ବ୍ରାଉନ୍‌ସୁଗର ଚାଲାଣକାରୀଙ୍କ ନୂଆ ଫର୍ମୁଲା: ଦହିବରା ସାଙ୍ଗକୁ ବ୍ରାଉନ୍‌ସୁଗର ବେପାର, ମାଡିବସିଲା ପୁଲିସ

The Sakala Picture
Published On

ଜଗତସିଂହପୁର: ବ୍ରାଉନ୍‌ସୁଗର୍ ଚାଲାଣକାରୀଙ୍କ ନୂଆ ଫର୍ମୁଲା। ପୁଲିସକୁ ଚକମା ଦେବା ପାଇଁ ଚାଲାଣକାରୀମାନେ ପୁଣି ଆପଣାଇଛନ୍ତି ଭିନ୍ନ ଏକ ଉପାୟ । ମୋହାର କରୁଛନ୍ତି ଛୋଟଛୋଟ ଦୋକାନୀଙ୍କୁ । ଏବେ ଦହିବରା ଆଳୁଦମ୍‌ ବେପାରୀଙ୍କ ପକେଟ୍‌ରେ ବ୍ରାଉନ୍‌ସୁଗର୍‌ ପୁଡ଼ିଆ ଭର୍ତ୍ତି କରି ନିଶା ମାଫିଆମାନେ ବଜାରରେ ସକ୍ରିୟ ହେବା ପାଇଁ  ପ୍ରୟାସ କରିଛନ୍ତି। ଆଜି ଜଣେ ଦହିବରା ଆଳୁଦମ୍‌ ସାଙ୍ଗକୁ ବ୍ରାଉନ୍‌ସୁଗର ପୁଡ଼ିଆ ବିକ୍ରି କରି ଆସୁଥିବା  ଯୁବକଙ୍କୁ ଜଗତସିଂହପୁର ପୁଲିସ ଗିରଫ କରିଛି । ଗିରଫ […]

ଜଗତସିଂହପୁର: ବ୍ରାଉନ୍‌ସୁଗର୍ ଚାଲାଣକାରୀଙ୍କ ନୂଆ ଫର୍ମୁଲା। ପୁଲିସକୁ ଚକମା ଦେବା ପାଇଁ ଚାଲାଣକାରୀମାନେ ପୁଣି ଆପଣାଇଛନ୍ତି ଭିନ୍ନ ଏକ ଉପାୟ । ମୋହାର କରୁଛନ୍ତି ଛୋଟଛୋଟ ଦୋକାନୀଙ୍କୁ । ଏବେ ଦହିବରା ଆଳୁଦମ୍‌ ବେପାରୀଙ୍କ ପକେଟ୍‌ରେ ବ୍ରାଉନ୍‌ସୁଗର୍‌ ପୁଡ଼ିଆ ଭର୍ତ୍ତି କରି ନିଶା ମାଫିଆମାନେ ବଜାରରେ ସକ୍ରିୟ ହେବା ପାଇଁ  ପ୍ରୟାସ କରିଛନ୍ତି। ଆଜି ଜଣେ ଦହିବରା ଆଳୁଦମ୍‌ ସାଙ୍ଗକୁ ବ୍ରାଉନ୍‌ସୁଗର ପୁଡ଼ିଆ ବିକ୍ରି କରି ଆସୁଥିବା  ଯୁବକଙ୍କୁ ଜଗତସିଂହପୁର ପୁଲିସ ଗିରଫ କରିଛି । ଗିରଫ ଯୁବକ ଜଜଣଙ୍କ ହେଲେ ସ୍ଥାନୀୟ କଣ୍ଟାବଲ୍ଲଭପୁର ଗ୍ରାମର ନିରାକାର ନାୟକ(୩୫) । ତା’ ପାଖରୁ ବ୍ରାଉନ୍ସୁଗର ଥିବା ପ୍ରାୟ ୫୦ଟି ପୁଡ଼ିଆ ମିଳିଛି । ତେବେ ସବୁ ପୁଡ଼ିଆ ମିଶାଇ ସେଥିରୁ ୩ ଗ୍ରାମରୁ ଅଧିକ ବ୍ରାଉନ୍‌ସୁଗର ଥିବା ଅନୁମାନ କରାଯାଇଛି । ବ୍ରାଉନ୍‌ସୁଗର ପୁଡ଼ିଆ କାହା ମାର୍ଫତରେ ଅଣାଯାଇଥିଲା ତାହା ଉପରେ ପୁଲିସ ଛାନ୍‌ଭିନ ଚଳାଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ସୂଚନା ଅନୁଯାୟୀ, ସ୍ଥାନୀୟ କଲେଜ ଛକରେ ପ୍ରତିଦିନ ଦହିବରା ଆଳୁଦମ୍‌ ବେପାର କରେ କଣ୍ଟାବଲ୍ଲଭପୁର ଗ୍ରାମର ନିରାକାର । ହେଲେ ସେ ବ୍ରାଉନ୍‌ସୁଗର୍‌ ପୁଡ଼ିଆ ବିକ୍ରି କରି ଆସୁଥିଲା । ଆଜି ଜଗତସିଂହପୁର ପୁଲିସ ହାବୁଡ଼ରେ ପଡ଼ି ଯାଇଥିଲା । କିନ୍ତୁ କଣ୍ଟାବଲ୍ଳଭପୁର ଅଞ୍ଚଳରେ ବ୍ରାଉନ୍‌ସୁଗର ଚଳାଉଛନ୍ତି ଅନ୍ୟ ଏକ ରାକେଟ୍‌ । ଉକ୍ତ ରାକେଟ୍‌ ହିଁ ସଂପୃକ୍ତ ଦହିବରା ଆଳୁଦମ୍‌ ବେପାରୀକୁ ମୋହରା କରିଥିବା ସନ୍ଦେହ ହେଉଛି । କାରଣ ଏସ୍‌ପି ଅଖିଳେଶ୍ୱର ସିଂଙ୍କ ନିର୍ଦ୍ଦେଶକ୍ରମେ ଉଭୟ ବ୍ରାଉନ୍‌ସୁଗର ଓ ଚୋରା ପିସ୍ତଲ ନେଟୱର୍କ ଉପରେ ଜିଲ୍ଲା ପୁଲିସ ପକ୍ଷରୁ ତନାଘନା ଜାରି ରହିଛି ।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

14 Oct 2021 By The Sakala

ବ୍ରାଉନ୍‌ସୁଗର ଚାଲାଣକାରୀଙ୍କ ନୂଆ ଫର୍ମୁଲା: ଦହିବରା ସାଙ୍ଗକୁ ବ୍ରାଉନ୍‌ସୁଗର ବେପାର, ମାଡିବସିଲା ପୁଲିସ

ଜଗତସିଂହପୁର: ବ୍ରାଉନ୍‌ସୁଗର୍ ଚାଲାଣକାରୀଙ୍କ ନୂଆ ଫର୍ମୁଲା। ପୁଲିସକୁ ଚକମା ଦେବା ପାଇଁ ଚାଲାଣକାରୀମାନେ ପୁଣି ଆପଣାଇଛନ୍ତି ଭିନ୍ନ ଏକ ଉପାୟ । ମୋହାର କରୁଛନ୍ତି ଛୋଟଛୋଟ ଦୋକାନୀଙ୍କୁ । ଏବେ ଦହିବରା ଆଳୁଦମ୍‌ ବେପାରୀଙ୍କ ପକେଟ୍‌ରେ ବ୍ରାଉନ୍‌ସୁଗର୍‌ ପୁଡ଼ିଆ ଭର୍ତ୍ତି କରି ନିଶା ମାଫିଆମାନେ ବଜାରରେ ସକ୍ରିୟ ହେବା ପାଇଁ  ପ୍ରୟାସ କରିଛନ୍ତି। ଆଜି ଜଣେ ଦହିବରା ଆଳୁଦମ୍‌ ସାଙ୍ଗକୁ ବ୍ରାଉନ୍‌ସୁଗର ପୁଡ଼ିଆ ବିକ୍ରି କରି ଆସୁଥିବା  ଯୁବକଙ୍କୁ ଜଗତସିଂହପୁର ପୁଲିସ ଗିରଫ କରିଛି । ଗିରଫ ଯୁବକ ଜଜଣଙ୍କ ହେଲେ ସ୍ଥାନୀୟ କଣ୍ଟାବଲ୍ଲଭପୁର ଗ୍ରାମର ନିରାକାର ନାୟକ(୩୫) । ତା’ ପାଖରୁ ବ୍ରାଉନ୍ସୁଗର ଥିବା ପ୍ରାୟ ୫୦ଟି ପୁଡ଼ିଆ ମିଳିଛି । ତେବେ ସବୁ ପୁଡ଼ିଆ ମିଶାଇ ସେଥିରୁ ୩ ଗ୍ରାମରୁ ଅଧିକ ବ୍ରାଉନ୍‌ସୁଗର ଥିବା ଅନୁମାନ କରାଯାଇଛି । ବ୍ରାଉନ୍‌ସୁଗର ପୁଡ଼ିଆ କାହା ମାର୍ଫତରେ ଅଣାଯାଇଥିଲା ତାହା ଉପରେ ପୁଲିସ ଛାନ୍‌ଭିନ ଚଳାଇଛି ।

ସୂଚନା ଅନୁଯାୟୀ, ସ୍ଥାନୀୟ କଲେଜ ଛକରେ ପ୍ରତିଦିନ ଦହିବରା ଆଳୁଦମ୍‌ ବେପାର କରେ କଣ୍ଟାବଲ୍ଲଭପୁର ଗ୍ରାମର ନିରାକାର । ହେଲେ ସେ ବ୍ରାଉନ୍‌ସୁଗର୍‌ ପୁଡ଼ିଆ ବିକ୍ରି କରି ଆସୁଥିଲା । ଆଜି ଜଗତସିଂହପୁର ପୁଲିସ ହାବୁଡ଼ରେ ପଡ଼ି ଯାଇଥିଲା । କିନ୍ତୁ କଣ୍ଟାବଲ୍ଳଭପୁର ଅଞ୍ଚଳରେ ବ୍ରାଉନ୍‌ସୁଗର ଚଳାଉଛନ୍ତି ଅନ୍ୟ ଏକ ରାକେଟ୍‌ । ଉକ୍ତ ରାକେଟ୍‌ ହିଁ ସଂପୃକ୍ତ ଦହିବରା ଆଳୁଦମ୍‌ ବେପାରୀକୁ ମୋହରା କରିଥିବା ସନ୍ଦେହ ହେଉଛି । କାରଣ ଏସ୍‌ପି ଅଖିଳେଶ୍ୱର ସିଂଙ୍କ ନିର୍ଦ୍ଦେଶକ୍ରମେ ଉଭୟ ବ୍ରାଉନ୍‌ସୁଗର ଓ ଚୋରା ପିସ୍ତଲ ନେଟୱର୍କ ଉପରେ ଜିଲ୍ଲା ପୁଲିସ ପକ୍ଷରୁ ତନାଘନା ଜାରି ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର