‘ମନି ହାଇଷ୍ଟ୍’ ପାଇଁ ସେପ୍ଟେମ୍ବର ୩ ଅଫିସ ଛୁଟି

The Sakala Picture
Published On

‘ମନି ହାଇଷ୍ଟ୍’ ଏକ ଲୋକପ୍ରିୟ ୱେବସିରିଜ, ଏହାର କ୍ରେଜ ସାରା ବିଶ୍ୱରେ ରହିଛି | ସେପ୍ଟେମ୍ବର ୩ରେ ରିଲିଜ ହେବାକୁ ଯାଉଛି ମନି ହାଇଷ୍ଟର ଶେଷ ସିଜିନ। ଏହି ଲୋକପ୍ରିୟ ୱେବସିରିଜର ଶେଷ ସିଜିନ ପାଇଁ ଲୋକେ ଦୀଘଁଦିନ ଧରି ଅପେକ୍ଷା କରି ରହିଥିବା ବେଳେ ଏହା ଆସନ୍ତା ୩ ତାରିଖରେ ରିଲିଜ ହେବାକୁ ଯାଉଛି। ଏହି ୱେବସିରିଜ କ୍ରେଜ ଦେଖି ଗୋଟେ ରାଜସ୍ଥାନ ଜୟପୁରର ଏକ କମ୍ପାନି ତା କର୍ମଚାରୀଙ୍କୁ ସେପ୍ଟେମ୍ବର ୩ ଦିନ ଛୁଟି […]

‘ମନି ହାଇଷ୍ଟ୍’ ଏକ ଲୋକପ୍ରିୟ ୱେବସିରିଜ, ଏହାର କ୍ରେଜ ସାରା ବିଶ୍ୱରେ ରହିଛି | ସେପ୍ଟେମ୍ବର ୩ରେ ରିଲିଜ ହେବାକୁ ଯାଉଛି ମନି ହାଇଷ୍ଟର ଶେଷ ସିଜିନ। ଏହି ଲୋକପ୍ରିୟ ୱେବସିରିଜର ଶେଷ ସିଜିନ ପାଇଁ ଲୋକେ ଦୀଘଁଦିନ ଧରି ଅପେକ୍ଷା କରି ରହିଥିବା ବେଳେ ଏହା ଆସନ୍ତା ୩ ତାରିଖରେ ରିଲିଜ ହେବାକୁ ଯାଉଛି। ଏହି ୱେବସିରିଜ କ୍ରେଜ ଦେଖି ଗୋଟେ ରାଜସ୍ଥାନ ଜୟପୁରର ଏକ କମ୍ପାନି ତା କର୍ମଚାରୀଙ୍କୁ ସେପ୍ଟେମ୍ବର ୩ ଦିନ ଛୁଟି ଘୋଷଣା କରିଛି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

 

View this post on Instagram

 

A post shared by VerveLogic (@vervelogicin)

ଆସନ୍ତା ୩ ତାରିଖ ଦିନ ଏହି କମ୍ପାନି ତାର କର୍ମଚାରୀଙ୍କ ପାଇଁ ନେଟ ଫ୍ଲିକ୍ସ ଏବଂ ଚିଲ ହଲି ଡେ ଛୁଟି ରୂପେ ଘୋଷଣା କରିଛି। କମ୍ପାନିର ସିଇଓ ଅଭିଷେକ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କର୍ମଚାରୀଙ୍କ ପାଇଁ ଦିନଟିଏ ଛୁଟି ଘୋଷଣା କରିଥିବା କହିଛନ୍ତି।

‘ମନି ହାଇଷ୍ଟ୍’ ଶେଷ ସିଜିନର ଦୁଇଟି ପାର୍ଟ ଓଟିଟି ଫ୍ଲାଟପର୍ମ ନେଟଫ୍ଲିକ୍ସରେ ଉପଲବ୍ଧ ହେବ। ପ୍ରଥମଟି ସେପ୍ଟେମ୍ବର ୩ରେ ରିଲିଜ ହେବାକୁ ଥିବା ବେଳେ, ଦ୍ୱିତୀୟଟି ଡିସେମ୍ବର ୩ରେ ଆସିବ। ମନି ହାଇଷ୍ଟ ୱେବ ସିରିଜର କ୍ରେଜ କେବେଳ ଭାରତରେ ନୁହେଁ ସାରା ବିଶ୍ୱରେ ଦେଖିବାକୁ ମିଳିଛି । ୱେବ ସିରିଜଟି ଡକାୟତି କାହାଣୀ ଉପରେ ଆଧାରିତ।

ପ୍ରଫେସର ଓ ତାଙ୍କ ଗ୍ୟାଙ୍ଗ କିଭଳି ଡକାୟତି କରୁଛନ୍ତି ତାକୁ ନେଇ ତିଆରି ହୋଇଛି ଏହି ୱେବସିରିଜ୍ । ପ୍ରଫେସର ଓ ବର୍ଲିନଙ୍କ ଅଭିନୟକୁ ବେଶ ପସନ୍ଦ କରୁଥିଲେ । ପୂର୍ବରୁ ଏହାର ୪ଟି ସିଜିନ ଆସିସାରିଥିବା ବେଳେ ଏହା ହେବ ଶେଷ ସିଜିନ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp