ସିଲ୍ ହେଲା ରାଜଧାନୀର ପେଣ୍ଟାଗନ ହୋଟେଲ, ସଟଡ଼ାଉନ୍ ବେଳେ ଜମିଥିଲା ମଦ ଓ ଜୁଆର ଆସର

The Sakala Picture
Published On

ଭୁବନେଶ୍ବର: ସିଲ ହେଲା ଜୁଆ ଖେଳ ହେଉଥିବା ପେଣ୍ଟାଗନ୍‍ ହୋଟେଲ।  ବିଏମସି ଏନ୍ଫୋର୍ସମେଣ୍ଟର ସେଣ୍ଟ୍ରାଲ ସ୍କ୍ବାର୍ଡ଼ ରିବାର ଏହି ହୋଟେଲକୁ ସିଲ କରିଛି। ସଟ୍‌ ଡାଉନରେ ହୋଟେଲରେ ଚାଲିଥିଲା ଜୁଆ ଆଡ୍ଡା । ଏଥିରେ କାର୍ଯ୍ଯାନୁଷ୍ଠାନ ନେଇ ହୋଟେଲକୁ ସିଲ କରିଛି ବିଏମସି । ସୂଚନା ଅନୁଯାୟୀ, ଲକ୍ଷ୍ମୀସାଗର ଥାନା ପେଣ୍ଟାଗନ୍‍ ବାର୍‍ରେ ଚାଲିଥିଲା ହାଇପ୍ରୋଫାଇଲ୍‍ ଜୁଆ ଆଡ୍ଡା। ବଡ଼ବଡ଼ିଆ ଲୋକ ବାର୍‍କୁ ଆସି ଲକ୍ଷାଧିକ ଟଙ୍କା ବାଜି ଲଗାଉଥିଲେ। ପୂରା ଫିଲ୍ମ ଷ୍ଟାଇଲ୍‍ରେ ବାର୍‍ର ୩ଟି […]

ଭୁବନେଶ୍ବର: ସିଲ ହେଲା ଜୁଆ ଖେଳ ହେଉଥିବା ପେଣ୍ଟାଗନ୍‍ ହୋଟେଲ।  ବିଏମସି ଏନ୍ଫୋର୍ସମେଣ୍ଟର ସେଣ୍ଟ୍ରାଲ ସ୍କ୍ବାର୍ଡ଼ ରିବାର ଏହି ହୋଟେଲକୁ ସିଲ କରିଛି। ସଟ୍‌ ଡାଉନରେ ହୋଟେଲରେ ଚାଲିଥିଲା ଜୁଆ ଆଡ୍ଡା । ଏଥିରେ କାର୍ଯ୍ଯାନୁଷ୍ଠାନ ନେଇ ହୋଟେଲକୁ ସିଲ କରିଛି ବିଏମସି ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସୂଚନା ଅନୁଯାୟୀ, ଲକ୍ଷ୍ମୀସାଗର ଥାନା ପେଣ୍ଟାଗନ୍‍ ବାର୍‍ରେ ଚାଲିଥିଲା ହାଇପ୍ରୋଫାଇଲ୍‍ ଜୁଆ ଆଡ୍ଡା। ବଡ଼ବଡ଼ିଆ ଲୋକ ବାର୍‍କୁ ଆସି ଲକ୍ଷାଧିକ ଟଙ୍କା ବାଜି ଲଗାଉଥିଲେ। ପୂରା ଫିଲ୍ମ ଷ୍ଟାଇଲ୍‍ରେ ବାର୍‍ର ୩ଟି ରୁମ୍‍ ବୁକ୍‍ କରାଯାଇଥିଲା। ଏପରିକି ଜୁଆଡ଼ିମାନଙ୍କୁ ମଦ ଯୋଗାଇ ଦିଆଯାଉଥିଲା। ଜୁଆଡ଼ିଙ୍କୁ ଯୁବତୀମାନେ ମଦ ଯୋଗାଇବା ସହ ଷ୍ଟ୍ରାଇକର ମଧ୍ୟ ଦେଉଥିଲେ। ଠିକ୍‍ ସନ୍ଧ୍ୟା ୮ଟା ସମୟରେ ଗତକାଲି ବାର୍‍ ଭିତରେ ଫୁଲ୍‍ ଜୋର୍‍ରେ ଖେଳାଯାଉଥିବାବେଳେ ଲକ୍ଷ୍ମୀସାଗର ଥାନା ପୁଲିସ ଅତର୍କିତ ଚଢ଼ଉ କରିଥିଲା। ଡିସିପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶରେ ଏହି ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ପୁଲିସ ୩ ଜଣ ଯୁବତୀ ଏବଂ ୧୦ ଜଣ ଯୁବକଙ୍କୁ କାବୁ କରି ଥାନାକୁ ଆଣିଥିଲା। ସେହିପରି ଉକ୍ତ ରୁମ୍‍ରୁ ପୁଲିସ କ୍ୟାରମ୍‍ ଷ୍ଟ୍ରାଇକର୍‍ ଏବଂ ନଗଦ ୨ଲକ୍ଷ ୫୩ ହଜାର ଟଙ୍କା ଜବତ କରିଥିବା ନେଇ ଜୋନ୍‍-୪ ଏସିପି ରଜତ ରାୟ ସୂଚନା ଦେଇଛନ୍ତି। ପୁଲିସ ଉକ୍ତ ହୋଟେଲ ମାଲିକଙ୍କୁ ମଧ୍ୟ ପଚରାଉଚରା କରୁଛି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ପେଣ୍ଟାଗନ୍‍ ବାର୍‍ରେ ବହୁ ଦିନ ହେବ ରୁମ୍‍ ନଂ-୪୧୦, ୪୧୧, ୪୧୨କୁ ଭଡ଼ାସୂତ୍ରରେ ନିଆଯାଇ ଚାଲିଥିଲା ହାଇପ୍ରୋଫାଇଲ୍‍ ଜୁଆ ଆଡ୍ଡା। ସନ୍ଧ୍ୟା ହେଲାମାତ୍ରେ ସେଠାରେ ଚାଲୁଥିଲା ମଦ ଆଉ ଜୁଆର ଆସର। ସବୁ ଦିନ ପରି ଶନିବାର ରାତ୍ରକାଳୀନ ସଟ୍‍ଡାଉନ୍‍ ପାଇଁ ଲୋକଙ୍କ ଯାତାୟାତ କମ୍‍ ଥିଲା। ପୁଲିସ ରାଜପଥରେ ପାଟ୍ରୋଲିଂ କଡ଼ାକଡ଼ି କରୁଥିଲା। ହେଲେ ପେଣ୍ଟାଗନ୍‍ ବାର୍‍ ଭିତରେ ଲାଗୁଥିଲା ଲକ୍ଷାଧିକ ଟଙ୍କା। ଏନେଇ ବିଶ୍ୱସ୍ତ ସୂତ୍ରରୁ ଖାଇବା ପରେ ଡିସିପି ଉମାଶଙ୍କର ଦାଶ ଲକ୍ଷ୍ମୀସାଗର ଥାନା ପୁଲିସକୁ ଚଢ଼ଉ କରିବାକୁ କହିଥିଲେ। ପୁଲିସ ସଦଳବଳେ ବାର୍‍ରେ ଅତର୍କିତ ଭାବେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ପୁଲିସ ୩ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ୧୦ ଜଣ ଜୁଆଡ଼ିଙ୍କୁ କାବୁ କରିଥିଲେ। ସବୁଠୁ ବଡ଼ କଥା ହେଲା ହାଇକୋର୍ଟଙ୍କ ନିୟମ ଅନୁସାରେ ବାର୍‍ରେ ଯୁବତୀମାନେ ମଦ ଯୋଗାଇବା ବେଆଇନ୍‍। କିନ୍ତୁ ଏହି ବାର୍‍ରେ କିଭଳି ଯୁବତୀଙ୍କୁ ମଦ ଯୋଗାଇବାରେ ବ୍ୟବହାର କରାଯାଉଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ପୂର୍ବରୁ ମଧ୍ୟ ନୂଆପଲ୍ଲୀ ଥାନା ଆଇଡି ମାର୍କେଟ୍‍ ନିକଟରେ ଏଭଳି ହାଇପ୍ରୋଫାଇଲ୍‍ ଜୁଆ ଆଡ୍ଡା ଠାବ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

22 Aug 2021 By The Sakala

ସିଲ୍ ହେଲା ରାଜଧାନୀର ପେଣ୍ଟାଗନ ହୋଟେଲ, ସଟଡ଼ାଉନ୍ ବେଳେ ଜମିଥିଲା ମଦ ଓ ଜୁଆର ଆସର

ଭୁବନେଶ୍ବର: ସିଲ ହେଲା ଜୁଆ ଖେଳ ହେଉଥିବା ପେଣ୍ଟାଗନ୍‍ ହୋଟେଲ।  ବିଏମସି ଏନ୍ଫୋର୍ସମେଣ୍ଟର ସେଣ୍ଟ୍ରାଲ ସ୍କ୍ବାର୍ଡ଼ ରିବାର ଏହି ହୋଟେଲକୁ ସିଲ କରିଛି। ସଟ୍‌ ଡାଉନରେ ହୋଟେଲରେ ଚାଲିଥିଲା ଜୁଆ ଆଡ୍ଡା । ଏଥିରେ କାର୍ଯ୍ଯାନୁଷ୍ଠାନ ନେଇ ହୋଟେଲକୁ ସିଲ କରିଛି ବିଏମସି ।

ସୂଚନା ଅନୁଯାୟୀ, ଲକ୍ଷ୍ମୀସାଗର ଥାନା ପେଣ୍ଟାଗନ୍‍ ବାର୍‍ରେ ଚାଲିଥିଲା ହାଇପ୍ରୋଫାଇଲ୍‍ ଜୁଆ ଆଡ୍ଡା। ବଡ଼ବଡ଼ିଆ ଲୋକ ବାର୍‍କୁ ଆସି ଲକ୍ଷାଧିକ ଟଙ୍କା ବାଜି ଲଗାଉଥିଲେ। ପୂରା ଫିଲ୍ମ ଷ୍ଟାଇଲ୍‍ରେ ବାର୍‍ର ୩ଟି ରୁମ୍‍ ବୁକ୍‍ କରାଯାଇଥିଲା। ଏପରିକି ଜୁଆଡ଼ିମାନଙ୍କୁ ମଦ ଯୋଗାଇ ଦିଆଯାଉଥିଲା। ଜୁଆଡ଼ିଙ୍କୁ ଯୁବତୀମାନେ ମଦ ଯୋଗାଇବା ସହ ଷ୍ଟ୍ରାଇକର ମଧ୍ୟ ଦେଉଥିଲେ। ଠିକ୍‍ ସନ୍ଧ୍ୟା ୮ଟା ସମୟରେ ଗତକାଲି ବାର୍‍ ଭିତରେ ଫୁଲ୍‍ ଜୋର୍‍ରେ ଖେଳାଯାଉଥିବାବେଳେ ଲକ୍ଷ୍ମୀସାଗର ଥାନା ପୁଲିସ ଅତର୍କିତ ଚଢ଼ଉ କରିଥିଲା। ଡିସିପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶରେ ଏହି ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ପୁଲିସ ୩ ଜଣ ଯୁବତୀ ଏବଂ ୧୦ ଜଣ ଯୁବକଙ୍କୁ କାବୁ କରି ଥାନାକୁ ଆଣିଥିଲା। ସେହିପରି ଉକ୍ତ ରୁମ୍‍ରୁ ପୁଲିସ କ୍ୟାରମ୍‍ ଷ୍ଟ୍ରାଇକର୍‍ ଏବଂ ନଗଦ ୨ଲକ୍ଷ ୫୩ ହଜାର ଟଙ୍କା ଜବତ କରିଥିବା ନେଇ ଜୋନ୍‍-୪ ଏସିପି ରଜତ ରାୟ ସୂଚନା ଦେଇଛନ୍ତି। ପୁଲିସ ଉକ୍ତ ହୋଟେଲ ମାଲିକଙ୍କୁ ମଧ୍ୟ ପଚରାଉଚରା କରୁଛି।

ପେଣ୍ଟାଗନ୍‍ ବାର୍‍ରେ ବହୁ ଦିନ ହେବ ରୁମ୍‍ ନଂ-୪୧୦, ୪୧୧, ୪୧୨କୁ ଭଡ଼ାସୂତ୍ରରେ ନିଆଯାଇ ଚାଲିଥିଲା ହାଇପ୍ରୋଫାଇଲ୍‍ ଜୁଆ ଆଡ୍ଡା। ସନ୍ଧ୍ୟା ହେଲାମାତ୍ରେ ସେଠାରେ ଚାଲୁଥିଲା ମଦ ଆଉ ଜୁଆର ଆସର। ସବୁ ଦିନ ପରି ଶନିବାର ରାତ୍ରକାଳୀନ ସଟ୍‍ଡାଉନ୍‍ ପାଇଁ ଲୋକଙ୍କ ଯାତାୟାତ କମ୍‍ ଥିଲା। ପୁଲିସ ରାଜପଥରେ ପାଟ୍ରୋଲିଂ କଡ଼ାକଡ଼ି କରୁଥିଲା। ହେଲେ ପେଣ୍ଟାଗନ୍‍ ବାର୍‍ ଭିତରେ ଲାଗୁଥିଲା ଲକ୍ଷାଧିକ ଟଙ୍କା। ଏନେଇ ବିଶ୍ୱସ୍ତ ସୂତ୍ରରୁ ଖାଇବା ପରେ ଡିସିପି ଉମାଶଙ୍କର ଦାଶ ଲକ୍ଷ୍ମୀସାଗର ଥାନା ପୁଲିସକୁ ଚଢ଼ଉ କରିବାକୁ କହିଥିଲେ। ପୁଲିସ ସଦଳବଳେ ବାର୍‍ରେ ଅତର୍କିତ ଭାବେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ପୁଲିସ ୩ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ୧୦ ଜଣ ଜୁଆଡ଼ିଙ୍କୁ କାବୁ କରିଥିଲେ। ସବୁଠୁ ବଡ଼ କଥା ହେଲା ହାଇକୋର୍ଟଙ୍କ ନିୟମ ଅନୁସାରେ ବାର୍‍ରେ ଯୁବତୀମାନେ ମଦ ଯୋଗାଇବା ବେଆଇନ୍‍। କିନ୍ତୁ ଏହି ବାର୍‍ରେ କିଭଳି ଯୁବତୀଙ୍କୁ ମଦ ଯୋଗାଇବାରେ ବ୍ୟବହାର କରାଯାଉଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ପୂର୍ବରୁ ମଧ୍ୟ ନୂଆପଲ୍ଲୀ ଥାନା ଆଇଡି ମାର୍କେଟ୍‍ ନିକଟରେ ଏଭଳି ହାଇପ୍ରୋଫାଇଲ୍‍ ଜୁଆ ଆଡ୍ଡା ଠାବ କରାଯାଇଥିଲା।

https://www.thesakala.in/crime/sealed-bbsr-pentagon-hotel/article-4799
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର