ସୁନ୍ଦରଗଡ଼ରେ ଜମତରା ଗ୍ୟାଙ୍ଗ, ଦିନରେ ଶ୍ରମିକ ସନ୍ଧ୍ୟା ହେଲେ ଫୋନ୍ କରି କରୁଛନ୍ତି ଲୁଟ୍‌

The Sakala Picture
Published On

ଝାରସୁଗୁଡ଼ା: ଝାରସୁଗୁଡ଼ା ପୁଲିସ ହାତରେ ଜମତରା ଗ୍ୟାଙ୍ଗ । ଏକ ସାଇବର ଠକେଇ ମାମଲାର ତଦନ୍ତ କରି ଝାରସୁଗୁଡ଼ା ପୁଲିସ ଜମତରା ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିଛି । ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ା ଅଞ୍ଚଳରୁ ଏମାନଙ୍କୁ ଗିରଫ କରିଛି ଝାରସୁଗୁଡ଼ା ପୁଲିସ । ସେମାନଙ୍କଠାରୁ ୯ଟି ମୋବାଇଲ ଫୋନ୍ ଏବଂ ଅନ୍ୟ ଜିନିଷପତ୍ର ଜବତ ସହ ୧୧ ହଜାର ଟଙ୍କା ଜବତ କରିଛି ପୁଲିସ । ଗିରଫ ଅଭିଯୁକ୍ତମାନେ ଝାଡ଼ଖଣ୍ଡ ଗିରିଡି ଅଞ୍ଚଳରେ ଗୁଡ୍ଡୁଲାଲ ରାଣା, […]

ଝାରସୁଗୁଡ଼ା: ଝାରସୁଗୁଡ଼ା ପୁଲିସ ହାତରେ ଜମତରା ଗ୍ୟାଙ୍ଗ । ଏକ ସାଇବର ଠକେଇ ମାମଲାର ତଦନ୍ତ କରି ଝାରସୁଗୁଡ଼ା ପୁଲିସ ଜମତରା ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିଛି । ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ା ଅଞ୍ଚଳରୁ ଏମାନଙ୍କୁ ଗିରଫ କରିଛି ଝାରସୁଗୁଡ଼ା ପୁଲିସ । ସେମାନଙ୍କଠାରୁ ୯ଟି ମୋବାଇଲ ଫୋନ୍ ଏବଂ ଅନ୍ୟ ଜିନିଷପତ୍ର ଜବତ ସହ ୧୧ ହଜାର ଟଙ୍କା ଜବତ କରିଛି ପୁଲିସ । ଗିରଫ ଅଭିଯୁକ୍ତମାନେ ଝାଡ଼ଖଣ୍ଡ ଗିରିଡି ଅଞ୍ଚଳରେ ଗୁଡ୍ଡୁଲାଲ ରାଣା, ପପୁ ରାଣା, ଗୋପାଲ ରାଣା । ଆଉ ଜଣେ ଅଭିଯୁକ୍ତ ବିରିଜୁ ରାଣା ଫେରାର୍ ଥିବା ଝାରସୁଗୁଡ଼ା ଏସପି ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ଇତିହାସ ରଚିଲେ ଏଲନ ମସ୍କ: ମୋଟ ସମ୍ପତ୍ତି ୮୦୦ ବିଲିୟନ ଡଲାର ପାର୍

ସୂଚନା ଅନୁସାରେ ଗତ ମାର୍ଚ୍ଚ ୨୪ ତାରିଖରେ ବେଲାପାହଡ ଗାନ୍ଧିନଗରରରେ ରହୁଥିବା ଜଣେ ରେଳବାଇ କର୍ମଚାରୀ ସିବାଶିଷ କର୍ମାକର ବେଲପାହାଡ଼ ଥାନାରେ ଫୋନ ପେ’ ଜରିଆରେ ଲୁଟର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ । ମାର୍ଚ୍ଚ ୨୨ରେ ସିବାଶିଷଙ୍କୁ ଏକ ଫୋନ୍ ଆସିଥିଲା । ଯେଉଁଥିରେ ସେ ଫୋନ ପେରେ ୧୯ଶହ ଟଙ୍କାର ଲଟେରୀ ଜିତିଥିବା ଠକ କହିଥିଲା । ଏହାପରେ ଏକ ଲିଙ୍କ ପଠାଇ କ୍ଲିକ୍ କରିବା ପାଇଁ କହିଥିଲେ । ସିବାଶିଷ ଲିଙ୍କରେ କ୍ଲିକ୍ କରିବା କ୍ଷଣି ତାଙ୍କ ଆକାଉଣ୍ଟରୁ ୧୯ଶହ ଟଙ୍କା ଓ କିଛି ସମୟ ପରେ ୩୬ ହଜାର ଟଙ୍କା କଟି ଯାଇଥିଲା ।

ଆହୁରି ପଢ଼ନ୍ତୁ: ଲୋନାଭାଲା ଖାତରୁ ଓଡ଼ିଆ ଛାତ୍ରୀଙ୍କ ମୃତଦେହ ଉଦ୍ଧାର: ୩୬ ଘଣ୍ଟା ପରେ ମିଳିଲା ପତ୍ତା

ଟଙ୍କା ଆକାଉଣ୍ଟକୁ ଫେରସ୍ତ ନ ହେବାରୁ ଶିବାସିଷ ଗତ ୨୪ ତାରିଖରେ ବେଲପାହାଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି ବିଭିନ୍ନ ସୂତ୍ରରୁ ଠକମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ଲୋକେସନ୍ ଯାଞ୍ଚ କରିଥିଲା । ସୋମବାର ରାତିରେ ସୁନ୍ଦରଗଡ଼ ଲେଫ୍ରିପଡ଼ା ଅଞ୍ଚଳରେ ରେଡ୍ କରି ୩ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଖସି ପଳାଇଛି । ତେବେ ପୁଲିସ ଜାଣିବାକୁ ପାଇଛି ଯେ   ଗିରଫ ଅଭିଯୁକ୍ତମାନେ ଝାଡ଼ଖଣ୍ଡରୁ ଆସି ସୁନ୍ଦରଗଡ଼ରେ ରହୁଛନ୍ତି। ଦିନରେ ଏମୋନେ ଶ୍ରମିକଭାବେ କାମ କରିବା ପରେ ସନ୍ଧ୍ୟାରେ ଫୋନ୍ କରି ଲୋକମାନଙ୍କୁ ଏମିତି ଲୁଟ୍ କରୁଛନ୍ତି।

ଆହୁରି ପଢ଼ନ୍ତୁ: SpaceX ସହ ମିଶିଲା xAI: ୧.୨୫ ଟ୍ରିଲିୟନ ଡଲାରର IPO ପାଇଁ ଇଲନ୍ ମସ୍କଙ୍କ ବଡ଼ ଯୋଜନା

ଅନ୍ୟପଟେ ଝାରସୁଗୁଡା ପୁଲିସ ଜମତରା ଗ୍ୟାଙ୍ଗର ସଦସ୍ୟଙ୍କୁ ଗିରଫ କରିବା ପରେ କମିଶନରେଟ୍‌ ପୁଲିସ ଝାରସୁଗୁଡା ସାଇବରସେଲ୍ ସହ ଯୋଗାଯୋଗ କରୁଛି। କାରଣ କମିଶନରେଟ୍‌ ପୁଲିସ ପାଖରେ ସାଇବର ଠକେଇ ନେଇ ବହୁଅଭିଯୋଗ ରହିଛି। ଗିରଫ ଜମତରା ଗ୍ୟାଙ୍ଗର ସଦସ୍ୟଙ୍କ ଠାରୁ ଏହାର କିଛି ଲିଙ୍କ୍‌ ମିଳିପାରିବ ବୋଲି ଆଶା କରି ଝାରସୁଗୁଡ଼ା ସାଇବର ସେଲ୍ ଶହ କମିଶନରେଟ ପୁଲିସ ଯୋଗାଯୋଗରେ ରହିଥିବା କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp