‘ଫୋର୍ସ ୩’ରୁ ବାଦ୍ ପଡ଼ିଲେ ମିନାକ୍ଷୀ: ଜନ୍ ଆବ୍ରାହମଙ୍କ ସହ ନଜର ଆସିବେ ‘କିଲ୍’ ଫେମ୍ ତାନିଆ

Tapas Ranjan Nanda Picture
Published On

ବଲିଉଡରେ ଏବେ ଆକ୍ସନ୍ ଫିଲ୍ମର ଋତୁ ଚାଲିଛି। ୨୦୨୬ ମସିହାରେ ଅନେକ ବଡ଼ ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଥିବାବେଳେ ଜନ୍ ଆବ୍ରାହମଙ୍କ ଲୋକପ୍ରିୟ ଫ୍ରାଞ୍ଚାଇଜ୍ ‘ଫୋର୍ସ’ର ତୃତୀୟ ଭାଗକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଫିଲ୍ମର ସୁଟିଂ ଆରମ୍ଭ ହେବା ପୂର୍ବରୁ ଏହାର ଷ୍ଟାର୍ କାଷ୍ଟରେ ପରିବର୍ତ୍ତନ କରାଯାଇଛି। ଖବର ଅନୁଯାୟୀ, ଜନ୍ ଆବ୍ରାହମଙ୍କ ବିପକ୍ଷରେ ନାୟିକା ସାଜିବାକୁ ଥିବା ଅଭିନେତ୍ରୀ ମିନାକ୍ଷୀ ଚୌଧରୀ ଏହି ପ୍ରୋଜେକ୍ଟରୁ ବାଦ୍ ପଡିଛନ୍ତି।

ଆହୁରି ପଢ଼ନ୍ତୁ: 'ଡନ ୩' ବିବାଦ: ବ୍ୟାନକୁ ନେଇ FWICE କୁ ଆଇନଗତ ନୋଟିସ ପଠାଇଲେ ରଣବୀର ସିଂହ

ତାନିଆ ମାଣିକତଲାଙ୍କ ଏଣ୍ଟ୍ରି

ରିପୋର୍ଟ ଅନୁଯାୟୀ, ‘ଫୋର୍ସ ୩’ରେ ମିନାକ୍ଷୀଙ୍କ ସ୍ଥାନରେ ବଲିଉଡର ଉଦୀୟମାନ ଅଭିନେତ୍ରୀ ତାନିଆ ମାଣିକତଲାଙ୍କୁ ସାଇନ୍ କରାଯାଇଛି। ତାନିଆ ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘କିଲ୍’ (Kill) ରେ ନିଜର ଅଭିନୟ ପାଇଁ ଦର୍ଶକଙ୍କ ନଜରକୁ ଆସିଥିଲେ। ଏହାବ୍ୟତୀତ ସେ ୱେବ୍ ସିରିଜ୍ ‘ଏ ସୁଟେବଲ୍ ବୟ’ରେ ମଧ୍ୟ ପ୍ରଶଂସନୀୟ ଅଭିନୟ କରିଥିଲେ। ପ୍ରଥମ ଥର ପାଇଁ ପରଦାରେ ଜନ୍ ଆବ୍ରାହମ ଏବଂ ତାନିଆଙ୍କ ଏକ ଫ୍ରେସ୍ ଯୋଡ଼ି ଦେଖିବାକୁ ମିଳିବ।

ଆହୁରି ପଢ଼ନ୍ତୁ: ହ୍ରିତିକ ରୋଶନଙ୍କୁ ମିଳୁନାହିଁ ଭଲ ଭୂମିକା: 'ଲକ୍ ବାଇ ଚାନ୍ସ'ର 'ଜାଫର' ଭଳି ରୋଲ୍ ଖୋଜୁଛନ୍ତି ଅଭିନେତା, ପ୍ରତିକ୍ରିୟା ରଖିଲେ ସିଦ୍ଧାର୍ଥ ଆନନ୍ଦ

କେବଳ ମୁଖ୍ୟ ଅଭିନେତ୍ରୀ ନୁହନ୍ତି, ଏହି ଫିଲ୍ମରେ ଅଭିନେତା ହର୍ଷବର୍ଦ୍ଧନ ରାଣେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏନେଇ ହର୍ଷବର୍ଦ୍ଧନ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଚର୍ଚ୍ଚା ହେଉଛି ଯେ, ଏହି ଫିଲ୍ମ ପାଇଁ ସେ ପ୍ରାୟ ୪ କୋଟି ଟଙ୍କା ପାରିଶ୍ରମିକ ନେଉଛନ୍ତି। ଜନ୍ ଆବ୍ରାହମଙ୍କ ସୁପାରିଶ କ୍ରମେ ତାଙ୍କୁ ଏହି ବଡ଼ ସୁଯୋଗ ମିଳିଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ବିନା ସମ୍ମତିରେ ଯୌନୀକରଣକୁ ବରଦାସ୍ତ କରିବି ନାହିଁ: ନିର୍ମାତାଙ୍କ ଉପରେ ବର୍ଷିଲେ ଜାହ୍ନବୀ କପୁର

‘ଫୋର୍ସ ୩’ରେ ଜନ୍ ଆବ୍ରାହମ ପୁଣିଥରେ ନିଜର ପୁରୁଣା ଅନ୍ଦାଜ ଅର୍ଥାତ୍ ଏସିପି ଯଶବର୍ଦ୍ଧନ (ACP Yashvardhan) ଭୂମିକାରେ ଦେଖାଦେବେ। ୨୦୧୧ ଏବଂ ୨୦୧୬ରେ ଏହି ସିରିଜର ପୂର୍ବ ଦୁଇଟି ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା। ଏହି ତୃତୀୟ ଭାଗର ନିର୍ଦ୍ଦେଶନା ଭବ ଧୁଲିଆ ଦେବେ ଏବଂ ଆସନ୍ତା ମାର୍ଚ୍ଚ ମାସରୁ ଫିଲ୍ମର ସୁଟିଂ ଆରମ୍ଭ ହେବାର ସମ୍ଭାବନା ରହିଛି।

05 Feb 2026 By Tapas Ranjan Nanda

‘ଫୋର୍ସ ୩’ରୁ ବାଦ୍ ପଡ଼ିଲେ ମିନାକ୍ଷୀ: ଜନ୍ ଆବ୍ରାହମଙ୍କ ସହ ନଜର ଆସିବେ ‘କିଲ୍’ ଫେମ୍ ତାନିଆ

ବଲିଉଡରେ ଏବେ ଆକ୍ସନ୍ ଫିଲ୍ମର ଋତୁ ଚାଲିଛି। ୨୦୨୬ ମସିହାରେ ଅନେକ ବଡ଼ ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଥିବାବେଳେ ଜନ୍ ଆବ୍ରାହମଙ୍କ ଲୋକପ୍ରିୟ ଫ୍ରାଞ୍ଚାଇଜ୍ ‘ଫୋର୍ସ’ର ତୃତୀୟ ଭାଗକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଫିଲ୍ମର ସୁଟିଂ ଆରମ୍ଭ ହେବା ପୂର୍ବରୁ ଏହାର ଷ୍ଟାର୍ କାଷ୍ଟରେ ପରିବର୍ତ୍ତନ କରାଯାଇଛି। ଖବର ଅନୁଯାୟୀ, ଜନ୍ ଆବ୍ରାହମଙ୍କ ବିପକ୍ଷରେ ନାୟିକା ସାଜିବାକୁ ଥିବା ଅଭିନେତ୍ରୀ ମିନାକ୍ଷୀ ଚୌଧରୀ ଏହି ପ୍ରୋଜେକ୍ଟରୁ ବାଦ୍ ପଡିଛନ୍ତି।

ତାନିଆ ମାଣିକତଲାଙ୍କ ଏଣ୍ଟ୍ରି

ରିପୋର୍ଟ ଅନୁଯାୟୀ, ‘ଫୋର୍ସ ୩’ରେ ମିନାକ୍ଷୀଙ୍କ ସ୍ଥାନରେ ବଲିଉଡର ଉଦୀୟମାନ ଅଭିନେତ୍ରୀ ତାନିଆ ମାଣିକତଲାଙ୍କୁ ସାଇନ୍ କରାଯାଇଛି। ତାନିଆ ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘କିଲ୍’ (Kill) ରେ ନିଜର ଅଭିନୟ ପାଇଁ ଦର୍ଶକଙ୍କ ନଜରକୁ ଆସିଥିଲେ। ଏହାବ୍ୟତୀତ ସେ ୱେବ୍ ସିରିଜ୍ ‘ଏ ସୁଟେବଲ୍ ବୟ’ରେ ମଧ୍ୟ ପ୍ରଶଂସନୀୟ ଅଭିନୟ କରିଥିଲେ। ପ୍ରଥମ ଥର ପାଇଁ ପରଦାରେ ଜନ୍ ଆବ୍ରାହମ ଏବଂ ତାନିଆଙ୍କ ଏକ ଫ୍ରେସ୍ ଯୋଡ଼ି ଦେଖିବାକୁ ମିଳିବ।

କେବଳ ମୁଖ୍ୟ ଅଭିନେତ୍ରୀ ନୁହନ୍ତି, ଏହି ଫିଲ୍ମରେ ଅଭିନେତା ହର୍ଷବର୍ଦ୍ଧନ ରାଣେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏନେଇ ହର୍ଷବର୍ଦ୍ଧନ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଚର୍ଚ୍ଚା ହେଉଛି ଯେ, ଏହି ଫିଲ୍ମ ପାଇଁ ସେ ପ୍ରାୟ ୪ କୋଟି ଟଙ୍କା ପାରିଶ୍ରମିକ ନେଉଛନ୍ତି। ଜନ୍ ଆବ୍ରାହମଙ୍କ ସୁପାରିଶ କ୍ରମେ ତାଙ୍କୁ ଏହି ବଡ଼ ସୁଯୋଗ ମିଳିଥିବା କୁହାଯାଉଛି।

‘ଫୋର୍ସ ୩’ରେ ଜନ୍ ଆବ୍ରାହମ ପୁଣିଥରେ ନିଜର ପୁରୁଣା ଅନ୍ଦାଜ ଅର୍ଥାତ୍ ଏସିପି ଯଶବର୍ଦ୍ଧନ (ACP Yashvardhan) ଭୂମିକାରେ ଦେଖାଦେବେ। ୨୦୧୧ ଏବଂ ୨୦୧୬ରେ ଏହି ସିରିଜର ପୂର୍ବ ଦୁଇଟି ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା। ଏହି ତୃତୀୟ ଭାଗର ନିର୍ଦ୍ଦେଶନା ଭବ ଧୁଲିଆ ଦେବେ ଏବଂ ଆସନ୍ତା ମାର୍ଚ୍ଚ ମାସରୁ ଫିଲ୍ମର ସୁଟିଂ ଆରମ୍ଭ ହେବାର ସମ୍ଭାବନା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର