‘ଅସି’ ଟ୍ରେଲର ରିଲିଜ୍: ପୁଣି ଏକ ଦମଦାର ସୋସିଆଲ ଡ୍ରାମା ନେଇ ଆସୁଛନ୍ତି ତାପସୀ ପନ୍ନୁ ଓ ଅନୁଭବ ସିହ୍ନା

Tapas Ranjan Nanda Picture
Published On

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଆଗାମୀ ଚଳଚ୍ଚିତ୍ର ‘ଅସି’ (Assi)ର ଟ୍ରେଲର ବୁଧବାର (ଫେବୃଆରୀ ୪, ୨୦୨୬) ମୁକ୍ତିଲାଭ କରିଛି। ପୂର୍ବରୁ 'ମୁଲ୍କ' ଓ 'ଥପ୍ପଡ' ଭଳି ହିଟ୍ ଫିଲ୍ମ ଭେଟି ଦେଇଥିବା ନିର୍ଦ୍ଦେଶକ ଅନୁଭବ ସିହ୍ନା ଓ ତାପସୀଙ୍କ ଯୋଡି ପୁଣି ଥରେ ଦର୍ଶକଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ତଥା ସାମାଜିକ ପ୍ରସଙ୍ଗ ଭିତ୍ତିକ କାହାଣୀ ନେଇ ଆସୁଛନ୍ତି। ଟ୍ରେଲରରୁ ଜଣାପଡୁଛି ଯେ, ଏହି ଫିଲ୍ମଟି ସମାଜର ଏକ କଠୋର ସତ୍ୟ ଉପରେ ପର୍ଯ୍ୟବସିତ।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

କୋର୍ଟରୁମ ଡ୍ରାମା ଓ ଶକ୍ତିଶାଳୀ କାହାଣୀ

ଏହି ଫିଲ୍ମରେ ତାପସୀ ପନ୍ନୁ ଜଣେ ଓକିଲ ଭୂମିକାରେ ନଜର ଆସିଛନ୍ତି, ଯିଏ ଏକ ବର୍ବର ଦୁଷ୍କର୍ମ ମାମଲା ବିରୋଧରେ ଲଢେଇ କରୁଛନ୍ତି। ଟ୍ରେଲରରେ ଦେଖିବାକୁ ମିଳିଛି ଯେ, ଦେଶରେ ଗୋଟିଏ ଦିନରେ କିପରି ୮୦ଟି ଦୁଷ୍କର୍ମ ମାମଲା (Assi rape cases) ରିପୋର୍ଟ ହୁଏ, ସେନେଇ ତାପସୀ କୋର୍ଟରେ ଭାବପ୍ରବଣ ଯୁକ୍ତି ଉପସ୍ଥାପନ କରୁଛନ୍ତି। ଫିଲ୍ମରେ କାନି କୁସୃତି ଏବଂ ମହମ୍ମଦ ଜିଶାନ ଆୟୁବ ଏକ ଦମ୍ପତି ଭୂମିକାରେ ଅଭିନୟ କରିଛନ୍ତି। କିଛି ଲୋକ କାନିଙ୍କ ଚରିତ୍ର ସହ ଦୁଷ୍କର୍ମ କରି ତାଙ୍କୁ ରେଳ ଧାରଣାରେ ଫିଙ୍ଗି ଦେବା ପରେ ସେମାନଙ୍କ ଜୀବନ କିପରି ଓଲଟପାଲଟ ହୋଇଯାଉଛି, ତାହା ଏଥିରେ ଦର୍ଶାଯାଇଛି। କୋର୍ଟରୁମରେ ତାପସୀ ଏବଂ ବିପକ୍ଷ ଓକିଲଙ୍କ ମଧ୍ୟରେ ଜୋରଦାର ଯୁକ୍ତିତର୍କ ଫିଲ୍ମର ମୁଖ୍ୟ ଆକର୍ଷଣ ସାଜିବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

ତାରକା ବହୁଳ ଷ୍ଟାରକାଷ୍ଟ ଓ ମୁକ୍ତିଲାଭ ତାରିଖ

ଅନୁଭବ ସିହ୍ନା ଓ ଗୌରବ ସୋଲାଙ୍କିଙ୍କ ଦ୍ୱାରା ଲିଖିତ ଏହି ଚଳଚ୍ଚିତ୍ରରେ କେବଳ ତାପସୀ ନୁହନ୍ତି, ବରଂ ଅନେକ ଦିଗଜ୍ଜ କଳାକାରଙ୍କ ସମାହାର ଦେଖିବାକୁ ମିଳିବ। ଏଥିରେ ରେବତୀ, ମନୋଜ ପାହୱା, କୁମୁଦ ମିଶ୍ର, ନସିରୁଦ୍ଦିନ ଶାହା, ସୁପ୍ରିୟା ପାଠକ ଓ ସୀମା ପାହୱାଙ୍କ ଭଳି କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଭୂଷଣ କୁମାର, କ୍ରିଷନ କୁମାର ଓ ଅନୁଭବ ସିହ୍ନାଙ୍କ ଦ୍ୱାରା ପ୍ରଯୋଜିତ ଏହି ଫିଲ୍ମଟି ଆସନ୍ତା ଫେବୃଆରୀ ୨୦ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp