ମୁଁ ତୋତେ ସାହାଯ୍ୟ କରିବି, ମୋ କଥା ଟିକେ ବୁଝ, ମୋ ସ୍ତ୍ରୀ ନାହିଁ : ପୁଲିସ ବାବୁ

The Sakala Picture
Published On

ଭଦ୍ରକ : ଅଭିଯୁକ୍ତର ସ୍ତ୍ରୀକୁ ପୁଲିସ ବାବୁଙ୍କ ପ୍ରେମ।  ସ୍ୱାମୀକୁ ବେଲ୍‌ରେ ବାହାର କରିଦେବାକୁ କହି ଅଭିଯୁକ୍ତ ସ୍ତ୍ରୀ ସହିତ ହେଉଥିଲେ ନାନା କଥା । ଅଭିଯୁକ୍ତ ଜେଲ୍‌ରେ ଥିବେ ବେଳେ ପୁଲିସ ବାବୁ ଅଭିଯୁକ୍ତର ସ୍ତ୍ରୀକୁ ଫୋନ୍‌ କରି ତାଙ୍କ ସ୍ବାମୀକୁ ଜେଲ୍‌ରେ ବାହାର କରିବାକୁ ଦେଉଥିଲେ ପ୍ରତିଶ୍ରୁତି। ଆଉ ଏହି ସାହାଯ୍ୟ କରିବା ଫଛରେ ତାଙ୍କର ଥିଲା କିଛି ଭିତିରି ଉଦେଶ୍ୟ। ସେଥି ପାଇଁ ପୁଲିସ ବାବୁ ଅଭିଯୁକ୍ତର ପତ୍ନୀଙ୍କ କହୁଥିଲେ ମୋ ସ୍ତ୍ରୀ […]

ଭଦ୍ରକ : ଅଭିଯୁକ୍ତର ସ୍ତ୍ରୀକୁ ପୁଲିସ ବାବୁଙ୍କ ପ୍ରେମ।  ସ୍ୱାମୀକୁ ବେଲ୍‌ରେ ବାହାର କରିଦେବାକୁ କହି ଅଭିଯୁକ୍ତ ସ୍ତ୍ରୀ ସହିତ ହେଉଥିଲେ ନାନା କଥା । ଅଭିଯୁକ୍ତ ଜେଲ୍‌ରେ ଥିବେ ବେଳେ ପୁଲିସ ବାବୁ ଅଭିଯୁକ୍ତର ସ୍ତ୍ରୀକୁ ଫୋନ୍‌ କରି ତାଙ୍କ ସ୍ବାମୀକୁ ଜେଲ୍‌ରେ ବାହାର କରିବାକୁ ଦେଉଥିଲେ ପ୍ରତିଶ୍ରୁତି। ଆଉ ଏହି ସାହାଯ୍ୟ କରିବା ଫଛରେ ତାଙ୍କର ଥିଲା କିଛି ଭିତିରି ଉଦେଶ୍ୟ। ସେଥି ପାଇଁ ପୁଲିସ ବାବୁ ଅଭିଯୁକ୍ତର ପତ୍ନୀଙ୍କ କହୁଥିଲେ ମୋ ସ୍ତ୍ରୀ ୨ ବର୍ଷ ହେଲା ମରିଯାଇଛି । ମୁଁ ତ ତୋତେ ସାହାଯ୍ୟ କରିବି। ହେଲେ ମୋ କଥା ଟିକେ ବୁଝିବୁ। ଫୋନ୍‌ରେ କଥା ହେବା ସମୟରେ ଇସାରା ଦେବା ପରେ  ପୁଲିସ ବାବୁ ଜଣଙ୍କ ଗତକାଲି ମଧ୍ୟାନ୍ନରେ  ପହଞ୍ଚି ଯାଇଥିଲେ ଅଭିଯୁକ୍ତଙ୍କ ଘରେ। ଆଉ ଏହାପରେ ତାଙ୍କ ସ୍ତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହ ବିଭିନ୍ନ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ । ମାତ୍ର ମହିଳାଜଣଙ୍କ ଚିତ୍କାର କରିବାରୁ ପରିବାର ଲୋକେ ଓ ଗ୍ରାମବାସୀ ଆସି ପୁଲିସ ବାବୁଙ୍କୁ ଅଟକ ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ଏପରି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ। ସୂଚନାଅନୁସାରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳର କ୍ଷୀରୋଦ ଜେନା ନାମକ ଜଣେ ବ୍ୟକ୍ତି ନାମରେ ୱାରେଣ୍ଟ ଆସିବା ପରେ ପୁଲିସ୍‌ ତାଙ୍କୁ ରବିବାର ରାତିରେ ଗିରଫ କରିଥିଲା । ୱାରେଣ୍ଟ ଆସାମୀ ଗିରଫ ପରେ କୋର୍ଟ ଚାଲାଣ ବେଳେ ତାଙ୍କ ସ୍ତ୍ରୀ ସହ କଥା ହେବାକୁ ପୁଲିସ କର୍ମଚାରୀ ଏପିଆର ହାବିଲଦାର ହରମୋହନ ନାୟକଙ୍କୁ ମୋବାଇଲ ମାଗିଥିଲେ । ମୋବାଇଲରେ ସ୍ତ୍ରୀ ସହ କଥା ହେବା ପରେ ଜେଲ୍ ଯାଇଥିଲେ  ଆସାମୀ । କିନ୍ତୁ ପୁଲିସ କର୍ମଚାରୀ ନିଜ ମୋବାଇଲରେ ଥିବା ନମ୍ବରରେ ଆସାମୀଙ୍କ ସ୍ତ୍ରୀଙ୍କ ସହ କଥା ହେବାକୁ ଲାଗିଲେ ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଅଭିଯୁକ୍ତ ଜେଲ୍‌ ଯିବା ପରେ ଏପିଆର ହାବିଲଦାର ହରମୋହନ ନାୟକ କ୍ଷୀରୋଦଙ୍କ ସ୍ତ୍ରୀଙ୍କୁ ବାରମ୍ବାର ଫୋନ୍ କରିଥିଲେ। ଏପରିକି “ମୋତେ ଭାଇ ବୋଲି ଭାବେ । ଆମ ଭିତରେ ନୂଆ ସମ୍ପର୍କ ଯୋଡ଼ି ହେଲା। ସମ୍ପର୍କକୁ ବଞ୍ଚାଇ ରଖିବା। ତୋ ବନ୍ଧା ପଡ଼ିଥିବା ସୁନା(ସ୍ବାମୀ)କୁ ମୁକୁଳାଇ ଆଣିବି। କାଲି ବେଲ୍‌ ହେବ। ନ ହେଲେ ପଅରଦିନ ହେବ।” ଏପରି ମନଲୋଭା କଥା କହି ଅଭିଯୁକ୍ତର ସ୍ତ୍ରୀକୁ ଫସାଇବାକୁ ଚେଷ୍ଟା କଲେ ହରମୋହନ।

ଆହୁରି ପଢ଼ନ୍ତୁ: କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର: ଶୁଭାଶିଷ୍‌

ଏଥିସହ ମୋ ସ୍ତ୍ରୀ ୨ ବର୍ଷ ହେଲା ମରିଯାଇଛି । ମୁଁ ତ ତୋତେ ସାହାଯ୍ୟ କରିବି। ହେଲେ ମୋ କଥା ଟିକେ ବୁଝିବୁ ବୋଲି ଇସାରା ମଧ୍ୟ ଦେଇଥିଲେ। ଏହାପରେ ଗତକାଲି ୧୫ ତାରିଖ ମଧ୍ୟାହ୍ନରେ ଅଭିଯୁକ୍ତ ଘରେ ପହଞ୍ଚି ଯାଇଥିଲେ ଏପିଆର ହାବିଲଦାର ହରମୋହନ। ଏହାପରେ ତାଙ୍କ ସ୍ତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହ ବିଭିନ୍ନ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ । ଅସଦାଚରଣ ଉଦ୍ୟମ କରିବାରୁ ମହିଳା ଜଣଙ୍କ ଚିତ୍କାର କରିଥିଲେ । ତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଆସି ପୁଲିସ କର୍ମଚାରୀ ହରମୋହନଙ୍କୁ ଅଟକ ରଖିଥିଲେ । ଶେଷରେ ଭଣ୍ଡାରିପୋଖରୀ ପୁଲିସକୁ ହସ୍ତାନ୍ତର କରିଥିଲେ । ମହିଳାଙ୍କ ଲିଖିତ ଏତଲା ଆଧାରରେ ଏପିଆର ହାବିଲଦାରଙ୍କୁ ଅଟକ ରଖିଛି ଭଣ୍ଡାରିପୋଖରୀ ପୁଲିସ ।

16 Mar 2021 By The Sakala

ମୁଁ ତୋତେ ସାହାଯ୍ୟ କରିବି, ମୋ କଥା ଟିକେ ବୁଝ, ମୋ ସ୍ତ୍ରୀ ନାହିଁ : ପୁଲିସ ବାବୁ

ଭଦ୍ରକ : ଅଭିଯୁକ୍ତର ସ୍ତ୍ରୀକୁ ପୁଲିସ ବାବୁଙ୍କ ପ୍ରେମ।  ସ୍ୱାମୀକୁ ବେଲ୍‌ରେ ବାହାର କରିଦେବାକୁ କହି ଅଭିଯୁକ୍ତ ସ୍ତ୍ରୀ ସହିତ ହେଉଥିଲେ ନାନା କଥା । ଅଭିଯୁକ୍ତ ଜେଲ୍‌ରେ ଥିବେ ବେଳେ ପୁଲିସ ବାବୁ ଅଭିଯୁକ୍ତର ସ୍ତ୍ରୀକୁ ଫୋନ୍‌ କରି ତାଙ୍କ ସ୍ବାମୀକୁ ଜେଲ୍‌ରେ ବାହାର କରିବାକୁ ଦେଉଥିଲେ ପ୍ରତିଶ୍ରୁତି। ଆଉ ଏହି ସାହାଯ୍ୟ କରିବା ଫଛରେ ତାଙ୍କର ଥିଲା କିଛି ଭିତିରି ଉଦେଶ୍ୟ। ସେଥି ପାଇଁ ପୁଲିସ ବାବୁ ଅଭିଯୁକ୍ତର ପତ୍ନୀଙ୍କ କହୁଥିଲେ ମୋ ସ୍ତ୍ରୀ ୨ ବର୍ଷ ହେଲା ମରିଯାଇଛି । ମୁଁ ତ ତୋତେ ସାହାଯ୍ୟ କରିବି। ହେଲେ ମୋ କଥା ଟିକେ ବୁଝିବୁ। ଫୋନ୍‌ରେ କଥା ହେବା ସମୟରେ ଇସାରା ଦେବା ପରେ  ପୁଲିସ ବାବୁ ଜଣଙ୍କ ଗତକାଲି ମଧ୍ୟାନ୍ନରେ  ପହଞ୍ଚି ଯାଇଥିଲେ ଅଭିଯୁକ୍ତଙ୍କ ଘରେ। ଆଉ ଏହାପରେ ତାଙ୍କ ସ୍ତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହ ବିଭିନ୍ନ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ । ମାତ୍ର ମହିଳାଜଣଙ୍କ ଚିତ୍କାର କରିବାରୁ ପରିବାର ଲୋକେ ଓ ଗ୍ରାମବାସୀ ଆସି ପୁଲିସ ବାବୁଙ୍କୁ ଅଟକ ରଖିଛନ୍ତି।

ଏପରି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ। ସୂଚନାଅନୁସାରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳର କ୍ଷୀରୋଦ ଜେନା ନାମକ ଜଣେ ବ୍ୟକ୍ତି ନାମରେ ୱାରେଣ୍ଟ ଆସିବା ପରେ ପୁଲିସ୍‌ ତାଙ୍କୁ ରବିବାର ରାତିରେ ଗିରଫ କରିଥିଲା । ୱାରେଣ୍ଟ ଆସାମୀ ଗିରଫ ପରେ କୋର୍ଟ ଚାଲାଣ ବେଳେ ତାଙ୍କ ସ୍ତ୍ରୀ ସହ କଥା ହେବାକୁ ପୁଲିସ କର୍ମଚାରୀ ଏପିଆର ହାବିଲଦାର ହରମୋହନ ନାୟକଙ୍କୁ ମୋବାଇଲ ମାଗିଥିଲେ । ମୋବାଇଲରେ ସ୍ତ୍ରୀ ସହ କଥା ହେବା ପରେ ଜେଲ୍ ଯାଇଥିଲେ  ଆସାମୀ । କିନ୍ତୁ ପୁଲିସ କର୍ମଚାରୀ ନିଜ ମୋବାଇଲରେ ଥିବା ନମ୍ବରରେ ଆସାମୀଙ୍କ ସ୍ତ୍ରୀଙ୍କ ସହ କଥା ହେବାକୁ ଲାଗିଲେ ।

ଅଭିଯୁକ୍ତ ଜେଲ୍‌ ଯିବା ପରେ ଏପିଆର ହାବିଲଦାର ହରମୋହନ ନାୟକ କ୍ଷୀରୋଦଙ୍କ ସ୍ତ୍ରୀଙ୍କୁ ବାରମ୍ବାର ଫୋନ୍ କରିଥିଲେ। ଏପରିକି “ମୋତେ ଭାଇ ବୋଲି ଭାବେ । ଆମ ଭିତରେ ନୂଆ ସମ୍ପର୍କ ଯୋଡ଼ି ହେଲା। ସମ୍ପର୍କକୁ ବଞ୍ଚାଇ ରଖିବା। ତୋ ବନ୍ଧା ପଡ଼ିଥିବା ସୁନା(ସ୍ବାମୀ)କୁ ମୁକୁଳାଇ ଆଣିବି। କାଲି ବେଲ୍‌ ହେବ। ନ ହେଲେ ପଅରଦିନ ହେବ।” ଏପରି ମନଲୋଭା କଥା କହି ଅଭିଯୁକ୍ତର ସ୍ତ୍ରୀକୁ ଫସାଇବାକୁ ଚେଷ୍ଟା କଲେ ହରମୋହନ।

ଏଥିସହ ମୋ ସ୍ତ୍ରୀ ୨ ବର୍ଷ ହେଲା ମରିଯାଇଛି । ମୁଁ ତ ତୋତେ ସାହାଯ୍ୟ କରିବି। ହେଲେ ମୋ କଥା ଟିକେ ବୁଝିବୁ ବୋଲି ଇସାରା ମଧ୍ୟ ଦେଇଥିଲେ। ଏହାପରେ ଗତକାଲି ୧୫ ତାରିଖ ମଧ୍ୟାହ୍ନରେ ଅଭିଯୁକ୍ତ ଘରେ ପହଞ୍ଚି ଯାଇଥିଲେ ଏପିଆର ହାବିଲଦାର ହରମୋହନ। ଏହାପରେ ତାଙ୍କ ସ୍ତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହ ବିଭିନ୍ନ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ । ଅସଦାଚରଣ ଉଦ୍ୟମ କରିବାରୁ ମହିଳା ଜଣଙ୍କ ଚିତ୍କାର କରିଥିଲେ । ତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଆସି ପୁଲିସ କର୍ମଚାରୀ ହରମୋହନଙ୍କୁ ଅଟକ ରଖିଥିଲେ । ଶେଷରେ ଭଣ୍ଡାରିପୋଖରୀ ପୁଲିସକୁ ହସ୍ତାନ୍ତର କରିଥିଲେ । ମହିଳାଙ୍କ ଲିଖିତ ଏତଲା ଆଧାରରେ ଏପିଆର ହାବିଲଦାରଙ୍କୁ ଅଟକ ରଖିଛି ଭଣ୍ଡାରିପୋଖରୀ ପୁଲିସ ।

https://www.thesakala.in/crime/accused-wife-was-mistreated-by-police-habildar-in-bhandaripokhari-bhadrak/article-735
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର