ମନି ଲଣ୍ଡରିଂ ମାମଲା: ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍ଲିନ ଫର୍ଣ୍ଣାଣ୍ଡିଜ୍ଙ୍କ ଜାମିନ ଅବଧି ବୃଦ୍ଧିକୁ ଇଡିର ବିରୋଧ
ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍ଲିନ ଫର୍ଣ୍ଣାଣ୍ଡିଜ୍ଙ୍କ ଜାମିନ ଅବଧି ନଭେମ୍ବର ୧୦ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଅଭିନେତ୍ରୀଙ୍କ ଜାମିନ ଆବେଦନର ଶୁଣାଣି କରି ପଟିୟାଲା ହାଉସ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛି। ଏଜେନ୍ସି ଅଭିଯୋଗ କରିଛି ଯେ ଜ୍ୟାକ୍ଲିନ୍ କେବେ ବି ଯାଞ୍ଚରେ ସହଯୋଗ କରିନାହାନ୍ତି। ପ୍ରମାଣ ମିଳିବାରୁ ସବୁ କିଛି ସାମ୍ନାକୁ ଆସିଥିଲା। ଅଭିନେତ୍ରୀ ଅନେକ ଥର ଦେଶରୁ […]
ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍ଲିନ ଫର୍ଣ୍ଣାଣ୍ଡିଜ୍ଙ୍କ ଜାମିନ ଅବଧି ନଭେମ୍ବର ୧୦ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଅଭିନେତ୍ରୀଙ୍କ ଜାମିନ ଆବେଦନର ଶୁଣାଣି କରି ପଟିୟାଲା ହାଉସ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛି। ଏଜେନ୍ସି ଅଭିଯୋଗ କରିଛି ଯେ ଜ୍ୟାକ୍ଲିନ୍ କେବେ ବି ଯାଞ୍ଚରେ ସହଯୋଗ କରିନାହାନ୍ତି। ପ୍ରମାଣ ମିଳିବାରୁ ସବୁ କିଛି ସାମ୍ନାକୁ ଆସିଥିଲା। ଅଭିନେତ୍ରୀ ଅନେକ ଥର ଦେଶରୁ ପଳାଇବାକୁ ପ୍ରୟାସ କରିଛନ୍ତି। ତେବେ ଏଲଓସି ଜାରି କରାଯାଇଥିବାରୁ ସେ ଏଥିରେ ବିଫଳ ହୋଇଛନ୍ତି। ସେ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ମଧ୍ୟ ନଷ୍ଟ କରିଛନ୍ତି। ଠକ ସୁକେଶ ଚନ୍ଦ୍ରଶେଖର ସମ୍ବନ୍ଧିତ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଜ୍ୟାକ୍ଲିନ୍ ପ୍ରମୁଖ ସାକ୍ଷୀ ଅଛନ୍ତି। ଏହା ପୂର୍ବରୁ ସେପ୍ଟେମ୍ବର ୧୬ରେ ୫୦ ହଜାର ଟଙ୍କାର ବେଲ୍ ବଣ୍ଡରେ କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଏହି ଆବେଦନ ଉପରେ କୋର୍ଟ ଇଡିଠାରୁ ଜବାବ ମାଗିଥିଲେ।