ରିଲ୍‌ ନିଶା ଓ ନାବାଳକର ବେପରୁଆ ଗାଡ଼ି ଚାଳନା ନେଲା ଜୀବନ, ନ୍ୟାୟ ପାଇଁ ମା’ଙ୍କ ସଂଗ୍ରାମ

Tapas Ranjan Nanda Picture
Published On

ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୩ ବର୍ଷୀୟ ଯୁବକ ସାହିଲ ଧାନେଶ୍ରାଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆ ପାଇଁ ରିଲ୍ ପ୍ରସ୍ତୁତ କରିବା ନିଶାରେ ଜଣେ ନାବାଳକର ବେପରୁଆ ଗାଡ଼ି ଚାଳନା ଯୋଗୁଁ ତାଙ୍କ ପୁଅର ପ୍ରାଣହାନି ଘଟିଥିବା ମୃତ ସାହିଲଙ୍କ ମା' ଇନ୍ନା ମାକନ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଅଭିଯୁକ୍ତ ନାବାଳକକୁ ଜାମିନ ମିଳିବା ପରେ ପୀଡ଼ିତ ପରିବାର ଏବେ ନ୍ୟାୟ ପାଇଁ ସୋସିଆଲ ମିଡିଆରେ ଅଭିଯାନ ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ଗଣମାଧ୍ୟମକୁ ସୂଚନା ଦେଇ ଇନ୍ନା ମାକନ କହିଛନ୍ତି ଯେ, ଫେବୃଆରୀ ୩ ତାରିଖ ସକାଳେ ସାହିଲ ନିଜ ଅଫିସକୁ ଯାଉଥିଲେ। ସେହି ସମୟରେ ଲାଲ ବାହାଦୂର ଶାସ୍ତ୍ରୀ କଲେଜ ନିକଟରେ ଏକ ସ୍କର୍ପିଓ ଗାଡ଼ି ଦ୍ରୁତ ଗତିରେ ଆସି ତାଙ୍କ ମୋଟରସାଇକେଲକୁ ଧକ୍କା ଦେଇଥିଲା। ଗାଡ଼ି ଚଳାଉଥିବା ନାବାଳକ ଜଣକ ତାଙ୍କ ଭଉଣୀଙ୍କ ସହ ମିଶି ରାସ୍ତାରେ ରିଲ୍ ଏବଂ ଷ୍ଟଣ୍ଟ କରୁଥିଲେ ବୋଲି ସାହିଲଙ୍କ ମା' ଦାବି କରିଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍କର୍ପିଓଟି ସାହିଲଙ୍କୁ ଧକ୍କା ଦେବା ପରେ ଅନ୍ୟ ଏକ ପାର୍କିଂ ହୋଇଥିବା ଗାଡ଼ିକୁ ମଧ୍ୟ ପିଟିଥିଲା। ଏହି ଘଟଣାରେ ଜଣେ ଟ୍ୟାକ୍ସି ଚାଳକ ମଧ୍ୟ ଗୁରୁତର ଆହତ ହୋଇଥିଲେ।

ଅଭିଯୋଗ ଅନୁଯାୟୀ, ଗାଡ଼ି ଚଳାଉଥିବା ନାବାଳକର କୌଣସି ଡ୍ରାଇଭିଂ ଲାଇସେନ୍ସ ନଥିଲା ଏବଂ ପୂର୍ବରୁ ମଧ୍ୟ ଅନେକ ଥର ତାଙ୍କ ନାମରେ ଦ୍ରୁତ ଗତିରେ ଗାଡ଼ି ଚଳାଇବା ପାଇଁ ଚାଲାଣ କଟାଯାଇଥିଲା। ପୋଲିସ ଏହି ଘଟଣାରେ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ମାମଲା ରୁଜୁ କରି ନାବାଳକକୁ ହେପାଜତକୁ ନେଇଥିଲା। ତେବେ ଫେବୃଆରୀ ୧୦ ତାରିଖରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଥିବା ଦର୍ଶାଇ ଜୁଭେନାଇଲ ଜଷ୍ଟିସ ବୋର୍ଡ ନାବାଳକକୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଗାଡ଼ିର ମାଲିକ ତଥା ନାବାଳକର ପିତାଙ୍କ ବିରୋଧରେ କାହିଁକି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ସାହିଲଙ୍କ ମା' ପ୍ରଶ୍ନ କରିଛନ୍ତି।

ଅଧୁରା ରହିଗଲା ସାହିଲଙ୍କ ସ୍ୱପ୍ନ

ମୃତ ସାହିଲ ଜଣେ ମେଧାବୀ ଛାତ୍ର ଥିଲେ। ସେ ନିଜର ବିବିଏ ପାଠପଢ଼ା ଶେଷ କରି ମାଞ୍ଚେଷ୍ଟର ୟୁନିଭର୍ସିଟିରେ ଉଚ୍ଚଶିକ୍ଷା ପାଇଁ ଯିବାକୁ ପ୍ରସ୍ତୁତ ହେଉଥିଲେ। ଜଣେ ସିଙ୍ଗଲ ମଦର ଭାବେ ଇନ୍ନା ଅତି କଷ୍ଟରେ ସାହିଲଙ୍କୁ ବଢ଼ାଇଥିଲେ। ନିଜ ପରିବାରର ଆର୍ଥିକ ସହାୟତା ପାଇଁ ସାହିଲ ପାର୍ଟ ଟାଇମ କାମ ମଧ୍ୟ କରୁଥିଲେ। ପୁଅକୁ ହରାଇବା ପରେ ଇନ୍ନା ଏବେ 'ଜଷ୍ଟିସ ଫର ସାହିଲ' ନାମରେ ଏକ ଅନଲାଇନ ପିଟିସନ ଆରମ୍ଭ କରିଛନ୍ତି, ଯେଉଁଥିରେ ହଜାର ହଜାର ଲୋକ ସ୍ୱାକ୍ଷର କରି ତାଙ୍କୁ ସମର୍ଥନ ଜଣାଇଛନ୍ତି। ଧନୀ ପରିବାରର ପିଲାମାନେ ରାସ୍ତାକୁ ନିଜର ଖେଳପଡ଼ିଆ ଭାବିବା ବନ୍ଦ କରନ୍ତୁ ବୋଲି ସେ କ୍ଷୋଭର ସହ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର