ ଓ ରୁମାଟୋଲୋଜି ଫାଉଣ୍ଡେସନ ଓ ଟ୍ରଷ୍ଟ ପକ୍ଷରୁ ପ୍ରତିମାସର ପ୍ରଥମ ଗୁରୁବାର ‘୧ଟଙ୍କା ଦେୟ ଗଣ୍ଠିବାତ ଚିକିତ୍ସା ଆରମ୍ଭ ପାଇଁ ଯୋଜନା ରହିଛି। ଏହାଦ୍ବାରା ପ୍ରତ୍ୟେକ ମାସରେ ଶତାତ୍ଵିକ ଗରିବ ରୋଗୀ ଉପକୃତ ହୋଇପାରିବେ ବୋଲି ମ୍ୟାନେଜିଂ ଟ୍ରଷ୍ଟି ପ୍ରଫେସର ଡାଃ ଜ୍ୟୋତିରଞ୍ଜନ ପରିଡ଼ା କହିଛନ୍ତି। କାର୍ଯ୍ୟକ୍ରମରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡଃ ପ୍ରଭାସ ଆଚାର୍ଯ୍ୟ, ଆର୍ଏମ୍ଆର୍‌ସିର ନିର୍ଦ୍ଦେଶିକା ସଂଘମିତ୍ରା ପତି, ଡଃ ସଂଯୁକ୍ତା ମହାପାତ୍ର, ସିପିଜିଏର ଅଧ୍ୟକ୍ଷ ତେଜେଶ୍ବର ପରିଡ଼ା ପ୍ରମୁଖ ଯୋଗଦେଇଥିଲେ।

ଆହୁରି ପଢ଼ନ୍ତୁ: ପ୍ରତିବର୍ଷ କିଣୁଛନ୍ତି କି ୨୦-ଟେଷ୍ଟ୍ ହେଲ୍ଥ ପ୍ୟାକେଜ୍? ଟଙ୍କା ବର୍ବାଦ ନକରି କେବଳ ଏହି ଜରୁରୀ ପରୀକ୍ଷା କରାନ୍ତୁ ବୋଲି କହିଲେ ନ୍ୟୁରୋଲୋଜିଷ୍ଟ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp