ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Madhusudan Das Picture
Published On

ବେଙ୍ଗାଲୁରୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବିବାଦ ଏକ ଭୟଙ୍କର ରୂପ ନେଇଛି। ଜଣେ ଅଟୋରିକ୍ସା ଚାଳକ ନିଜ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାଟି ବେଙ୍ଗାଲୁରୁର ଏଚଏଏଲ୍ ପୋଲିସ ଷ୍ଟେସନ ଅଧୀନରେ ଥିବା ବିଭୂତିପୁରା ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି। ମୃତକମାନେ ହେଲେ ୩୮ ବର୍ଷୀୟ ରାଘବେନ୍ଦ୍ର ଏବଂ ତାଙ୍କ ୩୦ ବର୍ଷୀୟା ସ୍ତ୍ରୀ ଶ୍ରୁତି।

ଆହୁରି ପଢ଼ନ୍ତୁ: ସୁନା ଲୋଭରେ ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପ୍ରେମିକ ସହ ମିଶି ମଉସାଙ୍କୁ ହତ୍ୟା କଲା ଝିଆରୀ

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ସ୍ତ୍ରୀ ଶ୍ରୁତିଙ୍କର ମୋବାଇଲରେ ରୀଲ୍ ଦେଖିବାର ଅଭ୍ୟାସ ଥିଲା। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା। ମଙ୍ଗଳବାର ରାତିରେ ମଧ୍ୟ ରାଘବେନ୍ଦ୍ର ନିଜ ସ୍ତ୍ରୀଙ୍କୁ ମୋବାଇଲରେ ରୀଲ୍ ଦେଖୁଥିବାର ଦେଖିବାକୁ ପାଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ଉଗ୍ର ରୂପ ଧାରଣ କରିଥିଲା। ରାଗରେ ଉତକ୍ଷିପ୍ତ ହୋଇ ରାଘବେନ୍ଦ୍ର ଏକ ବିଅର ବୋତଲରେ ଶ୍ରୁତିଙ୍କ ପେଟକୁ ଭୁସି ହତ୍ୟା କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ରାଘବେନ୍ଦ୍ର ଘର ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

ପୋଲିସ ସୂତ୍ରରୁ ପ୍ରକାଶ ଯେ, ପ୍ରାୟ ୧୮ ବର୍ଷ ପୂର୍ବେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ପରିବାରର ସମ୍ମତିରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ପରେ ସେମାନେ ନିଜ ନିଜର ଜନ୍ମସ୍ଥାନ ଦାବଣଗେରେ ଛାଡି ବେଙ୍ଗାଲୁରୁ ଆସିଥିଲେ ଏବଂ ବିଭୂତିପୁରାରେ ଏକ ଘର କିଣି ରହୁଥିଲେ। ରାଘବେନ୍ଦ୍ର ଅଟୋ ଚଲାଉଥିବା ବେଳେ ଶ୍ରୁତି ଏକ ଆପାର୍ଟମେଣ୍ଟରେ ଘରୋଇ ସହାୟିକା ଭାବେ କାମ କରୁଥିଲେ। ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି, ଯେଉଁମାନେ ବର୍ତ୍ତମାନ ଦାବଣଗେରେରେ ସେମାନଙ୍କ ଅଜା-ଆଇଙ୍କ ପାଖରେ ରହୁଛନ୍ତି। ଘଟଣା ଦିନ ଘରେ କେବଳ ସ୍ୱାମୀ-ସ୍ତ୍ରୀ ଦୁହେଁ ଉପସ୍ଥିତ ଥିଲେ।

ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଏଚଏଏଲ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉଭୟଙ୍କ ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି ଏବଂ ଏକ ମାମଲା ରୁଜୁ କରାଯାଇଛି। ଯଦିଓ ରୀଲ୍ ଦେଖିବା ଏହି ବିବାଦର ମୁଖ୍ୟ କାରଣ ବୋଲି କୁହାଯାଉଛି, ତଥାପି ପୋଲିସ ପ୍ରକୃତ କାରଣ ଖୋଜି ବାହାର କରିବା ପାଇଁ ଅଧିକ ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର