ପୁଲିସ ପଞ୍ଝାରେ କେବିଏନ ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନା

The Sakala Picture
Published On

ଭୁବନେଶ୍ୱର: ପୁଲିସ ପଞ୍ଝାରେ ବହୁଚର୍ଚ୍ଚିତ କେବିଏନ ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନା । ବୁବୁକୁ ନୟାପଲ୍ଲୀ ଥାନା ପୁଲିସ ଗିରଫ କରିଛି । ଭୁବନେଶ୍ୱରର ଡେଲଟା ଅଞ୍ଚଳରୁ ବୁବୁ ଜେନାକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ । ମାରଣାସ୍ତ୍ର ଧରି ଭିଡ଼ିଓ ଭାଇରଲ କରିବା ଓ ଲୋକଙ୍କୁ ଭୟଭୀତ କରିବା ଅଭିଯୋଗରେ ବୁବୁକୁ ଖୋଜୁଥିଲା ପୁଲିସ । କେବିଏନ ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନାକୁ ଗିରଫ କରିବା ପୂର୍ବରୁ ଏହି ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ […]

ଭୁବନେଶ୍ୱର: ପୁଲିସ ପଞ୍ଝାରେ ବହୁଚର୍ଚ୍ଚିତ କେବିଏନ ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନା । ବୁବୁକୁ ନୟାପଲ୍ଲୀ ଥାନା ପୁଲିସ ଗିରଫ କରିଛି । ଭୁବନେଶ୍ୱରର ଡେଲଟା ଅଞ୍ଚଳରୁ ବୁବୁ ଜେନାକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ । ମାରଣାସ୍ତ୍ର ଧରି ଭିଡ଼ିଓ ଭାଇରଲ କରିବା ଓ ଲୋକଙ୍କୁ ଭୟଭୀତ କରିବା ଅଭିଯୋଗରେ ବୁବୁକୁ ଖୋଜୁଥିଲା ପୁଲିସ । କେବିଏନ ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନାକୁ ଗିରଫ କରିବା ପୂର୍ବରୁ ଏହି ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରିସାରିଥିଲା ପୁଲିସ ।

ଆହୁରି ପଢ଼ନ୍ତୁ: ସୁନା ଲୋଭରେ ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପ୍ରେମିକ ସହ ମିଶି ମଉସାଙ୍କୁ ହତ୍ୟା କଲା ଝିଆରୀ

କେବିଏନ୍ ଗ୍ୟାଙ୍ଗ ରାଜଧାନୀ ରାଜରାସ୍ତାରେ ଖଣ୍ଡା ବୁଲାଇ ବାଇକ୍ ଓ କାରରେ ଷ୍ଟଣ୍ଟ କରି ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ୍ କରିବା ପରେ ପୁଲିସର ନିଦ ହଜିଯାଇଥିଲା । ଗ୍ୟାଙ୍ଗ୍‌ରେ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି କମିସନରେଟ ପୁଲିସର ସ୍ଵତନ୍ତ୍ର ଟିମ୍ ଚଢ଼ାଉ ଜାରି ରଖିଥିଲେ। ତେବେ ଭାଇରାଲ ହୋଇଥିବା ଭିଡିଓରେ ବ୍ୟବହୃତ ଖଣ୍ଡାକୁ ମଧ୍ୟ ଜବତ କରିଛି ପୋଲିସ । କେବିଏନ ଗ୍ୟାଙ୍ଗର କିଛି ଯୁବକ ଟାଉନ ଟାଇଗର ନାମରେ ଏକ ଗ୍ରୁପ ତିଆରି କରିଥିଲେ। ଦାଦାବଟି ଓ ଦାଦାଗିରି କରି ପତିଆର ଜାହିର କରିବା ଗ୍ୟାଙ୍ଗର ମୁଖ୍ୟ ଲକ୍ଷ୍ୟ ଥିଲା । ସନିଆ ଓରଫ ସନାତନ ଥିଲା ଗ୍ରୁପ ଆଡମିନ୍ । ପୁଲିସର ଆକ୍ସନ ପରେ ଗ୍ରୁପରୁ ଅନେକ ଯୁବକ ଲେଫ୍ଟ ହୋଇଯାଇଥିଲେ । ଲେଫ୍ଟ ହୋଇଥିବା ଯୁବକଙ୍କୁ ଖୋଜୁଛି ପୁଲିସ । ୨୯ ଜଣକ ଯୁବକଙ୍କ ନାମରେ ମାମଲା ରୁଜୁ କରି ଖୋଜୁଛି ପୁଲିସ ।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

 

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର