ରିଲିଜ ହେଲା ‘ରକିଂ ଷ୍ଟାର’ ୟଶଙ୍କ ଅପକମିଂ ଫିଲ୍ମ ‘ଟକ୍ସିକ’ର ଦମଦାର ଟିଜର

Tapas Ranjan Nanda Picture
Published On

ମୁମ୍ବାଇ: କେଜିଏଫ୍ ପରେ ପୁଣି ଥରେ ବଡ଼ ପରଦାରେ ଧମାକା କରିବାକୁ ପ୍ରସ୍ତୁତ ରକିଂ ଷ୍ଟାର ୟଶ। ଦୀର୍ଘ ଦିନର ଅପେକ୍ଷା ପରେ ତାଙ୍କର ଆଗାମୀ ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର ‘ଟକ୍ସିକ୍: ଏ ଫେୟାରୀଟେଲ୍ ଫର୍ ଗ୍ରୋନ୍-ଅପ୍ସ’ର ଅଫିସିଆଲ୍ ଟିଜର ଆଜି ମୁକ୍ତିଲାଭ କରିଛି। ଆସନ୍ତା ମାର୍ଚ୍ଚ ୧୯ ତାରିଖରେ ଏହି ଚଳଚ୍ଚିତ୍ରଟି ବିଶ୍ୱବ୍ୟାପୀ ମୁକ୍ତିଲାଭ କରିବାକୁ ଥିବାବେଳେ, ଏହାର ଟିଜର ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢାଇ ଦେଇଛି।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

୨ ମିନିଟର ଏହି ଟିଜରରେ ୟଶଙ୍କୁ ଏକ ଭୟଙ୍କର ଏବଂ ଷ୍ଟାଇଲିସ୍ ଅବତାରରେ ଦେଖିବାକୁ ମିଳିଛି। ଏକ ପାର୍ଟିର ଦୃଶ୍ୟରୁ ଆରମ୍ଭ ହୋଇଥିବା ଏହି ଟିଜରରେ ଭରପୂର ଆକ୍ସନ୍ ରହିଛି। ୟଶଙ୍କ ଚରିତ୍ର ‘ରାୟା’କୁ ବେଶ୍ ଶକ୍ତିଶାଳୀ ଭାବେ ଉପସ୍ଥାପନ କରାଯାଇଛି। ଟିଜରରେ ୟଶ କହୁଛନ୍ତି, “ଖେଳ ସେତେବେଳେ ସରିବ, ଯେତେବେଳେ ମୁଁ କହିବି... ସେପର୍ଯ୍ୟନ୍ତ କିଛି ସମ୍ମାନ ଶିଖ।” ଟିଜରର ଶେଷ ଭାଗରେ ୟଶ ହାତରେ ଏକ ଚେନ୍ କରତ (chainsaw) ଧରି ଶତ୍ରୁ ସଂହାର କରୁଥିବା ଦୃଶ୍ୟ ସମସ୍ତଙ୍କୁ ଚମକାଇ ଦେଇଛି। ନିର୍ମାତାମାନେ ଏହି ଟିଜରକୁ କନ୍ନଡ, ହିନ୍ଦୀ, ତେଲୁଗୁ, ତାମିଲ ଏବଂ ମାଲାୟାଲମ୍ ଭାଷାରେ ରିଲିଜ୍ କରିଛନ୍ତି।

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?

ଏହି ଚଳଚ୍ଚିତ୍ରରେ କେବଳ ୟଶ ନୁହନ୍ତି, ବରଂ ଏକାଧିକ ବଡ଼ ତାରକାଙ୍କୁ ଦେଖିବାକୁ ମିଳିବ। ଫିଲ୍ମରେ ନୟନତାରା ‘ଗଙ୍ଗା’ ଭୂମିକାରେ, କିଆରା ଆଡଭାନୀ ‘ନାଦିଆ’ ଭୂମିକାରେ, ହୁମା କୁରେଶୀ ‘ଏଲିଜାବେଥ୍’ ଭାବରେ ଏବଂ ତାରା ସୁତାରିଆ ‘ରେବେକା’ ଭୂମିକାରେ ନଜର ଆସିବେ। ପ୍ରଖ୍ୟାତ ନିର୍ମାତା ଗୀତୁ ମୋହନଦାସ ଏହାର ନିର୍ଦ୍ଦେଶନା ଦେଇଥିବାବେଳେ, ଏହା କନ୍ନଡ ଏବଂ ଇଂରାଜୀ ଭାଷାରେ ଏକକାଳୀନ ସୁଟିଂ କରାଯାଇଛି।

ଆହୁରି ପଢ଼ନ୍ତୁ: ମୁମ୍ବାଇ ଘରେ ହୋଇଥିବା ଛୁରାମାଡ଼କୁ ଭୁଲିପାରି ନାହାନ୍ତି ସୈଫ ଅଲ୍ଲୀ ଖାନ, କହିଲେ- 'ଛୁରୀ ଦେଖିଲେ ଡର ଲାଗେ'

‘ଟକ୍ସିକ୍’ର କାହାଣୀ ୧୯୪୦ ରୁ ୧୯୭୦ ଦଶକ ମଧ୍ୟରେ ଗୋଆରେ ସେଟ୍ ହୋଇଥିବା କୁହାଯାଉଛି। ଏହା ଏକ ଗ୍ୟାଙ୍ଗଷ୍ଟର ଡ୍ରାମା, ଯେଉଁଥିରେ ଅପରାଧ ଜଗତର କଳା ସାମ୍ରାଜ୍ୟ, ଭୟ ଏବଂ ବିଶ୍ୱାସଘାତକତାର କାହାଣୀ ଦେଖିବାକୁ ମିଳିବ। ଆସନ୍ତା ବର୍ଷ ମାର୍ଚ୍ଚ ୧୯ରେ ଇଦ୍, ଉଗାଡି ଏବଂ ଗୁଡି ପାଡୱା ଅବସରରେ ଏହା ରିଲିଜ୍ ହେବ। ତେବେ ବକ୍ସ ଅଫିସରେ ଏହା ରଣବୀର ସିଂହଙ୍କ ଅଭିନୀତ ଚଳଚ୍ଚିତ୍ର ‘ଧୁରନ୍ଧର: ଦ ରିଭେଞ୍ଜ’ ସହ ମୁହାଁମୁହିଁ ହେବ ବୋଲି ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp