ମାତିଛନ୍ତି ସାଇବର ଠକ : ପୁଣି ଲୁଟିନେଲେ ୮ଲକ୍ଷ

The Sakala Picture
Published On

ଭୁବନେଶ୍ୱର :  ରାଜଧାନୀର ନିଉ୍‍ ଫରେଷ୍ଟ ପାର୍କର ଆଉ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ସାଇବର୍‍ ଠକମାନେ ୮ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଠକେଇର ଶିକାର ହୋଇଥିଲେ ରାଜେଶ୍‍ ପାଲ ସାଇବର ସେଲରେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାଜେଶ୍‍ଙ୍କ ଘରେ ଥିବା ଏକ ସୋଫା ସେଟ୍‍ ପୁରୁଣା ହୋଇଯାଇଥିବାରୁ ସେ ଏହାକୁ ବିକ୍ରି ପାଇଁ ଓଏଲ୍‍ଏକ୍ସରେ ବିଜ୍ଞାପନ ଦେଇଥିଲେ। ହେଲେ ସାଇବର ଠକ ଓଏଲ୍‍ଏକ୍ସକୁ ଟାର୍ଗେଟ କରି ସେଠାରୁ ରାଜେଶଙ୍କ ଫୋନ୍‍ ନମ୍ବର ନେଇଥିଲେ। ପରେ […]

ଭୁବନେଶ୍ୱର :  ରାଜଧାନୀର ନିଉ୍‍ ଫରେଷ୍ଟ ପାର୍କର ଆଉ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ସାଇବର୍‍ ଠକମାନେ ୮ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଠକେଇର ଶିକାର ହୋଇଥିଲେ ରାଜେଶ୍‍ ପାଲ ସାଇବର ସେଲରେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାଜେଶ୍‍ଙ୍କ ଘରେ ଥିବା ଏକ ସୋଫା ସେଟ୍‍ ପୁରୁଣା ହୋଇଯାଇଥିବାରୁ ସେ ଏହାକୁ ବିକ୍ରି ପାଇଁ ଓଏଲ୍‍ଏକ୍ସରେ ବିଜ୍ଞାପନ ଦେଇଥିଲେ। ହେଲେ ସାଇବର ଠକ ଓଏଲ୍‍ଏକ୍ସକୁ ଟାର୍ଗେଟ କରି ସେଠାରୁ ରାଜେଶଙ୍କ ଫୋନ୍‍ ନମ୍ବର ନେଇଥିଲେ। ପରେ ରାଜେଶଙ୍କୁ ଫୋନ୍‍ କରି ସୋଫା ସେଟ୍‍ କିଣିବେ ବୋଲି ସାଇବର ଠକ କହିଥିଲେ।

ଆହୁରି ପଢ଼ନ୍ତୁ: ଲକ୍ଷ୍ନୌରେ ଲୋମହର୍ଷକ ଘଟଣା, ୫ ବର୍ଷର ପୁଅକୁ ପିଟି ପିଟି ମାରିଦେଲେ ସାବତ ମା’ ଓ ବାପା, ପୋଷ୍ଟମର୍ଟମ ରିପୋର୍ଟରୁ ହେଲା ସାଂଘାତିକ ଖୁଲାସା

ଏପରିକି ଏହି ସୋଫାର ଦାମ୍‍ ୩୦ ହଜାର ଟଙ୍କା ରହିଥିବା ରାଜେଶ କହିଥିଲେ। ଏପରିକି ସାଇବର ଠକ ରାଜେଶଙ୍କ ହ୍ୱାଟ୍ସଆପ୍‍ ନମ୍ବରକୁ ଏକ ଲିଙ୍କ୍‍ ପଠାଇଥିଲେ। ଉକ୍ତ ଲିଙ୍କ୍‍କୁ ଖୋଲି ୧୦ ଟଙ୍କା ରିଚାର୍ଜ କରିବାକୁ ହେବ। ପରେ ସେ ଏହି ୧୦ଟଙ୍କା ୩୦ ହଜାର ଟଙ୍କା ସହ ଫେରାଇ ଦେବେ ବୋଲି ଠକ କହିଥିଲେ। ଠକ କହିବା ଅନୁସାରେ ରାଜେଶ ୧୦ ଟଙ୍କା ରିଚାର୍ଜ କରିବା ପରେ ସାଇବର ଠକ ତାଙ୍କ ଆକାଉଣ୍ଟରୁ ୮ଲକ୍ଷ ଟଙ୍କା ଲୁଟିନେଇଥିଲେ। ଏନେଇ ରାଜେଶ ଥାନାରେ ସାଇବର ସେଲକୁ ଅଭିଯୋଗ କରିଥିଲେ। ସାଇବର ସେଲ୍‌ଫକୁ ଠକ କଲ୍‍ କରିଥିବା ଫୋନ୍‍ ନମ୍ବର ଏବଂ ଆକାଉଣ୍ଟ ନମ୍ବର ଦେଇଥିଲେ।

ଆହୁରି ପଢ଼ନ୍ତୁ: ବୁଲନ୍ଦସହରରେ ଚାଞ୍ଚଲ୍ୟ: ଜଙ୍ଗଲରୁ ମିଳିଲା ଦିଅର, ଭାଉଜ ଓ ୪ ବର୍ଷର କୁନି ଝିଅର ମୃତଦେହ, ପ୍ରେମ ସମ୍ପର୍କକୁ ନେଇ ସନ୍ଦେହ

ସୂଚନାଯୋଗ୍ୟ, ଦୁଇ ମାସରେ ସାଇବର ଠକ ରାଜଧାନୀରେ ୨୦ ଜଣଙ୍କ ଠାରୁ ୫୦ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। କିନ୍ତୁ ସାଇବର ଠକଙ୍କ ଆକାଉଣ୍ଟକୁ ଚାଲିଯାଇଥିବା ଟଙ୍କାକୁ ଫେରାଇ ଆଣିବାରେ ପୁଲିସ ଅସଫଳ ରହୁଛି। ହାତ ଗଣିତି ମାମଲାରେ ପୁଲିସ ସାମାନ୍ୟ କିଛି ଟଙ୍କା ଫେରାଇ ଆଣି ବାଃ ବାଃ ନେଉଛି। ଦୁଇ ଦିନ ତଳେ ନୟାପଲ୍ଲୀ ଥାନା ଇସ୍କନ ମନ୍ଦିରର ଜଣେ ସେବାୟତଙ୍କୁ ସାଇବର ଠକ ୭୦ ହଜାର ଟଙ୍କା ଠକେଇ କରିଥିଲେ। ଠକ ଜଣଙ୍କ ଓଏଲ୍‍ଏକ୍ସରେ କ୍ୟାମେରା ବିକ୍ରି ପାଇଁ ବିଜ୍ଞାପନ ଦେଇଥିଲେ। ଏହି କ୍ୟାମେରାକୁ କିଣିବାକୁ ଯାଇ ସେବାୟତ ଜଣଙ୍କ ଠକେଇର ଶିକାର ହୋଇଥିଲେ।

ଆହୁରି ପଢ଼ନ୍ତୁ: ଲକ୍ଷ୍ନୌରେ ସାଂଘାତିକ ଅଭିଯୋଗ: ବିବାହର ପ୍ରତିଶ୍ରୁତି ଦେଇ ଯୌନ ଶୋଷଣ, ଧର୍ମ ପରିବର୍ତ୍ତନ ପାଇଁ ଚାପ ଓ ଗର୍ଭପାତ କରାଇଲା ପ୍ରେମିକ

16 Feb 2021 By The Sakala

ମାତିଛନ୍ତି ସାଇବର ଠକ : ପୁଣି ଲୁଟିନେଲେ ୮ଲକ୍ଷ

ଭୁବନେଶ୍ୱର :  ରାଜଧାନୀର ନିଉ୍‍ ଫରେଷ୍ଟ ପାର୍କର ଆଉ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ସାଇବର୍‍ ଠକମାନେ ୮ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଠକେଇର ଶିକାର ହୋଇଥିଲେ ରାଜେଶ୍‍ ପାଲ ସାଇବର ସେଲରେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାଜେଶ୍‍ଙ୍କ ଘରେ ଥିବା ଏକ ସୋଫା ସେଟ୍‍ ପୁରୁଣା ହୋଇଯାଇଥିବାରୁ ସେ ଏହାକୁ ବିକ୍ରି ପାଇଁ ଓଏଲ୍‍ଏକ୍ସରେ ବିଜ୍ଞାପନ ଦେଇଥିଲେ। ହେଲେ ସାଇବର ଠକ ଓଏଲ୍‍ଏକ୍ସକୁ ଟାର୍ଗେଟ କରି ସେଠାରୁ ରାଜେଶଙ୍କ ଫୋନ୍‍ ନମ୍ବର ନେଇଥିଲେ। ପରେ ରାଜେଶଙ୍କୁ ଫୋନ୍‍ କରି ସୋଫା ସେଟ୍‍ କିଣିବେ ବୋଲି ସାଇବର ଠକ କହିଥିଲେ।

ଏପରିକି ଏହି ସୋଫାର ଦାମ୍‍ ୩୦ ହଜାର ଟଙ୍କା ରହିଥିବା ରାଜେଶ କହିଥିଲେ। ଏପରିକି ସାଇବର ଠକ ରାଜେଶଙ୍କ ହ୍ୱାଟ୍ସଆପ୍‍ ନମ୍ବରକୁ ଏକ ଲିଙ୍କ୍‍ ପଠାଇଥିଲେ। ଉକ୍ତ ଲିଙ୍କ୍‍କୁ ଖୋଲି ୧୦ ଟଙ୍କା ରିଚାର୍ଜ କରିବାକୁ ହେବ। ପରେ ସେ ଏହି ୧୦ଟଙ୍କା ୩୦ ହଜାର ଟଙ୍କା ସହ ଫେରାଇ ଦେବେ ବୋଲି ଠକ କହିଥିଲେ। ଠକ କହିବା ଅନୁସାରେ ରାଜେଶ ୧୦ ଟଙ୍କା ରିଚାର୍ଜ କରିବା ପରେ ସାଇବର ଠକ ତାଙ୍କ ଆକାଉଣ୍ଟରୁ ୮ଲକ୍ଷ ଟଙ୍କା ଲୁଟିନେଇଥିଲେ। ଏନେଇ ରାଜେଶ ଥାନାରେ ସାଇବର ସେଲକୁ ଅଭିଯୋଗ କରିଥିଲେ। ସାଇବର ସେଲ୍‌ଫକୁ ଠକ କଲ୍‍ କରିଥିବା ଫୋନ୍‍ ନମ୍ବର ଏବଂ ଆକାଉଣ୍ଟ ନମ୍ବର ଦେଇଥିଲେ।

ସୂଚନାଯୋଗ୍ୟ, ଦୁଇ ମାସରେ ସାଇବର ଠକ ରାଜଧାନୀରେ ୨୦ ଜଣଙ୍କ ଠାରୁ ୫୦ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। କିନ୍ତୁ ସାଇବର ଠକଙ୍କ ଆକାଉଣ୍ଟକୁ ଚାଲିଯାଇଥିବା ଟଙ୍କାକୁ ଫେରାଇ ଆଣିବାରେ ପୁଲିସ ଅସଫଳ ରହୁଛି। ହାତ ଗଣିତି ମାମଲାରେ ପୁଲିସ ସାମାନ୍ୟ କିଛି ଟଙ୍କା ଫେରାଇ ଆଣି ବାଃ ବାଃ ନେଉଛି। ଦୁଇ ଦିନ ତଳେ ନୟାପଲ୍ଲୀ ଥାନା ଇସ୍କନ ମନ୍ଦିରର ଜଣେ ସେବାୟତଙ୍କୁ ସାଇବର ଠକ ୭୦ ହଜାର ଟଙ୍କା ଠକେଇ କରିଥିଲେ। ଠକ ଜଣଙ୍କ ଓଏଲ୍‍ଏକ୍ସରେ କ୍ୟାମେରା ବିକ୍ରି ପାଇଁ ବିଜ୍ଞାପନ ଦେଇଥିଲେ। ଏହି କ୍ୟାମେରାକୁ କିଣିବାକୁ ଯାଇ ସେବାୟତ ଜଣଙ୍କ ଠକେଇର ଶିକାର ହୋଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର