ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ସରିଲା ରିମାଣ୍ଡ, ଜେଲକୁ ଫେରିଲେ ୪ ଅଭିଯୁକ୍ତ

Madhusudan Das Picture
Published On

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଅଭିଯୁକ୍ତ କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ, ଉମା ବିଷୋୟୀ ଓ ଯୋଗୀ ରାଉତଙ୍କୁ ୨ ଦିନିଆ ରିମାଣ୍ଡରେ ନେଇ ମୁହାଁମୁହିଁ ଜେରା କରିଥିଲା ପୋଲିସ। ଚାରି ଅଭିଯୁକ୍ତଙ୍କୁ ପୋଲିସ ପୁଣି ଜେଲକୁ ପଠାଇଛି । ଚାରି ଜଣ ଅଭିଯୁକ୍ତଙ୍କୁ ପୋଲିସ ରିମାଣ୍ଡ ନେଇ ଜେରା କରିଥିଲା । ବୈଦ୍ୟନାଥପୁର ଥାନାରେ ଏସପି ଡ଼ା ସର୍ବଣା ବିବେକ ଏମ ଦିର୍ଘ ସମୟ ଧରି ଉପରୋକ୍ତ ସମସ୍ତ ଅଭିଯୁକ୍ତଙ୍କୁ  ମୁହାଁମୁହିଁ ଜେରା କରିଥିଲେ ।ଏପରି କି ଅଭିଯୁକ୍ତମାନେ ଯାହା କହୁଛନ୍ତି ତାହା ପୋଲିସ ଭିଡ଼ିଓ ରେକଡ଼ିଂ କରି ରଖିଥିବା ଜଣାପଡିଛି । ବର୍ତ୍ତମାନ ପୋଲିସ ହାତରେ କିଛି ନୂଆଁ ତଥ୍ୟ ଲାଗିଛି । ସେହି ତଥ୍ୟକୁ ନେଇ ପୋଲିସ ତଦନ୍ତ ପ୍ରକ୍ରିୟା ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ଗାଜିଆବାଦ୍ ତିନି ଭଉଣୀଙ୍କ ଆତ୍ମହତ୍ୟା ମାମଲା: ମୋବାଇଲରୁ ଖୋଲିଲା ‘କୋରିଆନ୍ ଗେମ୍’ର ରହସ୍ୟ, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ସୂଚନାଯୋଗ୍ୟ ଅକ୍ଟୋବର ୬ ତାରିଖରେ ବୈକୁଣ୍ଠନଗର ଛକରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଅକ୍ଟୋବର ୨୨ ତାରିଖରେ ଏହି ମାମଲାର ଖୁଲାସା କରିବା ସହ ପର୍ଯ୍ୟାୟକ୍ରମେ ପୁଲିସ ୧୬ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୁକ୍ତମାନେ ଗିରଫ ହେବା ପରେ ଉପରୋକ୍ତ ଚାରିଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପୁଲିସ ଜେରା କରିବା ସହ ସିନ୍ ରିକ୍ରିଏସନ୍ କରାଇଥିଲା । ଏହି ମାମଲାରେ ଜେଲରେ ଥିବା ଅଭିଯୁକ୍ତଙ୍କୁ ନେଇ ପୁଲିସ ଦୁଇଥର ସାକ୍ଷୀଙ୍କ ଉପସ୍ଥିତିରେ ଟିଆଇ ପରେଡ୍ କରିସାରିଛି ।

ଆହୁରି ପଢ଼ନ୍ତୁ: ମୁରାଦାବାଦରେ ଚାଞ୍ଚଲ୍ୟ: 'ଖେଳନା' ଭାବି ଥଟ୍ଟା କଲେ ଶାଶୁ, ଗୁଳି ମାରି ହତ୍ୟା କଲା ଜ୍ୱାଇଁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp