ବିଶ୍ୱ ବଜାରରେ ନିଲାମ ହେଉଛି କଅଁଳ ଶିଶୁର ଉଜ୍ଜତ, ଅପଲୋଡ ହେଉଛି ନାବାଳିକାଙ୍କ ଗଣଦୁଷ୍କର୍ମ ଭିଡିଓ

The Sakala Picture
Published On

ଭୁବନେଶ୍ୱର:ବିଶ୍ୱ ବଜାରରେ ନିଲାମ ହେଉଛି କଅଁଳ ଶିଶୁର ଉଜ୍ଜତ । ରାଜଧାନୀରୁ ଶିଶୁଙ୍କୁ ଯୌନ ନିର୍ଯାତନାର ଭିଡିଓ ଅପ୍‍ଲୋଡ୍‍ କରି ଲକ୍ଷାଧିକ ଟଙ୍କାର ବିଦେଶୀ ଡଲାର କମାଉଛନ୍ତି କିଛି ବ୍ୟକ୍ତି। ଗତ କୋଭିଡ୍‍ ସମୟରେ ସିବିଆଇ ତଦନ୍ତ ପରେ ଓଡ଼ିଶାରୁ ଚାଇଲ୍ଡ ପର୍ଣ୍ଣଗ୍ରାଫି ମାମଲାରେ ୪ଜଣଙ୍କୁ ଗିରଫ କରିଥିଲା। ଏହିଭଳି ପୁଣି ରାଜଧାନୀରୁ ଜଣେ ନାବାଳିକାଙ୍କ ଗଣଦୁଷ୍କର୍ମ ଭିଡିଓ ଅପ୍‍ଲୋଡ୍‌ ହୋଇଛି। ଏହା ପୁଣି ରାଜଧାନୀର ହାଇଫାଇ କୁହାଯାଉଥିବା ଇନ୍‍ଫୋସିଟି ଥାନା ଅଞ୍ଚଳରୁ। ଗୁଗ୍‍ଲ ଟିପ୍‍ ଲାଇନ୍‍ […]

ଭୁବନେଶ୍ୱର:ବିଶ୍ୱ ବଜାରରେ ନିଲାମ ହେଉଛି କଅଁଳ ଶିଶୁର ଉଜ୍ଜତ । ରାଜଧାନୀରୁ ଶିଶୁଙ୍କୁ ଯୌନ ନିର୍ଯାତନାର ଭିଡିଓ ଅପ୍‍ଲୋଡ୍‍ କରି ଲକ୍ଷାଧିକ ଟଙ୍କାର ବିଦେଶୀ ଡଲାର କମାଉଛନ୍ତି କିଛି ବ୍ୟକ୍ତି। ଗତ କୋଭିଡ୍‍ ସମୟରେ ସିବିଆଇ ତଦନ୍ତ ପରେ ଓଡ଼ିଶାରୁ ଚାଇଲ୍ଡ ପର୍ଣ୍ଣଗ୍ରାଫି ମାମଲାରେ ୪ଜଣଙ୍କୁ ଗିରଫ କରିଥିଲା। ଏହିଭଳି ପୁଣି ରାଜଧାନୀରୁ ଜଣେ ନାବାଳିକାଙ୍କ ଗଣଦୁଷ୍କର୍ମ ଭିଡିଓ ଅପ୍‍ଲୋଡ୍‌ ହୋଇଛି। ଏହା ପୁଣି ରାଜଧାନୀର ହାଇଫାଇ କୁହାଯାଉଥିବା ଇନ୍‍ଫୋସିଟି ଥାନା ଅଞ୍ଚଳରୁ। ଗୁଗ୍‍ଲ ଟିପ୍‍ ଲାଇନ୍‍ ଯାଞ୍ଚ ବେଳେ ଏହାକୁ ଧରିଥିଲା କ୍ରାଇମ୍‍ବ୍ରାଞ୍ଚ। ଶେଷରେ ଏନେଇ କ୍ରାଇମ୍‍ବ୍ରାଞ୍ଚ ଇନ୍‍ଫୋସିଟି ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ଇନ୍‍ଫୋସିଟି ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

କ୍ରାଇମ୍‍ବ୍ରାଞ୍ଚ ଅଭିଯୋଗ ଅନୁସାରେ, କ୍ରାଇମ୍‍ବ୍ରାଞ୍ଚ ଏସ୍‍ପିଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ଅଧିକାର ସାଇବର୍‍ ଟିପ୍‍ ଲାଇନ୍‍ ଯାଞ୍ଚ କରୁଥିଲେ। ଏହି ସମୟରେ ଗତ ଜୁଲାଇ ୧୪ ତାରିଖରେ ଟିପ୍‍ ଲାଇନ୍‍ ଭିଡିଓି ନଂ-୧୨୮୧୯୨୪୪୯ରେ ଏକ ନାବାଳିକାର ଗଣଦୁଷ୍କର୍ମ ଭିଡିଓ ଅପ୍‍ଲୋଡ୍‍ ହୋଇଥିବାର ଦେଖିବାକୁ ପାଇଥିଲା। ଏହା କେଉଁ ସାଇଡ୍‍ ଏବଂ କେଉଁଠୁ ହେଉଛି ତାହାର ରିପୋର୍ଟ ଗୁଗ୍‍ଲରୁ ମଗାଯାଇଥିଲା। ଗୁଗ୍‍ଲ ରିପୋର୍ଟ ଦେବା ପରେ କ୍ରାଇମ୍‍ବ୍ରାଞ୍ଚ ଟିମ୍‍ ଚକିତ ହୋଇଯାଇଥିଲେ। ଶିଶୁ ନିର୍ଯାତନା ଭିଡିଓ ଗୁଗ୍‍ଲ ଆକାଉଣ୍ଟ ([email protected])ରୁ ଅପ୍‍ଲୋଡ୍‍ ହୋଇଛି। ଏଥିରେ ଏକାଧିକ ବାର ଶିଶୁ ନିର୍ଯାତନା ଭିଡିଓ ଏକ ନିର୍ଦ୍ଧିଷ୍ଟ ସାଇଟ୍‍ରେ ଅପ୍‍ଲୋଡ୍‍ ହୋଇଛି। ଫଳରେ ବିଦେଶରୁ ଏକାଧିକ ଡଲାର ତାଙ୍କ ଆକାଉଣ୍ଟକୁ ଆସିଛି। ଭିଡିଓ ଅପଲୋଡ୍‍ କରିଥିବା ବ୍ୟକ୍ତି ଦୁଇଟି ମୋବାଇଲ୍‍ ବ୍ୟବହାର କରୁଥିବା ତଦନ୍ତରୁ ଜାଣିବାକୁ ପାଇଛି କ୍ରାଇମ୍‍ବ୍ରାଞ୍ଚ। ତେଣୁ ଏହି ଭିଡିଓ କେଉଁ ବ୍ୟକ୍ତି ଛାଡ଼ିଛି ତାହା ଯାଞ୍ଚ କରୁଛି ଇନ୍‍ଫୋସିଟି ଥାନା ପୁଲିସ ଏବଂ କ୍ରାଇମ୍‍ବ୍ରାଞ୍ଚ। ରାଜଧାନୀରୁ ଏଭଳି ଭିଡିଓ ଛଡ଼ାଯିବା ଏକ ଚିନ୍ତାର ବିଷୟ। ଏହି ଭିଡିଓ ପଛରେ ଇଞ୍ଜିନିୟରିଂ ପିଲାଙ୍କ ହାତ ଥିବା ପୁଲିସ ସନ୍ଦେହ କରୁଛି। ତେଣୁ ସବୁ ଦିଗକୁ ନେଇ କ୍ରାଇମ୍‍ବ୍ରାଞ୍ଚ ଏବଂ ଇନ୍‍ଫୋସିଟି ଥାନା ପୁଲିସ ତଦନ୍ତ କରୁଛି। ଏଥିସହ ରାଜଧାନୀରୁ ଅନ୍ୟ କେତୋଟି ସ୍ଥାନରୁ ଏଭଳି ଭିଡିଓ ଅପଲୋଡ୍‍ ହୋଇଥିବା ସନ୍ଦେହ କରୁଛି କ୍ରାଇମ୍‍ବ୍ରାଞ୍ଚ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର