ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ପ୍ରେସ୍‌ମିଟ୍‌

The Sakala Picture
Published On

ପୁରୀ: ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ୨ ଜଣଙ୍କୁ ଗିରଫ କରିଛି । ଅପରାହ୍ନରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ। ଦୁଇ ଅଭିଯୁକ୍ତ ହେଉଛନ୍ତି ଜଗନ୍ନାଥ ଷଡଙ୍ଗୀ ଓ ତାଙ୍କ ସହଯୋଗୀ ଅଶୋକ ଉପାଧ୍ୟାୟ। ଏନେଇ ପ୍ରେସମିଟ୍‌  କରି ସୂଚନା ଦେଇଛି  କ୍ରାଇମବ୍ରାଞ୍ଚ। ଶୁକ୍ରବାର ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା […]

ପୁରୀ: ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ୨ ଜଣଙ୍କୁ ଗିରଫ କରିଛି । ଅପରାହ୍ନରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ। ଦୁଇ ଅଭିଯୁକ୍ତ ହେଉଛନ୍ତି ଜଗନ୍ନାଥ ଷଡଙ୍ଗୀ ଓ ତାଙ୍କ ସହଯୋଗୀ ଅଶୋକ ଉପାଧ୍ୟାୟ। ଏନେଇ ପ୍ରେସମିଟ୍‌  କରି ସୂଚନା ଦେଇଛି  କ୍ରାଇମବ୍ରାଞ୍ଚ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଶୁକ୍ରବାର ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ପ୍ରେସମିଟ୍‌ କରାଯାଇଛି। ଏଥିରେ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ ଚିତ୍ତରଞ୍ଜନ ପଲେଇଙ୍କୁ ଯୋଜନାବଦ୍ଧ ହତ୍ୟା କରାଯାଇଛି। ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କର ପଲିଗ୍ରାଫ୍ ଟେଷ୍ଟ କରାଯାଇଛି । ମିଳିଥିବା ପ୍ରମାଣ ଆଧାରରେ ଗିରଫ ହୋଇଛନ୍ତି ଜଗନ୍ନାଥ ଷଡଙ୍ଗୀ ଓ ଅଶୋକ ଉପାଧ୍ୟାୟ । ଉଭୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି । ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ନିବେଦନ କରିଛି। ଦୁଇ ଅଭିଯୁକ୍ତ ରିମାଣ୍ଡରେ ଆସିବା ପରେ ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

କ୍ରାଇମବ୍ରାଞ୍ଚ ଡ଼ିଏସପି ଶିଶିର ମିଶ୍ରଙ୍କ ତତ୍ୱବାଧାନରେ ଚାଲିଥିଲା ଏହି ହାଇପ୍ରୋଫାଇଲ ମାମଲାର ତଦନ୍ତ । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ଘଟଣାର ଖିଅ କ୍ରାଇମବ୍ରାଞ୍ଚ ହାତରେ ଲାଗି ସାରିଥିବା ସୂଚନା ରହିଛି । ଦୁଇ ଅଭିଯୁକ୍ତ ରିମାଣ୍ଡରେ ଆସିବା ପରେ କ୍ରାଇମବ୍ରାଞ୍ଚ ଅଧିକ ତଥ୍ୟ ପ୍ରକାଶ କରିବ। ଅନ୍ୟପଟେ ଘଟଣାରେ ସଂଶ୍ଲିଷ୍ଠ ଥିବା ନେଇ ପୂର୍ବରୁ ଜଗନ୍ନାଥ ଷଡ଼ଙ୍ଗୀଙ୍କୁ ପୁଲିସ ଅଟକ ରଖିଥିବାବେଳେ ଗିରଫ ମଧ୍ୟ ହୋଇଛି।  ଉକ୍ତ ବ୍ୟକ୍ତିଙ୍କୁ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଆଜି କ୍ରାଇମବ୍ରାଞ୍ଚ ଟିମ୍ ଜଗନ୍ନାଥ ଷଡ଼ଙ୍ଗୀ ସହ ଅନ୍ୟଜଣେ ସହଯୋଗୀଙ୍କୁ କୋର୍ଟ ଚାଲାଣ କରିଛି । ଅର୍ଥାତ ଏହି ହତ୍ୟା ଘଟଣାରେ ଜଗନ୍ନାଥ ହିଁ ମୁଖ୍ୟଅଭିଯୁକ୍ତ ବୋଲି ସ୍ପଷ୍ଟ ହୋଇଛି । ପୁରୀ ଉପକୂଳ ନୂଆ ନଇ ପଠାରେ ଚିତ୍ତ ରଞ୍ଜନ ପଲେଇଙ୍କ ମୃତ ଦେହ ମିଳିଥିଲା । ଏହା ପୂର୍ବରୁ ଦୁଇ ଦିନ ଧରି ନିଖୋଜ ରହିଥିଲେ ଚିତ୍ତରଞ୍ଜନ ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ସୂଚନାଯୋଗ୍ୟ ଜଗନ୍ନାଥ ଷଡ଼ଙ୍ଗୀ ଚିତ୍ତରଞ୍ଜନ ପଲେଇକୁ ସାଙ୍ଗରେ ନେଇ ଜମାରଶୁଆ ନିକଟ ଚକ୍ରପଡା ଗ୍ରାମକୁ ଯାଇଥିଲା । ତାପରେ ସେହି ଦିନଠାରୁ ଚିତ୍ତରଞ୍ଜନ ନିଖୋଜ ହୋଇଯାଇଥିଲା । ପରେ ଶନିବାର ସକାଳୁ ଚିତ୍ତରଞ୍ଜନଙ୍କ ମୃତଦେହ ନୂଆନଈ ପଠାରୁ ମିଳିଥିଲା । ଘଟଣାକୁ ନେଇ ପ୍ରଥମେ ପୋଲିସ ଓ ଏସଆଇଟି ଟିମ୍ ପରେ ୧୫ ତାରିଖରେ କ୍ରାଇମବ୍ରାଞ୍ଚ ଟିମ୍ ଏହି ମାମଲାର ତଦନ୍ତ ଭାର ନେଇଥିଲା। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ  ୫ ଜଣଙ୍କର ଲାଏ ଡିଟେକ୍ସନ କରାଯିବା ସହ ମୃତକଙ୍କ ପରିବାରର ବୟାନ ରେକର୍ଡ ମୃତଦେହ ମିଳିଥିବା ସ୍ଥାନ,ଜମାରସୁଆଗଡ଼ା ନଦୀ ବନ୍ଧ, ଚକ୍ରପଡ଼ା ଗାଁକୁ ଯାଇ ପଚରାଉଚରା କରାଯାଇଥିଲା, ନିଖୋଜ ଦିନ ରାତିରେ ଭୋଜି ହେଉଥିବା ସ୍ଥାନରେ ପଚରାଉଚରା କରାଯାଇଥିଲା । ଶୁକ୍ରବାର କ୍ରାଇମବ୍ରାଞ୍ଚ ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ବରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

24 Dec 2021 By The Sakala

ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ପ୍ରେସ୍‌ମିଟ୍‌

ପୁରୀ: ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ୨ ଜଣଙ୍କୁ ଗିରଫ କରିଛି । ଅପରାହ୍ନରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ। ଦୁଇ ଅଭିଯୁକ୍ତ ହେଉଛନ୍ତି ଜଗନ୍ନାଥ ଷଡଙ୍ଗୀ ଓ ତାଙ୍କ ସହଯୋଗୀ ଅଶୋକ ଉପାଧ୍ୟାୟ। ଏନେଇ ପ୍ରେସମିଟ୍‌  କରି ସୂଚନା ଦେଇଛି  କ୍ରାଇମବ୍ରାଞ୍ଚ।

ଶୁକ୍ରବାର ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ପ୍ରେସମିଟ୍‌ କରାଯାଇଛି। ଏଥିରେ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ ଚିତ୍ତରଞ୍ଜନ ପଲେଇଙ୍କୁ ଯୋଜନାବଦ୍ଧ ହତ୍ୟା କରାଯାଇଛି। ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କର ପଲିଗ୍ରାଫ୍ ଟେଷ୍ଟ କରାଯାଇଛି । ମିଳିଥିବା ପ୍ରମାଣ ଆଧାରରେ ଗିରଫ ହୋଇଛନ୍ତି ଜଗନ୍ନାଥ ଷଡଙ୍ଗୀ ଓ ଅଶୋକ ଉପାଧ୍ୟାୟ । ଉଭୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି । ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ନିବେଦନ କରିଛି। ଦୁଇ ଅଭିଯୁକ୍ତ ରିମାଣ୍ଡରେ ଆସିବା ପରେ ଚିତ୍ତରଞ୍ଜନ ପଲେଇ ହତ୍ୟା ମାମଲାରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।

କ୍ରାଇମବ୍ରାଞ୍ଚ ଡ଼ିଏସପି ଶିଶିର ମିଶ୍ରଙ୍କ ତତ୍ୱବାଧାନରେ ଚାଲିଥିଲା ଏହି ହାଇପ୍ରୋଫାଇଲ ମାମଲାର ତଦନ୍ତ । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ଘଟଣାର ଖିଅ କ୍ରାଇମବ୍ରାଞ୍ଚ ହାତରେ ଲାଗି ସାରିଥିବା ସୂଚନା ରହିଛି । ଦୁଇ ଅଭିଯୁକ୍ତ ରିମାଣ୍ଡରେ ଆସିବା ପରେ କ୍ରାଇମବ୍ରାଞ୍ଚ ଅଧିକ ତଥ୍ୟ ପ୍ରକାଶ କରିବ। ଅନ୍ୟପଟେ ଘଟଣାରେ ସଂଶ୍ଲିଷ୍ଠ ଥିବା ନେଇ ପୂର୍ବରୁ ଜଗନ୍ନାଥ ଷଡ଼ଙ୍ଗୀଙ୍କୁ ପୁଲିସ ଅଟକ ରଖିଥିବାବେଳେ ଗିରଫ ମଧ୍ୟ ହୋଇଛି।  ଉକ୍ତ ବ୍ୟକ୍ତିଙ୍କୁ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଆଜି କ୍ରାଇମବ୍ରାଞ୍ଚ ଟିମ୍ ଜଗନ୍ନାଥ ଷଡ଼ଙ୍ଗୀ ସହ ଅନ୍ୟଜଣେ ସହଯୋଗୀଙ୍କୁ କୋର୍ଟ ଚାଲାଣ କରିଛି । ଅର୍ଥାତ ଏହି ହତ୍ୟା ଘଟଣାରେ ଜଗନ୍ନାଥ ହିଁ ମୁଖ୍ୟଅଭିଯୁକ୍ତ ବୋଲି ସ୍ପଷ୍ଟ ହୋଇଛି । ପୁରୀ ଉପକୂଳ ନୂଆ ନଇ ପଠାରେ ଚିତ୍ତ ରଞ୍ଜନ ପଲେଇଙ୍କ ମୃତ ଦେହ ମିଳିଥିଲା । ଏହା ପୂର୍ବରୁ ଦୁଇ ଦିନ ଧରି ନିଖୋଜ ରହିଥିଲେ ଚିତ୍ତରଞ୍ଜନ ।

ସୂଚନାଯୋଗ୍ୟ ଜଗନ୍ନାଥ ଷଡ଼ଙ୍ଗୀ ଚିତ୍ତରଞ୍ଜନ ପଲେଇକୁ ସାଙ୍ଗରେ ନେଇ ଜମାରଶୁଆ ନିକଟ ଚକ୍ରପଡା ଗ୍ରାମକୁ ଯାଇଥିଲା । ତାପରେ ସେହି ଦିନଠାରୁ ଚିତ୍ତରଞ୍ଜନ ନିଖୋଜ ହୋଇଯାଇଥିଲା । ପରେ ଶନିବାର ସକାଳୁ ଚିତ୍ତରଞ୍ଜନଙ୍କ ମୃତଦେହ ନୂଆନଈ ପଠାରୁ ମିଳିଥିଲା । ଘଟଣାକୁ ନେଇ ପ୍ରଥମେ ପୋଲିସ ଓ ଏସଆଇଟି ଟିମ୍ ପରେ ୧୫ ତାରିଖରେ କ୍ରାଇମବ୍ରାଞ୍ଚ ଟିମ୍ ଏହି ମାମଲାର ତଦନ୍ତ ଭାର ନେଇଥିଲା। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ  ୫ ଜଣଙ୍କର ଲାଏ ଡିଟେକ୍ସନ କରାଯିବା ସହ ମୃତକଙ୍କ ପରିବାରର ବୟାନ ରେକର୍ଡ ମୃତଦେହ ମିଳିଥିବା ସ୍ଥାନ,ଜମାରସୁଆଗଡ଼ା ନଦୀ ବନ୍ଧ, ଚକ୍ରପଡ଼ା ଗାଁକୁ ଯାଇ ପଚରାଉଚରା କରାଯାଇଥିଲା, ନିଖୋଜ ଦିନ ରାତିରେ ଭୋଜି ହେଉଥିବା ସ୍ଥାନରେ ପଚରାଉଚରା କରାଯାଇଥିଲା । ଶୁକ୍ରବାର କ୍ରାଇମବ୍ରାଞ୍ଚ ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ବରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

https://www.thesakala.in/crime/crime-branch-press-meet-today-on-the-murder-case-of-chittaranjan-palei/article-7861
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର