ଅଡୁଆରେ ଅମିଷା ପଟେଲ: ଜାରି ହେଲା ଜାମିନ ବିହୀନ ୱାରେଣ୍ଟ, ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ

Tapas Ranjan Nanda Picture
Published On

ବଲିଉଡ ଅଭିନେତ୍ରୀ ଅମିଷା ପଟେଲ ପୁଣି ଥରେ ଆଇନଗତ ବିବାଦ ମଧ୍ୟକୁ ଟାଣି ହୋଇଯାଇଛନ୍ତି। ୨୦୧୭ ମସିହାର ଏକ ପୁରୁଣା ମାମଲାକୁ ନେଇ ଉତ୍ତର ପ୍ରଦେଶର ମୋରାଦାବାଦର ଏକ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଅଭିନେତ୍ରୀ ସୋସିଆଲ ମିଡିଆ ଜରିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

କ’ଣ ଥିଲା ପୂରା ଘଟଣା?

ଏହି ମାମଲାଟି ମୋରାଦାବାଦର ଜଣେ ବ୍ୟବସାୟୀ ତଥା ଇଭେଣ୍ଟ ଆୟୋଜକ ପବନ କୁମାର ବର୍ମାଙ୍କ ଦ୍ୱାରା ଦାୟର କରାଯାଇଥିବା ଅଭିଯୋଗ ଉପରେ ଆଧାରିତ। ପବନଙ୍କ କହିବା ଅନୁଯାୟୀ, ୨୦୧୭ ନଭେମ୍ବର ୧୬ ତାରିଖରେ ଏକ ବିବାହ ଉତ୍ସବରେ ପ୍ରଦର୍ଶନ କରିବା ପାଇଁ ଅମିଷାଙ୍କୁ ୧୪.୫୦ ଲକ୍ଷ ଟଙ୍କା ଅଗ୍ରିମ ଦିଆଯାଇଥିଲା। ତାଙ୍କ ରହିବା ପାଇଁ ହୋଟେଲ ମଧ୍ୟ ବୁକ୍ କରାଯାଇଥିଲା, କିନ୍ତୁ ସେ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ। ଏହାକୁ ନେଇ ବିବାଦ ହେବା ପରେ ଅମିଷା ସମସ୍ତ ଅର୍ଥ ଫେରସ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା କରିନଥିବା ପବନ ଅଭିଯୋଗ କରିଛନ୍ତି।

କୋର୍ଟଙ୍କ ନିର୍ଦ୍ଦେଶ

କୋର୍ଟରେ ଚାଲିଥିବା ଶୁଣାଣିରେ ଅମିଷା ହାଜର ନହେବାରୁ କୋର୍ଟ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। ତାଙ୍କ ବିରୋଧରେ ଅଣଜାମିନ ବିହୀନ ୱାରେଣ୍ଟ ଜାରି କରାଯିବା ସହ ଆସନ୍ତା ମାର୍ଚ୍ଚ ୨୭ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।Non-Bailable-Warrant-Issued-Against-Ameesha-Patel-Over-2017-Fraud-Case-Actor-Terms-It-False-Allegation

ଅଭିଯୋଗକୁ ଖଣ୍ଡନ କଲେ ଅମିଷା

ଏହି ଖବର ପ୍ରସାରିତ ହେବା ପରେ ଅମିଷା ପଟେଲ ନିଜର ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି ଯେ, ଏହା ଏକ ବହୁ ପୁରୁଣା ମାମଲା ଯାହା ବର୍ଷ ବର୍ଷ ପୂର୍ବେ ସମାଧାନ ହୋଇସାରିଥିଲା। ପବନ ବର୍ମା ପୂର୍ବରୁ ସମସ୍ତ ଅର୍ଥ ଗ୍ରହଣ କରି ସେଟଲମେଣ୍ଟ କାଗଜପତ୍ରରେ ଦସ୍ତଖତ କରିଛନ୍ତି। ଅମିଷା ଅଭିଯୋଗ କରିଛନ୍ତି ଯେ, କେବଳ ଚର୍ଚ୍ଚାରେ ରହିବା ପାଇଁ ପବନ ମିଥ୍ୟା ଆଧାରରେ ଏହି ମାମଲାକୁ ପୁଣି ଥରେ ଉଖାରୁଛନ୍ତି। ସେ ନିଜେ ପବନଙ୍କ ବିରୋଧରେ ଜାଲିଆତି ମାମଲା ରୁଜୁ କରିବାକୁ ପ୍ରସ୍ତୁତି କରୁଥିବା ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp