ରାସ୍ତାରେ ଜଗିଛି ପୁଲିସ; ଘରେ ପଶିଲାଣି ଚୋର

The Sakala Picture
Published On

ଭୁବନେଶ୍ୱର : କରୋନା ସମୟରେ ପୁଲିସ ରାସ୍ତାରେ ବୁଲି ମାସ୍କ ଚେକିଂ କରୁଛି। ସେପଟରେ ଚୋର ଲୋକଙ୍କ ଘର ତାଲା ତାଡ଼ି କଳାକନା ବୁଲାଇଲେଣି। ଗତ ଗୋଟିଏ ସପ୍ତାହରେ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ୨୦ଜଣଙ୍କ ଘରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏସବୁ ମାମଲାରେ ତଦନ୍ତ କରୁଥିଲେ ମଧ୍ୟ ଚୋରଙ୍କୁ ଗିରଫ କରିପାରିନାହିଁ। ସହିଦନଗର ଥାନା କେଶୁରା ପ୍ଲଟ ନଂ-୪୧/୧୬୩ରେ ରହୁଥିବା ଅରବିନ୍ଦ ସ୍ୱାଇଁ ଘରେ ଗତ ୭ତାରିଖରେ ଦୁର୍ବୃତ୍ତମାନେ ପଶି ଲୁଟି ନେଇଛନ୍ତି। […]

ଭୁବନେଶ୍ୱର : କରୋନା ସମୟରେ ପୁଲିସ ରାସ୍ତାରେ ବୁଲି ମାସ୍କ ଚେକିଂ କରୁଛି। ସେପଟରେ ଚୋର ଲୋକଙ୍କ ଘର ତାଲା ତାଡ଼ି କଳାକନା ବୁଲାଇଲେଣି। ଗତ ଗୋଟିଏ ସପ୍ତାହରେ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ୨୦ଜଣଙ୍କ ଘରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏସବୁ ମାମଲାରେ ତଦନ୍ତ କରୁଥିଲେ ମଧ୍ୟ ଚୋରଙ୍କୁ ଗିରଫ କରିପାରିନାହିଁ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶର ଧାରରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ, ଡକାୟତିର ରୂପ ଦେବାକୁ କରିଥିଲା ଉଦ୍ୟମ

ସହିଦନଗର ଥାନା କେଶୁରା ପ୍ଲଟ ନଂ-୪୧/୧୬୩ରେ ରହୁଥିବା ଅରବିନ୍ଦ ସ୍ୱାଇଁ ଘରେ ଗତ ୭ତାରିଖରେ ଦୁର୍ବୃତ୍ତମାନେ ପଶି ଲୁଟି ନେଇଛନ୍ତି। ସେ ମହାଙ୍ଗା ସ୍ଥିତ ନିଜ ଘରକୁ ଯାଇଥିବା ବେଳେ ଏଭଳି ଘଟଣା ଘଟଛି। ସେ ମଙ୍ଗଳବାର ଘରୁ ଫେରିବା ପରେ ଜାଣିବାକୁ ପାଇଲେ ତାଙ୍କ ଘରର ମୁଖ୍ୟ କବାଟ ଖୋଲା ରହିଛି। ଘରର ସମସ୍ତ କାବଟ ଭଙ୍ଗାଯାଇଥିଲା। ଘର ଷ୍ଟିଲ ଆଲମିରା ଭାଙ୍ଗି ୨ଟି ସୁନା ହାର, ୪ ହଳ କାନ ଫୁଲ, ୭ଟି ସୁନା ମୁଦି,୧ ସୁନା ଚୁଡ଼ି, ୧ ସୁନା ଚେନ, ୧୮ ହଜାର ଟଙ୍କା ଏବଂ ଏଲିଡି ଟିଭି ଚୋରି ହୋଇଛି। ସବୁ ଚୋରି ସାମଗ୍ରୀର ଦାମ ୧୦ଲକ୍ଷ ଟଙ୍କା ହେବ ବୋଲି ଅରବିନ୍ଦ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦୁବାଇରେ ଗିରଫ ହେଲା କୋଟିପତି ଗ୍ୟାଙ୍ଗଷ୍ଟର ରାଓ ଇନ୍ଦ୍ରଜିତ, ଭାରତ ଆଣିବାକୁ ପ୍ରସ୍ତୁତି କରୁଛି ହରିୟାଣା ଏସଟିଏଫ୍

ସେହିଭଳି ମଞ୍ଚେଶ୍ୱର ଥାନା ଭାଗବତ ସନ୍ଧାନ ଲେନ୍‍-୫ ପ୍ଲଟ ନଂ-୬୬ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ଘର ଝରକା ଗ୍ରୀଲ କାଟି ଘର ଭିତରକୁ ପଶିଥିଲେ। ଘରର ଆଲମାରୀ ତାଡ଼ି ସେମାନେ ୮ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି। ଚୋରି ଭିତରେ ୪ଟି କାନଫୁଲ, ୨ଟି ମୁଦି, ଗୋଟିଏ ସୁନା ଲକେଟ୍‍, ସୁନା ଚେନ ଏବଂ ନଗଦ ୧୫ଶହ ଟଙ୍କା ଚୋରି ହୋଇଛି। ଏନେଇ ଥାନାରେ ଘରର ମାଲିକ ରଞ୍ଜିତ କୁମାର ଦାଶ ଥାନାରେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ର ରାୟଗଡ଼ରେ ଚାଞ୍ଚଲ୍ୟ: ଲିଭ୍-ଇନ୍ ପାର୍ଟନରକୁ ମଙ୍ଗଳସୂତ୍ରରେ ତଣ୍ଟିଚିପି ହତ୍ୟା କଲା ପ୍ରେମିକ

ସେହିଭଳି ଜିଜିପି କଲୋନୀରେ ଥିବା ପ୍ରାଥମିକ ସ୍କୁଲରୁ ଚୋରି ହୋଇଛି। କେହି ଦୁର୍ବୃତ୍ତ ସ୍କୁଲର ପାଚେରୀ ଡେଇଁ ସ୍କୁଲ ଘର ତାଲି ଭାଙ୍ଗି ଭିତରକୁ ପଶିଥିଲେ। ଭିତରେ ଥିବା ପାଣି ଟ୍ୟାପ୍‍, କମ୍ପ୍ୟୁଟର, ଏବଂ ଅନ୍ୟାନ ସାମଗ୍ରୀ ଚୋରି କରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ। ଏନେଇ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ମିନର୍ଭା ମହାନ୍ତି ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି।
ସେହିପରି ମଙ୍ଗଳବାର ବରମୁଣ୍ଡା ହାଉସିଂବୋର୍ଡ କଲୋନରେ ପାର୍କିଂ ହୋଇଥିବା ଏକ କାରରୁ ବମ୍ପର ଚୋରି ହୋଇଛି। ରାତି ପ୍ରାୟ ୩ଟା ସମୟରେ ଚୋର କାର ନିକଟକୁ ଆସିଥିଲେ। କାରର ବମ୍ପରକୁ ଖୋଲି ସେଠାରୁ ଚମ୍ପଟ ମାରିଥିଲେ। ଚୋର କୌଣସି ଗ୍ୟାରେଜରେ କାମ କରୁଥିବା ପୁଲିସ ସନ୍ଦେହ କରୁଛି। ସକାଳୁ କାର ମାଲିକ କାରରେ ବମ୍ପର ନ ଥିବା ଦେଖିବାକୁ ପାଇ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ଏ ନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି।

22 Apr 2021 By The Sakala

ରାସ୍ତାରେ ଜଗିଛି ପୁଲିସ; ଘରେ ପଶିଲାଣି ଚୋର

ଭୁବନେଶ୍ୱର : କରୋନା ସମୟରେ ପୁଲିସ ରାସ୍ତାରେ ବୁଲି ମାସ୍କ ଚେକିଂ କରୁଛି। ସେପଟରେ ଚୋର ଲୋକଙ୍କ ଘର ତାଲା ତାଡ଼ି କଳାକନା ବୁଲାଇଲେଣି। ଗତ ଗୋଟିଏ ସପ୍ତାହରେ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ୨୦ଜଣଙ୍କ ଘରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏସବୁ ମାମଲାରେ ତଦନ୍ତ କରୁଥିଲେ ମଧ୍ୟ ଚୋରଙ୍କୁ ଗିରଫ କରିପାରିନାହିଁ।

ସହିଦନଗର ଥାନା କେଶୁରା ପ୍ଲଟ ନଂ-୪୧/୧୬୩ରେ ରହୁଥିବା ଅରବିନ୍ଦ ସ୍ୱାଇଁ ଘରେ ଗତ ୭ତାରିଖରେ ଦୁର୍ବୃତ୍ତମାନେ ପଶି ଲୁଟି ନେଇଛନ୍ତି। ସେ ମହାଙ୍ଗା ସ୍ଥିତ ନିଜ ଘରକୁ ଯାଇଥିବା ବେଳେ ଏଭଳି ଘଟଣା ଘଟଛି। ସେ ମଙ୍ଗଳବାର ଘରୁ ଫେରିବା ପରେ ଜାଣିବାକୁ ପାଇଲେ ତାଙ୍କ ଘରର ମୁଖ୍ୟ କବାଟ ଖୋଲା ରହିଛି। ଘରର ସମସ୍ତ କାବଟ ଭଙ୍ଗାଯାଇଥିଲା। ଘର ଷ୍ଟିଲ ଆଲମିରା ଭାଙ୍ଗି ୨ଟି ସୁନା ହାର, ୪ ହଳ କାନ ଫୁଲ, ୭ଟି ସୁନା ମୁଦି,୧ ସୁନା ଚୁଡ଼ି, ୧ ସୁନା ଚେନ, ୧୮ ହଜାର ଟଙ୍କା ଏବଂ ଏଲିଡି ଟିଭି ଚୋରି ହୋଇଛି। ସବୁ ଚୋରି ସାମଗ୍ରୀର ଦାମ ୧୦ଲକ୍ଷ ଟଙ୍କା ହେବ ବୋଲି ଅରବିନ୍ଦ କହିଛନ୍ତି।

ସେହିଭଳି ମଞ୍ଚେଶ୍ୱର ଥାନା ଭାଗବତ ସନ୍ଧାନ ଲେନ୍‍-୫ ପ୍ଲଟ ନଂ-୬୬ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ଘର ଝରକା ଗ୍ରୀଲ କାଟି ଘର ଭିତରକୁ ପଶିଥିଲେ। ଘରର ଆଲମାରୀ ତାଡ଼ି ସେମାନେ ୮ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି। ଚୋରି ଭିତରେ ୪ଟି କାନଫୁଲ, ୨ଟି ମୁଦି, ଗୋଟିଏ ସୁନା ଲକେଟ୍‍, ସୁନା ଚେନ ଏବଂ ନଗଦ ୧୫ଶହ ଟଙ୍କା ଚୋରି ହୋଇଛି। ଏନେଇ ଥାନାରେ ଘରର ମାଲିକ ରଞ୍ଜିତ କୁମାର ଦାଶ ଥାନାରେ ଅଭିଯୋଗ କରିଛନ୍ତି।

ସେହିଭଳି ଜିଜିପି କଲୋନୀରେ ଥିବା ପ୍ରାଥମିକ ସ୍କୁଲରୁ ଚୋରି ହୋଇଛି। କେହି ଦୁର୍ବୃତ୍ତ ସ୍କୁଲର ପାଚେରୀ ଡେଇଁ ସ୍କୁଲ ଘର ତାଲି ଭାଙ୍ଗି ଭିତରକୁ ପଶିଥିଲେ। ଭିତରେ ଥିବା ପାଣି ଟ୍ୟାପ୍‍, କମ୍ପ୍ୟୁଟର, ଏବଂ ଅନ୍ୟାନ ସାମଗ୍ରୀ ଚୋରି କରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ। ଏନେଇ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ମିନର୍ଭା ମହାନ୍ତି ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି।
ସେହିପରି ମଙ୍ଗଳବାର ବରମୁଣ୍ଡା ହାଉସିଂବୋର୍ଡ କଲୋନରେ ପାର୍କିଂ ହୋଇଥିବା ଏକ କାରରୁ ବମ୍ପର ଚୋରି ହୋଇଛି। ରାତି ପ୍ରାୟ ୩ଟା ସମୟରେ ଚୋର କାର ନିକଟକୁ ଆସିଥିଲେ। କାରର ବମ୍ପରକୁ ଖୋଲି ସେଠାରୁ ଚମ୍ପଟ ମାରିଥିଲେ। ଚୋର କୌଣସି ଗ୍ୟାରେଜରେ କାମ କରୁଥିବା ପୁଲିସ ସନ୍ଦେହ କରୁଛି। ସକାଳୁ କାର ମାଲିକ କାରରେ ବମ୍ପର ନ ଥିବା ଦେଖିବାକୁ ପାଇ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ଏ ନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର