କଟାମୁଣ୍ଡ ମାମଲା : ଜେଲ୍‌ ଗଲେ ୨ ଅଭିଯୁକ୍ତ

The Sakala Picture
Published On

ଭୁବନେଶ୍ୱର : ଚନ୍ଦକା ଥାନା ଦାସପୁର କଟାମୁଣ୍ଡ ହତ୍ୟାକାଣ୍ଡ ମାମଲାରେ ରିମାଣ୍ଡରେ ଆସିଥିବା୨ଅଭିଯୁକ୍ତ ସଞ୍ଜୟ ଦାଶ ଏବଂ ଶ୍ରୀକାନ୍ତ ଦାଶଙ୍କ ୩ଦିନ ରିମାଣ୍ଡ ଅବଧି ସୋମବାର ଶେଷ ହୋଇଛି। ଚନ୍ଦକା ଥାନା ପୁଲିସ ଉଭୟଙ୍କୁ ଏସ୍‍ଡିଜେଏମ୍‍ କୋର୍ଟରେ ହାଜର କରିବା ପରେ ଉଭୟ ଅଭିଯୁକ୍ତଙ୍କୁ ଝାରପଡ଼ା ଜେଲ ପଠାଯାଇଛି। ଉଭୟଙ୍କ ବୟାନ ଆଧାରରେ ପୁଲିସ ସମସ୍ତ ପ୍ରମାଣ ଯୋଗାଡ଼ କରି ସାରିଛି। ଖୁବ୍‍ଶୀଘ୍ର ଉଭୟଙ୍କ ବିରୋଧରେ ଚାର୍ଜସିଟ୍‍ ଦାଖଲ କରାଯିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି। […]

ଭୁବନେଶ୍ୱର : ଚନ୍ଦକା ଥାନା ଦାସପୁର କଟାମୁଣ୍ଡ ହତ୍ୟାକାଣ୍ଡ ମାମଲାରେ ରିମାଣ୍ଡରେ ଆସିଥିବା୨ଅଭିଯୁକ୍ତ ସଞ୍ଜୟ ଦାଶ ଏବଂ ଶ୍ରୀକାନ୍ତ ଦାଶଙ୍କ ୩ଦିନ ରିମାଣ୍ଡ ଅବଧି ସୋମବାର ଶେଷ ହୋଇଛି। ଚନ୍ଦକା ଥାନା ପୁଲିସ ଉଭୟଙ୍କୁ ଏସ୍‍ଡିଜେଏମ୍‍ କୋର୍ଟରେ ହାଜର କରିବା ପରେ ଉଭୟ ଅଭିଯୁକ୍ତଙ୍କୁ ଝାରପଡ଼ା ଜେଲ ପଠାଯାଇଛି। ଉଭୟଙ୍କ ବୟାନ ଆଧାରରେ ପୁଲିସ ସମସ୍ତ ପ୍ରମାଣ ଯୋଗାଡ଼ କରି ସାରିଛି। ଖୁବ୍‍ଶୀଘ୍ର ଉଭୟଙ୍କ ବିରୋଧରେ ଚାର୍ଜସିଟ୍‍ ଦାଖଲ କରାଯିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାରିପାର୍ଶ୍ବିକ ସ୍ଥିତି ଆଧାରରେ ପୁଲିସ ଅନେକ ପ୍ରମାଣ ଯୋଗାଡ଼ କରିଛି। ଏହାସହ ଆହୁରି ଅନେକ ସାଇଣ୍ଟିଫିକ୍‍ ପ୍ରମାଣ ଯୋଗାଡ଼ କରିବା ପାଇଁ ବାକି ରହିଛି। ଖୁବ୍‍ଶୀଘ୍ର ସମସ୍ତ ପ୍ରମାଣ ଯୋଗାଡ଼ କରାଯାଇ କୋର୍ଟରେ ଚାର୍ଜ ସିଟ୍‍ ଦାଖଲ କରାଯିବ। ମାମଲାର ତ୍ୱରିତ ଶୁଣାଣି ପାଇଁ କୋର୍ଟଙ୍କୁ ନିବେଦନ କରାଯିବ। ଆବଶ୍ୟକ ପଡ଼ିଲେ ସ୍ପେଶାଲ ପିପିଙ୍କୁ ନିଯୁକ୍ତ କରାଯିବ ବୋଲି ଡିସିପି କହିଛନ୍ତି।

ଆହୁରି ପଢ଼ନ୍ତୁ: ବିବାହ ଆଳରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ୨୫ ଲକ୍ଷ ଓ ଆଇଫୋନ୍‌‌ ଠକିନେଲା ରସିକିଆ ଡାକ୍ତର, ବାନ୍ଧିଲା ପୋଲିସ

ଅନ୍ୟପଟରେ ଶେଷ ଦିନରେ ପୁଲିସ ଉଭୟ ଅପରାଧୀଙ୍କୁ ଛୁରି ଏବଂ ଗ୍ଲୋବ୍ସ କରିଥିବା ଦୋକାନକୁ ନେଇ ଯାଇଥିଲା। ଉଭୟଙ୍କୁ ଦେକାନୀ ଚିହ୍ନଟ କରିଥିଲେ। ହତ୍ୟା ଦିନ ଉଭୟ ଛୁରି ଏବଂ ଗ୍ଲୋବ୍ସ କିଣି ନେଇଥିବା ଦୋକାନୀ ଜଣଙ୍କ ପୁଲିକୁ କହିଛି। ଏହାସହ ପୁଲିସ ମୃତ ପୁଷ୍ପଲତାଙ୍କ ମା’ଙ୍କ ଉପସ୍ଥିତିରେ ୨ ଅଭିଯୁକ୍ତଙ୍କୁ ପଚରାଉଚରା କରିଥିଲା। ପୁଷ୍ପଲତାଙ୍କୁ କିଭଳି ନିର୍ଯାତନା ଦେଉଥିଲା ସଞ୍ଜୟ ତାହା ପୁଲିସ ଆଗରେ ବଖାଣିଛନ୍ତି ମିନତି। ଝିଅକୁ ଖାଇବାକୁ ଦେଉନଥିଲା ସଞ୍ଜୟ।

ଆହୁରି ପଢ଼ନ୍ତୁ: ପୁଣେ ଲୋହଗଡ଼ କିଲ୍ଲା ମାମଲା: କେତନଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ବି ଉଦ୍ୟମ କରିଥିଲା ସିୟା, ବାପା କଲେ ବଡ଼ ଖୁଲାସା

ଏପରିକି ପୁଷ୍ପଲତାଙ୍କୁ ସୁନାଗହଣା ଲୁଟି ନେଇଥିବା ମଧ୍ୟ ମିନତି ଅଭିଯୋଗ କରିଛନ୍ତି। ତେଣୁ ଉକ୍ତ ସୁନାଗହଣା ସଞ୍ଜୟ କେଉଁଠି ରଖିଛି ତାହା ପୁଲିସ ଜବତ କରିବା ପାଇଁ ତାଙ୍କ ମା’ ମିନତି ଦାବି କରିଛନ୍ତି। ରବିବାର ପୁଲିସ ପୁଷ୍ପଲତାଙ୍କ ସ୍କୁଟିକୁ ଜିଲ୍ଲା ଜି.ଉଦୟଗିରି ଥାନା କଳିଙ୍ଗାରୁ ଜବତ କରିଥିଲା। ହେଲେ ସ୍କୁଟିକୁ ଲୁଚାଇ ରଖିଥିବା ଶ୍ରୀକାନ୍ତର ସହଯୋଗୀକୁ ପୁଲିସ ଗିରଫ କରିନାହିଁ। ଅଭିଯୁକ୍ତ ହତ୍ୟାକରୀ ସ୍କୁଟିକୁ ଲୁଚାଇବାକୁ ଦେଇଥିଲେ। କିନ୍ତୁ ସ୍କୁଟି ନେଇଥିବା ଶ୍ରୀକାନ୍ତର ସାଙ୍ଗ ଏନେଇ କିଛିବି ଜାଣି ନ ଥିଲେ। ତେଣୁ ତାଙ୍କୁ ଗିରଫ କରାଯିବ ନାହିଁ ବୋଲି ପୁଲିସ କହିଛି।

ଆହୁରି ପଢ଼ନ୍ତୁ: କେତନ ଅଗ୍ରୱାଲ ହତ୍ୟାକାଣ୍ଡ: ହତ୍ୟାର ଦିନକ ପୂର୍ବରୁ ପୁଣେର ଏକ କାଫେରେ ନଜର ଆସିଲେ ସିୟା ଓ ଚେତନ

16 Feb 2021 By The Sakala

କଟାମୁଣ୍ଡ ମାମଲା : ଜେଲ୍‌ ଗଲେ ୨ ଅଭିଯୁକ୍ତ

ଭୁବନେଶ୍ୱର : ଚନ୍ଦକା ଥାନା ଦାସପୁର କଟାମୁଣ୍ଡ ହତ୍ୟାକାଣ୍ଡ ମାମଲାରେ ରିମାଣ୍ଡରେ ଆସିଥିବା୨ଅଭିଯୁକ୍ତ ସଞ୍ଜୟ ଦାଶ ଏବଂ ଶ୍ରୀକାନ୍ତ ଦାଶଙ୍କ ୩ଦିନ ରିମାଣ୍ଡ ଅବଧି ସୋମବାର ଶେଷ ହୋଇଛି। ଚନ୍ଦକା ଥାନା ପୁଲିସ ଉଭୟଙ୍କୁ ଏସ୍‍ଡିଜେଏମ୍‍ କୋର୍ଟରେ ହାଜର କରିବା ପରେ ଉଭୟ ଅଭିଯୁକ୍ତଙ୍କୁ ଝାରପଡ଼ା ଜେଲ ପଠାଯାଇଛି। ଉଭୟଙ୍କ ବୟାନ ଆଧାରରେ ପୁଲିସ ସମସ୍ତ ପ୍ରମାଣ ଯୋଗାଡ଼ କରି ସାରିଛି। ଖୁବ୍‍ଶୀଘ୍ର ଉଭୟଙ୍କ ବିରୋଧରେ ଚାର୍ଜସିଟ୍‍ ଦାଖଲ କରାଯିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାରିପାର୍ଶ୍ବିକ ସ୍ଥିତି ଆଧାରରେ ପୁଲିସ ଅନେକ ପ୍ରମାଣ ଯୋଗାଡ଼ କରିଛି। ଏହାସହ ଆହୁରି ଅନେକ ସାଇଣ୍ଟିଫିକ୍‍ ପ୍ରମାଣ ଯୋଗାଡ଼ କରିବା ପାଇଁ ବାକି ରହିଛି। ଖୁବ୍‍ଶୀଘ୍ର ସମସ୍ତ ପ୍ରମାଣ ଯୋଗାଡ଼ କରାଯାଇ କୋର୍ଟରେ ଚାର୍ଜ ସିଟ୍‍ ଦାଖଲ କରାଯିବ। ମାମଲାର ତ୍ୱରିତ ଶୁଣାଣି ପାଇଁ କୋର୍ଟଙ୍କୁ ନିବେଦନ କରାଯିବ। ଆବଶ୍ୟକ ପଡ଼ିଲେ ସ୍ପେଶାଲ ପିପିଙ୍କୁ ନିଯୁକ୍ତ କରାଯିବ ବୋଲି ଡିସିପି କହିଛନ୍ତି।

ଅନ୍ୟପଟରେ ଶେଷ ଦିନରେ ପୁଲିସ ଉଭୟ ଅପରାଧୀଙ୍କୁ ଛୁରି ଏବଂ ଗ୍ଲୋବ୍ସ କରିଥିବା ଦୋକାନକୁ ନେଇ ଯାଇଥିଲା। ଉଭୟଙ୍କୁ ଦେକାନୀ ଚିହ୍ନଟ କରିଥିଲେ। ହତ୍ୟା ଦିନ ଉଭୟ ଛୁରି ଏବଂ ଗ୍ଲୋବ୍ସ କିଣି ନେଇଥିବା ଦୋକାନୀ ଜଣଙ୍କ ପୁଲିକୁ କହିଛି। ଏହାସହ ପୁଲିସ ମୃତ ପୁଷ୍ପଲତାଙ୍କ ମା’ଙ୍କ ଉପସ୍ଥିତିରେ ୨ ଅଭିଯୁକ୍ତଙ୍କୁ ପଚରାଉଚରା କରିଥିଲା। ପୁଷ୍ପଲତାଙ୍କୁ କିଭଳି ନିର୍ଯାତନା ଦେଉଥିଲା ସଞ୍ଜୟ ତାହା ପୁଲିସ ଆଗରେ ବଖାଣିଛନ୍ତି ମିନତି। ଝିଅକୁ ଖାଇବାକୁ ଦେଉନଥିଲା ସଞ୍ଜୟ।

ଏପରିକି ପୁଷ୍ପଲତାଙ୍କୁ ସୁନାଗହଣା ଲୁଟି ନେଇଥିବା ମଧ୍ୟ ମିନତି ଅଭିଯୋଗ କରିଛନ୍ତି। ତେଣୁ ଉକ୍ତ ସୁନାଗହଣା ସଞ୍ଜୟ କେଉଁଠି ରଖିଛି ତାହା ପୁଲିସ ଜବତ କରିବା ପାଇଁ ତାଙ୍କ ମା’ ମିନତି ଦାବି କରିଛନ୍ତି। ରବିବାର ପୁଲିସ ପୁଷ୍ପଲତାଙ୍କ ସ୍କୁଟିକୁ ଜିଲ୍ଲା ଜି.ଉଦୟଗିରି ଥାନା କଳିଙ୍ଗାରୁ ଜବତ କରିଥିଲା। ହେଲେ ସ୍କୁଟିକୁ ଲୁଚାଇ ରଖିଥିବା ଶ୍ରୀକାନ୍ତର ସହଯୋଗୀକୁ ପୁଲିସ ଗିରଫ କରିନାହିଁ। ଅଭିଯୁକ୍ତ ହତ୍ୟାକରୀ ସ୍କୁଟିକୁ ଲୁଚାଇବାକୁ ଦେଇଥିଲେ। କିନ୍ତୁ ସ୍କୁଟି ନେଇଥିବା ଶ୍ରୀକାନ୍ତର ସାଙ୍ଗ ଏନେଇ କିଛିବି ଜାଣି ନ ଥିଲେ। ତେଣୁ ତାଙ୍କୁ ଗିରଫ କରାଯିବ ନାହିଁ ବୋଲି ପୁଲିସ କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp