ଅମେଥିରେ ଲଭ୍ ମ୍ୟାରେଜର କରୁଣ ପରିଣତି: ଭଉଣୀକୁ ଧୋକା ଦେଇଥିବାରୁ ଭିଣୋଇକୁ ହତ୍ୟା କଲା ଶଳା

Suryakanta Picture
Published On

ଉତ୍ତରପ୍ରଦେଶର ଅମେଥି ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପ୍ରେମ ବିବାହ, ପାରିବାରିକ ବିବାଦ ଏବଂ ଶେଷରେ ପ୍ରତିଶୋଧର ନିଆଁ ଏକ ହତ୍ୟାକାଣ୍ଡର ରୂପ ନେଇଛି। ଭଉଣୀ ସହ ହୋଇଥିବା ଅନ୍ୟାୟ ସହ୍ୟ କରିନପାରି ଶଳା ତାର ଭିଣୋଇକୁ ମୃତ୍ୟୁର ଘାଟରେ ଉତାରି ଦେଇଛି। ଅମେଥିର ଶୁକୁଲବଜାର ଅଞ୍ଚଳରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଆହୁରି ପଢ଼ନ୍ତୁ: ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକ ଆହତ, ୩ ପୋଲିସ କର୍ମଚାରୀ ବି ଆହତ

କଣ ଥିଲା ପୁରା ଘଟଣା?

ପୋଲିସ ସୂଚନା ଅନୁଯାୟୀ, ମୃତକ ଯୁବକଙ୍କ ନାମ ଶାହିଦ। ଶାହିଦ ପ୍ରାୟ ତିନି ବର୍ଷ ପୂର୍ବେ ପରିବାରର ଇଚ୍ଛା ବିରୁଦ୍ଧରେ ସାବିୟା ନାମକ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ସେ ସାବିୟାଙ୍କୁ ନେଇ ମୁମ୍ବାଇ ଚାଲିଯାଇଥିଲେ। କିନ୍ତୁ କିଛି ଦିନ ପରେ ଶାହିଦ ନିଜ ପତ୍ନୀଙ୍କୁ ମୁମ୍ବାଇରେ ଏକା ଛାଡି ନିଜ ଘରକୁ ଫେରି ଆସିଥିଲେ।

ଆହୁରି ପଢ଼ନ୍ତୁ: ପତ୍ନୀ ଓ ଶାଳକ ଲଗାଇଦେଇଥିଲେ ନିଆଁ ! ଏମ୍ସରେ କନଷ୍ଟେବଳ ଆଶୁତୋଷ ମୃଦୁଙ୍ଗିଆଙ୍କ ପରଲୋକ, ସିବିଆଇ ତଦନ୍ତ ଦାବି

ଭଉଣୀ ସହ ହୋଇଥିବା ଅନ୍ୟାୟର ପ୍ରତିଶୋଧ

ଯେତେବେଳେ ସାବିୟା ନିଜ ସ୍ୱାମୀଙ୍କୁ ଖୋଜି ଖୋଜି ଶ୍ୱଶୁର ଘରେ ପହଞ୍ଚିଥିଲେ, ଶାହିଦ ତାଙ୍କୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। କେବଳ ସେତିକି ନୁହେଁ, ସାବିୟାଙ୍କୁ ମାରପିଟ୍ କରି ଘରୁ ବାହାର କରିଦିଆଯାଇଥିଲା। ଏହି ଘଟଣା ସାବିୟାଙ୍କ ପରିବାର ଲୋକଙ୍କୁ ଗଭୀର ଆଘାତ ଦେଇଥିଲା। ପରବର୍ତ୍ତୀ ସମୟରେ ସାବିୟା ଅନ୍ୟତ୍ର ବିବାହ କରିନେଇଥିଲେ ମଧ୍ୟ ତାଙ୍କ ଭାଇମାନଙ୍କ ମନରେ ଶାହିଦଙ୍କ ପ୍ରତି କ୍ରୋଧ ରହିଥିଲା।

ଆହୁରି ପଢ଼ନ୍ତୁ: ରାଜସ୍ଥାନର ପ୍ରତାପଗଡ଼ରେ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ: ଟ୍ରାକ୍ଟର ଇଏମ୍ଆଇ ପାଇଁ ଦିଅର-ଯାଆ ସାଜିଲେ ହତ୍ୟାକାରୀ

୪ ଅଭିଯୁକ୍ତ ଗିରଫ

ଶେଷରେ ସୁଯୋଗ ପାଇ ଶଳା ଓ ତାର ସାଥୀମାନେ ମିଶି ଶାହିଦଙ୍କୁ ହତ୍ୟା କରିଥିଲେ। ରହମତଗଡ଼ ନିକଟରୁ ଶାହିଦଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିବାରର ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଅତିରିକ୍ତ ପୋଲିସ ଅଧୀକ୍ଷକ ଜ୍ଞାନେନ୍ଦ୍ର ସିଂହ ସୂଚନା ଦେଇଛନ୍ତି ଯେ ଏହି ମାମଲାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ପଚରାଉଚରା ଜାରି ରଖିଛି।

24 Feb 2026 By Suryakanta

ଅମେଥିରେ ଲଭ୍ ମ୍ୟାରେଜର କରୁଣ ପରିଣତି: ଭଉଣୀକୁ ଧୋକା ଦେଇଥିବାରୁ ଭିଣୋଇକୁ ହତ୍ୟା କଲା ଶଳା

ଉତ୍ତରପ୍ରଦେଶର ଅମେଥି ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପ୍ରେମ ବିବାହ, ପାରିବାରିକ ବିବାଦ ଏବଂ ଶେଷରେ ପ୍ରତିଶୋଧର ନିଆଁ ଏକ ହତ୍ୟାକାଣ୍ଡର ରୂପ ନେଇଛି। ଭଉଣୀ ସହ ହୋଇଥିବା ଅନ୍ୟାୟ ସହ୍ୟ କରିନପାରି ଶଳା ତାର ଭିଣୋଇକୁ ମୃତ୍ୟୁର ଘାଟରେ ଉତାରି ଦେଇଛି। ଅମେଥିର ଶୁକୁଲବଜାର ଅଞ୍ଚଳରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

କଣ ଥିଲା ପୁରା ଘଟଣା?

ପୋଲିସ ସୂଚନା ଅନୁଯାୟୀ, ମୃତକ ଯୁବକଙ୍କ ନାମ ଶାହିଦ। ଶାହିଦ ପ୍ରାୟ ତିନି ବର୍ଷ ପୂର୍ବେ ପରିବାରର ଇଚ୍ଛା ବିରୁଦ୍ଧରେ ସାବିୟା ନାମକ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ସେ ସାବିୟାଙ୍କୁ ନେଇ ମୁମ୍ବାଇ ଚାଲିଯାଇଥିଲେ। କିନ୍ତୁ କିଛି ଦିନ ପରେ ଶାହିଦ ନିଜ ପତ୍ନୀଙ୍କୁ ମୁମ୍ବାଇରେ ଏକା ଛାଡି ନିଜ ଘରକୁ ଫେରି ଆସିଥିଲେ।

ଭଉଣୀ ସହ ହୋଇଥିବା ଅନ୍ୟାୟର ପ୍ରତିଶୋଧ

ଯେତେବେଳେ ସାବିୟା ନିଜ ସ୍ୱାମୀଙ୍କୁ ଖୋଜି ଖୋଜି ଶ୍ୱଶୁର ଘରେ ପହଞ୍ଚିଥିଲେ, ଶାହିଦ ତାଙ୍କୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। କେବଳ ସେତିକି ନୁହେଁ, ସାବିୟାଙ୍କୁ ମାରପିଟ୍ କରି ଘରୁ ବାହାର କରିଦିଆଯାଇଥିଲା। ଏହି ଘଟଣା ସାବିୟାଙ୍କ ପରିବାର ଲୋକଙ୍କୁ ଗଭୀର ଆଘାତ ଦେଇଥିଲା। ପରବର୍ତ୍ତୀ ସମୟରେ ସାବିୟା ଅନ୍ୟତ୍ର ବିବାହ କରିନେଇଥିଲେ ମଧ୍ୟ ତାଙ୍କ ଭାଇମାନଙ୍କ ମନରେ ଶାହିଦଙ୍କ ପ୍ରତି କ୍ରୋଧ ରହିଥିଲା।

୪ ଅଭିଯୁକ୍ତ ଗିରଫ

ଶେଷରେ ସୁଯୋଗ ପାଇ ଶଳା ଓ ତାର ସାଥୀମାନେ ମିଶି ଶାହିଦଙ୍କୁ ହତ୍ୟା କରିଥିଲେ। ରହମତଗଡ଼ ନିକଟରୁ ଶାହିଦଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିବାରର ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଅତିରିକ୍ତ ପୋଲିସ ଅଧୀକ୍ଷକ ଜ୍ଞାନେନ୍ଦ୍ର ସିଂହ ସୂଚନା ଦେଇଛନ୍ତି ଯେ ଏହି ମାମଲାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ପଚରାଉଚରା ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର