ଜୟପୁରରେ ଚାଞ୍ଚଲ୍ୟକର ଘଟଣା: ଜନ୍ମଦିନରେ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ପ୍ରମାଣ ନଷ୍ଟ ପାଇଁ ପେଟ୍ରୋଲ ଢାଳି ଲଗାଇଦେଲା ନିଆଁ

Suryakanta Picture
Published On

ରାଜସ୍ଥାନର ଜୟପୁରରୁ ଏକ ହୃଦୟ ବିଦାରକ ଅପରାଧ ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜ ସ୍ୱାମୀଙ୍କୁ ତାଙ୍କ ଜନ୍ମଦିନରେ ନିର୍ମମ ଭାବେ ହତ୍ୟା କରିଛନ୍ତି। ହତ୍ୟା ପରେ ପରିଚୟ ଲୁଚାଇବା ପାଇଁ ମହିଳା ଜଣକ ନିଜ ନାବାଳକ ପୁଅ ସହ ମିଶି ଶବକୁ ଏକ ଅଳିଆ ବୁହା ଗାଡ଼ିରେ ନେଇ ଏକ ଖାଲି ପ୍ଲଟରେ ଫିଙ୍ଗି ଦେବା ସହ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ପୋଲିସ ଅଭିଯୁକ୍ତ ପତ୍ନୀଙ୍କୁ ହେପାଜତକୁ ନେବା ସହ ଘଟଣାର ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ସୁନା ଲୋଭରେ ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପ୍ରେମିକ ସହ ମିଶି ମଉସାଙ୍କୁ ହତ୍ୟା କଲା ଝିଆରୀ

ଜନ୍ମଦିନରେ ବୀଭତ୍ସ ହତ୍ୟାକାଣ୍ଡ

ସୂଚନା ଅନୁଯାୟୀ, ମୃତକ ଯୁବକ ଜଣକ ପଶ୍ଚିମବଙ୍ଗର ବାସିନ୍ଦା ବୋଲି ଜଣାପଡ଼ିଛି। ଅଭିଯୁକ୍ତ ପତ୍ନୀ ନୋକ୍ଷମ ପୋଲିସ ଆଗରେ ସ୍ୱୀକାର କରିଛନ୍ତି ଯେ, ତାଙ୍କ ସ୍ୱାମୀ ପ୍ରତିଦିନ ମଦ ପିଇ ତାଙ୍କୁ ମାଡ଼ ମାରୁଥିଲେ। ବୁଧବାର ରାତିରେ ସ୍ୱାମୀଙ୍କର ଜନ୍ମଦିନ ଥିବାବେଳେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଏହି ଝଗଡ଼ା ଉଗ୍ର ରୂପ ନେବାରୁ ରାଗରେ ନୋକ୍ଷମ ଏକ ହାତୁଡ଼ି ସାହାଯ୍ୟରେ ସ୍ୱାମୀଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଗଭୀର ଆଘାତ ଲାଗିବାରୁ ସ୍ୱାମୀ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ପ୍ରମାଣ ନଷ୍ଟ ପାଇଁ ଅଳିଆ ଗାଡ଼ିର ବ୍ୟବହାର

ସ୍ୱାମୀଙ୍କ ମୃତ୍ୟୁ ପରେ ପ୍ରମାଣ ନଷ୍ଟ କରିବା ପାଇଁ ଅଭିଯୁକ୍ତ ମହିଳା ଏକ ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ। ସେ ନିଜ ନାବାଳକ ପୁଅ ସହ ମିଶି ଶବକୁ ଏକ ପ୍ଲାଷ୍ଟିକ ବସ୍ତାରେ ବାନ୍ଧି ଅଳିଆ ବୁହା ଗାଡ଼ିରେ ପକାଇଥିଲେ। ପରେ କରଧନୀ ଥାନା ଅନ୍ତର୍ଗତ ନିବାରୁ ପୁଲିଆ ନିକଟସ୍ଥ ଏକ ଖାଲି ପ୍ଲଟ୍‌ର ବୁଦା ମୂଳରେ ଶବକୁ ଫିଙ୍ଗି ଦେଇଥିଲେ। ଶବର ପରିଚୟ ଯେପରି କେହି ପାଇପାରିବେ ନାହିଁ, ସେଥିପାଇଁ ତା' ଉପରେ ପେଟ୍ରୋଲ ଏବଂ ଅନ୍ୟାନ୍ୟ ଜ୍ୱଳନଶୀଳ ରାସାୟନିକ ପଦାର୍ଥ ଢାଳି ନିଆଁ ଲଗାଇ ଦେଇଥିଲେ। କିନ୍ତୁ ଶବଟି ସମ୍ପୂର୍ଣ୍ଣ ରୂପେ ଜଳି ନଥିଲା ଏବଂ ଅର୍ଦ୍ଧଦଗ୍ଧ ଅବସ୍ଥାରେ ରହିଯାଇଥିଲା।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

ନିଖୋଜ ଅଭିଯୋଗ ଆଉ ପୋଲିସର ତଦନ୍ତ

ଗୁରୁବାର ସକାଳେ ସ୍ଥାନୀୟ ଲୋକେ ଏକ ଅର୍ଦ୍ଧଦଗ୍ଧ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ FSL ଟିମ୍ ଏବଂ ଡଗ୍ ସ୍କ୍ୱାଡ୍ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଥିଲେ। ସେପଟେ, ପୋଲିସକୁ ବିଭ୍ରାନ୍ତ କରିବା ପାଇଁ ଅଭିଯୁକ୍ତ ପତ୍ନୀ ଗୁରୁବାର ସକାଳେ ଅନ୍ୟ ଏକ ଥାନାରେ ନିଜ ସ୍ୱାମୀଙ୍କ ନିଖୋଜ ହେବା ନେଇ ଏତଲା ଦେଇଥିଲେ। ତେବେ ପୋଲିସ ଆଖପାଖର ସିସିଟିଭି (CCTV) ଫୁଟେଜ୍ ଯାଞ୍ଚ କରିବା ବେଳେ ସନ୍ଦେହରେ ନୋକ୍ଷମଙ୍କୁ ପଚରାଉଚରା କରିଥିଲା। ପ୍ରଥମେ ସେ ପୋଲିସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପରେ କଡ଼ା ଜେରା ଆଗରେ ନିଜ ଦୋଷ ସ୍ୱୀକାର କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର