ବିନା ବ୍ରେକ୍‌ରେ ସୁଟ୍‌ ହେଲା ‘ଜଟାଧାରା’ର କ୍ଲାଇମାକ୍ସ

Madhusudan Das Picture
Published On

ସୁଧୀର ବାବୁ ଓ ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ‘ଜଟାଧାରା’ ଫିଲ୍ମ ନଭେମ୍ବର ୭ରେ ପରଦାକୁ ଆସିବ। ନିକଟରେ ଫିଲ୍ମର ପ୍ରଯୋଜକ ଶିବିନ ନାରଙ୍ଗ ଏହାର କ୍ଲାଇମାକ୍ସ ସିନ୍‌ ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି, ‘ଏହାର କ୍ଲାଇମାକ୍ସକୁ ଲଗାତାର ୨୪ ଘଣ୍ଟା ଧରି ସୁଟ୍ କରାଯାଇଛି। ଏହାର କ୍ଲାଇମାକ୍ସ ହିଁ ଫିଲ୍ମର ଆକର୍ଷଣ ସାଜିବ । ଏହି ସିନ୍‌ ପାଇଁ ସୋନାକ୍ଷୀ ଓ ସୁଧୀର ଶାରୀରିକ, ମାନସିକ ଓ ଭାବନାତ୍ମକ ଭାବେ ଯୋଡ଼ି ହୋଇ ରହିଥିଲେ। ପୂରା ଟିମ୍‌ କ୍ଲାଇମାକ୍ସ ପାଇଁ ଲଗାତାର ତିନି ଦିନ ଧରି ବିନା ବ୍ରେକ୍‌ରେ ସୁଟିଂ କରିଥିଲା। ‘ଜଟାଧାରା’ର କ୍ଲାଇମାକ୍ସ ବଡ଼ ପରଦାରେ ଦେଖାଯାଉଥିବା ସବୁଠୁ ଉନ୍ନତମାନର କ୍ଲାଇମାକ୍ସ ହେବ।’ ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଭେଙ୍କଟ କଲ୍ୟାଣ ଓ ଅଭିଷେକ ଜୟସୱାଲ ଅଛନ୍ତି।  ଫିଲ୍ମରେ ପୌରାଣିକ କଥା  ସହ କଳାଯାଦୁ, ଅଭିଶାପ ଓ ଏକ ରହସ୍ୟମୟ ଗୁପ୍ତଧନକୁ ଦେଖାଯାଇଛି। ଇତିମଧ୍ୟରେ ଫିଲ୍ମର ଟ୍ରେଲର୍‌ ସହ ଦୁଇଟି ଗୀତ ରିଲିଜ୍‌ ହୋଇଛି। ଯାହାକୁ ଦର୍ଶକେ ଖୁବ୍‌ ପସନ୍ଦ କରିଛନ୍ତି। ଦିବ୍ୟା ଖୋସଲା, ଶିଳ୍ପା ଶିରୋଦକର, ଇନ୍ଦିରା କ୍ରୀଷ୍ଣା, ରବି ପ୍ରକାଶ, ନବୀନ ନେନି ମଧ୍ୟ ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ।

ଆହୁରି ପଢ଼ନ୍ତୁ: ରାମ ଚରଣଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ବଡ଼ ଭେଟି: ରିଲିଜ୍ ହେଲା 'ପେଡ୍ଡି'ର ଦମଦାର୍ ଟିଜର, ଏହି ଦିନ ରିଲିଜ୍ ହେବ ଫିଲ୍ମ

31 Oct 2025 By Madhusudan Das

ବିନା ବ୍ରେକ୍‌ରେ ସୁଟ୍‌ ହେଲା ‘ଜଟାଧାରା’ର କ୍ଲାଇମାକ୍ସ

ସୁଧୀର ବାବୁ ଓ ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ‘ଜଟାଧାରା’ ଫିଲ୍ମ ନଭେମ୍ବର ୭ରେ ପରଦାକୁ ଆସିବ। ନିକଟରେ ଫିଲ୍ମର ପ୍ରଯୋଜକ ଶିବିନ ନାରଙ୍ଗ ଏହାର କ୍ଲାଇମାକ୍ସ ସିନ୍‌ ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି, ‘ଏହାର କ୍ଲାଇମାକ୍ସକୁ ଲଗାତାର ୨୪ ଘଣ୍ଟା ଧରି ସୁଟ୍ କରାଯାଇଛି। ଏହାର କ୍ଲାଇମାକ୍ସ ହିଁ ଫିଲ୍ମର ଆକର୍ଷଣ ସାଜିବ । ଏହି ସିନ୍‌ ପାଇଁ ସୋନାକ୍ଷୀ ଓ ସୁଧୀର ଶାରୀରିକ, ମାନସିକ ଓ ଭାବନାତ୍ମକ ଭାବେ ଯୋଡ଼ି ହୋଇ ରହିଥିଲେ। ପୂରା ଟିମ୍‌ କ୍ଲାଇମାକ୍ସ ପାଇଁ ଲଗାତାର ତିନି ଦିନ ଧରି ବିନା ବ୍ରେକ୍‌ରେ ସୁଟିଂ କରିଥିଲା। ‘ଜଟାଧାରା’ର କ୍ଲାଇମାକ୍ସ ବଡ଼ ପରଦାରେ ଦେଖାଯାଉଥିବା ସବୁଠୁ ଉନ୍ନତମାନର କ୍ଲାଇମାକ୍ସ ହେବ।’ ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଭେଙ୍କଟ କଲ୍ୟାଣ ଓ ଅଭିଷେକ ଜୟସୱାଲ ଅଛନ୍ତି।  ଫିଲ୍ମରେ ପୌରାଣିକ କଥା  ସହ କଳାଯାଦୁ, ଅଭିଶାପ ଓ ଏକ ରହସ୍ୟମୟ ଗୁପ୍ତଧନକୁ ଦେଖାଯାଇଛି। ଇତିମଧ୍ୟରେ ଫିଲ୍ମର ଟ୍ରେଲର୍‌ ସହ ଦୁଇଟି ଗୀତ ରିଲିଜ୍‌ ହୋଇଛି। ଯାହାକୁ ଦର୍ଶକେ ଖୁବ୍‌ ପସନ୍ଦ କରିଛନ୍ତି। ଦିବ୍ୟା ଖୋସଲା, ଶିଳ୍ପା ଶିରୋଦକର, ଇନ୍ଦିରା କ୍ରୀଷ୍ଣା, ରବି ପ୍ରକାଶ, ନବୀନ ନେନି ମଧ୍ୟ ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp