ଯାଉଛି ବ୍ରାଉନସୁଗର, ଆସୁଛି ଗଞ୍ଜେଇ: ନାଇଟକୋଚ୍ ବସ୍ ରେ ହେଉଛି ଚାଲାଣ, ମାଷ୍ଟର ମାଇଣ୍ଡକୁ ଧରୁନି ପୁଲିସ

The Sakala Picture
Published On

ଭୁବନେଶ୍ବର: ରାଜଧାନୀ ପାଲଟିଛି ବ୍ରାଉନ୍‌ସୁଗର ବେପାରୀଙ୍କ ହବ୍। ରାଜଧାନୀର ବ୍ରାଉନସୁଗର ବେପାରୀମାନେ ଏବେ କୋରାପୁଟ ଆଡ଼କୁ ମୁହାଁଇଲେଣି। ନାଇଟକୋଚ୍ ବସ୍‌ରେ ବେପାରୀମାନେ କୋରାପୁଟ ଅଞ୍ଚଳକୁ ବ୍ରାଉନସୁଗର ପଠାଇ ସେଠାରୁ ଗଞ୍ଜେଇ ଆମଦାନୀ କରୁଛନ୍ତି। ନିଶା ମାଫିଆ ବସ୍‌ର ଡ୍ରାଇଭର ଏବଂ କଣ୍ଡକ୍ଟରକୁ ୫ ରୁ ୧୦ ହଜାର ଟଙ୍କା  ଦେଇ ଏହି ନିଶା ଚାଲାଣ କରୁଛନ୍ତି। ସେମାନେ ବସ୍ ତଳ ଭାଗରେ ନିଶା ଭର୍ତ୍ତି କରି ଆଣୁଛନ୍ତି। ଯେଉଁଥିପାଇଁ ପୁଲିସର ନଜର ଏହା ଉପରେ ପଡୁନି। ଏହାସହ […]

ଭୁବନେଶ୍ବର: ରାଜଧାନୀ ପାଲଟିଛି ବ୍ରାଉନ୍‌ସୁଗର ବେପାରୀଙ୍କ ହବ୍। ରାଜଧାନୀର ବ୍ରାଉନସୁଗର ବେପାରୀମାନେ ଏବେ କୋରାପୁଟ ଆଡ଼କୁ ମୁହାଁଇଲେଣି। ନାଇଟକୋଚ୍ ବସ୍‌ରେ ବେପାରୀମାନେ କୋରାପୁଟ ଅଞ୍ଚଳକୁ ବ୍ରାଉନସୁଗର ପଠାଇ ସେଠାରୁ ଗଞ୍ଜେଇ
ଆମଦାନୀ କରୁଛନ୍ତି। ନିଶା ମାଫିଆ ବସ୍‌ର ଡ୍ରାଇଭର ଏବଂ କଣ୍ଡକ୍ଟରକୁ ୫ ରୁ ୧୦ ହଜାର ଟଙ୍କା  ଦେଇ ଏହି ନିଶା ଚାଲାଣ କରୁଛନ୍ତି। ସେମାନେ ବସ୍ ତଳ ଭାଗରେ ନିଶା ଭର୍ତ୍ତି କରି ଆଣୁଛନ୍ତି। ଯେଉଁଥିପାଇଁ ପୁଲିସର ନଜର ଏହା ଉପରେ ପଡୁନି। ଏହାସହ ରାତିରେ ବସ୍‌ କୋରାପୁଟରୁ ଆସୁଥିବାରୁ ବାଟରେ ଯାଞ୍ଚ ହେଉନାହିଁ । ଯାହାକି ନିଶା ମାଫିଆଙ୍କ ପାଇଁ ସୁହାଉଛି। ସେମାନେ ଏଭଳି ନିଶା କାରବାର କରି ରାତିଆରାତି ଲକ୍ଷାଧ୍ଵକ ଟଙ୍କା ରୋଜଗାର କରୁଛନ୍ତି।

ଚାଲାଣ ପଛରେ ଇଞ୍ଜିନିୟରିଂ ଛାତ୍ର

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ଅଧିକାଂଶ ଇଞ୍ଜିନିୟରିଂ ଛାତ୍ରମାନେ ହଷ୍ଟେଲରେ ରହୁଥିବାରୁ ଘରୁ ଆଣୁଥିବା ଟଙ୍କା ସେମାନଙ୍କ ପାଇଁ ସମୁଦ୍ରରୁ ଶଙ୍ଖ ପରି ମନେ ହେଉଛି । ତେଣୁ ରାଜଧାନୀରେ ରାଜକୀୟରେ ଭାବେ ରହିବା ପାଇଁ ଛାତ୍ରମାନେ ନିଶା କାରବାର କରୁଛନ୍ତି। ସେମାନେ ନାଇଟ୍ ବସ୍ ଯୋଗେ କୋରାପୁଟକୁ ବ୍ରାଉନ୍‌ସୁଗର ଚାଲାଣ କରୁଛନ୍ତି । ଥରେ ସେମାନେ ବ୍ରାଉନ୍‌ସୁଗର ଚାଲାଣ କଲେ ୨୦ରୁ ୨୫ ହଜାର ଟଙ୍କା ମିଳୁଛି । ନିକଟରେ କୋରାପୁଟ ପୁଲିସ ଗିରଫ କରିଥିବା ୩ଜଣ ଇଞ୍ଜିନିୟରିଂ ଛାତ୍ରଙ୍କୁ ପଚରାଉଚରା କରିବା ପରେ ଏଭଳି ଚାଞ୍ଚଲ୍ୟ କର ତଥ୍ୟ ପଦାକୁ ଆସିଛି ।

ମାଷ୍ଟରମାଇଣ୍ଡକୁ ଧରୁନି ପୁଲିସ
ରାଜଧାନୀରୁ ବ୍ରାଉନ୍‌ସୁଗର କୋରାପୁଟକୁ ପଠାଉଥିବା ମାଷ୍ଟରମାଇଣ୍ଡକୁ ପୁଲିସ ହାତ ଲଗାଉନାହିଁ । ସେମାନେ ଖୁଲମଖୁଲା ବୁଲି ଏହି ନିଶା କାରବାର କରୁଛନ୍ତି । ଏପରିକି କୋରାପୁଟରୁ ଗିରଫ ୩ ଇଞ୍ଜିନିୟର ଛାତ୍ର ରାଜଧାନୀର କେତେକ ନିଶା ମାଫିଆଙ୍କ ନାମ ପୁଲିସକୁ କହିଛନ୍ତି। ହେଲେ ପୁଲିସ ଏହି ମାଫିଆଙ୍କ ନାମ ଜାଣିଥିଲେ ମଧ୍ୟ ଗିରଫ କରିପାରୁନି। କାରଣ ଏହି ମାଫିଆଙ୍କ ପଛରେ ଏକାଧିକ ସ୍ଥାନୀୟ କୁଜି ନେତାଙ୍କ ହାତ ରହିଥିବା ଜଣାପଡ଼ିଛି।

ସ୍ଥାନୀୟ ପୁଲିସର ସହଯୋଗ
ରାଜଧାନୀରୁ ପୁଳାପୁଳା ବ୍ରାଉନ୍‌ସୁଗର କୋରାପୁଟ ଯାଉଛି ଏନେଇ ସ୍ଥାନୀୟ ପୁଲିସ ଜାଣିଛି। ହେଲେ ପୁଲିସ ଏଥି ପ୍ରତି ଦୃଷ୍ଟି ଦେଉନାହିଁ। ରାତିରେ ଯାଉଥିବା ନାଇଟ୍‌କୋଚ୍‌ ବସ୍‌କୁ ପୁଲିସ ଯାଞ୍ଚ କଲେ ନିଶା ମାଫିଆମାନେ ସାବାଡ଼ ହେବେ। ଏହାସହ କୋରାପୁଟରୁ ଆସୁଥିବା ନାଇଟ୍‌କୋଚ୍ ବସ୍‌କୁ ମଧ୍ୟ ଯାଞ୍ଚ କଲେ ବସ୍ତା ବସ୍ତା ଗଞ୍ଜେଇ ଜବତ ହୋଇପାରିବ । ହେଲେ ସ୍ଥାନୀୟ ପୁଲିସର ନିଶା ମାଫିଆଙ୍କ ସହ ମଧୁଚନ୍ଦ୍ରିକା ପାଇଁ ଏଭଳି କାରବାର ହେଉଥିବା ଅଭିଯୋଗ ହେଉଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଯଦି ପୁଲିସ ଯାଞ୍ଚ କଡାକଡି ହେବ ତେବେ ନିଶା ଚାଲାଣ ରୋକି ହେବ କୁହାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର