ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍, ଆଇସୋଲେସନରେ ପୁଲିସ

The Sakala Picture
Published On

କଟକ : ଗ୍ୟାଙ୍ଗଷ୍ଟର ହାଇଦରକୁ କରୋନା । ଗ୍ୟାଙ୍ଗଷ୍ଟର ହାଇଦର କରୋନା ସଂକ୍ରମିତ ହୋଇଥିବାର ଆଣ୍ଟିଜେନ ଟେଷ୍ଟରୁ ଜଣାପଡ଼ିଛି । ଆଣ୍ଟିଜେନ ଟେଷ୍ଟ ପଜିଟିଭ ଆସିବା ପରେ ଏ ନେଇ ସ୍ପଷ୍ଟ ହୋଇଛି ।  କିନ୍ତୁ ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ ତାହାର ଆରଟିପିସିଆର୍ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯିବ। କିନ୍ତୁ ଆରଟିପିସିଆର୍ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ସେ ଚୌଦ୍ବାର ଜେଲରେ ଆଇସୋଲେସନ ସେଲ୍‌ରେ ରହିବ। ଅଦାଲତ ଆସନ୍ତାକାଲି ସକାଳ ୭ଟାରୁ ହାଇଦରକୁ ୭ ଦିନିଆ ପୁଲିସ […]

କଟକ : ଗ୍ୟାଙ୍ଗଷ୍ଟର ହାଇଦରକୁ କରୋନା । ଗ୍ୟାଙ୍ଗଷ୍ଟର ହାଇଦର କରୋନା ସଂକ୍ରମିତ ହୋଇଥିବାର ଆଣ୍ଟିଜେନ ଟେଷ୍ଟରୁ ଜଣାପଡ଼ିଛି । ଆଣ୍ଟିଜେନ ଟେଷ୍ଟ ପଜିଟିଭ ଆସିବା ପରେ ଏ ନେଇ ସ୍ପଷ୍ଟ ହୋଇଛି ।  କିନ୍ତୁ ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ ତାହାର ଆରଟିପିସିଆର୍ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯିବ। କିନ୍ତୁ ଆରଟିପିସିଆର୍ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ସେ ଚୌଦ୍ବାର ଜେଲରେ ଆଇସୋଲେସନ ସେଲ୍‌ରେ ରହିବ। ଅଦାଲତ ଆସନ୍ତାକାଲି ସକାଳ ୭ଟାରୁ ହାଇଦରକୁ ୭ ଦିନିଆ ପୁଲିସ ରିମାଣ୍ଡ୍ ପାଇଁ ଅନୁମତି ଦେଇଥିଲେ ବି ତାକୁ ଆଉ ଅଣାଯାଇ ପାରିବନାହିଁ। ଏଭଳି ସ୍ଥିତିରେ କିନ୍ତୁ ପୁଲିସ ବିଭାଗରେ ଭାଳେଣି ପଡ଼ିଯାଇଛି। ବରିଷ୍ଠ ପୁଲିସ ଅଧିକାରୀ ଏ ବିଷୟରେ ମତ ରଖି ନଥିଲେ ସୁଦ୍ଧା ବର୍ତ୍ତମାନ ରିମାଣ୍ଡରେ ହାଇଦରକୁ ପୁଲିସ ନେବ ନାହିଁ ବୋଲି ଜଣାପଡ଼ିଛି । ହାଇଦରକୁ ଚୌଦ୍ବାର ଜେଲରେ ସଙ୍ଗରୋଧରେ ରଖାଯାଇଛି । ରିପୋର୍ଟ ଆସିବା ପରେ ଏହାକୁ ଦେଖି ହାଇଦରକୁ ପୋଲିସ ରିମାଣ୍ଡରେ ଆଣିବ।

ଆହୁରି ପଢ଼ନ୍ତୁ: ୫ ବର୍ଷ ପରେ ଖୋଲିଲା ସିନ୍ଧୁଦୁର୍ଗ 'ଫୋଣ୍ଡା ଘାଟ ଦୁର୍ଘଟଣା'ର ରହସ୍ୟ, ୨ ଲକ୍ଷ ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କରିଥିଲେ ସାଙ୍ଗ

ଅନ୍ୟ ଏକ ସୂଚନା ଅନୁସାରେ, ହାଇଦରକୁ କାବୁ କରିଥିବା ଇନ୍ସପେକ୍ଟର ରଶ୍ମିରଂଜନ ମହାପାତ୍ର ଓ ଇନ୍ସପେକ୍ଟର ତାପସ ପ୍ରଧାନଙ୍କୁ ଟିମ୍ ସଦସ୍ୟଙ୍କୁ ହାଇଦରର ଆରଟିପିସିଆର୍ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି। ହାଇଦର୍ ସହିତ ନିକଟତର ହୋଇଥିବା ଅନ୍ୟ ଅଧିକାରୀ ମାନଙ୍କୁ ବି ସତର୍କ କରି ଦିଆଯାଇଛି। ହାଇଦର୍ ଆଜି ଯେଉଁ ବିମାନରେ ଆସିଥିଲା, ସେହି ବିମାନ ସଂସ୍ଥାକୁ ବି ଘଟଣା ସଂପର୍କରେ ଅବଗତ କରାଯାଇଛି। ଯଦି ଆରଟିପିସିଆର୍ ପରୀକ୍ଷା ରିପୋର୍ଟ ହାଇଦରର ପଜିଟିଭ୍ ଆସେ ତେବେ ତାର କଣ୍ଟାକ୍ଟ୍ ଟ୍ରେସିଂ ଆରମ୍ଭ ହେବ। ଏଭଳି ସ୍ଥିତିରେ ଆଜି ହାଇଦର ପାଖଆଖରେ ଦୀର୍ଘ ସମୟ ଧରି ଜମା ହୋଇଥିବା ବ୍ୟକ୍ତିବିଶେଷ କରୋନା ବିପଦ ମୁହଁକୁ ଆସି ଯାଉଛନ୍ତି। ହାଇଦରକୁ ଜେଏମ୍ଏଫସି କୋର୍ଟରେ ହାଜର କରାଯାଇଥିବା ବେଳେ ସେଠି ବି ବିପଦ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ପ୍ରେମିକାର ମୁଣ୍ଡକୁ କୋଳରେ ରଖି ତଣ୍ଟି କାଟିଦେଲା ପ୍ରେମିକ, ଗାନ୍ଧୀନଗର ହୋଟେଲରେ ଘଟିଲା ଛାତିଥରା ହତ୍ୟାକାଣ୍ଡ

ଶୁକ୍ରବାର ଦିନ ହାଇଦରକୁ ରାତି ପ୍ରାୟ ସାଢେ ଆଠଟା ବେଳେ ଚୌଦ୍ବାର ଜେଲକୁ ନିଆଯାଇଥିଲା।‌ ସେ ସମୟରେ ବି ବହୁ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ହାଇଦରକୁ ଜେଲ୍ କ୍ୟାଣ୍ଟିନ୍ ସାମ୍‌ନାରେ ଥିବା ସ୍କୁଲର ପଛ ପଟେ ୧ ନମ୍ବର ୱାର୍ଡର ତିନି ନମ୍ବର ସେଲ୍‌ରେ ରଖାଯାଇଛି। ଏହା ଏକ ଆଇସୋଲେସନ ସେଲ୍ ହୋଇଥିବା ବେଳେ ସେଠାରେ ଜଣେ ୱାର୍ଡରଙ୍କୁ ନିୟୋଜିତ କରାଯାଇଛି। ବ୍ୟବସ୍ଥା ଅନୁଯାୟୀ ତାକୁ ଗୋଟିଏ କମ୍ବଳ, ଥାଳି ଓ ବାଟି ଦିଆଯାଇଛି। କିନ୍ତୁ ଯଦି ଆରଟିପିସିଆର୍ ପରୀକ୍ଷାରୁ ହାଇଦର କରୋନା ସଂକ୍ରମିତ ବୋଲି ସ୍ପଷ୍ଟ ହୁଏ ତେବେ ୫୦ରୁ ଅଧିକ ପୁଲିସ, ବିଭିନ୍ନ କର୍ମଚାରୀ କରୋନା ବିପଦ ବଳୟକୁ ଚାଲିଆସିବେ।

ସୂଚନାଯୋଗ୍ୟ ଗତ ୧୦ ତାରିଖରେ ଏସସିବି ସର୍ଜରୀ ୱାର୍ଡରୁ ହାଇଦର ଫେରାର୍ ହୋଇ ଯାଇଥିଲା । ବିଭିନ୍ନ ରାଜ୍ୟରେ ଛାନଭିନ୍ନ ପରେ ପୋଲିସ ଗୁରୁବାର ହାଇଦରକୁ ତେଲଙ୍ଗାନାରୁ ସ୍ଥାନୀୟ ପୁଲିସ ସହାୟତାରେ ଗିରଫ କରାଯାଇଥିଲା । ଗତକାଲି ବିମାନ ଯୋଗେ ଭୁବନେଶ୍ୱର ଅଣାଯିବା ପରେ କଟକ ଡିସିପି ଅଫିସକୁ ହାଇଦରକୁ ନିଆଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଯାଇଥିଲା ।

17 Apr 2021 By The Sakala

ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍, ଆଇସୋଲେସନରେ ପୁଲିସ

କଟକ : ଗ୍ୟାଙ୍ଗଷ୍ଟର ହାଇଦରକୁ କରୋନା । ଗ୍ୟାଙ୍ଗଷ୍ଟର ହାଇଦର କରୋନା ସଂକ୍ରମିତ ହୋଇଥିବାର ଆଣ୍ଟିଜେନ ଟେଷ୍ଟରୁ ଜଣାପଡ଼ିଛି । ଆଣ୍ଟିଜେନ ଟେଷ୍ଟ ପଜିଟିଭ ଆସିବା ପରେ ଏ ନେଇ ସ୍ପଷ୍ଟ ହୋଇଛି ।  କିନ୍ତୁ ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ ତାହାର ଆରଟିପିସିଆର୍ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯିବ। କିନ୍ତୁ ଆରଟିପିସିଆର୍ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ସେ ଚୌଦ୍ବାର ଜେଲରେ ଆଇସୋଲେସନ ସେଲ୍‌ରେ ରହିବ। ଅଦାଲତ ଆସନ୍ତାକାଲି ସକାଳ ୭ଟାରୁ ହାଇଦରକୁ ୭ ଦିନିଆ ପୁଲିସ ରିମାଣ୍ଡ୍ ପାଇଁ ଅନୁମତି ଦେଇଥିଲେ ବି ତାକୁ ଆଉ ଅଣାଯାଇ ପାରିବନାହିଁ। ଏଭଳି ସ୍ଥିତିରେ କିନ୍ତୁ ପୁଲିସ ବିଭାଗରେ ଭାଳେଣି ପଡ଼ିଯାଇଛି। ବରିଷ୍ଠ ପୁଲିସ ଅଧିକାରୀ ଏ ବିଷୟରେ ମତ ରଖି ନଥିଲେ ସୁଦ୍ଧା ବର୍ତ୍ତମାନ ରିମାଣ୍ଡରେ ହାଇଦରକୁ ପୁଲିସ ନେବ ନାହିଁ ବୋଲି ଜଣାପଡ଼ିଛି । ହାଇଦରକୁ ଚୌଦ୍ବାର ଜେଲରେ ସଙ୍ଗରୋଧରେ ରଖାଯାଇଛି । ରିପୋର୍ଟ ଆସିବା ପରେ ଏହାକୁ ଦେଖି ହାଇଦରକୁ ପୋଲିସ ରିମାଣ୍ଡରେ ଆଣିବ।

ଅନ୍ୟ ଏକ ସୂଚନା ଅନୁସାରେ, ହାଇଦରକୁ କାବୁ କରିଥିବା ଇନ୍ସପେକ୍ଟର ରଶ୍ମିରଂଜନ ମହାପାତ୍ର ଓ ଇନ୍ସପେକ୍ଟର ତାପସ ପ୍ରଧାନଙ୍କୁ ଟିମ୍ ସଦସ୍ୟଙ୍କୁ ହାଇଦରର ଆରଟିପିସିଆର୍ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି। ହାଇଦର୍ ସହିତ ନିକଟତର ହୋଇଥିବା ଅନ୍ୟ ଅଧିକାରୀ ମାନଙ୍କୁ ବି ସତର୍କ କରି ଦିଆଯାଇଛି। ହାଇଦର୍ ଆଜି ଯେଉଁ ବିମାନରେ ଆସିଥିଲା, ସେହି ବିମାନ ସଂସ୍ଥାକୁ ବି ଘଟଣା ସଂପର୍କରେ ଅବଗତ କରାଯାଇଛି। ଯଦି ଆରଟିପିସିଆର୍ ପରୀକ୍ଷା ରିପୋର୍ଟ ହାଇଦରର ପଜିଟିଭ୍ ଆସେ ତେବେ ତାର କଣ୍ଟାକ୍ଟ୍ ଟ୍ରେସିଂ ଆରମ୍ଭ ହେବ। ଏଭଳି ସ୍ଥିତିରେ ଆଜି ହାଇଦର ପାଖଆଖରେ ଦୀର୍ଘ ସମୟ ଧରି ଜମା ହୋଇଥିବା ବ୍ୟକ୍ତିବିଶେଷ କରୋନା ବିପଦ ମୁହଁକୁ ଆସି ଯାଉଛନ୍ତି। ହାଇଦରକୁ ଜେଏମ୍ଏଫସି କୋର୍ଟରେ ହାଜର କରାଯାଇଥିବା ବେଳେ ସେଠି ବି ବିପଦ ସୃଷ୍ଟି ହୋଇଛି।

ଶୁକ୍ରବାର ଦିନ ହାଇଦରକୁ ରାତି ପ୍ରାୟ ସାଢେ ଆଠଟା ବେଳେ ଚୌଦ୍ବାର ଜେଲକୁ ନିଆଯାଇଥିଲା।‌ ସେ ସମୟରେ ବି ବହୁ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ହାଇଦରକୁ ଜେଲ୍ କ୍ୟାଣ୍ଟିନ୍ ସାମ୍‌ନାରେ ଥିବା ସ୍କୁଲର ପଛ ପଟେ ୧ ନମ୍ବର ୱାର୍ଡର ତିନି ନମ୍ବର ସେଲ୍‌ରେ ରଖାଯାଇଛି। ଏହା ଏକ ଆଇସୋଲେସନ ସେଲ୍ ହୋଇଥିବା ବେଳେ ସେଠାରେ ଜଣେ ୱାର୍ଡରଙ୍କୁ ନିୟୋଜିତ କରାଯାଇଛି। ବ୍ୟବସ୍ଥା ଅନୁଯାୟୀ ତାକୁ ଗୋଟିଏ କମ୍ବଳ, ଥାଳି ଓ ବାଟି ଦିଆଯାଇଛି। କିନ୍ତୁ ଯଦି ଆରଟିପିସିଆର୍ ପରୀକ୍ଷାରୁ ହାଇଦର କରୋନା ସଂକ୍ରମିତ ବୋଲି ସ୍ପଷ୍ଟ ହୁଏ ତେବେ ୫୦ରୁ ଅଧିକ ପୁଲିସ, ବିଭିନ୍ନ କର୍ମଚାରୀ କରୋନା ବିପଦ ବଳୟକୁ ଚାଲିଆସିବେ।

ସୂଚନାଯୋଗ୍ୟ ଗତ ୧୦ ତାରିଖରେ ଏସସିବି ସର୍ଜରୀ ୱାର୍ଡରୁ ହାଇଦର ଫେରାର୍ ହୋଇ ଯାଇଥିଲା । ବିଭିନ୍ନ ରାଜ୍ୟରେ ଛାନଭିନ୍ନ ପରେ ପୋଲିସ ଗୁରୁବାର ହାଇଦରକୁ ତେଲଙ୍ଗାନାରୁ ସ୍ଥାନୀୟ ପୁଲିସ ସହାୟତାରେ ଗିରଫ କରାଯାଇଥିଲା । ଗତକାଲି ବିମାନ ଯୋଗେ ଭୁବନେଶ୍ୱର ଅଣାଯିବା ପରେ କଟକ ଡିସିପି ଅଫିସକୁ ହାଇଦରକୁ ନିଆଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର