ତିହାର ଜେଲରୁ ବାହାରିଲେ ଅଭିନେତ୍ରୀ ସନ୍ଦୀପା ଭିର୍କ: ମନି ଲଣ୍ଡରିଂ ମାମଲାରେ ମିଳିଲା ଜାମିନ, ଶୁଣାଇଲେ ଅନୁଭୂତି

Tapas Ranjan Nanda Picture
Published On

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ସନ୍ଦୀପା ଭିର୍କଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଜାମିନ ମିଳିଛି। ମନି ଲଣ୍ଡରିଂ ମାମଲାରେ ପ୍ରାୟ ୪ ମାସରୁ ଊର୍ଦ୍ଧ୍ୱ ସମୟ ତିହାର ଜେଲରେ କାଟିବା ପରେ ସେ ମୁକୁଳିଛନ୍ତି। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ଏବଂ ୨୦୨୫ ଡିସେମ୍ବର ମାସରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

କ’ଣ ଥିଲା ପୂରା ଘଟଣା?

ସନ୍ଦୀପାଙ୍କ ନାମରେ ପ୍ରାୟ ୬ କୋଟି ଟଙ୍କାର ଆର୍ଥିକ ହେରଫେର ଅଭିଯୋଗ ରହିଛି। ଏହି ମାମଲା ଏକ ନିବେଶ ଦୁର୍ନୀତି ସହ ଜଡିତ, ଯେଉଁଥିରେ ଜଣେ ଅଭିଯୋଗକାରୀଙ୍କୁ ଏକ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକା ଦେବାର ପ୍ରଲୋଭନ ଦେଖାଇ ଟଙ୍କା ନିବେଶ କରାଇବାକୁ କୁହାଯାଇଥିଲା। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ (ED) ଦାବି କରିଛି ଯେ ଏହି ଅର୍ଥ ସନ୍ଦୀପାଙ୍କ ଆକାଉଣ୍ଟ ମାଧ୍ୟମରେ ସ୍ଥାନାନ୍ତର ହୋଇଥିଲା ଏବଂ ଏହା ସମ୍ପତ୍ତି କିଣାବିକା ତଥା ଏକ ଇ-କମର୍ସ ପ୍ଲାଟଫର୍ମ ସହ ସଂଯୁକ୍ତ ଥିଲା। କୋର୍ଟ ସାଧାରଣ ଜାମିନ ନୀତି ଅନୁଯାୟୀ ତାଙ୍କୁ ଆଶ୍ୱସ୍ତି ଦେଇଛନ୍ତି ଏବଂ ଉଲ୍ଲେଖ କରିଛନ୍ତି ଯେ ଅଭିଯୋଗ ହୋଇଥିବା କାରବାରଗୁଡିକ ୨୦୦୮ରୁ ୨୦୧୩ ମସିହା ମଧ୍ୟରେ ହୋଇଥିଲା।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

ଜାମିନ ପାଇବା ପରେ ସନ୍ଦୀପା ମୁମ୍ବାଇ ଫେରିଛନ୍ତି। ଜେଲରୁ ବାହାରିବା ପରେ ଇଣ୍ଡଷ୍ଟ୍ରିର ଲୋକଙ୍କ ବ୍ୟବହାର ନେଇ ସେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, "ଅନେକ ଲୋକ ମୋତେ ସୋସିଆଲ ମିଡିଆରେ ଅନଫଲୋ କରିଦେଇଛନ୍ତି, କିନ୍ତୁ ଏଥିରେ କିଛି ଫରକ ପଡେନାହିଁ। ଆଗରୁ ବଡ ବଡ ପ୍ରଯୋଜକ କହୁଥିଲେ ସେମାନେ ମୋତେ ଷ୍ଟାର୍ ବନାଇଦେବେ। ହେଲେ ମୁଁ ସର୍ବଦା ଉତ୍ତର ଦେଉଥିଲି ଯେ, ଯିଏ ଆପଣଙ୍କୁ ଗଢିଛନ୍ତି, ସେ ମୋତେ ବି ଗଢିବେ। କୌଣସି ମଣିଷ କାହାକୁ ଗଢିପାରିବ ନାହିଁ, କେବଳ ସାହାଯ୍ୟ କରିପାରିବେ।"

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp