ରାଜପାଲ ଯାଦବଙ୍କ ପାଖରେ ଅଛି କି ୫୦ କୋଟିର ସମ୍ପତ୍ତି? କେଆରକେ କଲେ ବଡ଼ ଦାବି

Tapas Ranjan Nanda Picture
Published On

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ରାଜପାଲ ଯାଦବଙ୍କ ଚେକ୍ ବାଉନ୍ସ ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ତାରକା ତାଙ୍କ ସାହାଯ୍ୟ ପାଇଁ ଆଗେଇ ଆସୁଥିବା ବେଳେ ମାମଲାରେ ଏକ ନୂଆ ମୋଡ଼ ଆସିଛି। ଅଭିନେତା ତଥା ସମାଲୋଚକ କମାଲ ଆର ଖାନ (କେଆରକେ) ସୋସିଆଲ ମିଡିଆରେ ଏକ ବଡ଼ ଦାବି କରିଛନ୍ତି। କେଆରକେ ଦାବି କରିଛନ୍ତି ଯେ ରାଜପାଲ ଯାଦବଙ୍କ ପାଖରେ ୫୦ କୋଟି ଟଙ୍କାର ସମ୍ପତ୍ତି ରହିଛି, କିନ୍ତୁ ସେ ଜାଣିଶୁଣି ଋଣ ପରିଶୋଧ କରିବାକୁ ଚାହୁଁନାହାନ୍ତି। ଏହା ସହିତ ସେ ପ୍ରଶ୍ନ କରିଛନ୍ତି ଯେ ଋଣରେ ତାଙ୍କ ପତ୍ନୀଙ୍କ ସହଭାଗିତା ଥିବା ସତ୍ତ୍ୱେ ସେ କାହିଁକି ଜେଲ ଯାଇନାହାନ୍ତି?

ଆହୁରି ପଢ଼ନ୍ତୁ: ରଣବୀର କପୁରଙ୍କ ଅଭିନୀତ ‘ରାମାୟଣ’ର ଟିଜର ରିଲିଜ୍: ହନୁମାନ ଜୟନ୍ତୀରେ ସାମ୍ନାକୁ ଆସିଲା ପ୍ରଭୁ ରାମଙ୍କ ପ୍ରଥମ ଝଲକ

ପତ୍ନୀ କାହିଁକି ଜେଲ୍‌ରେ ନାହାନ୍ତି?

କମାଲ ଆର ଖାନଙ୍କ ଦାବି ଅନୁଯାୟୀ, ତାଙ୍କର ଜଣେ ବନ୍ଧୁ ରାଜପାଲ ଯାଦବଙ୍କ ଭାଗର ୧.୫୦ କୋଟି ଟଙ୍କା ପୈଠ କରିଦେଇଛନ୍ତି, ତେଣୁ ତାଙ୍କ ପତ୍ନୀ ବର୍ତ୍ତମାନ ଜେଲରୁ ବାହାରେ ଅଛନ୍ତି। କେଆରକେ କହିଛନ୍ତି, "ରାଜପାଲ ଯାଦବ ବଲିଉଡର ଅନେକ ଲୋକଙ୍କଠାରୁ ଋଣ ନେଇଛନ୍ତି ଏବଂ ତାହା ଫେରସ୍ତ କରିନାହାନ୍ତି। କିଛି ମାସ ତଳେ ରାଜପାଲ ମୋର ଜଣେ ବନ୍ଧୁଙ୍କ ଆପାର୍ଟମେଣ୍ଟ କିଣିବାକୁ ଯାଉଥିଲେ। ଜଣେ ବନ୍ଧୁଙ୍କ ସୂଚନା ମୁତାବକ ରାଜପାଲଙ୍କ ପାଖରେ ୫୦ କୋଟିର ସମ୍ପତ୍ତି ଅଛି। ଏହାର ଅର୍ଥ ହେଉଛି ସେ ନିଜେ ଋଣ ଶୁଝିବାକୁ ଚାହୁଁନାହାନ୍ତି।"

କଣ ରହିଛି ପୂରା ଘଟଣା?

ସୂଚନାଯୋଗ୍ୟ ଯେ, ଚେକ୍ ବାଉନ୍ସ ମାମଲାରେ ରାଜପାଲ ଯାଦବ ତିହାର ଜେଲରେ ଅଛନ୍ତି। ଏହି ମାମଲା ୨୦୧୦ ମସିହାର, ଯେତେବେଳେ ରାଜପାଲ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର 'ଅତା ପତା ଲାପତା' ପାଇଁ ପ୍ରାୟ ୫ କୋଟି ଟଙ୍କା ଋଣ ନେଇଥିଲେ। ଚଳଚ୍ଚିତ୍ର ଫ୍ଲପ୍ ହେବା ପରେ ଋଣ ପରିଶୋଧ ହୋଇପାରି ନଥିଲା ଏବଂ ସୁଧ ବଢି ଏହା ପ୍ରାୟ ୯ କୋଟି ହୋଇଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେ ତିହାର ଜେଲରେ ଆତ୍ମସମର୍ପଣ କରିଛନ୍ତି। ଅନ୍ୟପକ୍ଷରେ ସୋନୁ ସୁଦଙ୍କ ଭଳି ଅନେକ କଳାକାର ରାଜପାଲଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।

12 Feb 2026 By Tapas Ranjan Nanda

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp