ଲୁଟ ହୋଇଥିବା ଜିନିଷକୁ ମାଲିକମାନଙ୍କୁ ଫେରାଇଲା କମିଶନରେଟ ପୁଲିସ, ୨୭ ବାଇକ ସହ ୮୧ ମୋବାଇଲ ଫେରସ୍ତ
ଭୁବନେଶ୍ୱର: ଚୋରି ଓ ଲୁଟ ହୋଇଯାଇଥିବା ସାମଗ୍ରୀ ଜବତ କରି ମାଲିକମାନଙ୍କୁ ଫେରାଇଲା କମିଶନରେଟ ପୋଲିସ । ସହରର ବିଭିନ୍ନ ଥାନା ଅଞ୍ଚଳରୁ ଚୋରି ହୋଇଥିବା ସାମଗ୍ରୀକୁ ତାଙ୍କ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଛି । ୨୭ ମଟର ସାଇକେଲ ଓ ୮୧ ମୋବାଇଲ ଫେରାଇଲା ପୋଲିସ । ଖଣ୍ଡଗିରି, କ୍ୟାପିଟାଲ, ସହିଦନଗର, ତମାଣ୍ଡୋ ଅଞ୍ଚଳରୁ ଏସବୁ ଚୋରି ହୋଇଥିଲା । ହସ୍ତାନ୍ତର କଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଉପସ୍ଥିତ ଥିଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ରାଜ୍ୟ ବାହାରୁ ଲୋକ ଆସି […]
ଭୁବନେଶ୍ୱର: ଚୋରି ଓ ଲୁଟ ହୋଇଯାଇଥିବା ସାମଗ୍ରୀ ଜବତ କରି ମାଲିକମାନଙ୍କୁ ଫେରାଇଲା କମିଶନରେଟ ପୋଲିସ । ସହରର ବିଭିନ୍ନ ଥାନା ଅଞ୍ଚଳରୁ ଚୋରି ହୋଇଥିବା ସାମଗ୍ରୀକୁ ତାଙ୍କ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଛି । ୨୭ ମଟର ସାଇକେଲ ଓ ୮୧ ମୋବାଇଲ ଫେରାଇଲା ପୋଲିସ । ଖଣ୍ଡଗିରି, କ୍ୟାପିଟାଲ, ସହିଦନଗର, ତମାଣ୍ଡୋ ଅଞ୍ଚଳରୁ ଏସବୁ ଚୋରି ହୋଇଥିଲା । ହସ୍ତାନ୍ତର କଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଉପସ୍ଥିତ ଥିଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ରାଜ୍ୟ ବାହାରୁ ଲୋକ ଆସି ଚୋରି ହୋଇଥିବା ବୁଲେଟ ଫେରି ପାଇଲେ। କିଛିଦିନ ତଳେ ବୁଲେଟ ଲୁଟେରା ଗ୍ୟାଙ୍ଗକୁ କାବୁ କରିଥିଲା ଖଣ୍ଡଗିରି ପୋଲିସ । ୨୦୨୨ ରେ ୧୨୫୦ ଚୋରି ମୋବାଇଲ ଫେରି ପାଇଥିଲା କମିଶନରେଟ ପୋଲିସ । ୨୦୨୩ ରେ ଏଯାବତ ୯୮୪ ଟି ମୋବାଇଲ ଉଦ୍ଧାର କରାଯାଇଛି। ଚୋରି ହୋଇଥିବା ୩୨୪ ମଟର ସାଇକେଲ ଚଳିତ ବର୍ଷ ଉଦ୍ଧାର କରିବାରେ ସକ୍ଷମ ହୋଇଛି କମିଶନରେଟ ପୋଲିସ।