ଦଉଡ଼ି ପାରୁନି କମିସନ୍‌ରେଟ ପୁଲିସର ପିସିଆର୍‌ ଭ୍ୟାନ୍‌ : ଲୁଟେରାଙ୍କ ବାଇକ୍‍ ଆଗରେ, ପିସିଆର୍‌ ପଛରେ

The Sakala Picture
Published On

ଭୁବନେଶ୍ୱର : ରାଜଧାନୀରେ ଲୁଟେରାଙ୍କ ପିଛା କରୁଥିବା ପୁଲିସ ପିସିଆର ଭ୍ୟାନ୍‍ ଦଉଡ଼ି ପାରୁନି। ଲୁଟେରାଙ୍କୁ ଗୋଡ଼ାଇବା ସମୟରେ ପିସିଆର୍‍ ଭ୍ୟାନ୍‍ ଗର୍ଜନ କରୁଛି। ଡ୍ରାଇଭର ଚାରି ନମ୍ବର ଗିୟର ପକାଇଲେ, ଅଧା ରାସ୍ତାରେ ଗାଡ଼ି ବନ୍ଦ ହୋଇଯାଉଛି। ଏମିତି ହେଉଛି ଯେ, ଲୁଟେରାଙ୍କ ପିଛା କରିବା ତ ଦୂରର କଥା ଭ୍ୟାନ୍‍କୁ ପଛରୁ ଠେଲିଠେଲି ଥାନା ପର୍ୟ୍ୟନ୍ତ ଆଣିବାକୁ ପଡ଼ୁଛି। ନିଅଣ୍ଟିଆ ପେଟ୍ରୋଲ ସାଙ୍ଗକୁ ରକ୍ଷଣାବେକ୍ଷଣ ଅଭାବରୁ ରାଜଧାନୀର ପିସିଆର୍‍ ଭ୍ୟାନ୍‍ଗୁଡ଼ିକର ଅବସ୍ଥା ଏଭଳି ହୋଇଯାଇଛି। ଅପରାଧୀଙ୍କୁ […]

ଭୁବନେଶ୍ୱର : ରାଜଧାନୀରେ ଲୁଟେରାଙ୍କ ପିଛା କରୁଥିବା ପୁଲିସ ପିସିଆର ଭ୍ୟାନ୍‍ ଦଉଡ଼ି ପାରୁନି। ଲୁଟେରାଙ୍କୁ ଗୋଡ଼ାଇବା ସମୟରେ ପିସିଆର୍‍ ଭ୍ୟାନ୍‍ ଗର୍ଜନ କରୁଛି। ଡ୍ରାଇଭର ଚାରି ନମ୍ବର ଗିୟର ପକାଇଲେ, ଅଧା ରାସ୍ତାରେ ଗାଡ଼ି ବନ୍ଦ ହୋଇଯାଉଛି। ଏମିତି ହେଉଛି ଯେ, ଲୁଟେରାଙ୍କ ପିଛା କରିବା ତ ଦୂରର କଥା ଭ୍ୟାନ୍‍କୁ ପଛରୁ ଠେଲିଠେଲି ଥାନା ପର୍ୟ୍ୟନ୍ତ ଆଣିବାକୁ ପଡ଼ୁଛି। ନିଅଣ୍ଟିଆ ପେଟ୍ରୋଲ ସାଙ୍ଗକୁ ରକ୍ଷଣାବେକ୍ଷଣ ଅଭାବରୁ ରାଜଧାନୀର ପିସିଆର୍‍ ଭ୍ୟାନ୍‍ଗୁଡ଼ିକର ଅବସ୍ଥା ଏଭଳି ହୋଇଯାଇଛି। ଅପରାଧୀଙ୍କୁ ଗୋଡ଼ାଇବା ସମୟରେ ସେଥିରେ ବସିଥିବା କର୍ମଚାରୀଙ୍କୁ ଛାତି ଧଡ଼ଧଡ଼ ହେଉଛି। ଗାଡ଼ିର ଅବସ୍ଥା ଏଭଳି ରହିଛି ଯେ, ଦ୍ରୁତ ଗତିରେ ଗଲେ ଗାଡ଼ିର ଚକା ବାହାରି ଯିବାର ଅଧିକ ସମ୍ଭାବନା ରହିଛି। ଅନ୍ୟପଟରେ ନାଁ ଗାଡ଼ିରେ ଠିକ୍‍ ସମୟରେ ଇଞ୍ଜିନ୍‍ ଅଏଲ ପଡୁଛି ନା ହେଉଛି ମେଣ୍ଟେନାସ। ଅନେକ ପିସିଆର ଛାତ କଣା ହୋଇଗଲାଣି ତ, ଆଉ କାହାର ସିଟ୍‍ ଗଦି ଉଠି ଯାଇ ଲୁହା ଦେଖାଗଲାଣି। ଡ୍ରାଇଭର ନିଜର ଚାକିରି ପାଇଁ ଉକ୍ତ ସିଟ୍‍ ଉପରେ କାଗଜ ପଟୁଳି ପକାଇ ବସି ଗାଡ଼ି ଚଲାଉଥିବା ଦେଖିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ରାଜଧାନୀରେ ଗଡ଼ୁଥିବା ପିସିଆର ଭ୍ୟାନ୍‍ର ଏଭଳି ଅବସ୍ଥାର ଫାଇଦା ନେଉଛନ୍ତି ଲୁଟେରା। ଅପରାଧୀ ଏବେ ଅପରାଧ ଘଟାଇବା ପାଇଁ ସ୍ପିଡି ବାଇକ୍‍କୁ ବ୍ୟବହାର କରୁଛନ୍ତି। ପୁଲିସର ଏଭଳି ଦଦରା ପିସିଆର ଚଲାଉଥିବାରୁ ଲୁଟେରାମାନେ ଚକ୍କମା ଦେଇ ଫେରାର ହୋଇଯାଉଛନ୍ତି। ପିସିଆର ଭ୍ୟାନ୍‍ ସେମାନଙ୍କୁ ଗୋଡ଼ାଉଥିଲେ ମଧ୍ୟ ଲୁଟେରାଙ୍କୁ ଧରିବାରେ ସଫଳ ହେଉନାହିଁ। ରାଜଧାନୀରେ ଛୋଟ ବଡ଼ ଗଣ୍ଡଗୋଳଠାରୁ ଆରମ୍ଭ କରି ଲୁଟପାଟ, ହତ୍ୟା ଉଦ୍ୟମ ଆଦି ଖବର ପାଇ ପିସିଆର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା କଥା କିନ୍ତୁ ଗାଡ଼ିର ଅବସ୍ଥା ଠିକ୍‍ ନ ଥିବାରୁ ବିଳମ୍ବରେ ଭ୍ୟାନ୍‍ ପହଞ୍ଚୁଛି। ଫଳରେ ଅପରାଧୀ ସହଜରେ ଚମ୍ପଟ ମାରୁଛି। ଯଦି କିଛି ଘଟଣାରେ ପୁଲିସ ଏହି ଲୁଟେରାଙ୍କ ପିଛା କରୁଛି ଅଧିକାଂଶ ମାମଲାରେ ପୁଲିସ ଫେଲ୍‍ ମାରୁଛି। ରାଜଧାନୀରେ ବର୍ତ୍ତମାନ ୩୫ଟି ପିସିଆର ଭ୍ୟାନ୍‍ ଗଡ଼ୁଛି। ସେଥିରୁ ୧୩ଟିର ଅବସ୍ଥା ଦୟନୀୟ ହୋଇପଡ଼ିଛି। ବିଶେଷକରି ଏଭଳି ଧତଡ଼ା ଗାଡ଼ି ରାଜଧାନୀ ଉପକଣ୍ଠରେ ଚାଲୁଥିବା ଦେଖିବାକୁ ମିଳୁଛି। ଚନ୍ଦକା, ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର ଥାନା, ଲିଙ୍ଗରାଜ, ଖାରବେଳନଗର, ସହିଦନଗର, ନୟାପଲ୍ଲୀ, ଜଟଣୀ, ବାଲିଅନ୍ତା, ବାଲିପାଟଣା ଆଦି ଥାନାଗୁଡ଼ିକରେ ଏଭଳି ଧତଡ଼ା ଗାଡ଼ି ଦେଖିବାକୁ ମିଳୁଛି। ରାଜଧାନୀରେ ପୁଲିସକୁ ବାଇକ୍‍ରେ ପାଟ୍ରୋଲିଂ ପାଇଁ ସ୍ପିଡି ବାଇକ୍‍ ମିଳିଥିଲେ ମଧ୍ୟ ତାହା ଏବେ ଥାନାରେ ଖତ ହେଉଛି। ଅନେକ ସ୍ପିଡି ବାଇକ୍‍ ଉପରେ ଧୂଳି ଲାଗିଗଲାଣି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଲୁଟେରାକୁ ଗୋଡ଼ାଇ ପାରିଲେନି ଥାନାବାବୁ

ଆହୁରି ପଢ଼ନ୍ତୁ: ପାଟନାରେ ଲଜ୍ଜା: ମାନେରରେ ଟ୍ୟୁସନ ଶିକ୍ଷକଙ୍କ ଦୁଷ୍କର୍ମ ଶିକାର ହେଲେ ନାବାଳିକା ଛାତ୍ରୀ, ଅଭିଯୁକ୍ତ ଫେରାର

ରାଜଧାନୀରେ ଗୁରୁବାର ସନ୍ଧ୍ୟାରେ ଚନ୍ଦ୍ରଶେଖରପୁର ଥାନା ହାଜତରୁ ଜଣେ ଅଭିଯୁକ୍ତ ଖସି ଚମ୍ପଟ ମାରିଲା। ତାକୁ ଧରିବାକୁ ଯାଇ ଇନ୍ସପେକ୍ଟର ପିସିଆର ଭ୍ୟାନ୍‍ର ବସି ଗୋଡ଼ାଇଥିଲେ। ଲୁଟେରା କିନ୍ତୁ ଏକ ସ୍ପିଡି ବାଇକରେ ଫେରାର ହୋଇଯାଇଥିଲା। ଥାନା ଅଧିକାରୀ ଏହା ଦେଖି ଲୁଟେରାଙ୍କ ପିଛା କଲେ। ହେଲେ ଧତଡ଼ା ପିସିଆର ଲୁଟେରାଙ୍କୁ ଗୋଡ଼ାଇ ପାରି ନ ଥିଲା। ଗାଡ଼ିର ଗିୟର ଯେତେ ଦବାଇଲେ ତାହା ଆଗକୁ ଯାଉ ନ ଥିଲା। ଶେଷରେ ଲୁଟେରା ଥାନା ଅଧିକାରୀଙ୍କୁ ଚକ୍‍ମା ଦେଇ ସହଜରେ ଚମ୍ପଟ ମାରିଥିଲା।

ଚିଠି ଲେଖି ହତାଶ ହେଲାଣି ପୁଲିସ

ହକି ୱର୍ଲ୍ଡକପ୍‍ ସମୟରେ ରାଜଧାନୀରେ ୫୦ରୁ ଊର୍ଦ୍ଧ୍ବ ପିସିଆର ଭ୍ୟାନ୍‍ ପାଟ୍ରୋଲିଂ ପାଇଁ ଆସିଥିଲା। ହେଲେ ହକି ୱାଲ୍ଡ୍‍ର୍କପ୍‍ ପରେ ଏହି ପିସିଆର ଭ୍ୟାନ୍‍ ରାଜଧାନୀରୁ ଉଭାନ ହୋଇଥିଲା। ରାଜଧାନୀରେ ୧୩ଟି ଧତଡ଼ା ପିସିଆର ଭ୍ୟାନ୍‍ ପୁଲିସ ପାଇଁ ସମସ୍ୟା ହେଉଛି। ଏନେଇ ଡିସିପି ଅଫିସ ପକ୍ଷରୁ ଡିଜିଙ୍କୁ ଅଧିକ ପିିସିଆର ଭ୍ୟାନ୍‍ ଦେବାକୁ ଅନୁରୋଧ କରାଯାଉଛି। କିନ୍ତୁ କୌଣସି ଅଧିକାରୀ ଶୁଣୁନାହାନ୍ତି।

ଅନେକ ସମୟରେ କମିସନ୍‌ରେଟ ପୁଲିସକୁ ଏକ ନିର୍ଦ୍ଦିଷ୍ଟ କମ୍ପାନୀ ପିସିଆର ଭ୍ୟାନ୍‍ ଦିଏ। କିନ୍ତୁ ଗତ କିଛିବର୍ଷ ହେବ ଏହି କମ୍ପାନୀ ସହଯୋଗ ଦେଉନାହିଁ। ଫଳରେ ଏଭଳି ଧତଡ଼ା ପିସିଆର ରାଜଧାନୀରେ ବୁଲୁଛି। ଏବେ ପୁଲିସ ବିଭିନ୍ନ କମ୍ପାନୀର ସହଯୋଗକୁ ଅନାଇ ବସିଛି। ସେମାନେ ସହଯୋଗ କଲେ ରାଜଧାନୀକୁ ନୂଆ ପିସିଆର ଭ୍ୟାନ ବୁଲିବ। କେବଳ ପିସିଆର ଭ୍ୟାନ୍‍ ନୁହେଁ ସ୍ପିଡି ବାଇକ୍‍ ମଧ୍ୟ ପୁଲିସ କମ୍ପାନୀରୁ ସହଯୋଗ ଆକାରରେ ମୁଳୁଛି।

ତେଲ ବି ହେଉଛି ବାଟମାରଣା

ରାଜଧାନୀରେ ଥିବା ପ୍ରତି ଥାନାକୁ ୨ଟି ଲେଖାଏଁ ପିସିଆର ଭ୍ୟାନ୍‍ ଦିଆଯାଉଛି। ଯେଉଁ ଥାନା ଅଞ୍ଚଳରେ ଲୋକ ସଂଖ୍ୟା ଅଧିକ ସେହି ଥାନାକୁ ଆଉ ଗୋଟିଏ ପିସିଆର ଭ୍ୟାନ୍‍ ଦିଆଯାଇଛି। ପ୍ରତିଦିନ ପ୍ରତି ଥାନାକୁ ୧୦ଲିଟର ତେଲ ଦିଆଯାଉଛି। ଏହିପରି ମାସକୁ ୩ ଶହ ଲିଟର ତେଲ ପ୍ରତି ଥାନାକୁ ଆସୁଛି। ହେଲେ ଥାନା ପିସିଆରରେ ପଡୁଥିବା ତେଲ ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ଏହାକୁ ପିସିଆର ଭ୍ୟାନ୍‍ର କର୍ମଚାରୀ ହରିଲୁଟ କରୁଥିବା ଅନେକ ସମୟରେ ଅଭିଯୋଗ ହେଉଛି। ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ, ଆଗକୁ ୭ଟି ନୂଆ ପିସିଆର ଭ୍ୟାନ୍‍ ଆସିବ।

06 Mar 2021 By The Sakala

https://www.thesakala.in/crime/pcr-van-commissionerate-police/article-463
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର