ବ୍ୟାଙ୍କ ବିଶୃଙ୍ଖଳା

The Sakala Picture
Published On

ଦେଶର ଆର୍ଥିକ ସ୍ଥିତି ଯେ ସୁଦୃଢ଼ ଅଛି, ଏକଥା ଯୋର ଦେଇ ସରକାର କହିପାରିବେ ନା ଆମେ ଗ୍ରହଣ କରିପାରିବା। ସବୁକିଛି ଠିକ୍‌‌ଠାକ୍‌‌ ଚାଲିନି। ପୁଞ୍ଜିବଜାରରେ ୬ମାସ ଧରି ଅସ୍ଥିରତା ଜାରି ରହିବା ସହିତ ଯେଉଁ ବିପର୍ଯ୍ୟୟ ଘଟିଛି, ସେଥିରେ ଦେଶର ୧୦ କୋଟି ନିବେଶକ ୯୪ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। ମୁମ୍ବାଇର ଅନ୍ୟତମ ପୁରୁଣା ଆର୍ଥିକ ସଂସ୍ଥା ନ୍ୟୁ-ଇଣ୍ଡିଆ କୋଅପରେଟିଭର ବ୍ୟାଙ୍କ ଦୁର୍ନୀତି ଓ ଅନିୟମିତତା ଯୋଗୁଁଁ ଭୁଶୁଡ଼ି ପଡ଼ିବାରୁ ଜମାକାରୀଙ୍କ ଦୁର୍ଦ୍ଦଶା […]

ଦେଶର ଆର୍ଥିକ ସ୍ଥିତି ଯେ ସୁଦୃଢ଼ ଅଛି, ଏକଥା ଯୋର ଦେଇ ସରକାର କହିପାରିବେ ନା ଆମେ ଗ୍ରହଣ କରିପାରିବା। ସବୁକିଛି ଠିକ୍‌‌ଠାକ୍‌‌ ଚାଲିନି। ପୁଞ୍ଜିବଜାରରେ ୬ମାସ ଧରି ଅସ୍ଥିରତା ଜାରି ରହିବା ସହିତ ଯେଉଁ ବିପର୍ଯ୍ୟୟ ଘଟିଛି, ସେଥିରେ ଦେଶର ୧୦ କୋଟି ନିବେଶକ ୯୪ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। ମୁମ୍ବାଇର ଅନ୍ୟତମ ପୁରୁଣା ଆର୍ଥିକ ସଂସ୍ଥା ନ୍ୟୁ-ଇଣ୍ଡିଆ କୋଅପରେଟିଭର ବ୍ୟାଙ୍କ ଦୁର୍ନୀତି ଓ ଅନିୟମିତତା ଯୋଗୁଁଁ ଭୁଶୁଡ଼ି ପଡ଼ିବାରୁ ଜମାକାରୀଙ୍କ ଦୁର୍ଦ୍ଦଶା ଓ ଅସହାୟତା କହିଲେ ନ ସରେ। ଏବେ ଇଣ୍ଡସଇଣ୍ଡ ବ୍ୟାଙ୍କରେ ୨୧୦୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ସାମ୍ନାକୁ ଆସିବାରୁ ସେୟାରବଜାରରେ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଗତ ମାର୍ଚ୍ଚ ୧୧ ତାରିଖରେ ଏହାର ସେୟାର ମୂଲ୍ୟ ୨୭ ପ୍ରତିଶତ ହ୍ରାସ ପାଇଥିଲା। ତୃତୀୟ ତ୍ରୟମାସିକ ରିପୋର୍ଟରେ ସୁଧ ଆୟ ଅନାବଶ୍ୟକ ଭାବେ ବଢ଼େଇ ଚଢ଼େଇ ପ୍ରଦର୍ଶନ କରିବା ଭଳି ଅଭିଯୋଗ ଏହି ବ୍ୟାଙ୍କ ବିରୋଧରେ ଆସିଛି। ରିଜର୍ଭ ବ୍ୟାଙ୍କ ଆର୍ଥିକ ବିବରଣୀରେ ସୁଧାର ଆଣିବା ସକାଶେ ସମୟ ମଧ୍ୟ ଦେଇଥିଲା। ବିଦେଶୀ ମୁଦ୍ରା ଡେରିଭେଟିର ପୋର୍ଟଫୋଲିଓରେ ପରିଲକ୍ଷିତ ଅସଙ୍ଗତି ବ୍ୟାଙ୍କ ପରିଚାଳନାର ବିଶ୍ୱସନୀୟତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଏହି ଘରୋଇ ବ୍ୟାଙ୍କ ହିନ୍ଦୁଜା ଗ୍ରୁପର। ତେବେ ରିଜର୍ଭ ବ୍ୟାଙ୍କର ସ୍ପଷ୍ଟୀକରଣ ପରେ ଜମାକାରୀ ଆଶ୍ୱସ୍ତ ହେଲା ଭଳି ମନେହେଉଛି। ସୋମବାର ସେୟାର ବଜାରରେ ଷ୍ଟକ ୧.୬୫ ପ୍ରତିଶତ ବୃଦ୍ଧି ପାଇବାରୁ ବ୍ୟାଙ୍କର ସ୍ଥିତି ସୁଧାରିଛି। ରିଜର୍ଭବ୍ୟାଙ୍କ ଦର୍ଶାଇଛନ୍ତି ଯେ ଇଣ୍ଡସଇଣ୍ଡ ବ୍ୟାଙ୍କର ଆର୍ଥିକ ସ୍ଥିତି ସ୍ଥିର ଅଛି ଓ ପର୍ଯ୍ୟାପ୍ତ ମାତ୍ରାରେ ପୁଞ୍ଜି ମଧ୍ୟ ରହିଛି। ତେଣୁ ଜମାକାରୀ ବିଚଳିତ ନ ହୋଇ ବ୍ୟାଙ୍କ ଉପରେ ଭରସା ରଖିବା ଉଚିତ।

ଦେଶରେ ମୁଣ୍ଡ ଟେକିଥିବା ଘରୋଇ ବ୍ୟାଙ୍କଗୁଡ଼ିକର ସ୍ଥିତି କ୍ରମାଗତ ଭାବେ ଦୋହଲିଯିବାରୁ ଏଥିମଧ୍ୟରେ ଗୋଟିକ ପରେ ଗୋଟିଏ ବନ୍ଦ ହେବାରେ ଲାଗିଛି। ଅନ୍ୟପକ୍ଷରେ ଦେଶର ଗ୍ରାମୀଣ ଜୀବନରେ ସ୍ୱତନ୍ତ୍ର ମହତ୍ତ୍ୱ ରଖୁଥିବା ସମବାୟ ବ୍ୟାଙ୍କ ଏମିତି ଅସଜଡ଼ା ଅବସ୍ଥାରେ ଅଛି ଯେ ତାହା ଉପରେ ଦିନକୁ ଦିନ ନିର୍ଭରଶୀଳତା ହ୍ରାସ ପାଉଛି। ରାଜନୈତିକ ବ୍ୟକ୍ତିବିଶେଷଙ୍କ ଦ୍ୱାରା ପରିଚାଳିତ ଏହି ସମବାୟ ବ୍ୟାଙ୍କରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ନିୟନ୍ତ୍ରଣର ସୀମା ଅତିକ୍ରମ କରିଯିବାରୁ ଏଥିମଧ୍ୟରେ ୮୦ଟି ବ୍ୟାଙ୍କ ବନ୍ଦ ହୋଇଗଲାଣି। ଅନୁରୂପ ଦୋଷତ୍ରୁଟି ଯୋଗୁଁଁ ୟେସ ବ୍ୟାଙ୍କ, ପଞ୍ଜାବ ମର୍କାଣ୍ଟାଇଲ୍‌‌ ବ୍ୟାଙ୍କ ଓ ଲକ୍ଷ୍ମୀ ବିଳାସ ଭଳି ଘରୋଇ ବ୍ୟାଙ୍କ ଇତିମଧ୍ୟରେ ବନ୍ଦ ହୋଇଗଲାଣି। ଏବେ ଏକମାତ୍ର ଭରସା ସରକାରୀ ପ୍ରୋତ୍ସାହନରେ ପରିଚାଳିତ ଜାତୀୟକରଣ ବ୍ୟାଙ୍କ। ସରକାରଙ୍କ ଦ୍ୱାରା ମନୋନୀତ ବ୍ୟକ୍ତିଙ୍କୁ ଏହି ବ୍ୟାଙ୍କ ଗୁଡ଼ିକରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ରୂପେ ନିଯୁକ୍ତି ଦିଆଯାଇଛି। ତେଣୁ ସରକାରଙ୍କ ଆନୁଗତ୍ୟ ତାଲିକାରେ ଥିବା କର୍ପୋରେଟ୍‌‌ ସଂସ୍ଥାକୁ ବିପୁଳ ପରିମାଣରେ ଋଣ ଯୋଗାଇ ଦେବାରେ କୌଣସି କଟକଣା ବା ନିୟମ ଶୃଙ୍ଖଳା ରହୁନି। ଏପରିକି ଅନାଦେୟ ଋଣକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଅଚଳ ସମ୍ପତ୍ତି (ଏନ୍‌‌ପିଏ) ଦର୍ଶାଇ ଛାଡ଼ କରିବାରେ କୌଣସି ପ୍ରତିବନ୍ଧକ ରହୁନି।

ଏହି ଜାତୀୟକରଣ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତି ଯେ ଠିକ୍‌‌ଠାକ୍‌‌ ଅଛି, ଏକଥା ନୁହେଁ। ଜମା ହ୍ରାସ ବୃଦ୍ଧିରେ ଶିଥିଳତା ଏବଂ ସଞ୍ଚୟ ମାନସିକତା କ୍ରମାଗତ ଭାବେ ହ୍ରାସ ପାଇଥିବାରୁ ବ୍ୟାଙ୍କ ମଧ୍ୟ ଋଣ ପ୍ରଦାନ ପ୍ରତି ସେଭଳି ଗୁରୁତ୍ୱ ଦେଉନାହିଁ। ବରଂ ଦୈନିକ ଆର୍ଥିକ କାରବାରର ମାଧ୍ୟମ ପାଲଟିଛି ବ୍ୟାଙ୍କ। ତେବେ ସେୟାର ବଜାରରେ ବିପର୍ଯ୍ୟୟ ପରେ କିଛି ନିବେଶକ ପୁଣି ବ୍ୟାଙ୍କରେ ଜମା ରଖିବାକୁ ଆଗ୍ରହ ପ୍ରକାଶ କରୁଥିବାର ପରିଲକ୍ଷିତ ହେଉଛି। ଅଥଚ ଦିନ ଥିଲା ବ୍ୟାଙ୍କରେ ଥିବା ସ୍ଥାୟୀ ଜମା ଭାଙ୍ଗି ଲୋକେ ସେୟାର ବଜାରରେ ନିବେଶ କରି ବିପୁଳ ଆର୍ଥିକ ଫାଇଦା ହାସଲ କରୁଥିଲେ। ଏବେ ସେମାନଙ୍କର ମୋହଭଙ୍ଗ ହୋଇଛି। କିନ୍ତୁ ଏହା ଯେ ବ୍ୟାଙ୍କର ସ୍ଥିତି ସୁଧାରିବାରେ ସହାୟକ ହେବ, ଏକଥା ନୁହେଁ। ସେୟାର ବଜାର ଉପାର୍ଜନର ଏକ ସୂତ୍ର ଥିବାବେଳେ ବ୍ୟାଙ୍କରୁ ସେଭଳି ଆର୍ଥିକ ଫାଇଦା ମିଳିବାର କୌଣସି ସୁଯୋଗ ନାହିଁ। ଏମିତିରେ ଦିନକୁ ଦିନ ଲୋକଙ୍କର ବ୍ୟୟଭାର ବଢ଼଼ିଚାଲିଥିବା ବେଳେ ସଞ୍ଚୟ ପ୍ରତି ଆକର୍ଷଣ ଏକପ୍ରକାର ନାହିଁ। ଆଉ ଗୋଟିଏ ବର୍ଗ ଅଛନ୍ତି ଯେଉଁମାନେ କି ନିଜର ସାମାଜିକ ପ୍ରତିଷ୍ଠା ପାଇଁ ବ୍ୟାଙ୍କରୁ ଋଣ କରି ସୌଖୀନ ସାମଗ୍ରୀରେ ବିପୁଳ ବ୍ୟୟ କରୁଛନ୍ତି। ସେମାନଙ୍କ ଆୟ ବା ଉପାର୍ଜନର ମୁଖ୍ୟ ଅଂଶ ଖର୍ଚ୍ଚ ହୋଇଥାଏ ଋଣ ପରିଶୋଧରେ। ଯିଏ ଯେତେ ଯୁକ୍ତି ବଢ଼଼ୁନା କାହିଁକି ଆୟ ତୁଳନାରେ ବ୍ୟୟଭାର ବଢ଼଼ିଚାଲିଛି। ତାହାକୁ ହିଁ ଦୃଷ୍ଟିରେ ରଖି ସରକାର ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ମୁକ୍ତ କରିଛନ୍ତି। ବ୍ୟୟବହୁଳ ଜୀବନଧାରାର ଏହା ଏକ ଅଂଶ ବିଶେଷ ହୋଇପଡ଼ିଛି।

ଏହା ପୂର୍ବରୁ ଆମେ କହିସାରିଛୁ ଯେ ବ୍ୟାଙ୍କରୁ ବଡ଼ ପରିମାଣର କିଭଳି ଋଣ ମିଳେ ଓ ତାହାକୁ ଛାଡ଼ କରାଯାଏ କିପରି। ଜାତୀୟକରଣ ବ୍ୟାଙ୍କରେ ନିଯୁକ୍ତ ଇଡି ସରକାରୀ ଏଜେଣ୍ଟ ଭଳି କାର୍ଯ୍ୟ କରିଥା’ନ୍ତି। ଉଭୟ ଋଣ ମଞ୍ଜୁର ଓ ଛାଡ଼ରେ ସେମାନେ ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥା’ନ୍ତି। ବିରୋଧୀ ଦଳ ଅଭିଯୋଗ କରି ଆସୁଥିଲେ ଯେ ବଡ଼ ବଡ଼ କମ୍ପାନୀ ଓ ଶିଳ୍ପପତିଙ୍କ ଉପରୁ ଦଶବର୍ଷ ମଧ୍ୟରେ ୧୬.୩୫ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଉପସ୍ଥାପନ କରିଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି। ୨୦୨୪ ଡିସେମ୍ବର ୩୧ ସୁଦ୍ଧା ୨୯ଟି କମ୍ପାନୀକୁ ୬୧, ୦୨୭ କୋଟି ଟଙ୍କାର ଋଣ ଛାଡ଼ କରାଯାଇଛି। ବାଣିଜ୍ୟିକ ବ୍ୟାଙ୍କ ତାହାକୁ ଏନ୍‌‌ପିଏ ଦର୍ଶାଇ ବାଲାନ୍ସ ସିଟ୍‌‌ରୁ ବାଦ ଦେଇଛନ୍ତି। ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ୨୦୧୮-୧୯ରେ ସର୍ବାଧିକ ୨, ୩୬, ୨୬୫ କୋଟି ଟଙ୍କାର ଋଣ ଛାଡ଼ କରାଯାଇଛି। ୨୦୨୨-୨୩ରେ ଏହି ପରିମାଣ ଥିଲା ୨, ୧୬, ୩୨୪ କୋଟି ଓ ୨୦୨୩-୨୪ରେ ୧, ୭୦, ୨୭୦ କୋଟି। ନୂଆ ସରକାର କ୍ଷମତାକୁ ଆସିବା ପରେ ୨୦୧୪-୧୫ର ଋଣ ଛାଡ଼ ପରିମାଣ ସବୁଠାରୁ କମ୍‌‌ ଥିଲା। ଏହା ୫୮, ୭୮୬ କୋଟି ଟଙ୍କାରେ ସୀମିତ ଥିଲା।

ଏସବୁ ଏଠାରେ ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଲା, ଏ ପ୍ରକାର ଋଣ ପ୍ରଦାନ ଓ ଛାଡ଼ ଫଳରେ ବ୍ୟାଙ୍କଗୁଡ଼ିକ ଦିନକୁ ଦିନ ଅଧିକ ଆର୍ଥିକ ଚାପର ସମ୍ମୁଖୀନ ହେଉଛନ୍ତି। ସାଧାରଣରେ ତାହାର ପତିଆରା କ୍ଷୁଣ୍ଣ ହେଉଛି। ଗତ ତ୍ରୟମାସିକ ଆର୍ଥିକ ରିପୋର୍ଟରେ ଜିଡିପି ହାର ୬.୨ ପ୍ରତିଶତକୁ ବୃଦ୍ଧି ପାଇଥିବାରୁ ଉଭୟ ସରକାର ଓ ଅର୍ଥନୀତିଜ୍ଞଙ୍କ ମହଲରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ଅଥଚ ଏହି ବୃଦ୍ଧି ପଛରେ କୃଷି ଉତ୍ପାଦନର ଯେ ସବୁଠାରୁ ବଡ଼ ଭୂମିକା ଥିଲା ଏକଥା ଆଦୌ ଭୁଲିଯିବା ଉଚିତ ନୁହେଁ। କର୍ପୋରେଟ୍‌‌ ସଂସ୍ଥା ଉପରୁ ବ୍ୟାଙ୍କ ଋଣ ଛାଡ଼ କରାଯାଉଥିଲେ ମଧ୍ୟ ଦେଶ ଆନୁପାତିକ ଭାବେ ସେମାନଙ୍କଠାରୁ ଉପକୃତ ହେଉନାହିଁ। କୃଷି ଉତ୍ପାଦନ ବୃଦ୍ଧିକୁ ଆଖି ଆଗରେ ରଖି ଯଦି ସରକାର କୃଷି ଋଣ ଛାଡ଼ କରିପାରନ୍ତେ, ତେବେ ବ୍ୟବସ୍ଥା ସୁଧାରିବାରେ ତାହା ଏକ ବଳିଷ୍ଠ ଅବଦାନ ହୋଇପାରନ୍ତା।

20 Mar 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର