ଡି-ବ୍ରଦର୍ସର ସହଯୋଗୀ ଦିଲୁ ଗିରଫ

The Sakala Picture
Published On

କଟକ: ଧଲସାମନ୍ତ ଭ୍ରାତାଙ୍କ ଘନିଷ୍ଠ ସହଯୋଗୀକୁ ସୋମବାର କମିଶନରେଟ ପୁଲିସ ଗିରଫ କରିଛି।  ଗିରଫ ସହଯୋଗୀ ହେଲେ ଦିଲୁ ଓରଫ ପ୍ରଦୀପ କୁମାର ସାହୁ। ଏ ନେଇ ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଦିଲୁ ୨୦୧୬ ବହୁଚର୍ଚ୍ଚିତ ଓମ୍‌ ଓ ଦିପୁର ହତ୍ୟା କାଣ୍ଡରେ ଲିପ୍ତ ଥିଲା। ହତ୍ୟା ପରେ ଦୀର୍ଘ ୫ ବର୍ଷ ଫେରାର ରହିଥିଲା ଦିଲୁ। ତେବେ କଟକ ଡିସିପିଙ୍କ ତତ୍ୱାପଧାନରେ ଏକ ସ୍ପେସାଲ ଟିମ୍‌ ରାୟଗଡ଼ାରୁ ଦିଲୁକୁ ଗିରଫ କରିଛି। […]

କଟକ: ଧଲସାମନ୍ତ ଭ୍ରାତାଙ୍କ ଘନିଷ୍ଠ ସହଯୋଗୀକୁ ସୋମବାର କମିଶନରେଟ ପୁଲିସ ଗିରଫ କରିଛି।  ଗିରଫ ସହଯୋଗୀ ହେଲେ ଦିଲୁ ଓରଫ ପ୍ରଦୀପ କୁମାର ସାହୁ। ଏ ନେଇ ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଦିଲୁ ୨୦୧୬ ବହୁଚର୍ଚ୍ଚିତ ଓମ୍‌ ଓ ଦିପୁର ହତ୍ୟା କାଣ୍ଡରେ ଲିପ୍ତ ଥିଲା। ହତ୍ୟା ପରେ ଦୀର୍ଘ ୫ ବର୍ଷ ଫେରାର ରହିଥିଲା ଦିଲୁ।

ଆହୁରି ପଢ଼ନ୍ତୁ: ଭାରତର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମେରିକାରେ ଗିରଫ, ରହିଛି ଅନେକ ହତ୍ୟା ଏବଂ ଅପରାଧ ମାମଲା

ତେବେ କଟକ ଡିସିପିଙ୍କ ତତ୍ୱାପଧାନରେ ଏକ ସ୍ପେସାଲ ଟିମ୍‌ ରାୟଗଡ଼ାରୁ ଦିଲୁକୁ ଗିରଫ କରିଛି। ଦିଲୁ ପାଖରୁ ଗିରଫ ସମୟରେ ଗୋଟିଏ ବନ୍ଧୁକ, ୬ ରାଉଣ୍ଡ ଗୁଳି ଏବଂ ୩ ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ପ୍ରାଥମିତ ତଦନ୍ତରୁ ଜଣାପଡ଼ିଛି ଯେ ଦିଲୁ ଡି ବ୍ରଦର୍ସଙ୍କର ଟେଣ୍ଡର କାମ ଦେଖୁଥିଲା। ଏହା ସହ ଦିଲୁ ଅନେକ ବଡ଼ ବଡ଼ କାମକ ତଦାରଖ କରୁଥିଲା। ଦିଲୁର ନାମରେ ଚାଉଳିଆଗଞ୍ଜ ଥାନାରେ ୪ଟି କେସ ରହିଛି। ପୂର୍ବରୁ ଗିରଫ ନ ହୋଇଥିବା ଡି ବ୍ରଦର୍ସଙ୍କର ଘନିଷ୍ଠ ସହଯୋଗୀ ମାନଙ୍କ ମଧ୍ୟରୁ ଦିଲୁ ଜଣେ। ତେବେ କମିଶନରେଟ ପୋଲିସ୍‌ର ଅପରାଧ ବିରୁଦ୍ଧରେ ଜିରୋ ଟଲେରାନ୍ସ ନୀତି ବଳବତର ରହିଛି ବୋଲି ପୋଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। କୌଣସିବି ପରିସ୍ଥିତିରେ ଅର୍ଗାନାଇଜଡ କ୍ରାଇମ, ଦାଦାବଟି, ଚାନ୍ଦା ଏବଂ ଟେଣ୍ଡର ପିକ୍ସିଂକୁ ଗହଣ କରାଯିବ ନାହିଁ ବୋଲି ସିପି କହିଛନ୍ତି। ଯେଉଁ ମାନେ ଏଭଳି କାର୍ଯ୍ଯରେ ପ୍ରମାଣିତ ହେବେ ସେମାନଙ୍କ ପାଇଁ କଠୋରରୁ କଠୋର କାର୍ଯ୍ଯାନୁଷ୍ଠାନ ଗ୍ରଣ କରାଯିବ ବୋଲି ସୂଚନା ଦେଇଛନ୍ତି ସିପି।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର