ରକ୍ଷକ ସାଜିଲେ ଭକ୍ଷକ: ଦୋକାନରୁ iPhone ଚୋରି କରି ଧରାପଡିଲେ ୨ ପୋଲିସ କନଷ୍ଟେବଳ, ଭିଡିଓ ଭାଇରାଲ
ଜୌନପୁର: ଉତ୍ତରପ୍ରଦେଶର ଜୌନପୁରରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଚୋରି ଡକାୟତି ରୋକିବା ଯାହାଙ୍କ ଦାୟିତ୍ୱ, ସେହି ପୋଲିସ ଏବେ ଚୋରି କରିବା ଆରମ୍ଭ କରିଛି। ମୋବାଇଲ୍ ଦୋକାନରୁ ଏକ ଦାମୀ ଆଇଫୋନ୍ ଚୋରି କରିବା ଅଭିଯୋଗରେ ଦୁଇ ଜଣ ପୋଲିସ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି। ସିସିଟିଭି କ୍ୟାମେରାରେ ଏହି ଚୋରି ଘଟଣା କଏଦ ହେବା ପରେ ଏହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
यूपी में पुलिसवालों की चोरी देखिए👇
— Ranvijay Singh (@ranvijaylive) February 11, 2026
• जौनपुर में दो पुलिसवाले मोबाइल की दुकान पर पहुंचे. iPhone देखने के लिए मांगा.
• फिर लैपटॉप के पीछे नए iPhone को अपने पुराने फोन से बदल लिया और सेल्सगर्ल को पुराना फोन देकर चले गए.
इसे आप Ease of Doing Business भी कह सकते हैं 😉 pic.twitter.com/OqgjqIgnXG
ଗ୍ରାହକ ବେଶରେ ଆସିଥିଲେ ପୋଲିସ ବାବୁ
ଘଟଣାଟି ଲାଇନ ବଜାର ଥାନା ଅନ୍ତର୍ଗତ ଜେସି ଛକ ନିକଟରେ ଥିବା ଏକ ମୋବାଇଲ୍ ଶୋ’ରୁମରେ ଘଟିଛି। ଦୋକାନ ମାଲିକ ଶିବମ୍ଙ୍କ ସୂଚନା ଅନୁଯାୟୀ, ଶନିବାର ଦିନ ପ୍ରାୟ ୨ଟା ସମୟରେ ଦୁଇ ଜଣ ପୋଲିସ କନଷ୍ଟେବଳ ଗ୍ରାହକ ବେଶରେ ଦୋକାନକୁ ଆସିଥିଲେ। ସେମାନେ ଜଣେ ମହିଳା କର୍ମଚାରୀଙ୍କୁ ବିଭିନ୍ନ ଆଇଫୋନ୍ ମଡେଲ ଦେଖାଇବାକୁ କହିଥିଲେ। ପ୍ରାୟ ୨୦ ମିନିଟ୍ ଧରି ଫୋନ୍ ଦେଖିବା ପରେ ପସନ୍ଦ ଆସୁନି କହି ସେଠାରୁ ଚାଲି ଯାଇଥିଲେ।
यूपी | जौनपुर के मोबाइल शॉप संचालक शिवम को सुनिए...कैसे उसकी दुकान पर 2 पुलिसकर्मी आए और आईफोन चुराकर ले गए।
— Sachin Gupta (@SachinGuptaUP) February 11, 2026
शिवम के आंसू नहीं रुक रहे। महीनों की आमदनी एकसाथ चली गई। https://t.co/G9O9uojru2 pic.twitter.com/tj26zki80R
ପୁରୁଣା ଫୋନ୍ ରଖି ନୂଆ ଆଇଫୋନ୍ ନେଲେ
ପୋଲିସ କର୍ମଚାରୀ ଦୁଇଜଣ ଯିବା ପରେ ଦୋକାନ ମାଲିକ ଦେଖିଲେ ଯେ ଏକ iPhone 15 Max ଫୋନ୍ ଗାୟବ ଅଛି, ଯାହାର ମୂଲ୍ୟ ପ୍ରାୟ ୧.୬୨ ଲକ୍ଷ ଟଙ୍କା। ସନ୍ଦେହ ହେବାରୁ ସେ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ। ଭିଡିଓରେ ଦେଖାଯାଇଥିଲା ଯେ, ଜଣେ କନଷ୍ଟେବଳ ଚତୁରତାର ସହ ନିଜର ପୁରୁଣା iPhone 13 Pro କୁ ସେଠାରେ ଛାଡି ଦୋକାନର ନୂଆ ଫୋନକୁ ପକେଟରେ ଭର୍ତ୍ତି କରିଦେଇଥିଲେ।
୨ କନଷ୍ଟେବଳ ନିଲମ୍ବିତ, ତଦନ୍ତ ନିର୍ଦ୍ଦେଶ
ଏହି ଭିଡିଓ ଭାଇରାଲ ହେବା ପରେ ଦୋକାନ ମାଲିକ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଏସପି ଆୟୁଷ ଶ୍ରୀବାସ୍ତବ ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅଭିଯୁକ୍ତ କନଷ୍ଟେବଳ ଧନଞ୍ଜୟ ବିନ୍ଦ ଏବଂ ମିଥିଲେଶ ଯାଦବଙ୍କୁ ନିଲମ୍ବିତ କରାଯାଇଛି ଏବଂ ସେମାନଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଚୋରି ହୋଇଥିବା ମୋବାଇଲ୍ ଫୋନ୍ ମଧ୍ୟ ଉଦ୍ଧାର କରାଯାଇ ଦୋକାନ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି।