ୱାର୍ମର ମେସିନ୍‌ରେ ଜୀବନ୍ତ ଜଳିଗଲା ନବଜାତ ଶିଶୁ, ଡାକ୍ତର ଫେରାର

Tapas Ranjan Nanda Picture
Published On

ଉତ୍ତରପ୍ରଦେଶର କାନପୁର ସ୍ଥିତ ବିଠୁର ଅଞ୍ଚଳରେ ଏକ ଅତି ଦୁଃଖଦାୟକ ଓ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ରାଜା ନର୍ସିଂ ହୋମ୍‌ରେ ଡାକ୍ତରଖାନା କର୍ମଚାରୀଙ୍କ ଚରମ ଅବହେଳା ଯୋଗୁଁ ଜଣେ ନବଜାତ ଶିଶୁକନ୍ୟାର ଜୀବନ୍ତ ଜଳି ମୃତ୍ୟୁ ଘଟିଛି। ଅଭିଯୋଗ ଅନୁଯାୟୀ, ଶିଶୁଟିକୁ ୱାର୍ମର ମେସିନ୍‌ରେ ରଖାଯାଇଥିବା ବେଳେ ମେସିନ୍‌ର ତାପମାତ୍ରା ଅତ୍ୟଧିକ ବଢ଼ିଯିବାରୁ ଶିଶୁଟି ଜଳି ଯାଇଥିଲା। ଏହି ଘଟଣା ପରେ ଅଭିଯୁକ୍ତ ଡାକ୍ତର ଏବଂ ନର୍ସିଂ ଷ୍ଟାଫ୍ ଡାକ୍ତରଖାନା ଛାଡି ଫେରାର ହୋଇଯାଇଛନ୍ତି।

ଆହୁରି ପଢ଼ନ୍ତୁ: ବ୍ଲୁ ଡ୍ରମ୍ ହତ୍ୟା ମାମଲା: ସୌରଭଙ୍କ ହତ୍ୟାକାରୀ ମୁସ୍କାନ ଓ ପ୍ରେମିକ ସାହିଲଙ୍କୁ ଫାଶୀ ଦଣ୍ଡ

କିପରି ଘଟିଲା ଏହି ଅଭାବନୀୟ ଘଟଣା?

ସୂଚନା ମୁତାବକ, ରବିବାର ସନ୍ଧ୍ୟା ପ୍ରାୟ ୪ଟାରୁ ୫ଟା ମଧ୍ୟରେ ଶାଲୁ ନାମକ ଜଣେ ମହିଳା ଏକ ସୁସ୍ଥ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଜନ୍ମ ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଥିଲା। ଶୀତରୁ ରକ୍ଷା କରିବା ପାଇଁ ନର୍ସମାନେ ନବଜାତ ଶିଶୁଟିକୁ ଆଇସିୟୁ (ICU)ରେ ଥିବା ୱାର୍ମର ମେସିନ୍‌ରେ ରଖିଥିଲେ। କିନ୍ତୁ ଅଭିଯୋଗ ହୋଇଛି ଯେ, ମେସିନ୍‌ର ତାପମାତ୍ରା ନିୟନ୍ତ୍ରଣ କରିବା କିମ୍ବା ଶିଶୁର ସ୍ଥିତି ଯାଞ୍ଚ କରିବା ପାଇଁ କେହି ସେଠାରେ ଉପସ୍ଥିତ ନଥିଲେ। ଫଳରେ ମେସିନ୍ ଅତ୍ୟଧିକ ଗରମ ହୋଇଯିବାରୁ ଶିଶୁଟି ମୃତ୍ୟୁବରଣ କରିଥିଲା।

ଆହୁରି ପଢ଼ନ୍ତୁ: ମିରଟ୍ ବଦଳରେ ମଥୁରା ଜେଲରେ ମୁସ୍କାନକୁ ମିଳିପାରେ ଫାଶୀ !, ଜାଣନ୍ତୁ ଏହାର ପ୍ରକୃତ କାରଣ

ଶିଶୁର ପିତା ଅରୁଣ ନିଷାଦ ଓ ଅନ୍ୟ ପରିଜନଙ୍କ କହିବା ଅନୁଯାୟୀ, ସେମାନେ ଶିଶୁକୁ ଦେଖିବାକୁ ଚାହିଁଥିଲେ ମଧ୍ୟ ନର୍ସିଂ ଷ୍ଟାଫ୍ ସେମାନଙ୍କୁ ବାରଣ କରୁଥିଲେ। ସନ୍ଦେହ ହେବାରୁ ପରିବାର ଲୋକେ ଜୋରଜବରଦସ୍ତ ଆଇସିୟୁ ଭିତରକୁ ପଶିଯାଇଥିଲେ, ଯେଉଁଠାରେ ଶିଶୁର ମୁଣ୍ଡ ଓ ହାତ କଳା ପଡ଼ିଯାଇଥିବା ଦେଖିବାକୁ ମିଳିଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ଦେଖି ଡାକ୍ତର ବିବେକ ମିଶ୍ର ଏବଂ ସମସ୍ତ କର୍ମଚାରୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ଆହୁରି ପଢ଼ନ୍ତୁ: ପରକୀୟା ପ୍ରୀତିର କରୁଣ ପରିଣତି! ସ୍ୱାମୀ ହତ୍ୟା ମାମଲାରେ ସ୍ତ୍ରୀ ଓ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ

ଘଟଣାର ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଡିସିପି ଏସଏମ କାସିମ ଆବିଦି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ନବଜାତକର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ନର୍ସିଂ ହୋମ୍‌ର ଆଇସିୟୁକୁ ସିଲ୍ କରାଯାଇଛି। ପରିବାର ପକ୍ଷରୁ ଲିଖିତ ଅଭିଯୋଗ ମିଳିବା ପରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp