ଦେଶରେ ବଢୁଛି ଆତ୍ମହତ୍ୟା ମାମଲା: ୨୦୨୦ ମସିହା ତୁଳନାରେ ୨୦୨୧ରେ ୭.୨ ପ୍ରତିଶତ ବୃଦ୍ଧି, ମହାରାଷ୍ଟ୍ରରେ ସର୍ବାଧିକ

The Sakala Picture
Published On

ନୂଆଦିଲ୍ଲୀ: ଦିନକୁ ଦିନ ଆତ୍ମହତ୍ୟା ଘଟଣା ବଢିବାରେ ଲାଗିଛି। ଏହାରି ମଧ୍ଯରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB  ) ୨୦୨୧ ମସିହାର ଡାଟା ପ୍ରକାଶ କରିଛି।  ଯେଉଁଥିରେ ମହାରାଷ୍ଟ୍ର , ତାମିଲନାଡ଼ୁ, ମଧ୍ଯପ୍ରଦେଶ ଆଦି ରାଜ୍ଯ ଆତ୍ମହତ୍ୟା ଘଟଣାରେ ଆଗରେ ରହିଛନ୍ତି।  ମହାରାଷ୍ଟ୍ରରେ ୨୨ ହଜାରରୁ ଉର୍ଦ୍ଧ୍ବ ଆତ୍ମହତ୍ୟା ମାମାଲ ହୋଇଥିବା ବେଳେ ତାମିଲନାଡୁରେ ୧୫ ହଜାର ଓ ମଧ୍ଯପ୍ରଦେଶରେ ୧୩ ହଜାର ୫୦୦ ଆତ୍ମହତ୍ୟା ମାମଲା ପଞ୍ଜୀକୃତ ହୋଇଛି। ତେବେ ଭାରତ ବର୍ଷରେ ଗତବର୍ଷ […]

ନୂଆଦିଲ୍ଲୀ: ଦିନକୁ ଦିନ ଆତ୍ମହତ୍ୟା ଘଟଣା ବଢିବାରେ ଲାଗିଛି। ଏହାରି ମଧ୍ଯରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB  ) ୨୦୨୧ ମସିହାର ଡାଟା ପ୍ରକାଶ କରିଛି।  ଯେଉଁଥିରେ ମହାରାଷ୍ଟ୍ର , ତାମିଲନାଡ଼ୁ, ମଧ୍ଯପ୍ରଦେଶ ଆଦି ରାଜ୍ଯ ଆତ୍ମହତ୍ୟା ଘଟଣାରେ ଆଗରେ ରହିଛନ୍ତି।  ମହାରାଷ୍ଟ୍ରରେ ୨୨ ହଜାରରୁ ଉର୍ଦ୍ଧ୍ବ ଆତ୍ମହତ୍ୟା ମାମାଲ ହୋଇଥିବା ବେଳେ ତାମିଲନାଡୁରେ ୧୫ ହଜାର ଓ ମଧ୍ଯପ୍ରଦେଶରେ ୧୩ ହଜାର ୫୦୦ ଆତ୍ମହତ୍ୟା ମାମଲା ପଞ୍ଜୀକୃତ ହୋଇଛି। ତେବେ ଭାରତ ବର୍ଷରେ ଗତବର୍ଷ ଅର୍ଥାତ ୨୦୨୧ ମସିହାରେ ୧.୬୪ ଲକ୍ଷ ଆତ୍ମହତ୍ୟା ଘଟଣା ପଞ୍ଜୀକୃତ ହୋଇଛି। ପୂର୍ବ ବର୍ଷ ତୁଳନାରେ ୭.୨%  ବୃଦ୍ଧି ହୋଇଛି।  ୨୦୨୦ରେ ଦେଶରେ ମୋଟ ୧, ୫୩, ୦୫୨ ମାମଲା ରେକର୍ଡ କରାଯାଇଥିଲା। 

ଆହୁରି ପଢ଼ନ୍ତୁ: ବିବାହ ଆଳରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ୨୫ ଲକ୍ଷ ଓ ଆଇଫୋନ୍‌‌ ଠକିନେଲା ରସିକିଆ ଡାକ୍ତର, ବାନ୍ଧିଲା ପୋଲିସ

ଏହି ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ବୃତ୍ତିଗତ ସମସ୍ୟା, ଅପବ୍ୟବହାର, ମାନସିକ ବିକୃତି, ପାରିବାରିକ ସମସ୍ୟା, ବିଚ୍ଛିନ୍ନତା ଭାବନା, ହିଂସା, ବିଭିନ୍ନ ପ୍ରକାରର ନିଶା, କ୍ରୋନିକ ଯନ୍ତ୍ରଣା, ଆର୍ଥିକ ଦୁଃର୍ଦଶା ଇତ୍ୟାଦି ଭାରତରେ ଆତ୍ମହତ୍ୟା ସଂଖ୍ୟା ପଛରେ କିଛି ପ୍ରମୁଖ କାରଣ ଅଟେ ବୋଲି କୁହାଯାଇଛି।
ୟୁନିଅନ୍ ଟେରିଟୋରୀ ମଧ୍ୟରେ ଦିଲ୍ଲୀ ସର୍ବାଧିକ ଆତ୍ମହତ୍ୟା ରିପୋର୍ଟ ହୋଇଛି । ଦିଲ୍ଲୀରୁ ୨୮୪୦ ମାମଲା ସାମ୍ନାକୁ ଆସିଛି।  ପୁଡୁଚେରୀ ୫୦୪ ମାମଲାରେ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ସମୟରେ, ଦେଶର ୫୩ ମେଗାସିଟିରେ ୨୫, ୮୯୧  ଆତ୍ମହତ୍ୟା ମାମଲା ରିପୋର୍ଟ କରାଯାଇଛି।
29 Aug 2022 By The Sakala

ଦେଶରେ ବଢୁଛି ଆତ୍ମହତ୍ୟା ମାମଲା: ୨୦୨୦ ମସିହା ତୁଳନାରେ ୨୦୨୧ରେ ୭.୨ ପ୍ରତିଶତ ବୃଦ୍ଧି, ମହାରାଷ୍ଟ୍ରରେ ସର୍ବାଧିକ

ନୂଆଦିଲ୍ଲୀ: ଦିନକୁ ଦିନ ଆତ୍ମହତ୍ୟା ଘଟଣା ବଢିବାରେ ଲାଗିଛି। ଏହାରି ମଧ୍ଯରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB  ) ୨୦୨୧ ମସିହାର ଡାଟା ପ୍ରକାଶ କରିଛି।  ଯେଉଁଥିରେ ମହାରାଷ୍ଟ୍ର , ତାମିଲନାଡ଼ୁ, ମଧ୍ଯପ୍ରଦେଶ ଆଦି ରାଜ୍ଯ ଆତ୍ମହତ୍ୟା ଘଟଣାରେ ଆଗରେ ରହିଛନ୍ତି।  ମହାରାଷ୍ଟ୍ରରେ ୨୨ ହଜାରରୁ ଉର୍ଦ୍ଧ୍ବ ଆତ୍ମହତ୍ୟା ମାମାଲ ହୋଇଥିବା ବେଳେ ତାମିଲନାଡୁରେ ୧୫ ହଜାର ଓ ମଧ୍ଯପ୍ରଦେଶରେ ୧୩ ହଜାର ୫୦୦ ଆତ୍ମହତ୍ୟା ମାମଲା ପଞ୍ଜୀକୃତ ହୋଇଛି। ତେବେ ଭାରତ ବର୍ଷରେ ଗତବର୍ଷ ଅର୍ଥାତ ୨୦୨୧ ମସିହାରେ ୧.୬୪ ଲକ୍ଷ ଆତ୍ମହତ୍ୟା ଘଟଣା ପଞ୍ଜୀକୃତ ହୋଇଛି। ପୂର୍ବ ବର୍ଷ ତୁଳନାରେ ୭.୨%  ବୃଦ୍ଧି ହୋଇଛି।  ୨୦୨୦ରେ ଦେଶରେ ମୋଟ ୧, ୫୩, ୦୫୨ ମାମଲା ରେକର୍ଡ କରାଯାଇଥିଲା। 

ଏହି ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ବୃତ୍ତିଗତ ସମସ୍ୟା, ଅପବ୍ୟବହାର, ମାନସିକ ବିକୃତି, ପାରିବାରିକ ସମସ୍ୟା, ବିଚ୍ଛିନ୍ନତା ଭାବନା, ହିଂସା, ବିଭିନ୍ନ ପ୍ରକାରର ନିଶା, କ୍ରୋନିକ ଯନ୍ତ୍ରଣା, ଆର୍ଥିକ ଦୁଃର୍ଦଶା ଇତ୍ୟାଦି ଭାରତରେ ଆତ୍ମହତ୍ୟା ସଂଖ୍ୟା ପଛରେ କିଛି ପ୍ରମୁଖ କାରଣ ଅଟେ ବୋଲି କୁହାଯାଇଛି।
ୟୁନିଅନ୍ ଟେରିଟୋରୀ ମଧ୍ୟରେ ଦିଲ୍ଲୀ ସର୍ବାଧିକ ଆତ୍ମହତ୍ୟା ରିପୋର୍ଟ ହୋଇଛି । ଦିଲ୍ଲୀରୁ ୨୮୪୦ ମାମଲା ସାମ୍ନାକୁ ଆସିଛି।  ପୁଡୁଚେରୀ ୫୦୪ ମାମଲାରେ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ସମୟରେ, ଦେଶର ୫୩ ମେଗାସିଟିରେ ୨୫, ୮୯୧  ଆତ୍ମହତ୍ୟା ମାମଲା ରିପୋର୍ଟ କରାଯାଇଛି।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର