ଅବୈଧ ସମ୍ପର୍କର କରୁଣ ପରିଣତି: ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, କ୍ଷେତରେ ପୋତିଦେଲା ଶବ

Suryakanta Picture
Published On

ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଅବୈଧ ସମ୍ପର୍କରେ କଣ୍ଟା ସାଜିବାରୁ ଜଣେ ମହିଳା ନିଜ ପ୍ରେମିକ ସହ ମିଶି ସ୍ୱାମୀକୁ ନିର୍ମମ ଭାବେ ହତ୍ୟା କରିଛନ୍ତି। କେବଳ ସେତିକି ନୁହେଁ, ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଉଭୟ ମିଶି ମୃତଦେହକୁ ଏକ କୃଷି କ୍ଷେତରେ ପୋତି ଦେଇଥିଲେ। ପୋଲିସ ଘଟଣାର ଖୁଲାସା କରିବା ସହ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

କିପରି ରଚିଲେ ହତ୍ୟାର ଷଡ଼ଯନ୍ତ୍ର?

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୃତକଙ୍କ ନାମ ମୁତ୍ୟମ ରେଡ୍ଡୀ (୩୬), ଯିଏକି ଜଣେ ଇଲେକ୍ଟ୍ରିସିଆନ୍ ଏବଂ ବୋରୱେଲ ମେକାନିକ୍ ଭାବେ କାମ କରୁଥିଲେ। ତାଙ୍କ ସ୍ତ୍ରୀ କଳ୍ପନା ନାରାୟଣଖେଡ଼ର ଏକ ଘରୋଇ ଡାକ୍ତରଖାନାରେ ନର୍ସ ଭାବେ କାର୍ଯ୍ୟରତ ଥିଲେ। ସେଠାରେ କାମ କରୁଥିବା ସମୟରେ ତାଙ୍କର ଗାଇନି ପଣ୍ଡାରୀ ଓରଫ୍ ଚିଣ୍ଟୁ ନାମକ ଜଣେ ଯୁବକଙ୍କ ସହ ପରିଚୟ ହୋଇଥିଲା, ଯାହା ପରେ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା। ସ୍ୱାମୀ ମୁତ୍ୟମ ରେଡ୍ଡୀ ଏହି ସମ୍ପର୍କ ବିଷୟରେ ଜାଣିବା ପରେ ବାରଣ କରିଥିଲେ। ତେଣୁ ନିଜ ବାଟରୁ ତାଙ୍କୁ ହଟାଇବା ପାଇଁ କଳ୍ପନା ଓ ଚିଣ୍ଟୁ ହତ୍ୟା ଯୋଜନା କରିଥିଲେ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ମଦ ପିଆଇ କଲେ ହତ୍ୟା, ପରେ ରଚିଲେ ନାଟକ

ଗତ ମେ ୧୬ ତାରିଖରେ ଉଭୟ ଅଭିଯୁକ୍ତ ମୁତ୍ୟମଙ୍କୁ ଏକ ଢାବାକୁ ଡାକିଥିଲେ ଏବଂ ପରେ ତାଙ୍କୁ ଏଲଗୋୟୀ ଗ୍ରାମର ଏକ କ୍ଷେତକୁ ନେଇ ପ୍ରବଳ ମଦ ପିଆଇଥିଲେ। ମୁତ୍ୟମ ନିଶାଗ୍ରସ୍ତ ଅବସ୍ଥାରେ ଥିବା ବେଳେ ତାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିଲା। ଏହାପରେ ପୂର୍ବରୁ ପ୍ରସ୍ତୁତ ଥିବା ଏକ ଗାତରେ ଜେସିବି ବ୍ୟବହାର କରି ଶବକୁ ପୋତି ଦେଇଥିଲେ। ଘଟଣାକୁ ଲୁଚାଇବା ପାଇଁ କଳ୍ପନା ମେ ୧୭ ତାରିଖରେ ନାରାୟଣଖେଡ଼ ପୋଲିସ ଷ୍ଟେସନରେ ସ୍ୱାମୀ ନିଖୋଜ ଥିବା ନେଇ ଏକ ଏତଲା ମଧ୍ୟ ଦେଇ ନାଟକ ରଚିଥିଲେ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ପୋଲିସ ତଦନ୍ତରୁ ଗୁମର ଫିଟିଲା

ନିଖୋଜ ମାମଲା ରୁଜୁ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। କଳ୍ପନାଙ୍କ ଆଚରଣ ଉପରେ ସନ୍ଦେହ ହେବାରୁ ପୋଲିସ ତାଙ୍କୁ ଲଗାତାର ପଚରାଉଚରା କରିବା ସହ ଟେକ୍ନିକାଲ୍ ପ୍ରମାଣ ଏବଂ କଲ୍ ଡିଟେଲ୍ସ ଯାଞ୍ଚ କରିଥିଲା। ପଚରାଉଚରା ବେଳେ କଳ୍ପନା ନିଜର ଦୋଷ ସ୍ୱୀକାର କରିଥିଲେ। ରବିବାର ଦିନ (ମେ ୨୪) ପୋଲିସ ଅଭିଯୁକ୍ତଙ୍କ ସୂଚନା ଆଧାରରେ ଶବକୁ ମାଟି ତଳୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ନିଖୋଜ ମାମଲାକୁ ଏବେ ହତ୍ୟା ମାମଲାରେ ପରିବର୍ତ୍ତନ କରାଯାଇ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୧୦୩ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ପୋଲିସ ସୂଚନା ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp