ନିଶା ବେପାରୀଙ୍କୁ ବଳ ଯୋଗାଉଛନ୍ତି ବେକାରୀ ଯୁବକ, ଅନଲାଇନରେ ଯୋଡି ହେବାକୁ ଦେଉଛନ୍ତି ବିଜ୍ଞାପନ

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ବ୍ରାଉନ୍‍ସୁଗର କାରବାର କାୟାବିସ୍ତାର କଲାଣି। ଉପକଣ୍ଠରୁ ଉପାନ୍ତ ଯାଏଁ ମାଡ଼ିଗଲାଣି ନିଶା କାରବାର। ପୁଲିସ ଯେତିକି ସଂଖ୍ୟା ଅଭିଯୁକ୍ତଙ୍କ ଠାବ କରୁଛି ଯେତିକି ବ୍ରାଉନସୁଗର ଜବତ ହୋଇଛି। ତେବେ ବ୍ରାଉନସୁଗର ମାଫିଆଙ୍କୁ ବଳ ଯୋଗାଉଛନ୍ତି ବେକାର ଯୁବଗୋଷ୍ଠୀ। ସେମାନଙ୍କୁ ଅର୍ଥଲୋଭ ଦେଖାଇ ନିଶା କାରବାରରେ ଲିପ୍ତ କରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ନିଶା କାରବାର ଲାଗି ଦିଆଯାଉଛି ବିଜ୍ଞାପନ। ମୋବାଇଲର ୱାଟ୍ସଆପ୍‍ରେ ଏଭଳି ଏକାଧିକ ଗ୍ରୁପ୍‍ ଖୋଲି ଲିଙ୍କ୍‍ଗୁଡ଼ିକ ଗୋଟିଏ ମୋବାଇଲରୁ ଆଉ ଏକ […]

ଭୁବନେଶ୍ୱର: ରାଜଧାନୀରେ ବ୍ରାଉନ୍‍ସୁଗର କାରବାର କାୟାବିସ୍ତାର କଲାଣି। ଉପକଣ୍ଠରୁ ଉପାନ୍ତ ଯାଏଁ ମାଡ଼ିଗଲାଣି ନିଶା କାରବାର। ପୁଲିସ ଯେତିକି ସଂଖ୍ୟା ଅଭିଯୁକ୍ତଙ୍କ ଠାବ କରୁଛି ଯେତିକି ବ୍ରାଉନସୁଗର ଜବତ ହୋଇଛି। ତେବେ ବ୍ରାଉନସୁଗର ମାଫିଆଙ୍କୁ ବଳ ଯୋଗାଉଛନ୍ତି ବେକାର ଯୁବଗୋଷ୍ଠୀ। ସେମାନଙ୍କୁ ଅର୍ଥଲୋଭ ଦେଖାଇ ନିଶା କାରବାରରେ ଲିପ୍ତ କରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ନିଶା କାରବାର ଲାଗି ଦିଆଯାଉଛି ବିଜ୍ଞାପନ। ମୋବାଇଲର ୱାଟ୍ସଆପ୍‍ରେ ଏଭଳି ଏକାଧିକ ଗ୍ରୁପ୍‍ ଖୋଲି ଲିଙ୍କ୍‍ଗୁଡ଼ିକ ଗୋଟିଏ ମୋବାଇଲରୁ ଆଉ ଏକ ମୋବାଇଲକୁ ଘୂରି ବୁଲୁଛି। ବେକାର ଯୁବକ ଅର୍ଥଲୋଭରେ ବେପାରୀଙ୍କୁ ପ୍ରଲୋଚନାରେ ନିଶା କାରବାରରେ ସାମିଲ ହୋଇଛନ୍ତି। ସେମାନଙ୍କୁ ଡେଲିଭରୀ ବୟ ଭଳି ବ୍ୟବହାର କରାଯିବା ସହ ପଶ୍ଚିମବଙ୍ଗ ଲାଲଗୋଲରୁ ବ୍ରାଉନ୍‍ସୁଗର ଆଣିବାକୁ ପଠାଯାଉଛି। ଏଭଳି ଭାବେ ରାଜଧାନୀରେ ଏକ ରାକେଟ୍‍ କାର୍ଯ୍ୟ କରୁଛି। ଶିକ୍ଷିତ ଯୁବକଠୁ ବସ୍ତିର ଯୁବକଙ୍କୁ ଏଥିରେ ସାମିଲ କରାଯାଇଛି।

ରାଜଧାନୀରେ କମିସନରେଟ୍‍ ପୁଲିସ ସାଢ଼େ ୭ କିଲୋ ବ୍ରାଉନସୁଗର ଜବତ କରିଛି। ଜବତ ବ୍ରାଉନସୁଗର ମୂଲ୍ୟ ସାଢ଼େ ୭କୋଟି ଟଙ୍କା ହେବ। ଏଥିସହ ବ୍ରାଉନ୍‍ସୁଗର କାରବାର ଅଭିଯୋଗରେ ୪୪ଟି ମାମଲା ରୁଜୁ କରାଯାଇ ୯୮ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ୨୭ଟି ମାମଲା ରୁଜୁ କରାଯିବା ସହ ୪୯ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୮୦୧ କେଜି ୪୭୦ ଗ୍ରାମର ଗଞ୍ଜେଇ ଜବତ କରାଯାଇଛି। ତେବେ କୋରାପୁଟ, କନ୍ଧମାଳ, ମାଲକାନାଗିରି ଆଦି ଜିଲ୍ଲାରୁ ବସ୍‍, ଟ୍ରେନ୍‍ରେ ରାଜଧାନୀକୁ ବିପୁଳ ପରିମାଣର ଗଞ୍ଜେଇ ଆସୁଛି। ଏଥିସହିତ ନିଶାମାଫିଆଙ୍କ ଠାରୁ ନଗଦ ୪୫ ଲକ୍ଷ ୬୪ ହଜାର ୯୪୨ ଟଙ୍କା ଜବତ କରାଯାଇଛି।

ସେହିପରି ରାଜ୍ୟରେ ୨୦୨୦ରୁ ହୋଇଥିବା ଧରପଗଡ଼଼ରେ ଆଜି ଯାଏଁ ୪୪ କିଲୋ ବ୍ରାଉନ୍‍ସୁଗର ଓ ୮୭ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଏଥିସହିତ ନିଶା କାରବାର କରୁଥିବା ୧୨୦ ଊର୍ଦ୍ଧ୍ବ ବେପାରୀଙ୍କୁ ଗିରଫ କରାଯାଇଛି। ଅନ୍ୟପଟେ ବିତ୍ତଶାଳୀ ବ୍ୟକ୍ତି ପ୍ରଚ୍ଛଦପଟ୍ଟ ଭାବେ ରହି ବ୍ରାଉନସୁଗର କାରବାର ଚଳାଉଛନ୍ତିି। କିଛି ଯୁବକଙ୍କୁ ଟଙ୍କା ଦେବା ସହ ବ୍ରାଉନ୍‍ସୁଗରରେ ଲିପ୍ତ କରି ସେଥିରୁ ହେଉଥିବା ଲାଭାଂଶକୁ ନେଉଛନ୍ତି। ପୁଲିସ ଅନେକ ସମୟରେ ବ୍ରାଉନସୁଗର ବେପାର କରୁଥିବା ଛୋଟ ଛୋଟ ବେପାରୀଙ୍କୁ ଧରୁଛି ସତ ହେଲେ କାରବାରରେ ମୁଖ୍ୟ କାର୍ପୋଟଦାରଙ୍କ ନିକଟରେ ପହଞ୍ଚିପାରୁନି। ପଚ୍ଛଦପଟ୍ଟ ଭାବେ ଖଳନାୟକ ସାଜୁଥିବା ମାଫିଆଙ୍କ ଠାବ କରିବା ପୁଲିସ ପାଖେ ଅପହଞ୍ଚ।

ସେହିପରି କୋଲକାତା, ମିଆଁମାର, ବାଂଲାଦେଶରୁ ଓଡ଼ିଶାକୁ ବ୍ରାଉନ୍‍ସୁଗର ଆମଦାନୀ ହେଉଛି। ବାଲେଶ୍ୱର, ଜଳେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ଦେଇ ଓଡ଼ିଶାକୁ ବ୍ରାଉନ୍‍ସୁଗର ପ୍ରବେଶ କରୁଛି। ଏହାପରେ ବାଲେଶ୍ୱରରୁ ରାଜଧାନୀ ଓ ଖୋର୍ଦ୍ଧାକୁ ବ୍ରାଉନ୍‍ସୁଗର ଚାଲାଣ ହେଉଛି। ପୂର୍ବରୁ ୧୦ରୁ ୧୫ ଗ୍ରାମ ବ୍ରାଉନ୍‍ସୁଗର ଜବତ କରାଯାଉଥିବା ବେଳେ ଏବେ ଏକା ଥରକେ କିଲୋ କିଲୋ ବ୍ରାଉନ୍‍ସୁଗର ଜବତ ହେଉଛି। ପୂର୍ବରୁ ଆଗରୁ ବ୍ରାଉନ୍‍ସୁଗର କାରବାର ହେଉଥିଲା ସତ। ମାତ୍ର ବ୍ରାଉନ୍‍ସୁଗରକୁ ସେବନ କରି ନିଶାଡ଼ି ଛୋଟ ଛୋଟ ସିନ୍ଧିଚୋରି ଘଟାଉଥିଲେ। କେଉଁଠି ମୋବାଇଲ ଲୁଟ୍‍ ତ ଆଉ କେଉଁଠି ଭ୍ୟାନିଟି ବ୍ୟାଗ୍‍ ଝାମ୍ପି ନେଉଥିଲେ। ଏଭଳି ଏକାଧିକ ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ନିଶାସେବନ ଯୋଗୁଁ ଲୁଟ୍‍ପାଟ୍‍ କରୁଥିବା ପୁଲିସ ଆଗେ ବଖାଣିଛନ୍ତି। ସହରରେ ନିଶା କାରବାର ମାତ୍‍ ଦେବା ଲାଗି ଅପରେସନ୍‍ ‘ହ୍ୱାଇଟ୍‍ ସ୍ପାଇଡର୍‍’ ଆରମ୍ଭ କରାଯାଇଥିବା ପୁଲିସ କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର