ସୁପାରୀ ଦେଇଥିବା ପ୍ରଶାନ୍ତ ଗିରଫ

The Sakala Picture
Published On

ଭୁବନେଶ୍ୱର : ବ୍ୟବସାୟୀଙ୍କୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିବା ପ୍ରଶାନ୍ତ ଦାଶକୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ଗୁରୁବାର ବିଳମ୍ବିତ ରାତିରେ ଥାନାର ଏକ ଟିମ୍‍ ଟାଙ୍ଗୀରେ ଚଢ଼ଉ କରି ପ୍ରଶାନ୍ତକୁ ଗିରଫ କରିଛି। ପ୍ରଶାନ୍ତ ଠାରୁ ପୁଲିସ କେତେକ ମାରଣାସ୍ତ୍ର ଜବତ କରିଥିବା ଜଣାପଡ଼ିଛି। ଆସନ୍ତା ଶନିବାର ତାକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। କ’ଣ ପାଇଁ ଖଣି ବ୍ୟବସାୟୀ ଜୟନ୍ତକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲ ବୋଲି […]

ଭୁବନେଶ୍ୱର : ବ୍ୟବସାୟୀଙ୍କୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିବା ପ୍ରଶାନ୍ତ ଦାଶକୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ଗୁରୁବାର ବିଳମ୍ବିତ ରାତିରେ ଥାନାର ଏକ ଟିମ୍‍ ଟାଙ୍ଗୀରେ ଚଢ଼ଉ କରି ପ୍ରଶାନ୍ତକୁ ଗିରଫ କରିଛି। ପ୍ରଶାନ୍ତ ଠାରୁ ପୁଲିସ କେତେକ ମାରଣାସ୍ତ୍ର ଜବତ କରିଥିବା ଜଣାପଡ଼ିଛି। ଆସନ୍ତା ଶନିବାର ତାକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। କ’ଣ ପାଇଁ ଖଣି ବ୍ୟବସାୟୀ ଜୟନ୍ତକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲ ବୋଲି ପୁଲିସ ପ୍ରଶାନ୍ତକୁ ପଚାଉଚରା କରିଥିଲେ ମଧ୍ୟ ସେ ପୁଲିସକୁ ଭୁଆଁ ବୁଲାଉଛନ୍ତି। ଅଭିଯୁକ୍ତ ସମ୍ପଦ ସହିତ ବ୍ୟବସାୟୀ ଜୟନ୍ତଙ୍କ ଶତ୍ରୁତା ରହିଥିବାରୁ ସେ ହତ୍ୟା କରିବା ପାଇଁ ଆସିଥିଲା ବୋଲି ପ୍ରଶାନ୍ତ ପୁଲିସକୁ କହିଛି। ସେ କେବଳ ତାକୁ ଜୟନ୍ତ ଘର ଦେଖାଇବା ପାଇଁ ତା ସହିତ ଆସିଥିବା ପୁଲିସକୁ କହିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କାଳକାଜୀ ମନ୍ଦିର ନିକଟରେ ପୋଲିସ ବେଶରେ ଆସି ନାବାଳିକାଙ୍କୁ ଗଣଦୁଷ୍କର୍ମ, ଏନକାଉଣ୍ଟର ପରେ ଜଣେ ଗିରଫ

ଏପରିକି ପୁଲିସ ରିମାଣ୍ଡରେ ଆସିଥିବା ସମ୍ପଦକୁ ପଚରାଉଚରା କରିଥିଲେ ମଧ୍ୟ ସେ ମଧ୍ୟ ପାଲଟା ପ୍ରଶାନ୍ତ ଉପରେ ଦୋଷ ଲଦିଛି। ସେ କହିଛି ଯେ, ବ୍ୟବସାୟିକ କାରଣକୁ ନେଇ ପ୍ରଶାନ୍ତ ଏବଂ ଜୟନ୍ତଙ୍କ ମଧ୍ୟରେ ଶତ୍ରୁତା ରହିଥିଲା। ତେଣୁ ଜୟନ୍ତକୁ ହତ୍ୟା କରିବା ପାଇଁ ସେ ମୋତେ ସୁପାରି ଦେଇଥିଲା। ପରସ୍ପର ଏଭଳି ଦୋଷ ଲଦାଲଦି ଭିତରେ ପୁଲିସ ଅଡ଼ୁଆରେ ପଡ଼ିଯାଇଛି। କାହାର ଶତ୍ରୁତା ରହିଥିଲା , ଯିଏ କି ଜୟନ୍ତକୁ ମାରିବାକୁ ଉଦ୍ୟମ କରୁଥିଲା। ତାହାର ଉତ୍ତର ଜାଣିବା ପାଇଁ ପୁଲିସ ତଦନ୍ତକୁ ଜୋରଦାର କରିଛି। ଏପରିକି ପୁଲିସ ଆଗାମୀ ଦିନରେ ଜୟନ୍ତକୁ ପଚରାଉଚରା କରିବ। ଏହାପରେ ଦୁଇ ଅଭିଯୁକ୍ତ କ’ଣ ପାଇଁ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ ତାହା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର