ଦୁର୍ନୀତି ବିରୋଧରେ ‘ଶୂନ୍ୟ ସହନଶୀଳତା’: ୩୦ ଦିନରେ ଭିଜିଲାନ୍ସ ଜାଲରେ ୨୩ ଲାଞ୍ଚୁଆ

The Sakala Picture
Published On

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ‘ଶୂନ୍ୟ ସହନଶୀଳତା’କୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କ୍ରମରେ ଗୋଟିଏ ମାସରେ ଭିତରେ ସାରା ରାଜ୍ୟରୁ ୨୩ଜଣ ଦୁର୍ନୀତିଖୋର ଅଧିକାରୀ ତଥା କର୍ମଚାରୀ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି। ଯନ୍ତ୍ରୀଙ୍କ ଠାରୁ କିରାଣୀ, ସରକାରୀ ପ୍ରାଧ୍ୟାପକ, ରାଜସ୍ୱ ନିରୀକ୍ଷକ, ଇଞ୍ଜିନିୟର, ପୁଲିସ କର୍ମଚାରୀ ମଧ୍ୟ ଭିଜିଲାନ୍ସ ଜାଲରେ ଫସିଛନ୍ତି। ଓଡ଼ିଶା ଷ୍ଟାଫ୍‍ ସିଲେକ୍ସନ୍‍ କମିସନ(ଓଏସ୍‍ଏସ୍‍ସି) ସଦସ୍ୟଙ୍କ ପିଏସ୍‍ ବିରଞ୍ଚି ନାରାୟଣ ସାହୁ, ଭିଜିଲାନ୍ସ ଅଦାଲତର ସ୍ୱତନ୍ତ୍ର ପିପି ଆଶୁତୋଷ ମିଶ୍ର, ପଣ୍ୟନିଗମ […]

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ‘ଶୂନ୍ୟ ସହନଶୀଳତା’କୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କ୍ରମରେ ଗୋଟିଏ ମାସରେ ଭିତରେ ସାରା ରାଜ୍ୟରୁ ୨୩ଜଣ ଦୁର୍ନୀତିଖୋର ଅଧିକାରୀ ତଥା କର୍ମଚାରୀ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି। ଯନ୍ତ୍ରୀଙ୍କ ଠାରୁ କିରାଣୀ, ସରକାରୀ ପ୍ରାଧ୍ୟାପକ, ରାଜସ୍ୱ ନିରୀକ୍ଷକ, ଇଞ୍ଜିନିୟର, ପୁଲିସ କର୍ମଚାରୀ ମଧ୍ୟ ଭିଜିଲାନ୍ସ ଜାଲରେ ଫସିଛନ୍ତି। ଓଡ଼ିଶା ଷ୍ଟାଫ୍‍ ସିଲେକ୍ସନ୍‍ କମିସନ(ଓଏସ୍‍ଏସ୍‍ସି) ସଦସ୍ୟଙ୍କ ପିଏସ୍‍ ବିରଞ୍ଚି ନାରାୟଣ ସାହୁ, ଭିଜିଲାନ୍ସ ଅଦାଲତର ସ୍ୱତନ୍ତ୍ର ପିପି ଆଶୁତୋଷ ମିଶ୍ର, ପଣ୍ୟନିଗମ ପୂର୍ବତନ ଅଧୀକ୍ଷକ ଗଣପତି ପୁରୋହିତ, ଓଟିଡିସିର ଦୁଇ ଜଣ ଇଞ୍ଜିନିୟର କ୍ଷୀରୋଦ ଆଚାର୍ଯ୍ୟ ଓ ପ୍ରଭାତ ଦାଶ, ସରକାରୀ ପଲିଟେକ୍‍ନିକ୍ସର ପ୍ରାଧ୍ୟାପକ ସୂର୍ଯ୍ୟ ନାରୟଣ ରାୟ, ଡ୍ରେନେଜ ବିଭାଗର ଯନ୍ତ୍ରୀ ଚଣ୍ଡୀପ୍ରସାଦ ମହାପାତ୍ରଙ୍କ ଭଳି ୨୨ଜଣ ଲାଞ୍ଚ ଓ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରି ଭିଜିଲାନ୍ସ ଜାଲରେ ପଡ଼ି ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ନଗଦ କୋଟି କୋଟି ଟଙ୍କା, ଆଖି ଝଲସିବା ଭଳି ଅଟ୍ଟାଳିକା, ପୁଳାପୁଳା ସୁନା ଅଳଙ୍କାର, ଜମିବାଡି, ଦାମୀ ଗାଡ଼ି ଜବତ କରାଯାଇଛି।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ଗତ ୪ମାସରେ ରାଜ୍ୟର ମୋଟ ୬୩ଜଣ ସରକାରୀ ଅଧିକାରୀ, କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ି ସାରିଲେଣି। ଜାନୁଆରୀରେ ୨୧, ଫେବୃଆରୀରେ ୧୫, ମାର୍ଚ୍ଚରେ ୧୬, ଏପ୍ରିଲରେ ୯ଜଣ ଲାଞ୍ଚୁଆ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଥିଲା। କରୋନା ମହାମାରୀ ଓ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ୍‍ ପାଣିଗ୍ରାହୀଙ୍କ ଆକସ୍ମିକ ପରଲୋକ ପରେ ମଝିରେ ୨ ମାସ ଭିଜିଲାନ୍ସ ଟିକିଏ ଥମି ଯାଇଥିଲା। ଏବେ ଯଶୱନ୍ତ ଜେଠୱା ଦାୟିତ୍ୱ ନେବା ପରେ ପୁଣିଥରେ ସକ୍ରିୟ ହୋଇଛି ଭିଜିଲାନ୍ସ।

ଆହୁରି ପଢ଼ନ୍ତୁ: ବିହାରର ନବଗଛିଆରେ ରକ୍ତରଞ୍ଜିତ ହୋଲି: ଗୁଳିମାଡ଼ରେ ୩ ସାଙ୍ଗଙ୍କ ମୃତ୍ୟୁ, ଅଞ୍ଚଳରେ ଚାଞ୍ଚଲ୍ୟ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୨୦ରେ ଭିଜିଲାନ୍ସ ରାଜ୍ୟରେ ୩୧୮ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ସେମାନଙ୍କ ଭିତରୁ ୫୩ଜଣ ପ୍ରଥମ ଶ୍ରେଣୀ ଅଧିକାରୀ ହୋଇଥିବା ବେଳେ ୩୭ଜଣ ଦ୍ୱିତୀୟ ଶ୍ରେଣୀ ଅଧିକାରୀ ରହିଥିଲେ। ୯୩ଟି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ରୁଜୁ ହୋଇଥିବା ବେଳେ ୧୨୩କୋଟି ୯୧ ଲକ୍ଷ ଟଙ୍କା ସମ୍ପତ୍ତି ଠାବ ହୋଇଥିଲା। ସେଥିରେ ବହିସ୍କୃତ ଆଇଏଫ୍‍ଏସ୍‍ ଅଧିକାରୀ ଅଭୟକାନ୍ତ ପାଠକଙ୍କ ମାମଲା ସବୁଠାରୁ ବଡ଼ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଥିଲା।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‍ଏସ୍‍ସି) ସଦସ୍ୟଙ୍କ ବ୍ୟକ୍ତିଗତ ସହାୟକ ବିରଞ୍ଚି ନାରାୟଣ ସାହୁ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିଲେ। ତାଙ୍କ ଠାରୁ ୩କୋଟି ୫୧ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ କରାଯାଇଥିଲା। ଏଥିସହିତ ପୁଳା ପୁଳା ପ୍ଲଟ୍‍, ୯ଶହ ବୀମା ପଲିସି କାଗଜପତ୍ର ମିଳିଥିଲା। ଜଣେ ସାଧାରଣ କିରାଣୀଙ୍କ ଘରୁ ଏତେ ପରିମାଣର ସମ୍ପତ୍ତି ଜବତ ପ୍ରସଙ୍ଗରେ ପ୍ରବର୍ତ୍ତନ ନିର୍ଦେଶାଳୟ ମଧ୍ୟ ହସ୍ତକ୍ଷେପ କରିଛି। ନିଜଆଡ଼ୁ ବିରଞ୍ଚିଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ସେପଟେ ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲଦର ସ୍ୱତନ୍ତ୍ର ପିପି ଆଶୁତୋଷ ମିଶ୍ର ୧ଲକ୍ଷ ଟଙ୍କା ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ନିଲମ୍ବିତ ପୁଲିସ ଏଏସ୍‍ଆଇ ମଳୟ ଚନ୍ଦ୍ର ରଣାଙ୍କ ମାମଲା ରଫାଦଫା ଲାଗି ସେ ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଅନୁରୂପ ଭାବରେ ଓସେପାରେ କାର୍ଯ୍ୟ କରୁଥିବା ଜଣେ ବୈଷୟିକ ପରାମର୍ଶଦାତାଙ୍କ ଘରେ ଚଢ଼ଉ କରାଯାଇ ବିପୁଳ ସମ୍ପତ୍ତି ଠାବ କରିଛି।

ଦୁର୍ନୀତି ବିରୋଧରେ ‘ଶୂନ୍ୟ ସହନଶୀଳତା’ ଆଧାରରେ ରାଜ୍ୟରେ ଦୁର୍ନୀତିଗ୍ରସ୍ତମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ନିଆଯାଇଛି କଠୋର ପଦକ୍ଷେପ। ଗୋଟିଏ ବର୍ଷରେ ରାଜ୍ୟ ସରକାର ୧୧୯ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

13 Aug 2021 By The Sakala

ଦୁର୍ନୀତି ବିରୋଧରେ ‘ଶୂନ୍ୟ ସହନଶୀଳତା’: ୩୦ ଦିନରେ ଭିଜିଲାନ୍ସ ଜାଲରେ ୨୩ ଲାଞ୍ଚୁଆ

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ‘ଶୂନ୍ୟ ସହନଶୀଳତା’କୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କ୍ରମରେ ଗୋଟିଏ ମାସରେ ଭିତରେ ସାରା ରାଜ୍ୟରୁ ୨୩ଜଣ ଦୁର୍ନୀତିଖୋର ଅଧିକାରୀ ତଥା କର୍ମଚାରୀ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି। ଯନ୍ତ୍ରୀଙ୍କ ଠାରୁ କିରାଣୀ, ସରକାରୀ ପ୍ରାଧ୍ୟାପକ, ରାଜସ୍ୱ ନିରୀକ୍ଷକ, ଇଞ୍ଜିନିୟର, ପୁଲିସ କର୍ମଚାରୀ ମଧ୍ୟ ଭିଜିଲାନ୍ସ ଜାଲରେ ଫସିଛନ୍ତି। ଓଡ଼ିଶା ଷ୍ଟାଫ୍‍ ସିଲେକ୍ସନ୍‍ କମିସନ(ଓଏସ୍‍ଏସ୍‍ସି) ସଦସ୍ୟଙ୍କ ପିଏସ୍‍ ବିରଞ୍ଚି ନାରାୟଣ ସାହୁ, ଭିଜିଲାନ୍ସ ଅଦାଲତର ସ୍ୱତନ୍ତ୍ର ପିପି ଆଶୁତୋଷ ମିଶ୍ର, ପଣ୍ୟନିଗମ ପୂର୍ବତନ ଅଧୀକ୍ଷକ ଗଣପତି ପୁରୋହିତ, ଓଟିଡିସିର ଦୁଇ ଜଣ ଇଞ୍ଜିନିୟର କ୍ଷୀରୋଦ ଆଚାର୍ଯ୍ୟ ଓ ପ୍ରଭାତ ଦାଶ, ସରକାରୀ ପଲିଟେକ୍‍ନିକ୍ସର ପ୍ରାଧ୍ୟାପକ ସୂର୍ଯ୍ୟ ନାରୟଣ ରାୟ, ଡ୍ରେନେଜ ବିଭାଗର ଯନ୍ତ୍ରୀ ଚଣ୍ଡୀପ୍ରସାଦ ମହାପାତ୍ରଙ୍କ ଭଳି ୨୨ଜଣ ଲାଞ୍ଚ ଓ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରି ଭିଜିଲାନ୍ସ ଜାଲରେ ପଡ଼ି ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ନଗଦ କୋଟି କୋଟି ଟଙ୍କା, ଆଖି ଝଲସିବା ଭଳି ଅଟ୍ଟାଳିକା, ପୁଳାପୁଳା ସୁନା ଅଳଙ୍କାର, ଜମିବାଡି, ଦାମୀ ଗାଡ଼ି ଜବତ କରାଯାଇଛି।

ଗତ ୪ମାସରେ ରାଜ୍ୟର ମୋଟ ୬୩ଜଣ ସରକାରୀ ଅଧିକାରୀ, କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ି ସାରିଲେଣି। ଜାନୁଆରୀରେ ୨୧, ଫେବୃଆରୀରେ ୧୫, ମାର୍ଚ୍ଚରେ ୧୬, ଏପ୍ରିଲରେ ୯ଜଣ ଲାଞ୍ଚୁଆ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଥିଲା। କରୋନା ମହାମାରୀ ଓ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ୍‍ ପାଣିଗ୍ରାହୀଙ୍କ ଆକସ୍ମିକ ପରଲୋକ ପରେ ମଝିରେ ୨ ମାସ ଭିଜିଲାନ୍ସ ଟିକିଏ ଥମି ଯାଇଥିଲା। ଏବେ ଯଶୱନ୍ତ ଜେଠୱା ଦାୟିତ୍ୱ ନେବା ପରେ ପୁଣିଥରେ ସକ୍ରିୟ ହୋଇଛି ଭିଜିଲାନ୍ସ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୨୦ରେ ଭିଜିଲାନ୍ସ ରାଜ୍ୟରେ ୩୧୮ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ସେମାନଙ୍କ ଭିତରୁ ୫୩ଜଣ ପ୍ରଥମ ଶ୍ରେଣୀ ଅଧିକାରୀ ହୋଇଥିବା ବେଳେ ୩୭ଜଣ ଦ୍ୱିତୀୟ ଶ୍ରେଣୀ ଅଧିକାରୀ ରହିଥିଲେ। ୯୩ଟି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ରୁଜୁ ହୋଇଥିବା ବେଳେ ୧୨୩କୋଟି ୯୧ ଲକ୍ଷ ଟଙ୍କା ସମ୍ପତ୍ତି ଠାବ ହୋଇଥିଲା। ସେଥିରେ ବହିସ୍କୃତ ଆଇଏଫ୍‍ଏସ୍‍ ଅଧିକାରୀ ଅଭୟକାନ୍ତ ପାଠକଙ୍କ ମାମଲା ସବୁଠାରୁ ବଡ଼ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଥିଲା।

ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‍ଏସ୍‍ସି) ସଦସ୍ୟଙ୍କ ବ୍ୟକ୍ତିଗତ ସହାୟକ ବିରଞ୍ଚି ନାରାୟଣ ସାହୁ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିଲେ। ତାଙ୍କ ଠାରୁ ୩କୋଟି ୫୧ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ କରାଯାଇଥିଲା। ଏଥିସହିତ ପୁଳା ପୁଳା ପ୍ଲଟ୍‍, ୯ଶହ ବୀମା ପଲିସି କାଗଜପତ୍ର ମିଳିଥିଲା। ଜଣେ ସାଧାରଣ କିରାଣୀଙ୍କ ଘରୁ ଏତେ ପରିମାଣର ସମ୍ପତ୍ତି ଜବତ ପ୍ରସଙ୍ଗରେ ପ୍ରବର୍ତ୍ତନ ନିର୍ଦେଶାଳୟ ମଧ୍ୟ ହସ୍ତକ୍ଷେପ କରିଛି। ନିଜଆଡ଼ୁ ବିରଞ୍ଚିଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ସେପଟେ ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲଦର ସ୍ୱତନ୍ତ୍ର ପିପି ଆଶୁତୋଷ ମିଶ୍ର ୧ଲକ୍ଷ ଟଙ୍କା ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ନିଲମ୍ବିତ ପୁଲିସ ଏଏସ୍‍ଆଇ ମଳୟ ଚନ୍ଦ୍ର ରଣାଙ୍କ ମାମଲା ରଫାଦଫା ଲାଗି ସେ ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଅନୁରୂପ ଭାବରେ ଓସେପାରେ କାର୍ଯ୍ୟ କରୁଥିବା ଜଣେ ବୈଷୟିକ ପରାମର୍ଶଦାତାଙ୍କ ଘରେ ଚଢ଼ଉ କରାଯାଇ ବିପୁଳ ସମ୍ପତ୍ତି ଠାବ କରିଛି।

ଦୁର୍ନୀତି ବିରୋଧରେ ‘ଶୂନ୍ୟ ସହନଶୀଳତା’ ଆଧାରରେ ରାଜ୍ୟରେ ଦୁର୍ନୀତିଗ୍ରସ୍ତମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ନିଆଯାଇଛି କଠୋର ପଦକ୍ଷେପ। ଗୋଟିଏ ବର୍ଷରେ ରାଜ୍ୟ ସରକାର ୧୧୯ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

https://www.thesakala.in/crime/vigilance-raid-in-30-days/article-4578
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର